RRR ଫିଲ୍ମର ଅଭିନେତା ଜୁନିୟର୍ ଏନଟିଆରଙ୍କ ଭାଇ ତଥା ଅଭିନେତା ନନ୍ଦମୁରାଇଙ୍କ ଦେହାନ୍ତ

ହାଇଦ୍ରାବାଦ: ସାଉଥ୍ ଫିଲ୍ମର ଅଭିନେତା ଜୁନିୟର୍ ଏନଟିଆରଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ତାଙ୍କ ସାନ ଭାଇ ଅଭିନେତା ତଥା ‘ତେଲୁଗ ଦେଶମ୍ ପାର୍ଟି’ର ନେତା ନନ୍ଦମୁରାଇ ତାରକା ରତ୍ନଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ୩୯ ବର୍ଷ ବୟସରେ ତାଙ୍କର  ମୃତ୍ୟୁ ଘଟିଛି । ଶନିବାର ରାତିରେ ବେଙ୍ଗାଲୁରୁ ସ୍ଥିତ ‘’ନାରାୟଣ ହୃଦୟାଳୟ ହସ୍ପିଟାଲ୍‌’ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ନନ୍ଦମୁରାଇଙ୍କ ପରଲୋରେ ସମଗ୍ର ସାଉଥ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ବହୁ ରାଜନେତା ଏବଂ ସେଲିବ୍ରେଟିମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି । ଦକ୍ଷିଣ ସିନେମା ପାଇଁ ଏହା ଏକ ଅପୂରଣୀୟ କ୍ଷତି ।

ସୁଚନା ଅନୁଯାୟୀ, ଜାନୁଆରି ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଏକ ରୋଡ୍‌ ସୋ’ ସମୟରେ ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ଚେତାଶୂନ୍ୟ ହୋଇ ପଡିଥିଲେ । ଏହାପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନାରାୟଣ ହୃଦୟାଳୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନା ମୁତାବକ, ନନ୍ଦମୁରାଇ ତାରକା ରତ୍ନ ହେଉଛନ୍ତି ଜଣେ ଅଭିନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଟି. ରାମାରାଓଙ୍କ ନାତି ଓ ଟଲିଉଡ୍‌ ଅଭିନେତା ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ସମ୍ପର୍କୀୟ ଭାଇ। ନନ୍ଦମୁରାଇ ୨୦୦୨ରେ ‘ଓକାତୋ ନମ୍ବର୍‌ କୁରାଡୁ’ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ଡେବ୍ୟୁ କରିଥିଲେ କରିଥିଲେ। ଏହାପରେ ସେ ‘ୟୁବା ରତ୍ନ’, ‘ତାରକ’, ‘ଭାଦ୍ରାଦ୍ରି ରାମୁଡୁ’ ଏବଂ ‘ଅମରାବତୀ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଏହାସହ ସେ ଜଣେ ଭଲ ରାଜନେତା । ଆସନ୍ତାବର୍ଷ ‘ଟିଡିପି’ ଟିକେଟ୍‌ରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ସେ ଖୁବ୍‌ ଆଗ୍ରହୀ ମଧ୍ୟ ଥିଲେ ।