ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଓଡ଼ିଶାର ହକ୍‌: ବିଜୟ ମହାପାତ୍ର

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନେଇ କେନ୍ଦ୍ର ମନା କରିବା ପ୍ରସଙ୍ଗ । ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଓଡ଼ିଶାର ନ୍ୟାଯ୍ୟ ହକ୍‌ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି । ବିଜେଡି ଗଠନ ହେବା ପଛର ମୂଳ ଉଦ୍ଦେଶ୍ୟ ହେଉଛି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା । ବିଜେଡି ପ୍ରତିଷ୍ଠା ହେବା ଦିନଠାରୁ ଏହି ଦାବି କରିଆସୁଛି ।

ଏବେ ଯଦି କେନ୍ଦ୍ର ଅର୍ଥ କମିଶନ ଓ ନୀତି ଆୟୋଗ ମନା କରୁଛନ୍ତି, ତେବେ ରାଜ୍ୟକୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ । କିମ୍ବା ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ମିଳୁ । ଯେଉଁ କ୍ଷେତ୍ରଗୁଡ଼ିକର ବିକାଶ ହୋଇନାହିଁ, ସେହି କ୍ଷେତ୍ର ପାଇଁ କେନ୍ଦ୍ର ପର୍ଯ୍ୟାପ୍ତ ଅର୍ଥ ଦେଉ ବୋଲି ସେ କହିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଏହାର ପୁନର୍ବିଚାର କରିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି ।