spot_img
Home Blog Page 3655

ଗଞ୍ଜାମ ଜିଲ୍ଲାର ଆଉ ଏକ ମାଇଲଖୁଣ୍ଟ, ମନରେଗାରେ ସାରା ଦେଶରେ ଏକ ନମ୍ବର

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲ୍ଲା ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି । ଜାନୁଆରୀ ୨୨ ସୁଦ୍ଧା, ଶ୍ରମ ଦିବସ ସୃଷ୍ଟି କରିବା ସହ ଗାଁ ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇ ଦେବାରେ ଗଞ୍ଜାମ ଜିଲ୍ଲା ଏହି ସଫଳତା ପାଇଛି । ଜିଲ୍ଲାରେ ୬୩ ହଜାର ୪୪୯ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦିଆଯାଇଛି । ସେହିପରି ଜିଲ୍ଲାରେ ୨.୨୬ କୋଟି ଶ୍ରମ ଦିବସ ମଧ୍ୟ ସୃଷ୍ଟି କରାଯାଇଛି । ତେବେ ୩.୫୪ କୋଟି ଶ୍ରମ ଦିବସ ସୃଷ୍ଟି କରିବା ଜିଲ୍ଲାର ବାର୍ଷିକ ଟାର୍ଗେଟ ଥିଲା । ଶ୍ରମ ଦିବସ ସୃଷ୍ଟି କରିବାରେ ଗଞ୍ଜାମ ପଛକୁ ତାଲିକାରେ ରହିଛନ୍ତି ରାଜସ୍ଥାନର ବାରମରା ଓ ତାମିଲନାଡୁର ତିରୁଭନ୍ନାମଲାଇ । ବାରମରା ୨.୧୮ କୋଟି ଶ୍ରମ ଦିବସ ସୃଷ୍ଟି କରିଥିବାବେଳେ ତିରୁଭନ୍ନାମଲାଇ ୨.୧୩ କୋଟି ଶ୍ରମ ଦିବସ ସୃଷ୍ଟି କରିପାରିଛନ୍ତି ।

ସେହିପରି କନ୍ଧମାଳ ଜିଲ୍ଲା ୩୫ ହଜାର ୧୪୧ ଜଣ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦେଶରେ ଦ୍ବିତୀୟ ପୋଜିସନରେ ଥିବାବେଳେ ତା ପଛକୁ ରହିଛି ରାଜସ୍ଥାନର ବରାମରା । ବାରମରା ୩୪ ହଜାର ୯୯୪, ବଲାଙ୍ଗୀର ୨୬ ହଜାର ୨୦୯ ପରିବାରକୁ ଶହେ ଦିନର କାମ ଯୋଗାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ୫୮ ପ୍ରତିଶତ ମହିଳାଙ୍କ ଅଂଶଗ୍ରହଣ ପୂରା ରାଜ୍ୟରେ ଏକ ନମ୍ବର ପୋଜିସନ ହାସଲ କରିବାରେ ସାହାଯ୍ୟ କରିଛି । ଅର୍ଥାତ ଏମଜିମନରେଗାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମହିଳାଙ୍କୁ କାମ ଯୋଗାଇ ଦିଆଯାଇଛି ।

ଲଞ୍ଚ ହେଲା ଭାରତର ପ୍ରଥମ କୋଭିଡ୍ ନାଜାଲ ଭାକ୍ସନ ଇନକୋଭାକ

ନୂଆଦିଲ୍ଲୀ: ଲଞ୍ଚ ହେଲା ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ଇନକୋଭାକ । ଇନକୋଭାକକୁ ଲଞ୍ଚ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ଏହି ଟିକା ଡୋଜ୍ ପିଛା ଦର ଘରୋଇ ହସ୍ପିଟାଲରେ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ସରକାରୀ ହସ୍ପିଟାଲରେ ଡୋଜ୍ ପିଛା ୩୨୫ ଟଙ୍କା ରଖାଯାଇଛି । ଏହି ନାଜାର ଭାକ୍ସିନକୁ ୨୮ ଦିନର ବ୍ୟବଧାନ ମଧ୍ୟରେ ଦୁଇଟି ଡୋଜ୍ ନେଇପାରିବେ । ୧୮ ବର୍ଷରୁ ଅଧିକ ବ୍ୟକ୍ତି ଏହି ନାଜାଲ ଭାକ୍ସିନ ନେଇପାରିବେ । ତେବେ ଯେଉଁ ବ୍ୟକ୍ତି ପୂର୍ବରୁ ବୁଷ୍ଟର ଡୋଜ୍ ନେଇଛନ୍ତି ସେମାନେ ନାଜାର ଭ୍ୟାକ୍ସିନ ନେଇପାରିବେ ନାହିଁ ।

ଶକ୍ତିଶାଳୀ ହେବ ୟୁକ୍ରେନ ସେନା, ଶକ୍ତିଶାଳୀ ଟ୍ୟାଙ୍କ ଯୋଗାଣ ନେଇ ଘୋଷଣା କଲା ଆମେରିକା

କିଭ୍: ୟୁକ୍ରେନକୁ ଏଣିକି ଟକ୍କର ଦେବା ଋଷ ପକ୍ଷେ ହେବ କଷ୍ଟକର । ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ବି ଜର୍ମାନୀ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ ଅନୁଷ୍ଠିତ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଙ୍କ ବୈଠକରେ ୟୁକ୍ରେନକୁ ଟ୍ୟାଙ୍କ ଯୋଗାଣ ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଟ୍ୟାଙ୍କ ଯୋଗାଣ ପୂର୍ବରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ୧୯୮୦ ଦଶକରେ ପ୍ରଥମ ଥର ଲାଗି ଏହି ଧରଣର ଟ୍ୟାଙ୍କର ବ୍ୟବହାର କରିଥିଲା ଆମେରିକା । ୧୨୦ ମିଲିମିଟିର ମେନ୍ ଗନ ଓ ୫୦ କାଲିବର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ୧୫୦୦ ହର୍ଷ ପାଓ୍ବାର ଟର୍ବାଇନ ଇଞ୍ଜିନ ରହିଛି ।

ତେବେ ୟୁକ୍ରେନରେ ଆବ୍ରାହମସ ଟ୍ୟାଙ୍କ ବ୍ୟବହାରର ଯଥାର୍ଥତାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆମେରିକୀୟ ପ୍ରତିରକ୍ଷା କର୍ମକର୍ତ୍ତା । ଇନ୍ଧନର ପର୍ଯ୍ୟାପ୍ତ ଆବଶ୍ୟକତା ଓ ତାଲିମ ପ୍ରଦାନ କଷ୍ଟକର ହୋଇଥିବାରୁ ସେମାନେ ଟ୍ୟାଙ୍କ ଯୋଗାଣକୁ ନେଇ ପ୍ରଶ୍ନ କରିଛନ୍ତି । ସେପଟେ ୟୁକ୍ରେନର ବାରମ୍ବାର ଅନୁରୋଧ ଓ ସହଯୋଗୀ ରାଷ୍ଟ୍ରର ଚାପ ଯୋଗୁ ୧୪ଟି ଲିଓପାର୍ଡ ୨ A6 ଟ୍ୟାଙ୍କ ଯୋଗାଇବାକୁ ଜର୍ମାନୀ ଘୋଷଣା କରିଛି । ଏହି ଟ୍ୟାଙ୍କ ପରିଚାଳନା ଲାଗି ଜର୍ମାନୀରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଚାନସେଲର ଓଲାଫ ସ୍କଜ । ସେପଟେ ଫିନଲ୍ୟାଣ୍ଡ ଓ ପୋଲାଣ୍ଡ ମଧ୍ଯ ୟୁକ୍ରେନକୁ ଅସ୍ତ୍ର ଦେବାକୁ ଘୋଷଣା କରିଛନ୍ତି । ତେଣେ ଏହି ଟ୍ୟାଙ୍କ ଯୋଗାଣ ଘୋଷଣାକୁ ବିରୋଧ କରିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ।

ସାଧରଣତନ୍ତ୍ର ଦିବସ ଉପଲକ୍ଷେ ୧୧ କିଲୋମିଟରର ବିରାଟ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ୱର: ୭୪ ତମ ସାଧରଣତନ୍ତ୍ର ଦିବସ ଉପଲକ୍ଷେ ବିରାଟ ତ୍ରିରଙ୍ଗା ଯାତ୍ରା । ମେରା ତ୍ରିରଙ୍ଗା ମେରା ଅଭିମାନ ଥିମ୍ ନେଇ ଆୟୋଜିତ ହୋଇଛି ତ୍ରିରଙ୍ଗା ଯାତ୍ରା । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଦୀର୍ଘ ୧୧ କିଲୋମିଟର ରାସ୍ତାରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ । ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଭୁବନେଶ୍ବର ନାଇଟ୍ସ ରାଉଣ୍ଡ ଟେବୁଲ ଏବଂ ଭୁବନେଶ୍ୱର କୁଇନ୍ସ ଲେଡିଜ୍ ସର୍କଲ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହ ସ୍କୁଲ, କଲେଜ ଏବଂ ସାଧାରଣରେ ଦେଶପ୍ରେମ ଭାଗ ଜାଗ୍ରତ ମଧ୍ୟ ମୂଳ ଲକ୍ଷ ବୋଲି ଆୟୋଜକ କହିଛନ୍ତି ।

ଏହି ଅବସରରେ ହକି ବିଶ୍ବକପ ଚାଲୁଥିବାରୁ ଏକ ସୁସଜ୍ଜିତ ଗାଡିରେ ପାରମ୍ପରିକ ଓଡ଼ିଶୀ ନୃତ୍ୟ, ଓଲି ଡ୍ୟାନ୍ସ ଏବଂ ସମ୍ବଲପୁରୀ ନୃତ୍ୟ ବେଶ ଆକର୍ଷଣୀୟ ଥିଲା । ପୂରା ୧୧ କିଲୋମିଟର ପର୍ଯ୍ୟନ୍ତ ମାଇକ ଯୋଗେ ଦେଶାତ୍ମବୋଧକ ଗୀତ ପ୍ରତିଟି ଭାରତୀୟଙ୍କ ମନରେ ଉନ୍ମାଦନା ଭରିଦେଉଥିଲା । ତେବେ ହକି ବିଶ୍ବକପ୍ ଭଳି ସମୟରେ ରାଜଧାନୀ ଭୁବନେଶ୍ବରର ଜନଗହଳି ପୂର୍ଣ୍ଣ ରାସ୍ତାରେ ଏଭଳି ବିରାଟ ତ୍ରିରଙ୍ଗା ରାଲି ବିଶ୍ବରେ ବିରଳ ବୋଲି ଆୟୋଜକ କହିଛନ୍ତି । ସାଧାରଣତନ୍ତ୍ର ଦିବସରେ ବିଶ୍ବରେକର୍ଡ ସହ ଛୋଟପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ମନରେ ତ୍ରିରଙ୍ଗା ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ଭାବ ସୃଷ୍ଟି କରିବ ।

ଚୀନ-ଭାରତ ସୀମାରେ ସ୍ବାଭାବିକ ସ୍ଥିତି, ଯୋଗାଯୋଗ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଚୀନ-ଭାରତ ସୀମାରେ ସ୍ବାଭାବିକ ସ୍ଥିତି ରହିଛି । କୌଣସି ଦ୍ବିପାକ୍ଷିକ ସମସ୍ୟାର ସମାଧାନ ଦିଗରେ ଦୁଇ ପକ୍ଷ ସାମଗ୍ରିକ ଓ ଦୀର୍ଘସୂତ୍ରୀ ଦୃଷ୍ଟିରୁ ବିଚାର କରିବା ଆବଶ୍ୟକ ବୋଲି କହିଛନ୍ତି ଚୀନର ଉପବୈଦେଶିକ ମନ୍ତ୍ରୀ ସୁନ ଓ୍ବଡିଙ୍ଗ । ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ସହମତି ଭିତ୍ତିକ ଆଲୋଚନା ଅନୁସାରେ ଭାରତ ଓ ଚୀନ କାର୍ଯ୍ୟ କରିବା ଉଚିତ ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି । ବର୍ତ୍ତମାନ ଭାରତ-ଚୀନ ସୀମାନ୍ତରେ ସ୍ଥିତି ସ୍ବାଭାବିକ ରହିଛି ଏବଂ ଜରୁରୀକାଳୀନ ସମସ୍ୟା ବଦଳରେ ସ୍ବାଭାବିକ ପରିଚାଳନା ଓ ନିୟନ୍ତ୍ରଣ ବ୍ୟବସ୍ଥା ଜାରି ରହିଛି । ବିଶ୍ବଶାନ୍ତି ଓ ସାଧାରଣ ବିକାଶ ନୀତି ଅନୁସାରେ ନିଜକୁ ଚୀନ ପର୍ଯ୍ୟବସିତ କରିଛି ଏବଂ ଏଦିଗରେ ନିଜର ବୈଦେଶିକ ନୀତି ପ୍ରତି ଅଙ୍ଗୀକାର ରହିଛି ବୋଲି ସେ କହିଛନ୍ତି ।

ଭାରତ ଓ ଚୀନ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଲାଗି ଚୀନ ଚାହୁଁଛି । ପ୍ରାଚୀନ ସଭ୍ୟତା ଭାବେ ଭାରତର ବହୁମୁଖୀ ପରିଚୟ ରହିଛି ଏବଂ ଏକ ପ୍ରମୁଖ ଆର୍ଥିକ ସମୃଦ୍ଧ ରାଷ୍ଟ୍ର ଭାବେ ଭାରତ ନିଜକୁ ପ୍ରତିପାଦିତ କରୁଛି ବୋଲି କହିଛନ୍ତି ସୁନ ଓ୍ବଡିଙ୍ଗ । ସୀମାରେ ଭାରତୀୟ ସେନାର ଅନୁପସ୍ଥିତିର ଫାଇଦା ଚୀନ ଉଠାଉଥିବା ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ୬୫ଟି ଫ୍ଲାସ ପଏଣ୍ଟରୁ ୨୬ଟିରେ ଭାରତ ନିଜର ନିୟନ୍ତ୍ରଣ ହରାଇଛି ବୋଲି ରିପୋର୍ଟରେ କୁହାଯାଇଥିଲା ।

ନିୟନ୍ତ୍ରଣ ରେଖାରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ

ପୁଞ୍ଚ: ନିୟନ୍ତ୍ରଣ ରେଖାରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ । ପୁଞ୍ଚରେ ପ୍ରାୟ ୮ ହଜାର ଫୁଟ ଉଚ୍ଚରେ ଭାରତୀୟ ସେନା ଉଡାଇଛି ଜାତୀୟ ପତାକା । ପୁଞ୍ଚରେ ତୁଷାରପାତ ଜାରି ରହିଥିବା ସତ୍ତ୍ବେ ସେଠାରେ ଜାତୀୟତାବାଦର ଝଲକ । ଯବାନମାନେ ସେଠାରେ ପତାକା ଉତ୍ତୋଳନ କରିବା ପରେ ତ୍ରିରଙ୍ଗାକୁ ଜଣାଇଥିଲେ ସାଲ୍ୟୁଟ ।

ସେପଟେ ଅଟାରୀ ସୀମାନ୍ତରେ ଭାରତ ଓ ପାକିସ୍ତାନ ସୈନ୍ୟଙ୍କ ମଧ୍ୟରେ ହୋଇଛି ମିଠା ବିନିମୟ । ପାରମ୍ପରିକ ବ୍ୟବସ୍ଥା ଅନୁଯାୟୀ ସେଠାରେ ସୌହାର୍ଦ୍ଦ୍ୟମୂଳକ ପରିବେଶ ମଧ୍ୟରେ ଦୁଇ ଦେଶର ସେନା ପରସ୍ପର ସହ ହାତ ମିଳାଇଥିଲେ ।

ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ : ବିଶିଷ୍ଟ ସେବା ପାଇଁ ୩୪ ଜଣଙ୍କୁ ମେଡାଲ

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସ ମେଡାଲ ପାଇଛନ୍ତି। ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରିଟି ୱିଙ୍ଗ ଏସପି ସରୋଜ କୁମାର ମହାପାତ୍ର। ସେହିଭଳି ସାହାସିକତା ପାଇଁ ଦୁଇ ଜଣ SOG କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି।

ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି । ସେମାନେ ହେଲେ ଭିଜିଲାନ୍ସ ଅତିରିକ୍ତ ଏସପି ପ୍ରକାଶ କୁମାର ନାୟକ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଡିଏସପି ଗୁରୁ ପ୍ରସାଦ ଶିବ ଶଙ୍କର ନନ୍ଦ, ରାଉରକେଲା ଡିଏସପି ବନିତା ମାଝୀ , କ୍ରାଇମବ୍ରାଞ୍ଚ ଏସଆଇ ଏନ. ତ୍ରିନାଥ ଦୋରା, ସମ୍ବଲପୁର ସ୍ପେଶାଲ ସ୍କ୍ବାଡ ଏଏସଆଇ ମହମ୍ମଦ ଜାହାଙ୍ଗୀର , ଝାରସୁଗୁଡା ବାଟାଲିୟନ ହାବିଲଦାର ବିଷ୍ଣୁ କୁମାର ବୁରା, ଅନୁଗୁଳର ହାବିଲଦାର ହୃଷିକେଶ ବାରିକ, କୋରାପୁଟ ଏସଓଜିର ବସନ୍ତ କୁମାର ଡାକୁଆ, ରାଉରକେଲା ଡିଏଫଏସ୍ଏଲର କନଷ୍ଟେବଲ ଅଞ୍ଜନ ମହାନ୍ତି ଓ କୋରାପୁଟ ତୃତୀୟ ବାଟାଲିୟନର ପ୍ରଶାନ୍ତ ପରିଡା।

ସେହିଭଳି ଓଡିଶା ସରକାରଙ୍କ ଆବାସିକ କମିଶନର ରବିକାନ୍ତ ଓ ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲଙ୍କୁ ମିଳିଛି ରାଜ୍ୟପାଳ ମେଡାଲ ।କ୍ୟାଟାଗୋରୀ ୨ରେ ପାଇଛନ୍ତି ପୁରୀ ଏସପି କନୱାର ବିଶାଲ ସିଂ ଓ କଟକ ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ବିଜୟ ଚନ୍ଦ୍ର ପ୍ରଧାନ । ସେହିଭଳି କଟକ ଜୋନ ଏସିପିଙ୍କ ସହ ଅନ୍ୟମାନଙ୍କୁ ରାଜ୍ୟପାଳ ପୋଲିସ ମେଡାଲରେ ସମ୍ମାନିତ କରାଯାଇଛି ।

ପୁରୁଷ ହକି ବିଶ୍ବକପରେ ସେମିରେ ପ୍ରବେଶ କଲା ନେଦରଲାଣ୍ଡସ

ଭୁବନେଶ୍ବର : ପୁରୁଷ ହକି ବିଶ୍ବକପରେ ସେମିରେ ନେଦରଲାଣ୍ଡସ । ଚତୁର୍ଥ ତଥା ଶେଷ ଟିମ୍ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡସ । ଶେଷ କ୍ୱାର୍ଟର ଫାଇନାଲରେ କୋରିଆକୁ ନେଦରଲ୍ୟାଣ୍ଡସ ୫-୧ ଗୋଲରେ ହରାଇ ସେମିରେ ପ୍ରବେଶ କରିଛି ।

ନେଦରଲ୍ୟାଣ୍ଡସ ତରଫରୁ କୋଏନ ବିଜେନ୍ ଦୁଇଟି ଗୋଲ ଦେଇଥିଲେ ଏବଂ ଯୁଷ୍ଟେନ୍ ବ୍ଲୋକ୍, ଷ୍ଟେଇଜନ ଭାନ ହେଇନିଞ୍ଜେନ୍ ଓ ଟେଉ ବିନ୍ସ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ମ୍ୟାଚରେ କୋରିଆ ମାତ୍ର ଗୋଟଇଏ ଗୋଲ କରି ପାରିଥିଲା ।

ଆସନ୍ତା ୨୭ ତାରିଖରେ ଖେଳାଯିବ ସେମି ଫାଇନାଲ ମ୍ୟାଚ। ପ୍ରଥମ ସେମିରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏବଂ ଦ୍ଵିତୀୟ ସେମି ଫାଇନାଲରେ ବେଲଜିୟମ ଓ ନେଦରଲାଣ୍ଡ ମଧ୍ୟରେ ଟକ୍କର ହେବ ।

୭୪ତମ ସାଧାରଣତନ୍ତ୍ର ଦିବସରେ ଦମ୍ ଦେଖାଇଲା ଭାରତ

ନୂଆଦିଲ୍ଲୀ : କର୍ତ୍ତବ୍ୟ ପଥରେ ଗର୍ବର ମୁହୂର୍ତ୍ତ । ୭୪ତମ ସାଧାରଣତନ୍ତ୍ର ଦିବସରେ ଦମ୍ ଦେଖାଇଲା ଭାରତ । ବିଶ୍ବ ଆଗରେ ଭାରତର ଶକ୍ତି ପ୍ରଦର୍ଶନ । ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଆୟୋଜିତ ହୋଇଛି ଜାତୀୟ ଉତ୍ସବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ପରେଡ । ଏଥିରେ ସମସ୍ତ ବାହିନୀର ଯବାନ ସାମିଲ ହୋଇଥିବାବେଳେ ପ୍ରଦର୍ଶିତ ହୋଇଥିଲା ପ୍ରମୁଖ ଯୁଦ୍ଧାସ୍ତ୍ର । ତନ୍ମଧ୍ୟରେ ରହିଛି ମେନ୍ ବ୍ୟାଟଲ ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ର ।

ପ୍ରଥମ ଥର ଲାଗି ଇଜିପ୍ଟି ସାମରିକ ବିଭାଗର ୧୪୪ ଯବାନ ପରେଡରେ ସାମିଲ ହୋଇଥିଲେ । ରାଜପଥକୁ କର୍ତ୍ତବ୍ୟ ପଥ ନାମରେ ପୁନଃନାମିତ କରାଯିବା ପରେ ଏହା ହେଉଛି ପ୍ରଥମ ପରେଡ । ଚଳିତ ବର୍ଷ ପରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଏଲ-ସିସି ଯୋଗଦେଇଥିଲେ ।

ପରେଡରେ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ସ୍ଥାନିତ ହୋଇଥିଲା। ଚଳିତ ବର୍ଷ ପ୍ରଥମ ଥର ଲାଗି ସିଆରପିଏଫର ମହିଳା କଣ୍ଟିଜେଣ୍ଟ ପରେଡରେ ସାମିଲ ହୋଇଛନ୍ତି । ନାଭାଲ କଣ୍ଟିଜେଣ୍ଟରେ ଜଣେ ମହିଳା ଅଫିସର ନେତୃତ୍ବ ନେଇଥିବାବେଳେ ସେଥିରେ ସ୍ଥାନ ପାଇଛନ୍ତି ୩ ମହିଳା ଓ ୬ ଅଗ୍ନିବୀର । ପରେଡରେ ଆକାଶ ମିସାଇଲ, ଅର୍ଜୁନ ଟ୍ୟାଙ୍କ ପ୍ରମୁଖ ସ୍ଥାନ ପାଇଛି ।

ସୁରକ୍ଷା ଲାଗି ରାଜଧାନୀରେ ଅର୍ଦ୍ଧସାମରିକ ବାହିନୀ, ଏନଏସଜିର ପ୍ରାୟ ୬ ହଜାର ଯବାନଙ୍କୁ ମୁତୟନ ରାଯାଇଥିଲା । ଚଳିତବର୍ଷ ପ୍ରଥମ ଥର ଲାଗି ନାର୍କୋଟିକ୍ ବ୍ୟୁରୋର କଣ୍ଟିଜେଣ୍ଟ ପରେଡରେ ସାମିଲ ହୋଇଥିଲା ।ପରେଡ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ୟୁକ୍ରେନକୁ ଶକ୍ତିଶାଳୀ ଟ୍ୟାଙ୍କ ଯୋଗାଇବ ଆମେରିକା ; ଘୋଷଣା କଲେ ଜୋ ବାଇଡେନ

କିଭ୍ : ୟୁକ୍ରେନକୁ ଏଣିକି ଟକ୍କର ଦେବା ଋଷ ପକ୍ଷେ ହେବ କଷ୍ଟକର । ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ବି ଜର୍ମାନୀ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ ଅନୁଷ୍ଠିତ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଙ୍କ ବୈଠକରେ ୟୁକ୍ରେନକୁ ଟ୍ୟାଙ୍କ ଯୋଗାଣ ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଟ୍ୟାଙ୍କ ଯୋଗାଣ ପୂର୍ବରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।

୧୯୮୦ ଦଶକରେ ପ୍ରଥମ ଥର ଲାଗି ଏହି ଧରଣର ଟ୍ୟାଙ୍କର ବ୍ୟବହାର କରିଥିଲା ଆମେରିକା । ୧୨୦ ମିଲିମିଟିର ମେନ୍ ଗନ ଓ ୫୦କାଲିବର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ୧୫୦୦ ହର୍ଷ ପାଓ୍ବାର ଟର୍ବାଇନ ଇଞ୍ଜିନ ରହିଛି । ତେବେ ୟୁକ୍ରେନରେ ଆବ୍ରାହମସ ଟ୍ୟାଙ୍କ ବ୍ୟବହାରର ଯଥାର୍ଥତାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆମେରିକୀୟ ପ୍ରତିରକ୍ଷା କର୍ମକର୍ତ୍ତା । ଇନ୍ଧନର ପର୍ଯ୍ୟାପ୍ତ ଆବଶ୍ୟକତା ଓ ତାଲିମ ପ୍ରଦାନ କଷ୍ଟକର ହୋଇଥିବାରୁ ସେମାନେ ଟ୍ୟାଙ୍କ ଯୋଗାଣକୁ ନେଇ ପ୍ରଶ୍ନ କରିଛନ୍ତି ।

ସେପଟେ ୟୁକ୍ରେନର ବାରମ୍ବାର ଅନୁରୋଧ ଓ ସହଯୋଗୀ ରାଷ୍ଟ୍ରର ଚାପ ଯୋଗୁ ୧୪ଟି ଲିଓପାର୍ଡ 2 A6 ଟ୍ୟାଙ୍କ ଯୋଗାଇବାକୁ ଜର୍ମାନୀ ଘୋଷଣା କରିଛି । ଏହି ଟ୍ୟାଙ୍କ ପରିଚାଳନା ଲାଗି ଜର୍ମାନୀରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଚାନସେଲର ଓଲାଫ ସ୍କଜ । ସେପଟେ ଫିନଲ୍ୟାଣ୍ଡ ଓ ପୋଲାଣ୍ଡ ମଧ୍ଯ ୟୁକ୍ରେନକୁ ଅସ୍ତ୍ର ଦେବାକୁ ଘୋଷଣା କରିଛନ୍ତି । ତେଣେ ଏହି ଟ୍ୟାଙ୍କ ଯୋଗାଣ ଘୋଷଣାକୁ ବିରୋଧ କରିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ।