spot_img
Home Blog Page 3740

ଧାମନଗର ଉପନିର୍ବାଚନ: ଷଷ୍ଠ ରାଉଣ୍ଡରେ ବିଜେପି ପ୍ରାର୍ଥୀ ୪୩୯୨ ଭୋଟରେ ଆଗୁଆ

ଧାମନଗର: ଧାମନଗର ଉପନିର୍ବାଚନରେ ଜାରି ରହିଛି ଭୋଟ ଗଣତି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯାଉଛି । ପ୍ରତି ରାଉଣ୍ଡ ପରେ ଘୋଷଣା ହେଉଛି ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଇଭିଏମ ଗଣତି ଚାଲିଛି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୪୩୯୨ ଖଣ୍ଡ ଭୋଟରେ ଆଗୁଆ ରହିଛି ।

ବର୍ତ୍ତମାନ ସୁଦ୍ଧା ଷଷ୍ଠ ରାଉଣ୍ଡ ଗଣତି ଶେଷ ହୋଇଛି । ଷଷ୍ଠ ରାଉଣ୍ଡ ଶେଷ ହେବା ପରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୨୭,୧୬୦ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ୨୨,୭୬୮ ଖଣ୍ଡ ଭୋଟ୍ ପାଇଛି । ସେହିପରି କଂଗ୍ରେସ ଖାତାକୁ ୧୦୦୭ ଖଣ୍ଡ ଭୋଟ୍ ଯାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଖାତାକୁ ଯାଇଛି ୪୮୫୮ ଖଣ୍ଡ ଭୋଟ୍‌ ।

ଧାମନଗର ଉପନିର୍ବାଚନ: ପଞ୍ଚମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ

ଧାମନଗର: ଧାମନଗର ଉପନିର୍ବାଚନରେ ଜାରି ରହିଛି ଭୋଟ ଗଣତି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯାଉଛି । ପ୍ରତି ରାଉଣ୍ଡ ପରେ ଘୋଷଣା ହେଉଛି ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଇଭିଏମ ଗଣତି ଚାଲିଛି । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୩୫୭୨ ଖଣ୍ଡ ଭୋଟରେ ଆଗୁଆ ରହିଛି ।

ବର୍ତ୍ତମାନ ସୁଦ୍ଧା ପଞ୍ଚମ ରାଉଣ୍ଡ ଗଣତି ଶେଷ ହୋଇଛି । ପଞ୍ଚମ ରାଉଣ୍ଡ ଶେଷ ହେବା ପରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୨୨,୪୯୫ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ୧୮,୯୨୩ ଖଣ୍ଡ ଭୋଟ୍ ପାଇଛି । ସେହିପରି କଂଗ୍ରେସ ଖାତାକୁ ୭୧୯ ଖଣ୍ଡ ଭୋଟ୍ ଯାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଖାତାକୁ ଯାଇଛି ୩୩୮୯ ଖଣ୍ଡ ଭୋଟ୍‌ ।

ଧାମନଗର ଉପନିର୍ବାଚନ: ଦ୍ୱିତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ

ଧାମନଗର: ଧାମନଗର ଉପନିର୍ବାଚନରେ ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ପ୍ରତି ରାଉଣ୍ଡ ପରେ ଘୋଷଣା ହେଉଛି ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଇଭିଏମ ଗଣତି ଚାଲିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗରେ ଥିବା ଜଣାପଡ଼ିଛି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୧୩୭୯ ଖଣ୍ଡ ଭୋଟରେ ଆଗୁଆ ରହିଛି ।

ବର୍ତ୍ତମାନ ସୁଦ୍ଧା ଦୁଇଟି ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ରାଉଣ୍ଡ ଶେଷ ହେବା ପରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିବାବେଳେ ଦ୍ୱିତୀୟ ରାଉଣ୍ଡ ଶେଷରେ ମଧ୍ୟ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୮୭୩୭ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ୭୩୫୮ ଖଣ୍ଡ ଭୋଟ୍ ପାଇଛି । ସେହିପରି କଂଗ୍ରେସ ଖାତାକୁ ୩୧୩ ଖଣ୍ଡ ଭୋଟ୍ ଯାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଖାତାକୁ ଯାଇଛି ୫୯୭ ଖଣ୍ଡ ଭୋଟ୍‌ ।

 

ଟି-୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡ୍ସ, ସେମିରେ ପହଞ୍ଚିଲା ଭାରତ

ଆଡିଲେଡ୍: ଚଳିତ ଟି-୨୦ ବିଶ୍ୱକପରେ ଆଜି ଆଉ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଆଜି ଗ୍ରୁପ୍-୨ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍ସ । ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକା ଜିତିବା ଆବଶ୍ୟକ ଥିଲା । କିନ୍ତୁ ଏହି ମ୍ୟାଚରେ ନେଦରଲାଣ୍ଡ୍ସ ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ପରାସ୍ତ କରିଛି । ଯାହାଫଳରେ ଦକ୍ଷିଣ ଆଫ୍ରିକା ଚଳିତ ଟି-୨୦ ବିଶ୍ୱକପର ସେମିଫାଇନାଲ ରେସରୁ ବିଦା ହୋଇଛି ।

ତେବେ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକ ପରାଜୟ ହେବା ପରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ଭାରତ ସେମିରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ଆଜି ହେବାକୁ ଥିବା ମ୍ୟାଚରେ ବିଜୟ ଲାଭ କରିବା ଜରୁରୀ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ୍ସଠାରୁ ପରାସ୍ତ ହେବା ପରେ ଭାରତ ଗ୍ରୁପ୍-୨ରୁ ପ୍ରଥମ ଦଳ ଭାବରେ ସେମିଫାଇନାଲରେ ତା’ର ସ୍ଥାନ ପକ୍କା କରିଛି । ଅନ୍ୟପକ୍ଷରେ ଆଜି ହେବାକୁ ଥିବା ପାକିସ୍ତାନ ଓ ବାଲାଂଦେଶ ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହୋଇଛି । ଯେଉଁ ଦଳ ଏହି ମ୍ୟାଚକୁ ବିଜୟ ଲାଭ କରିବ ସେହି ଦଳ ସେମିଫାଇନାଲରେ ତା’ର ସ୍ଥାନ ପକ୍କା କରିବ ।

ଧାମନଗର ଉପନିର୍ବାଚନ: ଆରମ୍ଭ ହେଲା ଭୋଟ ଗଣତି

ଧାମନଗର: ଆଜି ଆସିବ ଧାମନଗର ରାୟ । ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହୋଇଛି । ପୋଷ୍ଟାଲ ବାଲଟ ଗଣତି ଶେଷ ହେବା ପରେ ଇଭିଏମ ଗଣତି ହେବ ।

କାଉଣ୍ଟିଂରେ ପ୍ରତି ଟେବୁଲ ପାଇଁ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ । ଏହାସହ ପ୍ରତି ଟେବୁଲରେ ପ୍ରାର୍ଥୀମାନଙ୍କର ଜଣେ ଲେଖାଏଁ କାଉଣ୍ଟିଙ୍ଗ ଏଜେଣ୍ଟ ମଧ୍ୟ ରହିବେ । ୧୪ଟି ଟେବୁଲ୍ ବ୍ୟତୀତ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଏକ ସେଣ୍ଟ୍ରାଲ ଟେବୁଲ ରହିବ । ଧାମନଗର ବ୍ଲକରୁ ଗଣତି ଆରମ୍ଭ ହୋଇ ତିହିଡ଼ି ବ୍ଲକରେ ସରିବ ।

ଆଜି ଆସିବ ଧାମନଗର ରାୟ, ସକାଳ ୮ଟାରୁ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ଗଣତି

ଧାମନଗର: ଆଜି ଆସିବ ଧାମନଗର ରାୟ । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ଭୋଟ୍ ଗଣତି ହେବ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ । ପ୍ରଥମେ ୮ଟାରୁ ସାଢ଼େ ୮ଟା ଭିତରେ ପୋଷ୍ଟାଲ ବାଲଟ ଗଣତି ହେବ । ପରେ ଇଭିଏମ ଗଣତି ହେବ । କାଉଣ୍ଟିଂରେ ପ୍ରତି ଟେବୁଲ ପାଇଁ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ । ଏହାସହ ପ୍ରତି ଟେବୁଲରେ ପ୍ରାର୍ଥୀମାନଙ୍କର ଜଣେ ଲେଖାଏଁ କାଉଣ୍ଟିଙ୍ଗ ଏଜେଣ୍ଟ ମଧ୍ୟ ରହିବେ ।

୧୪ଟି ଟେବୁଲ୍ ବ୍ୟତୀତ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଏକ ସେଣ୍ଟ୍ରାଲ ଟେବୁଲ ରହିବ । ଧାମନଗର ବ୍ଲକରୁ ଗଣତି ଆରମ୍ଭ ହୋଇ ତିହିଡ଼ି ବ୍ଲକରେ ସରିବ । ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ ପ୍ଲାଟୁନ ଷ୍ଟେଟ ଆର୍ମଡ ଫୋର୍ସ ସହ ଗୋଟିଏ ପ୍ଲାଟୁନ ସିଆରପିଏଫ୍ ଯବାନ ମୁତୟନ । ଭୋଟ ଗଣତି କେନ୍ଦ୍ରର ୧୦୦ ମିଟର ଦୂରରେ ଗାଡ଼ି ପାର୍କିଂ କରାଯିବ । ଯେଉଁମାନେ ଅଥରଟି କାର୍ଡ ରାଜ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ନିର୍ବାଚନୀ ଅଧିକାରୀ ମାନଙ୍କଠାରୁ ପାଇଥିବେ । ସେହିମାନେ ଗଣତି କେନ୍ଦ୍ର ପରିସରକୁ ଯାଇ ପାରିବେ । ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମସ୍ତ ପ୍ରାର୍ଥୀ ମଧ୍ୟ ଗଣତି ପ୍ରକ୍ରିୟା ଅନୁଧ୍ୟାନ ପାଇଁ କେନ୍ଦ୍ରକୁ ଯାଇପାରିବେ ।

ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଅଲ ଓଡିଶା ଲିଟରାରୀ ଫେଷ୍ଟିଭାଲ ଶୁଭାରମ୍ଭ

ଭୁବନେଶ୍ୱର: ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଭୁବନେଶ୍ବରରେ ଶୁଭାରମ୍ଭ ହେଲା ଅଲ ଓଡିଶା ଲିଟରାରୀ ଫେଷ୍ଟିଭାଲ । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ନିଉ ଇଣ୍ଡିଆନ ଏକ୍ସପ୍ରେସର ମୁଖ୍ୟ ସମ୍ପାଦକ ପ୍ରଭୁ ଚାୱଲା, ନିୟୁ ଇଣ୍ଡିଆନଏକ୍ସପ୍ରେସର ରେସିଡେଣ୍ଟାଲ ଏଡିଟର ଶିବ ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ଗପର ଭବିଷ୍ୟତ, ଏକବିଂଶ ଶତାବ୍ଦୀର ନେତା, ଆଦି ବିଷୟବସ୍ତୁ ଉପରେ ସରଗର୍ଭକ ଆଲୋଚନା କରାଯାଇଥିଲା ।

ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସର ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ । ଏଥିରେ 17 ଟି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ସାମ୍ବାଦିକ, ଲେଖକ, କବି, ସାହିତ୍ୟିକ, ସଂସ୍କୃତି ପ୍ରେମୀ, କଳାପ୍ରେମୀ ଯୋଗ ଦେଇଛନ୍ତି । ଫେଷ୍ଟିଭାଲର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

୯ବିଭାଗରେ୧୩୦ ଜଣ ସହକାରୀ ପ୍ରାଧ୍ୟାପକଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ୯ଟି ସ୍ପେଶିଆଲିଟି ବିଭାଗରେ ୧୩୦ ଜଣ ଓଡ଼ିଶା ମେଡିକାଲ ଶିକ୍ଷା ସେବା କ୍ୟାଡରର ସହକାରୀ ପ୍ରାଧ୍ୟାପକଙ୍କୁ ମିଳିଲା ନିଯୁକ୍ତି । ଓଡ଼ିଶା ଲୋକସେବା ଆୟୋଗଙ୍କ ସୁପାରିସ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ଏହା ପୂର୍ବରୁ ଚଳିତବର୍ଷ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ୭ଟି ସ୍ପେଶିଆଲିଟି ବିଭାଗରେ ୬୫ ଜଣ ଓଏମଇସି କ୍ୟାଡରରେ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ମିଳିସାରିଛି ।

୨୦୨୨ରେ ମୋଟ ୧୬ଟି ବିଭାଗରେ ୧୯୫ ଜଣ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଛନ୍ତି । ଭେଷଜ, ଶାରୀରିକ ଭେଷଜ ଓ ଥଇଥାନ, ଶାରୀରିକ ଗଠନ, ଯକ୍ଷ୍ମା ଓ ଛାତି ରୋଗ, ଚକ୍ଷୁରୋଗ ଭଳି ୧୬ଟି ବିଭାଗରେ ସହକାରୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି ମିଳିଛି । ବିଭିନ୍ନ ବିଭାଗରେ ରାଜ୍ୟ ସରକାର ନିଯୁକ୍ତି ପକ୍ରିୟା ଜାରି ରଖିଛନ୍ତି  । ଏହି କ୍ରମରେ ଆଜି ୯ଟି ସ୍ପେଶିଆଲିଟି ବିଭାଗରେ ୧୩୦ ଜଣ ଓଡ଼ିଶା ମେଡିକାଲ ଶିକ୍ଷା ସେବା କ୍ୟାଡରର ସହକାରୀ ପ୍ରାଧ୍ୟାପକଙ୍କୁ ମିଳିଲା ନିଯୁକ୍ତି ।

ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା, ଅଶାନ୍ତ ହୋଇପଡିଛି ପଞ୍ଜାବ

ଅମୃତସର: ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ଅଶାନ୍ତ ପଞ୍ଜାବ । ଗୁଳିକାଣ୍ଡକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ କର୍ମୀଙ୍କ ପକ୍ଷରୁ କରାଯାଇଛି ପ୍ରତିବାଦ । ଅମୃତସରରେ ଶିବସେନା କର୍ମୀଙ୍କ ଜୋରଦାର ପ୍ରତିବାଦ କରାଯାଇଥିବାବେଳେ ରେଳରୋକ ଆନ୍ଦୋଳନ କରାଯାଇଛି । ଶହ ଶହ କର୍ମୀର ରେଳପଥ ଅବରୋଧ କରିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ ସରକାର ନୀରବ ଥିଲେ ବୋଲି ଅଭିଯୋଗ କରିଛନ୍ତି କର୍ମୀ । ସେହିପରି ଜାମ୍ମୁରେ ବି ହତ୍ୟା ପ୍ରତିବାଦରେ ଜୋରଦାର ବିକ୍ଷୋଭ କରାଯାଇଛି । ଗତକାଲି ଶିବସେନା ତକସାଲିର ନେତା ସୁଧୀରଙ୍କୁ ଡଜନେ ପୋଲିସ କର୍ମୀଙ୍କ ଉପସ୍ଥିତିରେ ଫାୟାରିଂ କରି ହତ୍ୟା କରାଯାଇଥିଲା । ଏକ ମନ୍ଦିରର ପରିଚାଳନା ନୀତି ବିରୋଧରେ ସୁଧୀର ଧାରଣାରତ ଥିବାବେଳେ ତାଙ୍କୁ ଗୁଳି କରାଯାଇଥିଲା ।

ଗୁଳିକାଣ୍ଡ ଘଟାଇବା ଲାଗି ଆତତାୟୀଜଣକ ଅନ୍ୟ ୩ ଜଣ ସଦସ୍ୟଙ୍କ ସହ ଏକ ଏସୟୁଭିରେ ଆସି ଗୁଳିମାଡ଼ କରିଥିଲା । ତେବେ ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ସିଙ୍ଗାପୁରରେ ତାଲିମ ନେବେ ଓଡ଼ିଆ ଛାତ୍ରଛାତ୍ରୀ, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

 ଭୁବନେଶ୍ୱର: ସିଙ୍ଗାପୁରରେ ଦକ୍ଷତା ବିକାଶରେ ଅଧିକ ଦକ୍ଷ ହେବାକୁ ତାଲିମ ନେବେ ୪୦ ଓଡ଼ିଆ ଛାତ୍ରଛାତ୍ରୀ । ଓଡ଼ିଶା ଦକ୍ଷତା କେନ୍ଦ୍ରର ଏହି ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛନ୍ତି ୩୨ଛାତ୍ର ଓ ୮ଛାତ୍ରୀ । ଏମାନଙ୍କ ମଧ୍ୟର ୨୦ ଜଣ କୃଷକ ପରିବାରର ପ୍ରତିଭାବାନ ଛାତ୍ରଛାତ୍ରୀ ସାମିଲ ଅଛନ୍ତି । ଆଜି ଏମାନେ ସମସ୍ତେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିବାବେଳେ ଓଡ଼ିଶା ଛାଡିବା ପୂର୍ବରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସମ୍ମିଳନୀରେ ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଛନ୍ତି ନବୀନ ।

ଦୁଇ ସପ୍ତାହ ଯାଏ ସିଙ୍ଗାପୁରରେ ରହି ବିଶ୍ୱସ୍ତରୀୟ ଦକ୍ଷତା, କୌଶଳ, ପ୍ରଶିକ୍ଷଣ ନେବେ । ୨୦ ଛାତ୍ରଛାତ୍ରୀ ଡ୍ରୋନ ପରିଚାଳନା ଓ ମରାମତି ସଂପର୍କରେ ପ୍ରଶିକ୍ଷଣ ନେବାକୁ ଥିବାବେଳେ ସ୍ୱୟଂଚାଳିତ ମୋବାଇଲ ରୋବୋଟିକ କୌଶଳରେ ଦକ୍ଷତା ହାସଲ ପାଇଁ ମଧ୍ୟ ପ୍ରଶିକ୍ଷଣ ନେବେ । କାର୍ଯ୍ୟକ୍ରମକୁ ଆଇଟିଇ ଏଜୁକେସନ ସର୍ଭିସ ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏହି ତାଲିମ ଶିବିର ଆୟାଜନ କରାଯାଇଛି । ୭ରୁ ୧୮ନଭେମ୍ବର ଯାଏଁ ସିଙ୍ଗାପୁରରେ ହେବ ବିଶ୍ୱ ଦକ୍ଷତା ସମ୍ମିଳନୀ ।