ଆମେରିକାରେ ଚାଇନିଜ୍ ନବବର୍ଷ ପାଳନ ବେଳେ ଗୁଳିକାଣ୍ଡ, ୯ ମୃତ

1 min read

କାଲିଫୋର୍ଣ୍ଣିଆ: ଆମେରିକାର କାଲିଫୋର୍ଣ୍ଣିଆରେ ଶନିବାର ଗୁଳିକାଣ୍ଡ ଘଟଣା ଘଟିଛି । ଏହି ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଅନେକ ଲୋକ ଆହତ ହୋଇଥିବା ସୂଚନା । ସୂଚନା ମୁତାବିକ ଗୁଳିକାଣ୍ଡର ଏହି ଘଟଣା ରାତି ୧୦ ଟା ପରେ ହୋଇଥିଲା । ଗୁଳିମାଡ଼ କରିଥିବା ବ୍ୟକ୍ତି ହାତରେ ମେସିନ ଗନ୍ ଥିବାର କୁହାଯାଉଛି ।

ଲସ୍ ଏଞ୍ଜେଲ୍ସ ମୁତାବିକ ଗୁଳିକାଣ୍ଡ ମଣ୍ଟେର ପାର୍କରେ ଚାଇନିଜ୍ ନବବର୍ଷ ପାଳନ କରାଯାଉଥିବା ସ୍ଥାନରେ ହୋଇଛି । ଉତ୍ସବରେ ସହସ୍ରାଧିକ ଲୋକ ସାମିଲ ହୋଇଥିଲେ । ଏହି ପାର୍କ ଲସ୍ ଏଞ୍ଜେଲ୍ସ ଡାଉନଟାଉନ ଠାରୁ ପ୍ରାୟ ୧୧ କିମି ଦୂରରେ ଅବସ୍ଥିତ । ସୂଚନାଥାଉକି ଆମେରିକାରେ ଗୁଳିକାଣ୍ଡର ଅନେକ ଘଟଣା ହୋଇ ସାରିଛି । ଗତ ସୋମବାର କାଲିଫୋର୍ଣ୍ଣିଆ ସହରରେ ହିଁ ଏକ ଘରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ମାଆ-ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ପୋଲିସ ଟାର୍ଗେଟ କିଲିଙ୍ଗର ନାଁ ଦେଇଥିଲା ।