ବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ବର: ରକ୍ତଦାନ ଜୀବନ ଦାନର ବାର୍ତ୍ତାକୁ ଆଧାର କରି ବିଜେଡି କାର୍ଯ୍ଯାଳୟରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅସିତ ରଞ୍ଜନ ଦାସଙ୍କ ନେତୃତ୍ବରେ ୫୦ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଛାତ୍ରଛାତ୍ରୀ, ସମାଜସେବୀ ଓ ରକ୍ତଦାତା ମାନେ ଏହି ରକ୍ତଦାନ ଶିବିରରେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ ।

ଅନୁଷ୍ଠିତ ଏହି ରକ୍ତଦାନ ଶିବିର ସକାଳ ୯ଟା ୩୦ରୁ ଆରମ୍ଭ ହୋଇଥିଲ । ସମ୍ମାନୀତ ଅତିଥି ଭାବେ ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରୟଣ ସାମନ୍ତ ରାୟ, ଭୁବନେଶ୍ବର ମେୟର ସୁଲଚନା ଦାସ ଯୋଗଦେଇ ରକ୍ତଦାତାଙ୍କ ଉତ୍ସାହ ବଢାଇଥିଲେ । ଏହି ମହତ କାର୍ଯ୍ଯକୁ ସଫଳ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ବେଚ୍ଛାସେବୀଙ୍କୁ ଅସିତ ରଞ୍ଜନ ଦାସ କୃତଜ୍ଞତା ଜଣାଇଛନ୍ତି ।