spot_img
Home Blog Page 3579

ପାକିସ୍ତାନ ବିରୋଧରେ ଆହୁରି କଠୋର ଶଦ୍ଦ ବ୍ୟବହାର କରିପାରିବି: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍. ଜୟଶଙ୍କର। ଅଷ୍ଟ୍ରେରିଆ ଗସ୍ତରେ ଥିବା ଜୟଶଙ୍କର ସିଧାସଳଖ ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ମୁଁ ଆତଙ୍କବାଦର ପ୍ରୋତ୍ସାହନକାରୀ ପାକିସ୍ତାନ ବିରୋଧରେ ଆହୁରି କଠୋର ଶଦ୍ଦ ବ୍ୟବହାର କରିପାରିବି। ସୀମାରେ ଆତଙ୍କବାଦ ବ୍ୟାପିବା ପଛରେ ପାକିସ୍ତାନର ହାତ ରହିଛି । ବିଶ୍ୱର ସମସ୍ତ ଦେଶଙ୍କୁ ପାକିସ୍ତାନ ଠାରୁ ସର୍ତକ ରହିବାକୁ କହିଛନ୍ତି। ଖୁଲମଖୁଲା ଆତଙ୍କରାଜ ଚଳାଇଛି ପାକିସ୍ତାନ ।

ସୂଚନାଯୋଗ୍ୟ ଯେ, ସୋମବାର ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀଙ୍କ ସହିତ ଏକ ସଭାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବିନା ପାକିସ୍ତାନର ନାମ ନେଇ କହିଥିଲେ ଯେ, ଆତଙ୍କବାଦର କେନ୍ଦ୍ରବିନ୍ଦୁ ପାଲଟିଛି ପାକିସ୍ତାନ । ଯାହାପରେ ଅଷ୍ଟ୍ରିଆର ନ୍ୟାସନାଲ ବ୍ରଡକାଷ୍ଟର ଓଆରଏଫକୁ ଦେଇଥିବା ସାକ୍ଷାତକାରରେ ଜୟଶଙ୍କରଙ୍କୁ ପାକିସ୍ତାନକୁ ନେଇ ସେ କହିଥିବା କଥା ଉପରେ ସାମ୍ୱାଦିକମାନେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଜୟଶଙ୍କର କହିଥିଲେ ଯେ, ପାକିସ୍ତାନ ପାଇଁ ସେ ଆହୁରୀ କଠୋର ଶଦ୍ଦ ବ୍ୟବହରା କରିପାରିବେ । ଭାରତ ଉପରେ ଯେତେବି ଆତଙ୍କବାଦୀ ଆକ୍ରମଣ ହୋଇଛି ସେ ସବୁ ପାକିସ୍ତାନ ହିଁ ଘଟାଇଛି ।

ଆସିଲା ଡାକ୍ତର ଶୁଭଶ୍ରୀ କରଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ

ନନ୍ଦିଘୋଷ ବ୍ୟୁରୋ: ଆସିଲା ଡାକ୍ତର ଶୁଭଶ୍ରୀ କରଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ। ବିଷକ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରେ ଜଣାପଡିଛି। ନମୁନାର ଫୋରେନସିକ୍ ରିପୋର୍ଟ ଆସିବା ଯାଏଁ ଏହି ରିପୋର୍ଟ ସଂରକ୍ଷିତ ରହିଥିବା ସିଡିଏମ୍ଓ କହିଛନ୍ତି। ସେପଟେ ଡିସେମ୍ବର ୩୧ ରାତିର ସତ ଖୋଜୁଛି ପୋଲିସ।

ଶୁଭଶ୍ରୀଙ୍କ ମୋବାଇଲ୍ ଜବତ କରି କଲ ରେକର୍ଡ ଯାଞ୍ଚ କରାଯାଉଛି। ଗତ ୨୦ତାରିଖରେ ଦେଇଥିବା ଏଫଆଇଆର ଘଟଣାକୁ ଦେଇଛି ନୂଆମୋଡ଼। ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝୀଙ୍କୁ ଖୋଜିବା ପାଇଁ ପୋଲିସ ସ୍ଵତନ୍ତ୍ର ଟିମ୍ ଗଠନ କରିଛି। ସେପଟେ ଶୋକାକୂଳ ପରିବେଶରେ ରାଉରକେଲା ବେଦବ୍ୟାସରେ ଶୁଭଶ୍ରୀଙ୍କ ଶେଷକୃତ୍ୟ କରାଯାଇଛି।

ନାବାଳିକାକୁ ଅସଦାଚରଣ କଲେ, ପରିବାର ଲୋକଙ୍କୁ ବାନ୍ଧିଲେ

ବାଲେଶ୍ବର:  ଜଳେଶ୍ବର ରାଇବଣିଆ ଥାନା କାଳିକା ପଞ୍ଚାୟତରେ କଙ୍ଗାରୁ କୋର୍ଟ । ନାବାଳିକାଙ୍କୁ ଅସଦାଚରଣର ପ୍ରତିବାଦ କରିବାରୁ ପରିବାର ଲୋକଙ୍କୁ ବାନ୍ଧିଲେ ଗ୍ରାମବାସୀ । ନୂଆବର୍ଷ ଦିନ ଏକ କାର୍ଯ୍ୟକ୍ରମରେ ନାବାଳିକାଙ୍କୁ କିସୁନ ବେଶ୍ରା ନାମକ ଜଣେ ଯୁବକ ଅସଦାଚରଣ କରିଥିଲେ । ନାବାଳିକାଙ୍କ ପରିବାର ଲୋକ ଏହାକୁ ବିରୋଧ କରିବାରୁ ଯୁବକଙ୍କ ସାଙ୍ଗମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଯୁବକଙ୍କୁ ଅଟକ ରଖି ନାବାଳିକାଙ୍କ ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ ।

ସେପଟେ ପରଦିନ ପୋଲିସ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକ ଜେରାଦାର ବିରୋଧ କରିଥିଲେ । ପୋଲିସ ଗାଁରୁ ଫେରି ଆସିବା ପରେ ନାବାଳିକାଙ୍କ ପରିବାରର ୫ଜଣଙ୍କୁ ପ୍ରାୟ ୬ଘଣ୍ଟା ଧରି ଗ୍ରାମବାସୀ ବାନ୍ଧି ରଖିବା ସହ ମାରପିଟ କରିଥିଲେ । ଏହାସହ ଗ୍ରାମର ମୁଖିଆ ଓ ସରପଞ୍ଚଙ୍କ ଉପସ୍ଥିତିରେ ନାବାଳିକାଙ୍କ ପରିବାରକୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଥିଲେ । ଟଙ୍କା ଦେବା ପାଇଁ ରାଜି ହେବାପରେ ସେମାନଙ୍କୁ ଛଡ଼ା ଯାଇଥିଲା । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନାବାଳିକାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି  ।

ବଦଳିବ ’ପଠାନ’ର ନାମ,ସ୍କ୍ରିନରୁ ଉଭାନ ହେବ ଦୀପିକାଙ୍କ ଗେରୁଆ ବିକିନି !

ମୁମ୍ବାଇ : ବାଦ ପ୍ରତିବାଦ ଭିତରେ ଏବେ ବିବାଦରେ ରହିଥିବା ବଲିଓଡ ଚଳଚିତ୍ର ‘ପଠାନ’ର ଟାଇଟଲ ବଦଳିବା ନେଇ ଚର୍ଚ୍ଚା ହେଉଛି । ଏହା ସହିତ ଦୀପିକାଙ୍କ ଗେରୁଆ ବିକିନି ମଧ୍ୟ ଫାଇନାଲ କଟରେ ଫିଲ୍ମରୁ ଆଉଟ୍ ହେବ ବୋଲି ଶୁଣିବାକୁ ମିଳୁଛି । ମୁସଲିମ୍ କଠୋରପନ୍ଥୀଙ୍କୁ ସନ୍ତୁଷ୍ଟ କରିବାକୁ ଯଦି ପଠାନର ନାମ ବଦଳା ଯିବ ତେବେ ଗେରୁଆ ବିଗ୍ରେଡର ନିଆଁ ଲିଭାଇବାକୁ ଦୀପିକାଙ୍କ ବିବାଦୀୟ ବିକିନି ମଧ୍ୟ ଫିଲ୍ମରୁ ବାଦ ପଡିବାକୁ ଯାଉଛି । ଏସବୁ ପାଇଁ ଫିଲ୍ମର ରିଲିଜ୍ ଡେଟ୍ ଘୁଞ୍ଚିବାକୁ ଯାଉଛି ବୋଲି କୁହାଯାଉଛି ।

ଫିଲ୍ମ ‘ପଠାନର ରିଲିଜ ହୋଇଥିବା ବେସରମ ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି କଷ୍ଟ୍ୟୁମକୁ ଦେଖି ଉତ୍ୟକ୍ତ ହୋଇପଡିଥିଲେ ହିନ୍ଦୁବାଦୀ । ଦୀପିକା ଗୀତରେ ଗେରୁଆ ବିକିନି ପିନ୍ଧି ନାଚିବା ହିନ୍ଦୁଧର୍ମ ପ୍ରତି ଅପମାନ ବୋଲି ଅଭିଯୋଗ ଆଣି ହଙ୍ଗାମା କରିଛନ୍ତି ବିରୋଧୀ । ଏସବୁ ବିବାଦ ଭିତରେ ଫିଲ୍ମର ରିଲିଜ ସ୍ଥଗିତ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି । ଜାନୁଆରୀ ୨୫ରେ କିଙ୍ଗ ଖାନଙ୍କର ଏହି ବିବାଦୀୟ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏମିତିରେ ୟଶରାଜ ବ୍ୟାନରରେ ନିର୍ମିତ ପଠାନ ଫିଲ୍ମର ବର୍ତ୍ତମାନ ୨ଟି ଗୀତ ରିଲିଜ ହୋଇସାରିଛି ।

ନିଜକୁ ଚଳଚିତ୍ର କ୍ରିଟିକ୍ ବୋଲାଉଥିବା କମଲ ଆର ଖାନ ଏ ବାବଦରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି  ଯେ, ପଠାନରେ ଦୀପିକାଙ୍କ ଗେରୁଆ ବିକିନି  ସହ ଫିଳ୍ମର ଟାଇଟଲ ମଧ୍ୟ ଖୁବ ଶୀଘ୍ର ବଦଳି ଯାଇପାରେ । ଫିଲ୍ମ ନିର୍ମାତାମାନେ ୨ ଦିନ ମଧ୍ୟରେ ଘୋଷଣା କରିପାରନ୍ତି ବୋଲି ସେ ଦାବି କରିଛନ୍ତି । ଆହୁରି ମଧ୍ୟ  ନିର୍ମାତା ଫିଲ୍ମର ରିଲିଜ ଡେଟକୁ ଘୁଂଚାଇପାରନ୍ତି  ବୋଲି କେଆରକେ କହିଛନ୍ତି।

କମଲ ଆର ଖାନ୍ ସଦାବେଳେ ବଲିଉଡ ସେଲିବ୍ରେଟିଙ୍କୁ ଟ୍ରୋଲ କରିବାର କୌଣସି ମୌକା ଛାଡି ନଥାନ୍ତି । ଏମିତିରେ ଏହାର ସତ୍ୟତା ଅନୁଯାୟୀ ଫିଲ୍ମ ରିଲିଜ ଡେଟ ଘୁଂଚିବାର କାରଣ ଦର୍ଶକଙ୍କ ଆକ୍ରୋଶ ନୁହେଁ ବରଂ ତାହାର ମୁଖ୍ୟ କାରଣ ରହିଛି କୋଭିଡ । ପୁଣି ଥରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବା ଆରମ୍ଭ କରିସାରିଲାଣି । କୁହାଯାଉଛି ଯଦି ସଂକ୍ରମଣ ମାମଲା ଅତ୍ୟଧିକ ବୃଦ୍ଧିପାଏ ତେବେ ଫିଲ୍ମର ରିଲିଜ ମଧ୍ୟ ବନ୍ଦ ହୋଇଯିବ ।

ରିଲିଜ୍ ପୂର୍ବରୁ ୧୭୦ କୋଟି ଆୟ କଲା ‘ପ୍ରୋଜେକ୍ଟ କେ’

ମୁମ୍ବାଇ:ସାଉଥ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର  ପ୍ରଭାସ ଏବେ ଖୁବ୍ ଚର୍ଚ୍ଚାରେ। ତାଙ୍କର ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’ର ରିଲିଜ ତାରିଖ ଘୋଷଣା ନହେବା ପୂର୍ବରୁ ଫିଲ୍ମଟି ୧୭୦ କୋଟି ଟଙ୍କା ଇନକମ୍ କରିଛି । ଖୁବ୍ ଚମତ୍କାର କରିଛି ବାହୁବଳି ଫେମ୍ ପ୍ରଭାସଙ୍କ ଏହି ଆଗାମି ଚଳଚ୍ଚିତ୍ର । ଖବର ଅନୁଯାୟୀ, ପ୍ରଭାସଙ୍କ ଏହି ଫିଲ୍ମଟି sci-fi ଫିଲ୍ମ ଉପରେ ଆଧାରିତ । କେବଳ ପ୍ରଭାସ ନୁହଁନ୍ତି ବରଂ ଏହି ସିନେମାରେ ଖୁବ୍ ନାମିଦାମି କଳାକାରଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ପ୍ରଭାସଙ୍କ ସମେତ ଅଭିନେତ୍ରୀ ଦୀପିକା ପାଦୁକନ, ଅଭିନେତା ଅମିତାଭ୍ ବଚ୍ଚନ, ପୱନ କଲ୍ୟାଣ ଅନେକ ଅଭିନେତା ଏହି  ଫିଲ୍ମରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନୀ ସମ୍ଭାଲ ।

ସୂଚନା ଅନୁଯାୟୀ, ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ର କପି ରାଇଟସ୍ ୭୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହାକୁ କିଣିଛନ୍ତି  ସୁନିଲ ମାରଙ୍ଗ ।  ସେହିପରି ଆନ୍ଧ୍ରପ୍ରଦେଶରେ ଫିଲ୍ମ ରାଇଟସ୍ ପାଖାପାଖି ୧୦୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଅର୍ଥାତ୍ ଟଲିଉଡ ଜଗତରେ ସିନେମାଟି ୧୭୦ କୋଟି ଟଙ୍କା ଇନକମ୍ କରିଛି । ସିନେମାଟିର ରାଜସ୍ବ ପ୍ରାୟ ୫୦ ପ୍ରତିଶତ କେବଳ ତାର ରାଇଟସରୁ ଇନକମ କରିବ ବୋଲି ଅନୁମାନ କରାଯାଉଛି । ଏହି ଫିଲ୍ମର ଚାହିଦା ସବୁଠାରୁ ଅଧିକ ରହିଛି। ତେବେ ଏହି ଫିଲ୍ମକୁ ନେଇ ପ୍ରଭାସଙ୍କ ପ୍ରଂଶସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହା ବକ୍ସ ଅଫିସରେ ରେକର୍ଡ କରିବ ବୋଲି ଆଶା କରାଯାଉଛି ।  ଏନେଇ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସନ୍ଦେହ ଘେରରେ ଶୁଭଶ୍ରୀଙ୍କ ମୃତ୍ୟୁ, ସାମ୍ନାକୁ ଆସିଲା ପ୍ରେମିକଙ୍କ ସହ ଫଟୋ

ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ଯୋଡ଼ା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ସହ ପ୍ରେମିକ ଦିବ୍ୟରଞ୍ଜନଙ୍କ ଫଟୋ । ଉଭୟେ କୌଣସି ସ୍ଥାନକୁ ବୁଲିବାକୁ ଯାଇଥିବା ବେଳେ ଏହି ଫଟୋ ଉଠାଇଥିବା ଜଣାପଡୁଛି । ସେପଟେ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁକୁ ନେଇ ଧିରେ ଧିରେ ଘନୀଭୂତ ହେଉଛି ସନ୍ଦେହ । କ’ଣ ଘଟିଥିଲା ଡିସେମ୍ବର ୩୧ ତାରିଖ ରାତିରେ ? ନିଜ ସହକର୍ମୀଙ୍କ ସହ ନାଚଗୀତରେ ମସଗୁଲ ଥିବା ଶୁଭଶ୍ରୀ, ରାତି ଗୋଟାଏ ୪୫ ପରେ କାହିଁକି ନେଲେ ଚରମ ନିଷ୍ପତ୍ତି ? ତାଙ୍କର ସ୍ବାଭାବିକ ମୃତ୍ୟୁ ହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ରାତି ଗୋଟାଏ ୪୫ ପରେ ସେ କାହା ସହିତ କଥା ହୋଇଥିଲେ କି ?

ସେପଟେ ଯୋଡ଼ା ଥାନାରେ ଡାକ୍ତର ଶୁଭଶ୍ରୀ ଗତ ୨୦ ତାରିଖରେ ଦେଇଥିବା ଏଫଆଇଆର ଘଟଣାକୁ ନୂଆ ମୋଡ ଦେଇଛି । ଏଥିରେ ସେ ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଉଭୟ ଡାକ୍ତର ଶୁଭଶ୍ରୀ ଓ ଡାକ୍ତର ଦିବ୍ୟରଞ୍ଜନ ଏମକେସିଜି ମେଡିକାଲ କଲେଜରେ ଏକାଠି ପାଠ ପଢ଼ୁଥିଲେ । ପାଠ ପଢ଼ିବା ସମୟରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଯୋଡାରେ ଚାକିରି କରିବା ପରେ ମଧ୍ୟ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । କିନ୍ତୁ କିଛି ଦିନ ଧରି ଡାକ୍ତର ଦିବ୍ୟରଞ୍ଜନ ଶୁଭଶ୍ରୀଙ୍କ ଫୋନ ନଉଠାଇବାରୁ, ଗତ ୨୦ ତାରିଖରେ ଡାକ୍ତର ଦିବ୍ୟରଞ୍ଜନଙ୍କ ବିରୋଧରେ ଏତଲା ଦେଇଥିଲେ ଶୁଭଶ୍ରୀ । ଏତଲା ଦେବାର ଘଣ୍ଟାଏ ପରେ ଶୁଭଶ୍ରୀ ମାମଲା ପ୍ରତ୍ୟାହାର କରିବାକୁ ଚାହିଁଥିଲେ ।

କିନ୍ତୁ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ କୋର୍ଟରେ ୧୬୪ ଧାରା ଅନୁସାରେ ବଡ଼ବିଲ ଜେଏମଏଫସି କୋର୍ଟରେ ଶୁଭଶ୍ରୀଙ୍କ ବୟାନ ରେକର୍ଡ କରିଥିଲା । ଏବଂ ପରେ ନୋଟାରୀଙ୍କ ନିକଟରେ ଓକିଲଙ୍କ ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ଏହି ବୁଝାମଣା ଅନୁଯାୟୀ, କେହି କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବେ ନାହିଁ । ଏବଂ ଉଭୟ ନିଜସ୍ବ ଜୀବନ କାଟିବେ ବୋଲି ସତ୍ୟପାଠ ଜରିଆରେ ଆପୋଷ ବୁଝାମଣା କରିଥିଲେ । ଡିସେମ୍ବର ୩୧ ରାତିରେ ଶୁଭଶ୍ରୀ ଚାଓମିନ୍, ଗୁପଚୁପ, କେକ୍ ଖାଇବା ପରେ ଚା’ ପିଇଥିବା ଜଣାପଡିଛି । ତାଙ୍କ ଘରୁ ଦୁଇଟି ବୋତଲ ଜବତ ହୋଇଛି । କିନ୍ତୁ ତାହା ବିଷ ବୋତଲ କି ନୁହେଁ ସ୍ପଷ୍ଟ ହୋଇନି ।

ଶୁଭଶ୍ରୀଙ୍କ ମୃତଦେହରେ କୌଣସି ବାହ୍ୟ କ୍ଷତ ନଥିଲା । ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପରେ ଏହିସବୁ ଘଟଣା ଏବେ ଅନେକ ଅସମାହିତ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଖୋଳତାଡ ପାଇଁ ପୋଲିସ ଡାକ୍ତର ଶୁଭଶ୍ରୀଙ୍କ ମୋବାଇଲ ଜବତ କରିବା ସହ କଲ ରେକର୍ଡ ଯାଞ୍ଚ କରୁଛି । ଏଥିସହିତ ତଦନ୍ତ ପାଇଁ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଛି । ନୂଆବର୍ଷ ସେଲିବ୍ରେଟ କରିବା ପରେ ଶୁଭଶ୍ରୀ ଖଟରେ ଶୋଇଥିବା ବେଳେ ମୃତ୍ୟୁ ହୋଇଛି । ତେଣୁ ଶୁଭଶ୍ରୀଙ୍କ ମୃତ୍ୟୁ ସ୍ବାଭାବିକ ଥିଲା ନା ସେ ଆତ୍ମହତ୍ୟା କରିଛନ୍ତି ତାହା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହେବ । ଏଥିପାଇଁ ଶୁଭଶ୍ରୀଙ୍କ ଭିସେରା ପରୀକ୍ଷା କରାଯିବ। ଯଦି ଆତ୍ମହତ୍ୟା କରିଥାନ୍ତି ତେବେ ତାଙ୍କୁ କିଏ ଏଥିପାଇଁ ପ୍ରବର୍ତ୍ତାଇ ଥିଲା ସେନେଇ ପୋଲିସ ତଦନ୍ତ କରିବ । ସେପଟେ ଜେଏସଡବ୍ଲୁ ନୂଆଗାଁ ଡିସପେନସାରିରେ କାମ କରୁଥିବା ଡାକ୍ତର ଦିବ୍ୟରଞ୍ଜନ ଗତ ୨୭ ତାରିଖରୁ ଇସ୍ତଫା ଦେଇ ପଳାଇଥିବା ଜଣାପଡିଛି ।

ଆପଣଙ୍କର ଗୋଟିଏ ଭୁଲ, ହୋଇପାରେ ହ୍ୱାଟସ୍ଆପ୍‌ ହ୍ୟାକ୍

ଆପଣ ହ୍ୱାଟସଆପ ବ୍ୟବହାର କରୁଛନ୍ତି କି..? ଯଦି ହଁ ତାହାଲେ ହ୍ୱାଟସଆପରେ ଏହି ସେଟିଙ୍ଗଟି ଅନ ରଖିଛନ୍ତି କି..? ତାହାଲେ ହୋଇଯାଆନ୍ତୁ ସାବଧାନ…. ନଚେତ ଆପଣଙ୍କ ହ୍ୱାଟସଆପ ଭି ହୋଇପାରେ ହ୍ୟାକ୍ । ଯଥାଶୀଘ୍ର ଏହି ସେଟିଙ୍ଗଟିକୁ ଅଫ କରନ୍ତୁ ନହେଲେ ଚୋରି ହୋଇଯିବ ଆପଣଙ୍କ ହ୍ୱାଟସ୍‌ଆପ ଡାଟା । ହ୍ୟାକର୍ସମାନେ ଗୋଟିଏ ଫଟୋ ଫଠାଇ ଆପଣଙ୍କ ହ୍ୱାଟସଆପକୁ କରିପାରିବେ ହ୍ୟାକ୍ । ଏହି ସେଟିଙ୍ଗ ବିଷୟରେ ପଢିବା ପାଇଁ ପଢନ୍ତୁ ଆମର ଲେଖା ।

ସାରା ବିଶ୍ୱରେ ସାଇବର କ୍ରାଇମ ବଢିଯାଇଥିବା ବେଳେ ନୂଆ ନୂଆ ତରିକା ଆପଣାଉଛନ୍ତି ହ୍ୟାକର୍ସ । ତେବେ ହ୍ୟାକର୍ସ ହ୍ୱାଟସଆପ ୟୁଜରର୍ସଙ୍କୁ ଫସାଇବା ପାଇଁ ଆପଣାଇଛନ୍ତି ଏକ ନୂଆ ତରିକା । ଏବେ ଏଓୠ ଫଟୋ ପଠାଇ ଆପଣଙ୍କ ହ୍ୱାଟସଆପରେ ଏଣ୍ଟ୍ରି ମାରୁଛନ୍ତି ହ୍ୟାକର୍ସ । ସାଧାରଣତଃ ହ୍ୱାଟସଆପରେ ଅନେକ ସେଟିଙ୍ଗ ରହିଥାଏ ଯାହା ସମସ୍ତଙ୍କୁ ଜଣା ନଥାଏ । ଯାହାଫଳରେ କି ସେମାନେ ସହଜରେ ହ୍ୟାକରର୍ସଙ୍କ ଜାଲରେ ଫସିଯାଇଥାନ୍ତି । ତେବେ ହ୍ୟାକରର୍ସ ମାନେ ତାଙ୍କ ଜାଲରେ ଫସାଇବା ପାଇଁ ଫିସିଙ୍ଗ ଲିଙ୍କର ବ୍ୟବହାର କରିଥାନ୍ତି । ଏବେ ସେମାନେ ସେମିତି ଏଓୠ ଫିସିଙ୍ଗ ଲିଙ୍କର ବ୍ୟବହାର କରୁଛନ୍ତି । ଯାହାକୁ ଏଓୠ ଝଷରକ୍ଷକ୍ଷ କୁହାଯାଉଛି । ଏହି ତରିକାରେ ହ୍ୟାକରର୍ସ ମାନେ ଆପଣଙ୍କ ଫୋନ ଓ ହ୍ୱାଟସଆପକୁ ଆକସେସ୍ କରିପାରିବେ । ଯଦି ଆପଣ ହ୍ୱାଟସଆପରେ ମିଡିଆ ଅଟୋ ଡାଉନଲୋଡ ଫିଚର ଅନ କରିଛନ୍ତି ତାହାଲେ ତୁରନ୍ତ ଏହି ସେଟିଙ୍ଗଟିକୁ ଅଫ କରନ୍ତୁ । କାରଣ ଆପଣଙ୍କ ହ୍ୱାଟସଆପକୁ ଆସୁଥିବା ଫଟୋ ବା ଏଓୠ ଫାଇଲ ଆପେଆପେ ଡାଉଲଲୋଡ ହୋଇଯିବ । ଏବଂ ହ୍ୟାକରର୍ସ ମାନେ ସହଜରେ ଆପଣଙ୍କ ଫୋନକୁ ଏଣ୍ଟ୍ରି ମାରିପାରିବେ ।

ତେବେ ଏଥିରୁ ବଞ୍ଚିବା ପାଇଁ ଆପଣ ଆପଣଙ୍କର ସେଟିଙ୍ଗକୁ ବଦଳାଇପାରିବେ । ଯେଉଁଠି ଷ୍ଟୋରେଜ ଓ ଡାଟାର ଅପସନ୍ ରହିଛି ସେଠି କ୍ଲିକ୍ କରିବେ । ଏହାପରେ ସେଠାରେ ଆପଣଙ୍କୁ ଅଟୋ ମିଡିଆ ଡାଉନଲୋଡ ଅପସନ୍ ଦେଖାଇବ ଏହାକୁ ଆପଣ ଅଫ କରିଦେବେ । ଏପରି ଭାବରେ ଆପଣ ହ୍ୟାକରର୍ସ ମାନଙ୍କୁ ହ୍ୟାକ କରିବାରୁ ରୋକି ପାରିବେ ।

ଉପସ୍ଥାପନା ହେବ କେନ୍ଦ୍ର ବଜେଟ, ରାଷ୍ଟ୍ରପତି ଦେବେ ତାଙ୍କର ପ୍ରଥମ ଉଦବୋଧନ୍

0

ନୂଆଦିଲ୍ଲୀ: ଖୁବଶୀଘ୍ର ବସିପାରେ କେନ୍ଦ୍ର ବଜେଟ ଅଧିବେଶନ । ଏହା ଫେବୃୟାରୀରେ ଉପସ୍ଥାପନା କରିବା ଯୋଜନା ଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି । ବଜେଟ ଅଧିବେଶନଟି ଆସନ୍ତା ୩୧ ତାରିଖରେ ଆରମ୍ଭ ହୋଇପାରେ ଏବଂ ଏହା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ ଉପସ୍ଥାପନା କରିବା ଯୋଜନା ଥିବାବେଳେ ଅଧିବେଶନର ପ୍ରଥମ ଦିନ ହିଁ ପାର୍ଲିଆମେଣ୍ଟରେ ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ଉପସ୍ଥାପନା କରାଯିବ ।ଅଧିବେଶନର ଆରମ୍ଭରେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିବା ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ଉଦବୋଧନ ଦେବେ । ତେବେ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୦ରେ ଶେଷ ହେବା ନେଇ ଯୋଜନା ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ ସମ୍ଭାବନା ରହିଛି । ଏହାପରେ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଉଦବୋଧନକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ପ୍ରସ୍ତାବ ସମ୍ପର୍କିତ ଆଲୋଚନାରେ ଉତ୍ତର ଦେବେ । ଓ ଅର୍ଥମନ୍ତ୍ରୀ ବଜେଟ ଆଲୋଚନାର ଉତ୍ତର ରଖିବେ । ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ମନ୍ତ୍ରାଳୟର ଅନୁଦାନ ଦାବି ଉପରେ ଆଲୋଚନା କରାଯିବ ।

ଦେଶକୁ ନାହିଁ କରୋନା ଭୟ, ସଂକ୍ରମଣ ହାର ୫ପ୍ରତିଶତରୁ କମ୍

ନୂଆଦିଲ୍ଲୀ: ଦେଶକୁ ଏବେ ନାହିଁ କରୋନାର ଭୟ । ଏପର୍ଯ୍ୟନ୍ତ ଦେଶର କୌଣସି ଜିଲ୍ଲାରେ ମଧ୍ୟ କରୋନାର ୟଲୋ ଆଲର୍ଟ ଜାରି କରାଯାଇନାହିଁ । ବର୍ତମାନ ଦେଶରେ ସଂକ୍ରମଣ ହାର ୦.୧୯ପ୍ରତିଶତ ଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୦.୧୪ ରହିଛି । ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ଅଧିକାରୀମାନେ କହିଛନ୍ତି ଯେ, ଚାଇନାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଦେଶରେ ସୁରକ୍ଷାକୁ ବଢାଇ ଦିଆଯାଇଥିଲା । ଏହାପରେ ଦେଶର ଜିଲ୍ଲା ଓ ରାଜ୍ୟର ରିପୋର୍ଟରୁ ଜଣାପଡିଥିଲାକି ଦେଶରେ ୫୦୦ରୁ ଅଧିକ ଜିଲ୍ଲାରେ ଜଣେ ବି କରୋନା ସଂକ୍ରମିତ ନାହାନ୍ତି ।

ହ୍ରିତିକଙ୍କ ନୂଆ ଲୁକ୍, ଫିଦା ହେଉଛନ୍ତି ଫ୍ୟାନ୍ସ୍

ମୁମ୍ବାଇ: ପାଗଳ କରୁଛି  ହ୍ରିତିକଙ୍କ ଆବ୍ସ୍ ଫଟୋ । ନିଜର ଫିଟନେସ୍ ଓ ଜବରଦସ୍ତ ଡ୍ୟାନ୍ସ ଷ୍ଟାଇଲ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେହିଭଳି ନିଜର ୮ପ୍ୟାକ୍ ଆବ୍ସ ଦେଖାଇ ଫ୍ୟାନ୍ସ ମାନଙ୍କ ମନରେ ଚହଳ ସୃଷ୍ଟି କରିଛନ୍ତି । ତାଙ୍କର ଏହି ଫଟୋଟି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପ୍ରଶଂସକ ମାନେ ତାଙ୍କର ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି । ହ୍ରିତିକ ରୋଶନ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ଏହି ଫଟୋଟି ସେୟାର କରିଥିବା ବେଳେ ଫଟୋରେ ସେ ତାଙ୍କର ୮ ପ୍ୟାକ୍ ଆବ୍ସ ଦେଖାଉଛନ୍ତି ।  ଫଟୋରେ ସେ ମିରର୍ ସାମ୍ନାରେ ଛିଡାହୋଇଥିବା ବେଳେ ପିନ୍ଧିଥିବା କଳା ଟି-ସାର୍ଟଟିକୁ ଛାତି ଉପରକୁ ଉଠାଇ ଦେଇଛନ୍ତି । ଫଟୋଟିକୁ ସେୟାର କରିଥିବା ସହିତ କ୍ୟାପସନରେ ଲେଖିଛନ୍ତି, ସବୁ ଠିକଠାକ୍‌, ଚାଲ ୨୦୨୩ କୁ ଯିବା । କେବଳ ଫ୍ୟାନ୍ସ ନୁହଁନ୍ତି ସେଲିବ୍ରିଟିମାନେ ମଧ୍ୟ ହ୍ରିତିକଙ୍କ ଏହି ଲୁକକୁ ପସନ୍ଦ କରୁଛନ୍ତି । ତାଙ୍କର ଏହି ମସ୍କୁଲାର ଚେହେରାକୁ ଦେଖି ପ୍ରଶଂସକ ମାନେ ତାଙ୍କ ଉପରେ ପ୍ରେମ ବର୍ଷା କରୁଛନ୍ତି ।  ତାଙ୍କର ଏହି ଫଟୋରେ ସେଲିବ୍ରିଟିଠୁ ଆରମ୍ଭ କରି ପ୍ରଶଂସକ ମାନେ ମଜାଦାର କମେଣ୍ଟ ଦେଇଛନ୍ତି । ଅନ୍ୟପକ୍ଷରେ ହ୍ରିତିକ ରୋଶନ ବର୍ତ୍ତମାନ ଦୀପିକା ପାଦୁକୋନଙ୍କ ସହ ପରବତ୍ତୀ ଫିଲ୍ମ “ଫାଇଟର” ପାଇଁ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟି ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି ।