ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ କୋଦାଳରେ ହାଣି ହତ୍ୟା, ୮ ଦିନ ପରେ ମୃତଦେହ ଉଦ୍ଧାର

ବାରିପଦା: ବାରିପଦାରେ ଚାଞ୍ଚଲ୍ୟ । ନିଖୋଜ ଯୁବକଙ୍କ ମୃତଦେହ ମିଳିବା ପରେ ଖୋଲିଲା ହତ୍ୟା ଗୁମର । ମୃତ ଯୁବକ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି । ପୀଡ଼ିତା ଯୁବକଙ୍କୁ କୋଦାଳରେ ହାଣି ହତ୍ୟା କରିଥିବା ସ୍ବୀକାର କରିଛନ୍ତି ।

ଅଭିଯୋଗ ଅନୁସାରେ, ମକର ସମୟରେ ବାରିପଦା ସଦର ଥାନା ଗୁଞ୍ଜୁସାହି ଅଞ୍ଚଳ ଏହି ହତ୍ୟାକାଣ୍ଡ ଘଟିଛି । ଗାଁର ମଙ୍ଗଳ ମୁର୍ମୁ ଜବରଦସ୍ତି ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ପୀଡ଼ିତା ଜଣଙ୍କ ତାଙ୍କୁ କୋଦାଳରେ ଆକ୍ରମଣ କରିଥିଲେ । ପରେ ଶବକୁ ନେଇ ପାଖ ଜଙ୍ଗଲରେ ପକାଇ ଦେଇଥିଲେ । ହତ୍ୟାର ୮ ଦିନ ପରେ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ ।

ହତ୍ୟା ଅଭିଯୋଗରେ ବାରିପଦା ସଦର ଥାନା ପୋଲିସ ପୀଡ଼ିତାଙ୍କୁ ଗିରଫ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ଘଟଣାସ୍ଥଳରୁ ହତ୍ୟା ସମୟରେ ବ୍ୟବହୃତ କୋଦାଳ ଜବତ କରିଛି ପୋଲିସ ।