’ବିରୋଧୀ ଦଳ ନେତା ପାଗଳ ହୋଇଗଲେଣି’: ମାନସ ମଙ୍ଗରାଜ

ଭୁବନେଶ୍ୱର: ପାଗଳ ହୋଇଯାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଜଣେ ସରକାରୀ ଅଧିକାରୀ ଓ ଜଣେ ଜଣାଶୁଣା ରାଜନେତାଙ୍କୁ ନବକିଶୋର ଦାସ ହତ୍ୟା ମାମଲାରେ ଆଙ୍ଗୁଳି ଦେଖାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି । ସେମାନଙ୍କର ହତ୍ୟା ମାମଲାରେ କୌଣସି ଭୂମିକା ନାହିଁ। ଏପରି ଅଭିଯୋଗ କରିଥିବା ଜୟନାରାୟଣଙ୍କର ବିରୋଧୀ ଦଳ ନେତା ପଦରେ ରହିବାର କୌଣସି ଯୋଗ୍ୟତା ନାହିଁ ।

ଏହାପୂର୍ବରୁ ସେ ତାଙ୍କ ଦଳର ସଭାପତି ଓ ଧନୁପାଲି ଥାନା ମହିଳା ଆଇଆଇସିଙ୍କୁ ଆକ୍ରମଣ କରିଥିଲେ। ଜୟନାରାୟଣଙ୍କର ଶୀଘ୍ର ମାନସିକ ଚିକିତ୍ସା ଆବଶ୍ୟକ । ବିଳମ୍ବ ପୂର୍ବରୁ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେପି ଘଟଣାକୁ ଗୁରୁତ୍ବର ସହ ନେଇ ଦଳକୁ ବଞ୍ଚାଇବା ସହ ଜୟନାରାୟଣଙ୍କୁ ବହିଷ୍କାର କରିବାକୁ ବିଜେଡି ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି ।