ଘର ପଛପଟୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା

ଜଳେଶ୍ବର: ବସ୍ତା ଥାନା ପାଉଁଶକୁଲି ପଞ୍ଚାୟତ ବେଗୁନିଆ ଗାଁରେ ଅଭାବନୀୟ ଘଟଣା । ଘରର ବାଡି ପଛରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ମୃତକ ହେଲେ ଗାଁର ନରହରି ନାୟକଙ୍କ ପତ୍ନୀ ମଞ୍ଜୁଲତା । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ଘଟଣାରସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ ମୃତା ମଞ୍ଜୁଲତାଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ । ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛି । ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘର ପଛପଟେ ମଞ୍ଜୁଲତା ପୋଡ଼ି ହେବା ଘଟଣା ନାନା ପ୍ରଶ୍ନ ଛିଡ଼ା କରୁଛି । ଯଦି ମଞ୍ଜୁଲତା ଆତ୍ମହତ୍ୟା କରିଛନ୍ତି, ନିଆଁ ଲାଗିବା ପରେ ନିଶ୍ଚିତ ଚିତ୍କାର କରିଥିବେ । ତେବେ ତାଙ୍କ ଚିତ୍କାର ପରିବାର କି ଗ୍ରାମବାସୀ କେମିତି ଶୁଣି ପାରିଲେନି ତାହା ବଡ଼ ପ୍ରଶ୍ନ ହୋଇଛି ।