ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦

1 min read

ଲକ୍ଷ୍ନୌ: ଆଜି ଦ୍ବିତୀୟ ଟି-୨୦ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ସନ୍ଧ୍ୟା ୭ଟାରେ ଲକ୍ଷ୍ନୌରେ ଖେଳାଯିବ ମ୍ୟାଚ୍ । ପ୍ରଥମ ଟି-୨୦ରେ ଭାରତ ପରାସ୍ତ ହେବା ପରେ ଆଜି କର ବା ମର ସ୍ଥିତି । ଆଜିର ମ୍ୟାଚ୍ ଜିତି ପୁଣି ସରିଜ ବରାବର କରିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ । ସେପଟେ ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ୍‌ ଜିତି ସିରିଜ କବଜା କରିବାକୁ ଚେଷ୍ଟା କରିବ ।

ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କରିବା ଥିବା ଭାରତ ଶେଷ ଦୁଇଟି ଟି-୨୦ ଜିତି ସିରିଜ ଦଖଲ କରିବାକୁ ଲକ୍ଷ୍ୟ ରଖିଛି । ଶୁକ୍ରବାର ରାଞ୍ଚିରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ୨୧ ରନରେ ଘରୋଇ ଦଳକୁ ମାତ୍ ଦେଇଥିଲା । ନ୍ୟୁଜିଲାଣ୍ଡ ୬ ୱିକେଟ୍ ବିନିମୟରେ ୧୭୬ ରନ୍ କରିଥିଲା । ୧୭୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୯ ୱିକେଟ୍ ବିନିମୟରେ ୧୫୫ ରନ୍ କରିପାରିଥିଲା । ୧୫ ରନ୍ ମଧ୍ୟରେ ଶୀର୍ଷ ୩ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ କିଛି ସମୟ ପାଇଁ ପାଳିକୁ ସମ୍ଭାଳିଥିଲେ । ୱାସିଂଟନ୍ ସୁନ୍ଦର ଟି-୨୦ରେ ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରି ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ବି ଦଳକୁ ଜିତାଇବା ପାଇଁ ପର୍ଯ୍ୟାପ୍ତ ହୋଇନଥିଲା ।