ଅପହୃତ ମହିଳାଙ୍କ ଆସିଲା କଲ୍: ଉଦ୍ଧାର ପାଇଁ ପୋଲିସ ଆକ୍ସନ

ସମ୍ବଲପୁର: ମହିଳାଙ୍କୁ ଅପହରଣ ପରେ ବିକ୍ରି ଅଭିଯୋଗ । ଅପହୃତ ମହିଳାଙ୍କୁ ଛତିଶଗଡରେ ବିକ୍ରି କରାଯାଇଥିବା ଅଭିଯୋଗ ପରେ ଆକ୍ସନ ମୋଡରେ ପୋଲିସ । ଏତଲା ଆଧାରରେ ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଟିମ୍‌ ଗଠିତ । ଟିମ୍  ମହିଳାଙ୍କୁ ଉଦ୍ଧାର କରିବାକୁ ଛତିଶଗଡ଼ ଗସ୍ତ କରିଥିବା ସୂଚନା ଦେଲେ ଏସପି ।

ଛତିଶଗଡରୁ ମହିଳା ଜଣକ ଫୋନ୍ କରିବା ପରେ ପରିବାର ଲୋକ ପୋଲିସର ଦ୍ବାରସ୍ଥ ହୋଇଥିଲେ । ସେପଟେ ମହିଳା ଜଣକ ରାୟଗଡ କିମ୍ବା ରାୟପୁରରେ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ମହିଳାଙ୍କ ତରଫରୁ ଆସିଥିବା ଫଷାନର ନମ୍ବରକୁ ଟ୍ରାକ କରି ତାଙ୍କୁ ଉଦ୍ଧାର ପାଇଁ ଯୋଜନା ଚାଲିଛି ।

ମହିଳାକୁ ବିକ୍ରି କରିଥିବା ଅଭିଯୋଗରେ ପୋଲିସ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି । ମହିଳା ଜଣଙ୍କ ଏମାନଙ୍କ ପାଖକୁ କାମ ମାଗିବାକୁ ଆସିଥିବା ବେଳେ ତାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗର ତଦନ୍ତ ଚାଲିଛି । ଏହି ମାନବ ଚାଲଣ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି, ଏହାର ଚେର କେତେ ଦୂରକୁ ମାଡ଼ିଛି ତାହାର ତଦନ୍ତ କରାଯାଉଛି ।