spot_img
Home Blog Page 3721

ଗଭୀର ନଈରୁ ମହିଳାଙ୍କୁ ଉଦ୍ଧାର କଲେ ସାହସୀ ଯୁବକ

କଳାହାଣ୍ଡି: ଗଭୀର ନଈରୁ ମହିଳାଙ୍କୁ ଉଦ୍ଧାର କଲେ ସାହସୀ ଯୁବକ । କଳାହାଣ୍ଡି କେସିଙ୍ଗା ତେଲ ନଦୀରେ ଭାସି ଯାଉଥିବାବେଳେ ଉଦ୍ଧାର କଲେ ବିନୋଦ କୁମାର ନାଗ । ଭାସିଯାଉଥିବା 3 ଜଣ ମହିଳାକୁ ଉଦ୍ଧାର କଲେ କେସିଙ୍ଗାର ବିନୋଦ । କେସିଙ୍ଗାର ଅନେକ ଲୋକ ଡଙ୍ଗା ଭସାଇବାକୁ ତେଲ ନଦୀକୁ ଯାଇଥିଲେ । ତେବେ ଡ୍ୟାମରୁ ପାଣି ଛାଡିବା ଯୋଗୁଁ ହଠାତ୍ ତେଲ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଲା ।

ସେହି ସମୟରେ ଜଣେ ମହିଳା ଗାଧୋଇବାକୁ ଥିବାବେଳେ ଭାସି ଯାଇଥିଲେ । ତାଙ୍କୁ ରକ୍ଷା କରିବା ପାଇଁ କିଛି ମହିଳା ଚେଷ୍ଟା କରିଥିବାବେଳେ ସେମାନଙ୍କ ମଧ୍ୟରୁ 3 ଜଣ ଭାସି ଯାଇଥିଲା । ସେଠାରେ ଉପସ୍ଥିତ ଥିବା ବିନୋଦ ନଦୀ ଭିତରକୁ ଲମ୍ଫ ଦେଇ ୩ ଜଣଙ୍କ ଜୀବନ ରକ୍ଷା କରିଥିଲେ । ସମସ୍ତଙ୍କୁ କେସିଙ୍ଗାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେବାପରେ ବିନୋଦଙ୍କୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୂଅ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକୁଳିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲରୁ ମୁକୁଳିଛନ୍ତି ରାଜୀବ ଗାନ୍ଧୀ ହତ୍ୟା ଅଭିଯୁକ୍ତ ନଳିନୀ ଶ୍ରୀହରନ, ତାଙ୍କ ସ୍ବାମୀ ଭି. ଶ୍ରୀହରନ ଓରଫ ମୁରୁଗାନ ଓ ଅନ୍ୟ ୩ ଜଣ ହୋଇଛନ୍ତି ଖଲାସ । ଭେଲୋରସ୍ଥିତ ମହିଳା ଜେଲରୁ ଆଜି ସକାଳେ ନଳିନୀ ମୁକ୍ତ ହୋଇଥିବାବେଳେ ସ୍ବାମୀ ରହୁଥିବା ଭେଲୋର ସେଣ୍ଟ୍ରାଲ ଜେଲକୁ ସନ୍ଧ୍ୟାରେ ଯାଇଥିଲେ । ଜେଲରୁ ବାହାରିବା ପରେ ଉଭୟ ସ୍ବାମୀ ସ୍ତ୍ରୀ ଭାବବିହ୍ବଳ ହୋଇପଡିଥିଲେ ।

ଜେଲରୁ ବାହାରିବା ପରେ ମୁରୁଗାନ, ସନ୍ଥନଙ୍କୁ ଏକ ପୋଲିସ ଜିପରେ ତିରୁଚିରାପଲ୍ଲୀସ୍ଥିତ ଏକ ଶରଣାର୍ଥୀ ଶିବିରକୁ ନିଆଯାଇଥିଲା । ଅନ୍ୟ ଦୁଇ ଦୋଷୀ ସାବ୍ୟସ୍ତ ରବର୍ଟ ପାୟସ ଓ ଜୟକୁମାର ମଧ୍ୟ ପୁଜାଲ ଜେଲରୁ ଖଲାସ ହୋଇ ଶରଣାର୍ଥୀ ଶିବିରରେ ରହିଛନ୍ତି । ପୂର୍ବରୁ ଗତ ମେ ମାସରେ ପେରାରିଭାଲାମଙ୍କୁ ମୁକ୍ତ କରାଯାଇଥିଲା । ଚାରିତ୍ରିକ ସଂଶୋଧନ, ଡିଗ୍ରୀ ହାସଲ, ପୁସ୍ତକ ରଚନା ଓ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମରେ ସେମାନେ ସାମିଲ ହୋଇଥିବାରୁ ୬ଜଣଙ୍କୁ ସୁପ୍ରିମକୋର୍ଟ ଗତକାଲି ଖଲାସ ନିର୍ଦ୍ଦେଶ ଦେଇଥିଲେ ।

କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବୁଲି ଦେଖିଲେ 5T ସଚିବ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍‌ । ଫାଇଭ ଟି ଆଧାରରେ ହୋଇଥିବା କାମର ସମୀକ୍ଷା କରିଥିଲେ । ଇଣ୍ଡୋର ଆଥଲେଟିକ୍‌ ଷ୍ଟାଡିମୟ, ଇଣ୍ଡୋର ଆକ୍ବାଟିକ୍ସ ଷ୍ଟାଡିୟମ, ଟେନିସ ସେଣ୍ଟର, ହକି ହାଇ ପରଫରମାନ୍ସ ସେଣ୍ଟର ସମୀକ୍ଷା କରିଛନ୍ତି । ଏଥିସହ ବାଡମିଣ୍ଟନ ହାଇପରଫରମାନ୍ସ ସେଣ୍ଟରର ନିର୍ମାଣ କାମ ମଧ୍ୟ ସମୀକ୍ଷା କରିଛନ୍ତି ଫାଇଭଟି ସଚିବ ଭିକେ ପାଣ୍ଡିଆନ୍‌ । କାମକୁ ଦେଖି ପାଣ୍ଡିଆନ୍‌ ଖୁସି ବ୍ୟକ୍ତ କରିଥିଲେ ।

ସେଠାରେ ଉପସ୍ଥିତ ଥିବା ଇଞ୍ଜିନିୟରଙ୍କ ସହ ଆଲୋଚନା କରିବା ସହ କାମକୁ ଡେଡଲାଇନ୍‌ ଭିତରେ ସାରିବାକୁ ପରାମର୍ଶ ଦେଇଥିଲେ । ଗତ ୧୫ ମାସ ତଳେ ଏସବୁର କାମ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଦୁଇ ମାସ ମଧ୍ୟରେ କାମ ସରିବ । କ୍ରୀଡା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ କଣ ରହିଛି ସେନେଇ ଏହି ପ୍ରୋଜେଟ ସହ ଜଡିତ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ ।

କଳିଙ୍ଗରେ ଏହି ପ୍ରୋଜେକ୍ଟରେ ଦ୍ବାରା ରାଜ୍ୟରେ ସ୍ପୋର୍ଟ୍ସମେନସିପ୍‌ର ଏକ ବିସ୍ତାର ହେବ ବୋଲି ପାଣ୍ଡିଆନ କହିଛନ୍ତି । ଏହା କେବଳ ରାଜ୍ୟ ନୁହେଁ ସାରା ଦେଶ ପାଇଁ ଅନେକ ସଫଳତା ଆଣିବ ବୋଲି ପାଣ୍ଡିଆନ୍‌ କହିଛନ୍ତି ।

ପୁଣି ଥରିଲା ଦିଲ୍ଲୀ ଓ ଉତ୍ତରାଖଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ଓ ଉତ୍ତରାଖଣ୍ଡରେ ଭୂକମ୍ପ । ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ଥରିଲା ଦିଲ୍ଲୀ । ଦିଲ୍ଲୀ, ନୋଏଡା, ଗାଜିଆବାଦ ଅଞ୍ଚଳରେ ଭୂକମ୍ପ ଅନୁଭୁତ ହୋଇଛି । ଲୋକେ ଘରୁ ବାହାରି ରାଜରାସ୍ତାକୁ ବାହାରି ଆସିଥିଲେ । ଭୂକମ୍ପର କେନ୍ଦ୍ରସ୍ଥଳର ନେପାଳରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ରହିଛି । ଗତ ବୁଧବାର ଦିନ ନେପାଳ ଭୂକମ୍ପ ହୋଇଥିଲା । ଏଥିରେ ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା । ପୁଣି ଥରେ ଦୁଇ ଦିନ ବ୍ୟବଧାନଦରେ ଭୂକମ୍ପ ହୋଇଥିବାରୁ ଆତଙ୍କୀତ ହୋଇ ପଡିଛନ୍ତି ଲୋକେ  ।

ପରକ୍ରିୟା ପ୍ରୀତି ପାଇଁ ସ୍ୱାମୀକୁ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ

ବାଲେଶ୍ୱର: ପରକିୟା ପ୍ରିତି ପାଇଁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଆତ୍ମହତ୍ୟାର ରୂପ ଦେବାକୁ ବୋହୂ ଉଦ୍ୟମ କରିଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନସ୍ଥ ପାର୍ବତୀପୁର ଅଞ୍ଚଳରୁ ଆସିଛି ଅଭିଯୋଗ । ବାଲିଖଣ୍ଡ ଗାଁର ଧନେଶ୍ୱର ମହାଳିକଙ୍କ ପୁଅ ଅନନ୍ତ ମହାଳିକ ଦେଢ଼ ବର୍ଷ ତଳେ ଭଦ୍ରକ ଜିଲ୍ଲା ଚୁନିଦା ଅଞ୍ଚଳରେ ପୀତବାସ ସାହୁଙ୍କ ଝିଅ ଅନୁସୟାଙ୍କୁ ବିବାହ କରିଥିଲେ ।

ଧନେଶ୍ୱର ମହାଳିକ ଓ ତାଙ୍କ ସ୍ତ୍ରୀଙ୍କୁ ନେଇ ବାଙ୍ଗାଲୋର ରେ ସାନ ଝିଅ ପାଖକୁ ଯାଇଥିବା ବେଳେ ଘରେ ତାଙ୍କ ପୁଅ ଅନନ୍ତ ମହାଳିକ ଓ ତାଙ୍କ ସ୍ତ୍ରୀ ଅନୁସୟା ମହାଳିକ ଗାଁ ପାର୍ବତୀପୁରରେ ରହୁଥିଲେ  । ପୂର୍ବରୁ ସ୍ୱାମୀ ଓ ସ୍ତ୍ରୀ ଙ୍କ ଭିତରେ ଝଗଡା ହୋଇଥିଲା  । ଅନୁସୟା ସ୍ୱାମୀ ଅନନ୍ତ ଙ୍କୁ ଛାଡି ତାଙ୍କ ବାପ ଘର ଚୁନିଦା କୁ ପଲାଇ ଆସିଥିଲେ  । ଘରେ କେବଳ ତାଙ୍କ ପୁଅ ଅନନ୍ତ ରହୁଥିଲେ  । ଗତ 10 ତାରିଖରେ ଅନନ୍ତ ମହାଳିକ ତାଙ୍କ ଘରେ ଏକ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଗ୍ରାମବାସୀ ମାନେ ଦେଖିଥିଲେ  । ସଙ୍ଗେ ସଙ୍ଗେ ତାଙ୍କ ଘର ଲୋକମାନଙ୍କୁ ଜଣାଇଥିଲେ  ।

ଘର ଲୋକମାନେ ଆସି ପୁଅ କୁ ତାଙ୍କ ବୋହୁ ଗୁଣ୍ଡା ଲଗାଇ ମାରି ଦେଇଥିବା ନେଇ ଅଭିଯୋଗ କରିଛନ୍ତି  । ମୃତ ଶରୀରକୁ ବ୍ୟବଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ରଖିଛନ୍ତି । ଏ ନେଇ ମୃତ ଅନନ୍ତ ଙ୍କ ଭଉଣୀ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି  । ହେଲେ ପୋଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ପରିବାର ଲୋକମାନେ ଅଭିଯୋଗ କରିଛନ୍ତି  । ତାଙ୍କ ପରିବାର କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି  ।  କିନ୍ତୁ ଅନ୍ୟ ପଟେ ଅଭିଯୋଗ ପରେ ମୃତକଙ୍କ ସ୍ତ୍ରୀ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ପଦମପୁର ପାଇଁ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ

ଭୁବନେଶ୍ୱର: ପଦମପୁର ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା  । ପୂର୍ବତନ ବିଧାୟକ ତଥା୍ ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁଙ୍କ ନାଁରେ କଂଗ୍ରେସ ମାରିଛି ମୋହର  । ପଦମପୁର ଉପନିର୍ବାଚନ ପାଇଁ ସତ୍ୟଭୂଷଣଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ  । ମିଳିଥିବା ସୂଚନା ମୁତାବକ କଂଗ୍ରେସରୁ ପ୍ରାର୍ଥୀ ହେବା ନେଇ ୫ ଜଣଙ୍କ ନାମ ଦଳର କୋର କମିଟିକୁ ଆସିଥିବାବେଳେ ସତ୍ୟଭୂଷଣ ସାହୁଙ୍କ ନାଁ ଆଗରେ ରହିଥିଲା  ।

ସେପଟେ ବିଜେପି ମଧ୍ୟ ପ୍ରର୍ଥୀ ଘୋଷଣା କରିଛି  । ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୂରୋହିତଙ୍କୁ ପ୍ରାର୍ଥୀ କରିଛି ଦଳ  । ଅନ୍ୟପଟେ ବିଜେଡି ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବା ନେଇ ସୂଚନା ରହିଛି  । ଡିସେମ୍ବର ୫ରେ ପଦମପୁରରେ ହେବାକୁ ଯାଉଛି ଉପ-ନିର୍ବାଚନ  । ଧାମନଗର ପରେ ପଦମପରୁକୁ ଗୁରୁତ୍ୱ ସହ ନେଇଛି ବିଜେଡି  । ବିଜେପିର ଅନେକ ତୁଙ୍ଗ ନେତା ଏବେ ଦଳ ଛାଡି ବିଜେଡିରେ କରୁଛନ୍ତି ଯୋଗଦାନ  । ତେଣୁ ଦଳ ସବୁ ଦିଗକୁ ବିଚାର କରି ଖୁବ ଜଲ୍ଦି ପ୍ରାର୍ଥୀ ଘୋଷଣା କରିପାରେ  ।

ପଦମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି, ସମର୍ଥନ ଜଣାଇଲା ବିଜେଡି

ବରଗଡ଼: ପଦମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ନେଇ ଚାଲିଥିବା ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ । ଭୌଗୋଳିକ ଦୃଷ୍ଟିରୁ ପଦମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ପୂର୍ବରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ସକାରାତ୍ମକ ପ୍ରତିଶ୍ରୁତି ଦେଇଛନ୍ତି । ଅତୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ରାଜ୍ୟରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରିଥିଲେ । ଆଗାମୀ ଦିନରେ ମଧ୍ୟ ରାଜ୍ୟ ସରକାର ଜିଲ୍ଲା ସଂଖ୍ୟା ବୃଦ୍ଧି କରିବା ନେଇ ଚିନ୍ତା କଲେ, ପଦମପୁର ନିଶ୍ଚିତ ଭାବେ ତାଲିକାଭୁକ୍ତ ହେବ ବୋଲି କହିଛନ୍ତି ସୁଶାନ୍ତ ସିଂହ ।

ପିପିଲିରୁ ଆସି ଭୁବନେଶ୍ୱରରେ ଧଳା ଜହର ବେପାର

ଭୁବନେଶ୍ୱର: ରାଜଧାନୀରେ ଅପରେସନ ହ୍ବାଇଟ ସ୍ପାଇଡର । ଭୁବନେଶ୍ୱରରୁ ପୁଣି ଜବତ ହେଲା ଧଳା ଜହର । ପିପିଲିରୁ ଆସି ରେଣ୍ଟାଲ କଲୋନୀରେ କରୁଥିଲେ ବେପାର । ଡିଲ ବେଳେ ମାଡି ବସିଲା ପୋଲିସ । ଜବତ ବ୍ରାଉନସୁଗର ଅନୁମାନିକ ମୁଲ୍ୟ 10ଲକ୍ଷ ଟଙ୍କା ହେବ ।

ଅଭିଯୁକ୍ତଠୁ 4ଟି ମୋବାଇଲ ଓ 10 ହଜାର ଟଙ୍କା, ଗୋଟିଏ କାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ପୁରୀର ବିଜୟ କୁମାର ସାହୁ, ଶୁଭବ୍ରତ ଦାସ, ପ୍ରଶାନ୍ତ କୁମାର ସାହୁ ଓ କେନ୍ଦ୍ରାପଡାର ଦୀପକ କୁମାର ନାୟକ । ତେବେ ଏହି ରାକେଟରେ କେତେ ଜଣ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ କରୁଛି ପୋଲିସ ।

ଗୋଟିଏ ଦିନ ବ୍ୟବଧାନରେ ଶ୍ୱଶୁର-ଜ୍ୱାଇଁଙ୍କ ମୃତ୍ୟୁ, ମେଡିକାଲରେ ଝିଅ

ବାଲିପାଟଣା: ମୃତ୍ୟୁ ସର୍ବଦା ଅସହଜ  । କିନ୍ତୁ ଏମିତି ମୃତ୍ୟୁ ପରିବାର ପାଇଁ ଅସହ୍ୟ ହୋଇଛି  । ଜ୍ୱାଇଁକୁ ଦେଖିକି ଆସିବା ପରେ ଚାଲିଗଲା ଶ୍ୱଶୁରଙ୍କ ଜୀବନ  । ଆଉ ଶ୍ୱଶୁରଙ୍କ ମୃତ୍ୟୁ ପରେ ଜ୍ୱାଇଁଙ୍କ ମଧ୍ୟ ମୃତ୍ୟୁ ଘଟିଛି  ।  ଏଭଳି ଘଟଣା ଘଟିଛି ବାଲିପାଟଣା ଥାନା ଅନ୍ତର୍ଗତ ମହୁଖଣ୍ଡା ଗ୍ରାମରେ   । ମିଳିଥିବା ସୂଚନା ମୁତାବକ ଗତ ୪ ତାରିଖରେ ମହୁଖଣ୍ଡା ମୁଦୁଲି ସାହିରେ ଗ୍ୟାସ୍ ସିଲିଣ୍ଡର୍ ଲିକେଜ୍ ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ  । ବଡ଼ ମେଡିକାଲରେ ଚିକିତ୍ସାତ ହେଉଥିବା ବେଳେ ଶ୍ୱଶୁର  ବନମାଳି ବେହେରା ୧୦ ତାରିଖରେ ଝିଅ ଜ୍ବାଇଁଙ୍କୁ ଦେଖିବାକୁ ଯାଇଥିଲେ ।

ସେପଟେ ଜ୍ବାଇଁଙ୍କୁ ଦେଖି ଘର ମହୁଖଣ୍ଡା ଫେରିବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା, ଘର ଲୋକେ ମେଡିକାଲ୍ ନେଇଥିଲାବେଳେ ମେଡିକାଲ୍ ରେ ଡାକ୍ତର ବନମାଳୀଙ୍କୁ ହୃଦଘାତରେ ମୃତ ବୋଲି ଘୋଷଣା କରିଥିଲେ  । ଅନ୍ୟପଟେ ‌ ପରଦିନ ଜ୍ବାଇଁ ମଙ୍ଗୁଳି ବେହେରା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ମଙ୍ଗୁଳିଙ୍କ ସ୍ତ୍ରୀ ଯଶୋବନ୍ତି ବେହେରାଙ୍କ ଦୁଇଟି ପୁଅ ଜଣେ ବିକଳାଙ୍ଗ ଥିବା ବେଳେ ଅନ୍ୟ ଜଣେ ମାତ୍ର ୯ ବର୍ଷର  ।

ଏଭଳି ଏକ ହୃଦୟ ବିଦାରକ  ପରିସ୍ଥିତିରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ଗୋଟିଏ ଦିନ ଭ୍ୟବଧାନଦରେ ପରିଜନ ହରାଇଛନ୍ତି ୨ ଜଣଙ୍କୁ  । ଏଭଳି ଏକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି  । ଝିଅ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଜ୍ୱାଇଁ ଏବଂ ଶ୍ୱଶୁର ଆଖି ବୁଜିଛନ୍ତି  ।

ସାପ ଧରି ନେଲକଟରରେ ଦାନ୍ତ ଭାଙ୍ଗିଦେଲେ, ଭିଡିଓ ଭାଇରାଲ

ବଲାଙ୍ଗୀର: ପୁଇଁତଳା ବ୍ଳକ ଅନ୍ତର୍ଗତ ବିଲେଇସର୍ଡା ଗାଁରେ ନାଗ ସାପ ଧରି ତାର ଦାନ୍ତ ଭାଙ୍ଗୁଥିବା ଭିଡିଓ ଭାଇରାଲ୍ ହୋଇଛି  । ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ବନବିଭାଗ ବିଭିନ୍ନ ଯୋଜନା କରୁଛି  । ହେଲେ ଏଭଳି ଅମାନବୀୟ ଭିଡିଓ ଭାଇରାଲ୍ ପରେ ବନ ବିଭାଗ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ଏଭଳି ଏକ ଘଟଣା ଘଟିଛି ପୁଇଁତଳା ବ୍ଲକ ବିଲେଇସରଡା ଗାଁରେ ।

ଜଣେ ବ୍ୟକ୍ତି କିଛି ଲୋକଙ୍କ ଆଗରେ ଅତି ନୃଶଂସ ଭାବରେ ସାପ ଦାନ୍ତ ନେଲକଟର ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଦାନ୍ତ ସାପର ବାହାର କରାଯାଉଛି  । ପାଖରେ ଥିବା ଲୋକ ତାହାର ମଜା ନେଉଛନ୍ତି  । ଯୁବକ ଜଣଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ସେ କଣ ପାଇଁ ସାପକୁ ଏଭଳି ନିର୍ଯ୍ୟାତନା ଦେଉଛନ୍ତି ତାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି  । ଏନେଇ ଲୋଇସିଂହା ବନ ବିଭାଗ କୌଣସି ଅଭିଯୋଗ ଆସିନଥିବା କହୁଥିବା ବେଳେ ବଲାଙ୍ଗୀର ଡିଏଫଓ ନୀତିଶ କୁମାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି I