ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି

ଭୁବନେଶ୍ବର: ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପାହାଡ଼ ଗୁମ୍ଫା । ଚାଲିଛି ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା । ବିଶ୍ବ କଲ୍ୟାଣ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥ ଦେଉଛନ୍ତି ଆହୂତି । ୯ ଦିନ ଧରି ଚାଲିବ ସାଧୁ ସନ୍ଥଙ୍କ ମେଳି । ଖଣ୍ଡଗିରି ପାହାଡ ଉପରେ ଥିବା ରାଧେଶ୍ୟାମ କୁଣ୍ଡ ନିକଟରେ ଯଜ୍ଞ ସାଙ୍ଗକୁ ହର ହର ମହାଦେବ ଧ୍ବନୀ ।

ମେଳାରେ ହୋଇଛି ନାଗା ସାଧୁଙ୍କ ସମାଗମ । ସାଧୁସନ୍ଥଙ୍କ ଠାରୁ ଆଶିଷ ଲାଭ କରିବାକୁ ଭକ୍ତଙ୍କ ଭିଡ଼ । ଅନ୍ୟପଟେ ବିଏମସି ପକ୍ଷରୁ ସାଧୁସନ୍ଥଙ୍କ ସୁରକ୍ଷାଠାରୁ ଆରମ୍ଭ କରି ପାର୍କିଂ ସହିତ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରିମଳ ଓ ସ୍ବଚ୍ଛତାକୁ ଅଧିକ ଗୁରୁତ୍ବ ଦେଇଛି ବିଏମସି । ଅନ୍ୟପଟେ ମେଳାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରାଯାଇଛି ।

ସେପଟେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଯାତ୍ରା । ୬ଟି ଅପେରା ପାର୍ଟିକୁ ଏବର୍ଷ ମିଳିଛି ଅନୁମତି । ୫ଟି ସ୍ଥାନରେ ହୋଇଛି ପାର୍କିଂ ବ୍ୟବସ୍ଥା । ସମସ୍ତ ଅଞ୍ଚଳ ରହିଛି ସିସିଟିଭି କଭରେଜରେ । ଟ୍ରାଫିକଠାରୁ ମେଳା ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳର କାର୍ଯ୍ୟକଳାପ କ୍ୟାମେରାରେ ରେକର୍ଡ ହେଉଛି ।