ହକି ବିଶ୍ବକପରେ ରୋମାଞ୍ଚ: ପେନାଲ୍ଟି ସୁଟ୍ ଆଉଟରେ ମାଲେସିଆକୁ ହରାଇଲା ସ୍ପେନ

1 min read

ଭୁବନେଶ୍ୱର: ହକି ବିଶ୍ବକପରେ ରୋମାଞ୍ଚ । ପେନାଲ୍ଟି ସୁଟ୍ ଆଉଟରେ ମାଲେସିଆକୁ ହରାଇଲା ସ୍ପେନ । ଆଜି କ୍ରସ ଓଭରର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ସ୍ପେନ ଓ ମାଲେସିଆ । ତେବେ ଖେଳ ଶେଷ ସୁଦ୍ଧା ଉଭୟ ୨ଟି ଲେଖାଏଁ ଗୋଲ ଦେଇଥିବାରୁ ମ୍ୟାଚ ପେନାଲ୍ଟି ସୁଟଆଉଟକୁ ଯାଇଥିଲା । ତେବେ ପ୍ରଥମ ସୁଟଆଉଟରେ ୫ଟି ସୁଯୋଗ ପାଇ ଦୁହେଁ ୩-୩ ଗୋଲ ଦେବାପରେ ଦ୍ବିତୀୟ ପେନାଲ୍ଟି ସୁଟ୍ ଆଉଟ୍ ଖେଳ ହୋଇଥିଲା ।

ଦ୍ବିତୀୟରେ ସ୍ପେନ ପ୍ରଥମ ଗୋଲ ଦେଇ ମାଲେସିଆକୁ ୪-୩ ଗୋଲରେ ପରାସ୍ତ କରିଛି । ଫଳରେ କ୍ବାର୍ଟରରେ ଅଷ୍ଟ୍ରେଲିଆକୁ ଭେଟିବ ସ୍ପେନ । ୨୪ ତାରିଖରେ ଖେଳାଯିବ ଏହି ମ୍ୟାଚ । ସେହିପରି ଆଜି ଦ୍ବିତୀୟ କ୍ରସ ଓଭରରେ ନ୍ୟୁଜିଲାଣ୍ଡକୁ ଭେଟିଛି ଟିମ୍ ଇଣ୍ଡିଆ । କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଟିମ୍ । କ୍ରସ ଓଭରରେ ବିଜୟୀ ହେଲେ ଭାରତକୁ କ୍ବାର୍ଟର ପାଇଁ ମିଳିବ ସୁଯୋଗ ।