spot_img
Home Blog Page 3648

ୟୁଟ୍ୟୁବ୍ ବିରୋଧରେ କୋର୍ଟକୁ ଗଲେ, ଏବେ ଜୋରିମାନା ଭରିବେ

ନୂଆଦିଲ୍ଲୀ: ୟୁଟ୍ୟୁବ ଯୋଗୁଁ ପାଠ ପଢିପାରିଲି ନାହିଁ। ସେଥିପାଇଁ ପରୀକ୍ଷାରେ ଖରାପ ହେଲା । ଏଭଳି ଏକ ଯାଚିକା ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ଯାହାକୁ ନେଇ ସମ୍ପୃକ୍ତ ଯୁବକଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସୁପ୍ରିମକୋର୍ଟ।

ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବକ ଗୁଗୁଲ ଇଣ୍ଡିଆ ବିରୋଧରେ କେସ୍ କରିବା ସହ ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲା । ତାଙ୍କ ଅଭିଯୋଗ ଅନୁଯାୟୀ, ୟୁଟ୍ୟୁବରେ ଅଶ୍ଲୀଳ କଣ୍ଟେଣ୍ଟ ପାଇଁ ଧ୍ୟାନଭ୍ରଷ୍ଟ ହେଲା। ଫଳରେ ପୋଲିସ ପରୀକ୍ଷାରେ ଫେଲ୍ ହେଲି। ତେଣୁ ସୁପ୍ରିମକୋର୍ଟଙ୍କ ଅନୁଚ୍ଛେଦ-୧୯ (୨) ଅଧିନରେ ଏଭଳି ବିଜ୍ଞାପନ ଉପରେ ରୋକ ଲଗାଇବା ପାଇଁ ଦାବି କରିଥିଲେ।

ତେବେ ଏହି ମାମଲାରେ ଆବେଦନକାରୀଙ୍କ ଉପରେ ବର୍ଷିବା ସହ କୋର୍ଟ କହିଛନ୍ତି, ଯଦି ବିଜ୍ଞାପନ ଭଲ ଲାଗୁନି ତେବେ ଦେଖନି। ଏଭଳି ମାମଲା କରି କୋର୍ଟଙ୍କ ସମୟ ନଷ୍ଟ କରନି। ଖାଲି ଏତିକି ନୁହେଁ ଏଭଳି ମାମଲାକୁ ନେଇ କୋର୍ଟ ଆସିଥିବାରୁ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଥିଲେ । ପରେ ଆବେଦନକାରୀ କୋର୍ଟଙ୍କୁ କ୍ଷମା ମାଗିବା ସହ ଜୋରିମାନ ଅର୍ଥକୁ କମାଇବା ପାଇଁ ଅନୁରୋଧ କରିଥିଲେ। ସମ୍ପୃକ୍ତ ବ୍ୟକ୍ତି କୌଣସି ରୋଜଗାର ନଥିବାରୁ କୋର୍ଟ ଏହି ଅର୍ଥକୁ ୨୫ ହଜାର ଟଙ୍କା କରିଥିଲେ ।

ନବୀନ ନିବାସରେ ଗରିବୀ ପୁଅ ଇଫୁ, ମୋବାଇଲ ଗିଫ୍ଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ନିବାସରେ ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଗରିବୀ ଘରର ପୁଅ ଇଫୁ ମଲ୍ଲିକ  । ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା ଦିନ ମଜୁରିଆ ଇଫୁଙ୍କୁ ସହାୟତାର ହାତ ବଢାଇଥିଲେ ମୁଖ୍ୟମନ୍ତ୍ରୀ  ।  ଇଫୁଙ୍କ ପାଠ ପଡା ଲାଗି ସହାୟତା ପ୍ରଦାନ କରିବା ସହ ତାଙ୍ତକ ସ୍ୱପ୍ନ କରିବାର ପ୍ରତିଶ୍ରୁତି ଦେଇଥିଲେ  । ଏବଂ ନବୀନ ନିବାସକୁ ନିମନ୍ତ୍ରଣ ମଧ୍ୟ କରିଥିଲେ  । ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଇଫୁ  । ଏଥ ସହିତ ମୁଖ୍ୟମନ୍ତ୍ରୀ ତାଙ୍କ ଉଚ୍ଚଶିକ୍ଷା ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ବୋଲି କହିଛନ୍ତି  ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିଥିଲେ  । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତାକୁ ଇଫୁଙ୍କୁ ବୁଝାଇ କହିଥିଲେ  । ଏଥି ସହିତ ଇଫୁ କାହିଁକି ଡାକ୍ତର ହେବେ ଏବଂ ଡାକ୍ତର ହୋଇ କଣ କରିବେ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ  । ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ  ଇଫୁ ଡାକ୍ତର ହୋଇ ଗରିବୀ ଲୋକଙ୍କ ସେବା କରିବାର ଆହ୍ୱାନ ଦେଇଥିଲେ  । ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେଲା ବେଳେ ତାଙ୍କ ଫୋନଟି ତଳେ ପଡିଯାଇ ଭାଙ୍ଗି ଯାଇଥିଲା  । ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ଇଫୁଙ୍କୁ ଏକ ମୋବାଇଲ୍ ଫୋନ୍ ଉପହାର ଦେଇଥିବା ମଧ୍ୟ ସେ କହିଛନ୍ତି  ।

ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଇଫୁଙ୍କ ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହିତ ଆଗକୁ ଏହିପରି ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଫୁଙ୍କ ସହିତ ସେଲ୍‌ଫି ଉଠାଇବା ସହିତ ଏକ ପୁସ୍ତକ ମଧ୍ୟ ଉପହାର ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଜଣେ ଗରିବ, ଆଦିବାସୀ ଯୁବକ। ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ମେଡିକାଲ ପଢିବା ପାଇଁ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ଅର୍ଥାଭାବ ଯୋଗୁ ତାଙ୍କର ଏ ଆଶା ପୂରଣ ହେବା ସଂପର୍କରେ ସେ ସନ୍ଦିହାନ ଥିଲେ  ।  ସାମାଜିକ ଗଣମାଧ୍ୟମରୁ ଏ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମେଡିକାଲ ପଢିବା ପାଇଁ ସମସ୍ତ ଆବଶ୍ୟକୀୟ ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଏବଂ ଇଫୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମଧ୍ୟ ଇଫୁଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ SC/ ST DEVELOPMENT Dept ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇଥିଲା  । ନବୀନ ପଟ୍ଟନାୟକଙ୍କ ଭଳି ମୁଖ୍ୟମନ୍ତ୍ରୀ ବିରଳ  । ସହୃଦୟତାର ସହ କଥା ଶୁଣିବା ଏବଂ ଭଲ ମଣିଷ ହେବାର ଆହ୍ୱାନ ଦେଇଥିଲେ  । ଏଥି ସହିତ ଗରିବୀ ଘର ପୁଅର ଏ ଦୁଃସମରେ ସ୍ୱପ୍ନକୁ ସାକାର କରିବାର ପ୍ରତିବଦ୍ଧତାତୁ ପ୍ରଶଂସା କରିଥିଲେ ଇଫୁ ମଲ୍ଲିକ  । ତାଙ୍କ ପରିବାରକୁ ମଧ୍ୟ ସହାୟତା କରିବେ ବୋଲି ଇଫୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ସହନଶୀଳତା ଏବଂ ଦୁଃଖୀ-ରଙ୍କିଙ୍କ ପାଇଁ ଥିବା ସହୃଦୟତା ସେ ଅନ୍ୟ କେଉଁଠି ଦେଖିନଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି  ।

ବଡ଼ଭାଇ ପେଟରେ ବିୟର ବୋତଲ ପଶାଇଦେଲା ସାନଭାଇ

ବାଲିପାଟଣା: ମଦ ନିଶାରେ ଭାଇକୁ ମାରିଦେଲା ଭାଇ । ବଡ଼ଭାଇ ପେଟରେ ବିୟର ବୋତଲ ପଶାଇଦେଲା ସାନଭାଇ । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ମୁକୁନ୍ଦଦାଶପୁରର ଘଟଣା । ମୃତକ ଜଗୁ ଭୋଇ । ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦୁଇଭାଇ ଜଗୁ ଓ ରାଜା ମଦ ପିଇ ପରସ୍ପର ଗଣ୍ଡଗୋଳ କରିଥିଲେ । ଉଭୟଙ୍କ ମଧ୍ୟରେ ମାରପିଟ ଲାଗିଥିଲା ।

ଉତ୍ତ୍ୟକ୍ତ ହୋଇ ସାନ ଭାଇ ରାଜା ବଡ଼ଭାଇ ପେଟରେ ମଦ ବୋତଲ ଭର୍ତ୍ତି କରିଦେଇଥିଲା । ଗୁରୁତର ହୋଇ କଟକ ଏସସିବିରେ ଭର୍ତ୍ତି ହୋଇଥିଲା ଜଗୁ । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ଅଭିଯୁକ୍ତ ରାଜାକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ନିଆରା ହେଲମେଟ୍; ମଦ ପିଇଥିଲେ ଷ୍ଟାର୍ଟ ହେବନି ବାଇକ୍

ନୂଆଦିଲ୍ଲୀ: ଦେଶରେ ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ମାମଲାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏଭଳି ସମସ୍ୟକୁ ଦୃଷ୍ଟିରେ ରଖି ତିଆରି ହୋଇଛି ସେନସର ଲାଗିଥିବା ନିଆରା ହେଲମେଟ୍ । ହେଲମେଟରେ ଲାଗିଛି ସ୍ପେଶାଲ୍ ଚିପ୍ । ଯାହାକୁ ପିନ୍ଧିଲେ ମଦ ପିଇଥିଲେ ବାଇକ୍ ଜମା ଷ୍ଟାର୍ଟ ହେବନି । ଏଭଳି ଏକ ହେଲମେଟ୍ ତିଆରି କରିଛନ୍ତି ଛାତ୍ରଛାତ୍ରୀ ।

ରାଞ୍ଚିର ସେଣ୍ଟ ଜାଭିୟର ସ୍କୁଲର କିଛି ଛାତ୍ର ଏହି ପ୍ରୋଟୋଟାଇପକୁ ନିର୍ମାଣ କରିଛନ୍ତି। ଯଦି ଏହି ପ୍ରୋଟୋଟାଇପକୁ ବିକଶିତ କରାଯାଏ ତେବେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଅନେକାଂଶରେ ରୋକ ଲଗାଯାଇପାରିବ ।

ହେଲମେଟରେ ଲାଗିଥିବା ଚିପ୍ ବାଇକ୍ ରାଇଡର ନିଶାସକ୍ତ ଥିବା ନେଇ ଆଲର୍ଟ ପଠାଇବ। ଫଳରେ ଗାଡ଼ି ଷ୍ଟାର୍ଟ ହେବନାହିଁ । ଏପରିକି ଚିପ୍ ମଦ ନିଶାକୁ ମଧ୍ୟ ଡିଟେକ୍ଟ କରିପାରିବ । ଯଦି ଏହି ସିଷ୍ଟମକୁ ସମ୍ପୂର୍ଣ୍ଣ ରୂପେ ବିକଶିତ କରାଯାଏ ତେବେ ହେଲମେଟ୍ ନିର୍ମାତା କମ୍ପାନୀକୁ ଏହାର ସିଷ୍ଟମ ଯୋଡିବା ନେଇ ଆଲୋଚନା କରିବୁ ବୋଲି କହିଛନ୍ତି ଟ୍ରାଫିକ୍ ସୁରକ୍ଷା ନେଇ ଚର୍ଚ୍ଚାରେ ଥିବା ଋଷଭ ଆନନ୍ଦ ।

ଚାଲିଗଲେ ବଳରାମ, ଧନୁଯାତ୍ରାରେ ଆଉ ଶୁଭିବନି ସ୍ୱର..

ବରଗଡ଼: ବରଗଡ଼ ଧନୁଯାତ୍ରା ପୂର୍ବରୁ ଅଘଟଣ । ବଳରାମ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ମୃତ୍ୟୁ । କୁନି କଳାକାର ଶ୍ରେୟାଂଶ ପୂଜାରୀଙ୍କର ଅକାଳ ବିୟୋଗ ହୋଇଛି । ଖେଳୁଥିବା ସମୟରେ ତଳେ ପଡ଼ିଯାଇଥିଲେ ଶ୍ରେୟାଂଶ l ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହୃଦଘାତ ହୋଇଥିବା କହିଛନ୍ତି ଡାକ୍ତର । ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ଶ୍ରେୟାଂଶ । ୭୫ତମ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ସେ ଚୟନ ହୋଇଥିଲେ । ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ 17 ଦିନ ବାକିଅଛି । ଏହାପୂର୍ବରୁ ଶ୍ରେୟାଂଶଙ୍କ ଅକାଳ ବିୟୋଗ ଖବର ବରଗଡ଼ ଓ ଅମ୍ବାପାଲିରେ ଶୋକର ଛାୟା ଖେଳିଯାଇଛି l

ନବୀନ ନିବାସରେ ବର୍ଷା, ବିଜୟୀ ପରେ ନେଲେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ

ଭୁବନେଶ୍ୱର: ବିଜୟୀ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା  । ପଦମପୁର ଉପ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବର୍ଷା ସିଂ ବରିହା  । ପଦମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ହୋଇଥିଲା ଉପ-ନିର୍ବାଚନ  । ବିଜେଡି ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ କନ୍ୟା ବର୍ଷାଙ୍କୁ ନିର୍ବାଚନ ରଣାଙ୍ଗନକୁ ଅବତୀର୍ଣ୍ଣ କରିଥିଲା  । ଡିସେମ୍ବର ୫ ତାରିଖରେ  ପଦମପୁର ଉପନିର୍ବାଚନ ହୋଇଥିବାବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇଥିଲା ଫଳାଫଳ  । ଯେଉଁଥିରେ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା   । ବର୍ଷାଙ୍କ ବିଜୟରେ ଶୁଭେଛା ଜଣାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

 

ସେପଟେ ନବ ନିର୍ବାଚିତା ପଦମପୁର ବିଧାୟିକା ବର୍ଷା ସିଂ ବରିହା ଆଜି ଭୁବନେଶ୍ୱରସ୍ଥିତ ଶାଶୂ ଘରକୁ ଆସି ଶାଶୂ-ଶଶ୍ୱୁରଙ୍କ ଆଶୀର୍ବାଦ ନେଇଥିଲେ  । ପରେ ସେ ନବୀନ ନିବାସ ଅଭିମୁଖେ ଗସ୍ତ କରିଥିଲେ  । ନବୀନ ନିବାସ ବାହାରେ ବିଜେଡିର ଅନେକ ତୁଙ୍ଗ ନେତା ବର୍ଷାଙ୍କୁ ପୁଷ୍ପ ଗୁଛ ଦେଇ ଶୁଭେଛା ଓ ସ୍ୱାଗତ କରିଥିଲେ  । ପରେ ବର୍ଷା ସିଂ ବରିହା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ  । ଏଥି ସହିତ ପଦମପୁରର ବିକାଶ ନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷ ଆଲୋଚନା କରିଛନ୍ତି  । ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ମାଧ୍ୟମରେ ବର୍ଷାଙ୍କୁ ଶୁଭେଛା ଜଣାଇବା ସହ ବର୍ଷାଙ୍କୁ ମିଥ୍ୟା ଅପବାଦ ଦେଇଥିବା ବିରୋଧୀ ଶିବିରକୁ କଡା ଜବାବ ଦେଇଥିଲେ  ।

ମୁଖ୍ୟମନ୍ତ୍ରୀ ନିଜେ ଖୁବ କମ୍ ଦିନ ମଧ୍ୟରେ ପଦମପୁର ଗସ୍ତ କରିବେ ବୋଲି ଘୋଷଣା କରିଥିଲେ  । ଏଥି ସହିତ ମହିଳା ମାନଙ୍କୁ ସମ୍ମାନ ଦେଇ ଗଣତାନ୍ତ୍ରିକ ମହା ପର୍ବରେ ସାମିଲ କରିବାକୁ ବିଜେଡି ଯେପରି ସୁଯୋଗ ଦେଇଥିଲା, ତାହା ଉଲ୍ଲେଖନୀୟ ବୋଲି କହିଥିଲେ  । କିନ୍ତୁ ବିରୋଧ ଦଳ ଯେପରି ଜଣେ ମହିଳାଙ୍କୁ ବାରମ୍ବାର ଅପପ୍ରଚାର ମାଧ୍ୟମରେ କଷ୍ଟ ଓ ଲାଞ୍ଛନା ଦେଇଥିଲା ତାହା ଗଣତନ୍ତ୍ରରେ ସ୍ପୃହଣୀୟ ନୁହେଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ଆଜି ବର୍ଷା ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଯାଇଥିବାବେଳେ ସାଥିରେ ଅଛନ୍ତି ମନ୍ତ୍ରୀ ରୀତା ସାହୁ, ଟୁକୁନି ସାହୁ, ସୁଶାନ୍ତ ସିଂ ଏବଂ ସ୍ନେହାଙ୍ଗିନୀ ଛୁରିଆ  ।

 

ଶାଶୂ-ଶଶ୍ୱୁରଙ୍କ ଆଶୀର୍ବାଦ ନେଲେ ବର୍ଷା

ଭୁବନେଶ୍ୱର: ଶାଶୂ ଘରକୁ ଫେରିଛନ୍ତି ପଦମପୁରର ନବ ନିର୍ବାଚିତା ବିଧାୟିକା ବର୍ଷା ସିଂ ବରିହା  । ଶାଶୂ ଘରେ ଆନନ୍ଦ- ଉଲ୍ଲାସ  । ଖୁସିରେ ଗଦ ଗଦ ଶଶ୍ୱୁର ତଥା ପୂର୍ବତନ ବିଧାୟକ, ବର୍ତ୍ତମାନର ବିଜେପି ଉପସଭାପତି ରମା ରଞ୍ଜନ ବଳିଆରସିଂ  । ବୋହୂ ବର୍ଷାଙ୍କୁ ନେଇ ସେ ଯେତିକି ଖୁସି, ନିଜ ଦଳର ନେତାଙ୍କ ମିଥ୍ୟା ରାଜନୈତିକ ଆରୋପ ଯୋଗୁଁ ସେ ସେତିକି ଦୁଃଖି  । ନିଜ ଦଳର ନେତା ତାଙ୍କ ବୋହୂଙ୍କୁ ଯେଭଳି ମିଥ୍ୟା ଲାଞ୍ଛନା ଦେଇଛନ୍ତି, ତାହା ତାଙ୍କୁ ନିରୁତ୍ସାହିତ ଏବଂ କଷ୍ଟ ଦେଇଥିବା ପ୍ରତିକ୍ରିୟାରେ ମତ ପ୍ରକାଶ କରିଛନ୍ତି ରମା ରଞ୍ଜନ ବଳିୟାରସିଂ  ।

ସେ କହିଛନ୍ତି, ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସୁଯୋଗ୍ୟା କନ୍ୟା ବର୍ଷା ସିଂ ବରିହା ଆମ ଘରକୁ ୬ମାସ ତଳେ ବୋହୂ ସାଜି ଆସିଥିଲେ  । ତାସଙ୍କ ସ୍ୱର୍ଗତ ପିତା ବିଜୟ ସିଂ ବରିହା କନ୍ୟାଦାନ କରିଥିଲେ  । ସେ ଅତ୍ୟେନ୍ତ ଭଦ୍ର, ନମ୍ର ଓ ଜଣେ ଉଚ୍ଚ କୋଟୀର ମଣିଷ  । ତାଙ୍କ କନ୍ୟା ତଥା ମୋ ଘରର ବୋହୂ ମଧ୍ୟ ସର୍ବଗୁଣା ସମ୍ପନ୍ନା   । ସେ ଯେତେବେଳେ ବୋହୂ ରୂପେ ମୋ ଘରେ ପାଦ ରଖିଥିଲେ, ସେତେବେଳେ କାହାକୁ ମଧ୍ୟ ଜଣା ନଥିଲା ଯେ ଦିନେ ଏ ବିଧାୟିକା ହେବେ ବୋଲି  । ଆଜି ଶ୍ୱଶୁର ଭାବେ ମୁଁ ଗର୍ବିତ  । ମୋ ଘରର ବହୂ ପଦମପୁରର ବିଧାୟିକା  ବୋଲି ଖୁସି ବ୍ୟକ୍ତ କରି କହିଛନ୍ତି ରମାରଞ୍ଜନ  ।

ବର୍ଷା ଖୁବଲ କମ ଦିନରେ ସମସ୍ତଙ୍କୁ ନିଜର କରିପାରିଛି  । ସେ ସକ୍ଷମତା ତା ପାଖରେ ରହିଥିଲା  । ଆଶା ମଧ୍ୟ ଥିଲା, ନିର୍ବାଚନରେ ପଦମପୁର ବାସୀଙ୍କ ହୃଦକୁ ସେ ନିଜର କରିପାରିବ  । ଶେଷରେ ସେୟା ହିଁ ହେଲା  । ପଦମପୁରବାସୀ ତା ପ୍ରତି ଅକୁଣ୍ଠ ଆଶୀର୍ବାଦ ଓଜାଡି ଦେଲେ  । ସେ ହି ଆଶାର୍ବାଦ ବଳରେ ସେ ବଳିୟାନ ହେବ  । ଲୋକଙ୍କ କାର୍ଯ୍ୟ କରିବା ବୋଲି କହିଛନ୍ତି ରମା ରଞ୍ଜନ ବଳିୟାରସିଂ  । ପଦମପୁର ଇପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ବର୍ଷା ସିଂ ବରିହା  । ଡିସେମ୍ବର ୮ ତାରିଖରେ ଆସିଥିଲା ନିର୍ବାଚନୀ ଫଳ  । ଯେଉଁଥିରେ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିର୍ଷା  । ଆଜି ଭୁବନେଶ୍ୱର ସ୍ଥିତ ଶାଶୂଘରକୁ ଆସି ଶାଶୂ- ଶଶ୍ୱୁରଙ୍କ ଆଶୀର୍ବାଦ ନେଇଛନ୍ତି ବର୍ଷା  ।

ଗୁଜରାଟରେ ୧୨୮ ଆପ୍ ପ୍ରାର୍ଥୀ ହରାଇଲେ ଅମାନତ

ନୂଆଦିଲ୍ଲୀ: ଗୁରୁବାର ଦିନ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ବାହାରିଛି । ଫଳାଫଳକୁ ଦେଖିଲେ ଗୁଜରାଟରେ ୨୭ ବର୍ଷର ସତ୍ତାରୁଢ ପାର୍ଟି ବିଜେପି ପୁଣି ବାଜିମାତ୍ କରିଛି । ହେଲେ ହିମାଚଳରେ ୩୫ ବର୍ଷର ପୁରୁଣା ପରମ୍ପରାକୁ ବଜାୟ ରଖିଛନ୍ତି ଜନତା । ଫଳରେ ୬୮ ଆସନରୁ ୪୦ ସିଟ୍ ହାତେଇ ଶାସନ କରିବ କଂଗ୍ରେସ ।

ଏପଟେ ଗୁଜରାଟରେ ଆପ୍ ଦଳ ୫ ଖଣ୍ଡ ସିଟ୍ ହାତେଇ ୩ୟ ସ୍ଥାନରେ ରହିଥିବା ବେଳେ ହିମାଚଳରେ ଖାତା ଖୋଲିପାରିନାହିଁ । ତେବେ ଆସନ୍ତୁ ଜାଣିବା ନିର୍ବାଚନ ରେଜଲ୍ଟର ବଡ଼ ଘଟଣା..

୧: ଗୁଜରାଟରେ ଆମ୍ ଆଦମୀ ପାର୍ଟି କେବଳ ୫ଟି ଆସନରେ ନିର୍ବାଚନ ​​ଜିତି ପାରିଛି । ଏଠି ଦଳର ୧୮୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୮ ଜଣ ହାରିଛନ୍ତି । ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁ ତିନି ପ୍ରାର୍ଥୀ, ବଡ଼ ବିଜୟ ଦେବେ ବୋଲି କହିଥିଲେ ସେମାନେ ବି ନିର୍ବାଚନରେ ​​ହାରିଯାଇଛନ୍ତି। ଏଥିରେ ଗୁଜରାଟର ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି ସାମିଲ । ସେହିପରି ଗୁଜରାଟର AAP ରାଜ୍ୟ ସଭାପତି ଗୋପାଳ ଇଟାଲୀ ଓ  AAP ନେତା ଆଲପେଶ କାଥିରିଆ ମଧ୍ୟ ପରାଜିତ ହୋଇଥିଲେ ।

୨: କଂଗ୍ରେସର ୪୪ ପ୍ରାର୍ଥୀ ଅମାନତ ହରାଇଲେ

କଂଗ୍ରେସ ପାଇଁ ଗୁଜରାଟ ନିର୍ବାଚନ କୌଣସି ଖରାପ ସ୍ୱପ୍ନ ଠାରୁ କମ୍ ନୁହେଁ । ୨୦୧୭ରେ ବିଜେପିକୁ କଡ଼ା ଟକ୍କର ଦେଇଥିବା କଂଗ୍ରେସ ମାତ୍ର ୧୭ ସିଟ୍ ଜିତିଛି । ଏପରିକି କଂଗ୍ରେସର ୪୪ ଜଣ ପ୍ରାର୍ଥୀ ଅମାନତ ମଧ୍ୟ ହରାଇଛନ୍ତି। ୧୯୬୦ ମସିହାରୁ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି, କିନ୍ତୁ ନିର୍ବାଚନୀ ଇତିହାସରେ କଂଗ୍ରେସ ଏତେ କମ୍ ଆସନ ପାଇବା କେବେ ଘଟିନଥିଲା ।

୩: ଆପକୁ ୪୦ ଲକ୍ଷ ଭୋଟ୍

ଗୁଜରାଟରେ ଆମ୍ ଆଦମୀ ପାର୍ଟି ଦାବି ମୁତାବକ ପ୍ରଦର୍ଶନ କରିପାରିନାହିଁ । ଏହି ନିର୍ବାଚନରେ ​ଆପକୁ ପ୍ରାୟ ୧୩% ଭୋଟ୍ ମିଳିଛି । ଗୋପାଳ ଇଟାଲୀୟା କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଅନେକ ଆସନରେ ବିଜେପିକୁ ସିଧା ଚ୍ୟାଲେଞ୍ଜ କରିଛି।ତେବେ  AAP ସାରା ରାଜ୍ୟରେ ପ୍ରାୟ ୪୦ ଲକ୍ଷ ଭୋଟ୍ ପାଇଥିବା ନେଇ ସେ ଦାବି କରିଛନ୍ତି।

୪: ବିଜେପିର ୭ ବିଧାୟକ ନିର୍ବାଚନ ହାରିଲେ

ଗୁଜରାଟରେ ବିଜେପି ୧୫୬ଟି ଆସନ ଜିତିଛି। ଏହା ପୂର୍ବରୁ ଗୁଜରାଟରେ କୌଣସି ଦଳର ଏତେ ବଡ଼ସଂଖ୍ୟାରେ ଭୋଟ୍ ପାଇନାହିଁ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ନିର୍ବାଚନରେ ଜଣେ ମନ୍ତ୍ରୀ ଓ ୭ ବିଧାୟକ ନିର୍ବାଚନରେ ହାରିଛନ୍ତି।ଏଥର ବିଜେପି ନିର୍ବାଚନରେ ​​ପ୍ରାୟ 40 ଜଣ ବିଧାୟକଙ୍କ ଟିକେଟ କାଟି ଦେଇଥିଲା। ଗୁଜରାଟ ସରକାରରେ ଶିକ୍ଷା ମନ୍ତ୍ରୀ ଥିବା କିର୍ତ୍ତୀ ସିଂ ବାଘେଲା ବନାସକାଣ୍ଠା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଛନ୍ତି ।

୫: ଗୁଜରାଟ ସୌରାଷ୍ଟ୍ରର ୪୮ଟି ସିଟ୍ ମଧ୍ୟରୁ ବିଜେପି ୪୦ ଜିତିଛି। ଏହି କ୍ଷେତ୍ର କଂଗ୍ରେସର ଏକ ଗଡ଼ ଭାବରେ ପରିଗଣିତ ହେଉଥିଲା। ୨୦୧୭ରେ କଂଗ୍ରେସ ଏଠାରୁ ୨୮ ଆସନ ଜିତିଥିଲା। କିନ୍ତୁ ଏଥର କଂଗ୍ରେସକୁ ମାତ୍ର ୩ଟି ସିଟ୍ ମିଳିଛି । ତେବେ ଆମ୍ ଆଦମୀ ପାର୍ଟି ଏହି କ୍ଷେତ୍ରରେ ୪ଟି ଆସନ ଜିତିବାରେ ସଫଳ ହୋଇଛି।

୬: ହିମାଚଳରେ ୧୦ରୁ ୮ ମନ୍ତ୍ରୀ ନିର୍ବାଚନ ହାରିଛନ୍ତି

ହିମାଚଳ ପ୍ରଦେଶରେ ବିଜେପିକୁ ଏକ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଏଠାରେ କଂଗ୍ରେସ ୪୦ ସିଟ୍ ଜିତିଥିବାବେଳେ ବିଜେପି ୨୫ ସିଟ୍ ଜିତିଛି। ଏଥର ହିମାଚଳ ପ୍ରଦେଶରେ ମନ୍ତ୍ରୀମାନଙ୍କ ଉପରେ ଜନ ଅସନ୍ତୋଷ ଦେଖାଦେଇଥିଲା | ଏହି କାରଣରୁ ରାଜ୍ୟ ସରକାରଙ୍କ ୧୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ପରାଜୟର ସମ୍ମୁଖିନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ମନ୍ତ୍ରୀ ସୁରେଶ ଭରଦ୍ୱାଜ, ରାମଲାଲ ମାର୍କଣ୍ଡା, ବିରେନ୍ଦ୍ର କନୱର, ଗୋବିନ୍ଦ ସିଂ ଠାକୁର, ରାକେଶ ପଠାନିଆ, ଡକ୍ଟର ରାଜୀବ ସୈଜଲ, ସରଭିଣ ଚୌଧୁରୀ, ରାଜେନ୍ଦ୍ର ଗର୍ଗ ନିଜ ନିଜ ଆସନରୁ ହାରିଛନ୍ତି।

୭: ୧୫ ସିଟରେ ବିଜୟ ବ୍ୟବଧାନ ଖୁବ୍ କମ୍

ହିମାଚଳରେ ଏଭଳି ୧୫ଟି ସିଟ୍ ରହିଛି ଯେଉଁଠି ବିଜୟର ବ୍ୟବଧାନ ଖୁବ୍ କମ୍ । ଭୋରଞ୍ଜ, ସୁଜାନପୁର, ଡାରଙ୍ଗ, ବିଳାସପୁର, ଶ୍ରୀ ନୈନା ଦେବୀ, ରାମପୁର, ସିଲ୍ଲାଇ, ଶ୍ରୀ ରେଣୁକାଜିରେ ବିଜୟ ହାର ବ୍ୟବଧାନ ୧୦୦୦ ଭୋଟରୁ କମ୍ ଥିଲା । ସେହିପରି ଭଟ୍ଟିୟାତ, ଉନା, ଜସବାନ ପ୍ରାଗପୁର, ଲାହୋଲ ସ୍ପିତି, ବଲ୍ହ, ସରକାଘାଟରେ ବିଜୟ ବ୍ୟବଧାନ ହଜାରରୁ ଦୁଇ ହଜାର ମଧ୍ୟରେ ରହିଥିଲା ।

୮: ଆଦିବାସୀ ଭୋଟ୍ କଂଗ୍ରେସର ଖେଳ ବିଗାଡିଲା

ଗୁଜରାଟର ୨୭ ଆଦିବାସୀ ବହୁଳ ଆସନରୁ ବିଜେପି ୨୩ଟି ଜିତିଛି। ତେବେ ଆମ୍ ଆଦମୀ ପାର୍ଟି ୨୭ ସିଟ୍ ମଧ୍ୟରୁ ଗୋଟିଏରେ ଜିତିଛି ।

୯: ହିମାଚଳ ପ୍ରଦେଶରେ କଂଗ୍ରେସ ୪୩.୯୦% ଭୋଟ୍ ପାଇଛି। ବିଜେପି ୪୩% ଭୋଟ୍ ପାଇବା ସହ ୨୫ ସିଟ୍ ଜିତିଛି ।ଏହା ବ୍ୟତୀତ ତିନୋଟି ଆସନ ସ୍ୱାଧୀନ ଆକାଉଣ୍ଟକୁ ଗଲା | ଏହି ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି, ସିପିଆଇ (ଏମ୍) ଖାତା ମଧ୍ୟ ଖୋଲିପାରିନାହିଁ। ଏହି ନିର୍ବାଚନରେ ​​AAP 1.10%, CPIM 0.66% ଭୋଟ୍ ପାଇଛି | ସ୍ୱାଧୀନ ଏବଂ ଅନ୍ୟମାନେ 10.39% ଭୋଟ ପାଇଥିଲେ |

 

ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରୀୟ ଅନୁଦାନ ବନ୍ଦ, ବୋଝ ସହୁଛି ରାଜ୍ୟ

ଭୁବନେଶ୍ୱର: ବିଜେଡି ସାଂସଦ ଅମର ପଟ୍ଟନାୟକ କେନ୍ଦ୍ରୀୟ ପବର୍ତ୍ତିତ ଯୋଜନାରେ ସେୟାରିଂ ପାଟର୍ନ ବଦଳାଇବାକୁ ରାଜ୍ୟସଭାରେ ଧ୍ୟାନ ଆକର୍ଷଣକାରୀ ନୋଟିସ ଦେଇଛନ୍ତି । ସାମାଜିକ ଅର୍ଥନୈତିକ ଦୃଷ୍ଟି କୋଣରୁ ପଛୁଆ ଅଞ୍ଚଳ ଭାବେ ବିବେଚିତ ହେଉଥିବା ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡିଶାର ୮ଟି ଜିଲ୍ଲା ସାମିଲ କରାଯାଇଛି । ହେଲେ ବିନା କୌଣସି ବଜେଟ ଅନୁଦାନ ଏବଂ ଏହି ଜିଲ୍ଲା ଗୁଡିକରେ ୮ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବନ୍ଦ କରିଦେବା ଫଳରେ ରାଜ୍ୟ ସରକାରଙ୍କ ଉପରେ ଅଜଥା ବୋଝ ପଡୁଛି ।

ଏହା ସହ ପ୍ରାକୃତିକ ବିପର୍ଯ୍ୟୟକୁ ଓଡିଶା ପ୍ରତିବର୍ଷ ସାମ୍ନା କରୁଥିବାରୁ ଗତ ୨୫ବର୍ଷ ମଧ୍ୟରେ ୮୫ହଜାର ୩୧୩କୋଟି କ୍ଷତି ସହିଛି । ୨୦୨୦-୨୧ରେ ୧୪୭୧କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ୬୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଥିବା ସର୍ତ୍ତରେ ପ୍ରାକୃତିକ ବିପର୍ଯ୍ୟୟକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରି ଆସୁଛନ୍ତି ।

ଏସବୁକୁ ନଜର ରଖି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର-ରାଜ୍ୟ ଅନୁଦାନର ଅନୁପାତ ବଦଳାଇବାକୁ ସାଂସଦ ଅମର ପଟ୍ଟନାୟକ ଦାବି କରିଛନ୍ତି । ଏହାସହ ବିପର୍ଯ୍ୟୟକୁ ମୁକାବିଲା କରିପାରୁଥିବା ଅଣ୍ଡର ଗ୍ରାଉଣ୍ଡ କେବଲିଂ ଏବଂ ସମୁଦ୍ରକୁଳ ଅଞ୍ଚଳରେ ସ୍ଥାୟୀ ବିଦ୍ୟୁତ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ସାଂସଦ ଅମର ପଟ୍ଟନାୟକ ଧ୍ୟାନ ଆକର୍ଷଣକାରୀ ନୋଟିସ ଜରିଆରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ରତନ ଟାଟାଙ୍କ ମ୍ୟାନେଜରଙ୍କ ଇମୋସନାଲ୍ ପୋଷ୍ଟ; କେଉଁ ସାକ୍ଷାତ ଶେଷ ହେବ…

ନୂଆଦିଲ୍ଲୀ: ଜଣାନାହିଁ କେବେ କାହା ସହିତ ଶେଷ ସାକ୍ଷାତ ହେବ। ଏଭଳି ଏକ ଇମୋସନାଲ୍ ପୋଷ୍ଟ ଶେୟାର କରିଛନ୍ତି ଶାନ୍ତନୁ ନାଇଡୁ। ଯାହାଙ୍କ ପୋଷ୍ଟ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି। ଶାନ୍ତନୁ ହେଉଛନ୍ତି ଦେଶର ବଡ଼ ଉଦ୍ୟୋଗପତି ତଥା ଟାଟା ସନ୍ସର ଚେୟାରମ୍ୟାନ୍ ରତନ ଟାଟାଙ୍କ ଜେନେରାଲ୍ ମ୍ୟାନେଜର।

ଶାନ୍ତନୁ ବୟସ୍କଙ୍କ ସେବା ଲାଗି ‘ଗୁଡ ଫେଲୋଜ’ ନାମକ ଏକ ଷ୍ଟାର୍ଟଅପ୍ ଚଳାଉଛନ୍ତି। ଏହି ଷ୍ଟାର୍ଟଅପ୍ ୨୦୨୨ରେ ଲଞ୍ଚ ହୋଇଥିଲା । ଯେଉଁଥିରେ ନିବେଶକ ଭାବେ ରତନ ଟାଟା ରହିଛନ୍ତି । ତେବେ ଗୁଡ ଫେଲୋଜ କେମିତି ଆରମ୍ଭ କଲେ, ସେନେଇ ଶାନ୍ତନୁ ସୋସିଆଲ୍ ମିଡିଆରେ ଏକ ଇମୋସନାଲ୍ ପୋଷ୍ଟ ଶେୟାର କରିଛନ୍ତି । ଶାନ୍ତନୁ ଜଣେ ପଞ୍ଜାବୀ ଦମ୍ପତ୍ତିଙ୍କୁ ମନେ ପକାଇ କହିଛନ୍ତି- ”ମୋ ଜୀବନରେ ତାଙ୍କର ଅବଦାନ ରହିଛି, ମୋ ଅସୁବିଧା ସମୟରେ ସେ ଛିଡା ହୋଇଥିଲା । ଗତବର୍ଷ ତାଙ୍କ ସହ ଦେଖାହୋଇଥିଲା ହେଲେ ଆଜି ସେ ନାହାଁନ୍ତି। ଆପଣ କେବେ ଜାଣିନଥିବେ କାହା ସହ ଦେଖାସାକ୍ଷାତ କେତେବେଳେ ଶେଷ ସାକ୍ଷାତ ପାଲଟିଯିବ”।

ତେବେ ୩୦ ବର୍ଷୀୟ ଶାନ୍ତନୁ ବର୍ତ୍ତମାନ ସମୟରେ ରତନ ଟାଟାଙ୍କ ଅଫିସରେ ଜେନେରାଲ୍ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । ସେ ୨୦୧୮ ମସିହାରୁ ରତନ ଟାଟଙ୍କ ସହ ଯୋଡି ହୋଇ ରହିଛନ୍ତି ।