ସ୍ବାମୀଙ୍କୁ ମାରି ପାଇଖାନା ଟାଙ୍କିରେ ପୋତିଦେଲେ ସ୍ତ୍ରୀ ଓ ଶଳା

ଝାରସୁଗୁଡ଼ା: ସ୍ବାମୀଙ୍କୁ ମାରି ପାଇଖାନା ଟାଙ୍କିରେ ପୋତିଦେଲେ ସ୍ତ୍ରୀ ଓ ଶଳା । ଦୁଇବର୍ଷ ପରେ ମାମଲା ଉପରୁ ହଟିଲା ପରଦା । ପାଇଖାନା ସେଫଟି ଟାଙ୍କିରୁ ମୃତଦେହ ଜବତ କରିଛି ଝାରସୁଗୁଡା ଜିଲ୍ଲା ବନହରପାଳି ପୋଲିସ । ମୃତକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ାର ଡମ୍ବରୁଧର ପାତ୍ର । ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଶାନ୍ତିନଗର ଭଡ଼ାରେ ରହି ଡ୍ରାଇଭର କାମ କରଥିଲେ ଡମ୍ବରୁଧର ।

୨୦୧୬ମସିହା ଜୁନ ୧୬ତାରିଖର ସେ ନିଖୋଜ ହୋଇଯାଇଥିଲେ । ମାମଲାର ଦୁଇବର୍ଷ ଘରେ ସେହି ଘର ପାଖ ପାଇଖାନା ଟାଙ୍କୀରୁ ଡମ୍ବରୁଧରଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ତ୍ରୀ ଓ ଶଳା ମିଳି ହତ୍ୟା କରିବା ପରେ ପାଇଖାନା ଟାଙ୍କୀରେ ପୋତି ଦେଇଥିବା ସୂଚନା ମିଳିଛି । ସ୍ତ୍ରୀ ଦମୟନ୍ତୀ ନାୟକ ଓ ଶଳା ଲମ୍ବୋଦର ନାୟକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । କେଉଁ କାରଣ ପାଇଁ ହତ୍ୟା କଲେ ତାହା ଏବେ ବି ଅସ୍ପଷ୍ଟ ରହିଛି ।