ତାତୁଛି ଭୁବନେଶ୍ବର, ଆଜି ରାଜଧାନୀରେ ରେକର୍ଡ ହୋଇଛି ସବୁଠୁ ଅଧିକ ତାପମାତ୍ରା

ଭୁବନେଶ୍ୱର: ତାତୁଛି ଭୁବନେଶ୍ବର । ଆଗକୁ ସ୍ଥିତି ଅସମ୍ଭାଳ । ଆଜି ରାଜଧାନୀ ଭୁବନେଶ୍ବରରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ଦୁଇ ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ । ସ୍ବାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜଧାନୀ ଭୁବନେଶ୍ବର ସମେତ ମାଲକାନଗିରି, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ଚାନ୍ଦବାଲିରେ ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।