ଆରବ ସାଗରରେ ମିଳିତ ନୌ-ସମରାଭ୍ୟାସ; ବିଶ୍ବକୁ ଚମକାଇଲେ ଋଷ, ଚୀନ ଓ ଇରାନ

1 min read

ବେଜିଂ :  ଆରବ ସାଗରରେ ଋଷ, ଚୀନ ଓ ଇରାନର ମିଳିତ ନୌସମରାଭ୍ୟାସ । ବେଜିଂ ଓ ତେହେରାନ ମଧ୍ୟରେ ସମ୍ପର୍କ ବଢୁଥିବାବେଳେ ଏହି ନୌସମରାଭ୍ୟାସ ନୂତନ ସମୀକରଣ ସୃଷ୍ଟି କରିଛି । ମାରିନ ସିକ୍ୟୁରିଟି ବେଲ୍ଟ ୨୦୨୩ ଅନୁସାରେ ଇରାନୀୟ ବନ୍ଦର ଚାବାହର ନିକଟରେ ଏହି ସମରାଭ୍ୟାସ ଚାଲିଛି ବୋଲି କହିଛି ଋଷ ।

ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଲାଗି ହେଉଥିବା ଏହି ସମରାଭ୍ୟାସରେ ଋଷ ପକ୍ଷରୁ ଆଡମିରାଲ ଗୋର୍ସକୋଭ ଫ୍ରିଗେଟ ଓ ଏକ ମଧ୍ୟମ ଧରଣର ଟ୍ୟାଙ୍କର ବ୍ୟବହୃତ ହେବ । ଆଡମିରାଲ ଗୋର୍ସକୋଭରୁ ଉଭୟ ଦିନ ଓ ରାତିରେ ଗୋଳାବାରୁଦ ଫାୟାରିଂ ହେବ ବୋଲି ସୂଚନା ମିଳିଛି । ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଚୀନ ସହ ଋଷର ସମ୍ପର୍କ ବଢୁଥିବାବେଳେ ଏହି ସମରାଭ୍ୟାସ ପାଶ୍ଚାତ୍ୟ ରାଷ୍ଟ୍ର ଲାଗି ଚିନ୍ତା ସୃଷ୍ଟି କରିଛି ।