ଜେଲ ଭିତରେ ଅପରାଧର ମାଷ୍ଟର ମାଇଣ୍ଡ, ଜେଲରୁ ଥାଇ ଅପହରଣର ଷଡ଼ଯନ୍ତ୍ର ରଚିଥିଲା ସେକ ଜାଭେଦ

1 min read

କୋରାପୁଟ: ଜେଲ ଭିତରେ ରହି ଅପରାଧର ମାଷ୍ଟର ମାଇଣ୍ଡ । ଜେଲ ଭିତରୁ ଅପରାଧିକ ଷଡ଼ଯନ୍ତ୍ର କରୁଛନ୍ତି ଅପରାଧୀ । ଉତ୍ତରପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ପାଇଁ ଅପହରଣ କରିବା ସହ ନିସ୍ତୁକ ମାଡ଼ ମାରିଥିବା ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ ପୋଲିସ । ଉତ୍ତରପ୍ରଦେଶର ଜଣେ ଡ୍ରାଇଭରକୁ ଅପହରଣ କରି ୨୫ ଲକ୍ଷ  ଟଙ୍କା ଦାବି କରିବା ଘଟଣାରେ  କୋରାପୁଟ ଟାଉନ ପୋଲିସ ଦ୍ବାରା ୫ ଜଣ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର ଅଛନ୍ତି । ୬ଟି ମୋବାଇଲ ସହ ୨୩ ହଜାର ୫୦୦ ଟଙ୍କା ଓ ଗୋଟିଏ ବାଇକ ଜବତ କରିଛି ପୋଲିସ ।

ଗିରଫଙ୍କ ମଧ୍ୟରେ କୋରାପୁଟ ସହରର ୩ ଜଣ, ଜୟପୁର ସହରର ଜଣେ ଓ ଜଗଦଲପୁରରୁ ଜଣକୁ ଗିରଫ କରାଯାଇଛି । ଉତ୍ତରପ୍ରଦେଶର ଡ୍ରାଇଭର ଅବଦୁଲ ମନା କୋରାପୁଟ ଜେଲରେ ଥିବା ଭାଇର ଜାମିନ କରିବା ଉଦ୍ଦେଶ୍ୟରେ ଆସିଥିଲେ । ଗତ ୧୭ ତାରିଖ ସନ୍ଧ୍ୟା ପ୍ରାୟ ୪ଟା ବେଳେ କୋରାପୁଟ-ଜୟପୁର ରାସ୍ତାର ଫରେଷ୍ଟ ଚେକଗେଟ ନିକଟରୁ ଅପହରଣ କରିଥିଲେ ଦୁର୍ବୃତ୍ତ । ଘଟଣାର ମୁଖ୍ୟ ଆସାମୀ କୋରାପୁଟ ଜେଲରେ ଥିବା ସେକ ଜାଭେଦର ଯୋଜନା ଅନୁସାରେ ଅପହରଣ ହୋଇଥିଲା ବୋଲି ଜଣାପଡ଼ିଛି ।