spot_img
Home Blog Page 3567

ଶୀତୁଆ ସକାଳରେ ମନମୋହିଲା ପଥୋତ୍ସବ

ଭୁବନେଶ୍ବର: ଶୀତୁଆ ସକାଳରେ ମନୋରଞ୍ଜନର ମାହୋଲ । ଛୁଟି ଦିନରେ ରାସ୍ତା ଉପରେ ମଉଜ କରୁଛନ୍ତି ରାଜଧାନୀ ବାସିନ୍ଦା । ପଥୋତ୍ସବରେ ଝୁମିଛି ରାଜଧାନୀ ଭୁବନେଶ୍ବର । ରବିବାରରେ ସ୍ମାର୍ଟସିଟିରେ ଚାଲିଛି ଧୁମ ମସ୍ତି । ଉତ୍ତର ନିର୍ବାଚନ ମଣ୍ଡଳୀର ଶିଖରଚଣ୍ଡିରୁ ଇନଫୋସିଟି ମଧ୍ୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ନାଚଗୀତକୁ ଝୋଟି ମୋହିଲା ଲୋକଙ୍କ ମନ । ସେହିପରି ପ୍ରଥମ ଥର ପାଇଁ ପୋଲିସ ବ୍ୟାଣ୍ଡ ପଥୋତ୍ସବରେ ସାମିଲ ହୋଇଥିଲା । କିଟ ଓ କିସ୍ ଛାତ୍ରଛାତ୍ରୀଙ୍କ ମ୍ୟୁଜିକାଲ ବ୍ୟାଣ୍ଡ ଲୋକଙ୍କ ହୃଦୟକୁ ଛୁଇଁଥିଲା ।

ପଥୋତ୍ସବରେ କିଏ ଝୋଟି ପକାଉଛି ଆଉ କିଏ ନାଚୁଛି । ପୁଣି ଆଉ କିଏ ଖେଳି ବୁଲି ମଜା କରୁଛି । ସକାଳୁ ସକାଳୁ ପଥୋତ୍ସବର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା । କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସହ ବହୁ କର୍ପୋରେଟର ସାମିଲ ହୋଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ ।

ସକାଳ ଓ ନନ୍ଦିଘୋଷ ଟିଭି ଷ୍ଟଲରେ ଭିଡ଼

ପଥୋତ୍ସବରେ ଦୈନିକ ଖବର କାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ପଡ଼ିଥିବା ଷ୍ଟଲରେ ଭିଡ଼ ଦେଖିବାକୁ ମିଳିଥିଲା । ଉତ୍ସବରେ ଲୋକଙ୍କୁ ତାଜା ଖବର ସହ ଅପଡେଟ୍ କରିଥିଲା ସକାଳ ଓ ନନ୍ଦିଘୋଷ ଟିଭି । ବିଭିନ୍ନ ବର୍ଗଙ୍କ ମଧ୍ୟରେ ନାଚଗୀତ, କୁଇଜ ସହ ଏକାଧିକ ପ୍ରତିଯୋଗିତା ହୋଇଥିଲା । ଏଥିରେ ଅଶଂଗ୍ରହଣ କରିଥିବା ସାଧାରଣ ଲୋକଙ୍କୁ ପୁରସ୍କୃତ କରାଯାଇଛି ।

କାର୍ଯ୍ୟକ୍ରମରେ ସକାଳ ଖବରକାଗଜର ସିଇଓ ସୁବ୍ରତ ଦାସ ଓ ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ସାମିଲ ହୋଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସେହିପରି ଷ୍ଟଲକୁ ଆସି ଉତ୍ସାହ ଭରିଥିଲେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସହ ବହୁ କର୍ପୋରେଟର ଓ ଜୋନ ୬ ଏସିପି ସାମିଲ ହୋଇଥିଲେ । ଆଗକୁ ହକି ବିଶ୍ବକପ ଆସୁଥିବା ବେଳେ ପଥୋତ୍ସବ ଲୋକଙ୍କ ମନରେ ନୂଆ ଉତ୍ସାହ ଭରିଛି । କରୋନା ପାଇଁ ୩ ବର୍ଷ ହେବ ପଥୋତ୍ସବ ବନ୍ଦ ରହିଥିଲା ।

ଠାକୁର ଅନୁକୁଳଚନ୍ଦ୍ରଙ୍କ ଉତ୍କଳ ଆଗମନର ୧୦୧ତମ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ପୁରୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଠାକୁର ଅନୁକୁଳଚନ୍ଦ୍ରଙ୍କ ଉତ୍କଳ ଆଗମନର ୧୦୧ତମ ବର୍ଷ ପୂର୍ତ୍ତି । ଏହି ଉପଲକ୍ଷେ ପୁରୀ ତାଳବଣିଆସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆୟୋଜିତ ହେଉଛି ସ୍ବତନ୍ତ୍ର ସମାରୋହ । କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦିନ ୧୧ଟା ୨୫ରେ ତାଳବଣିଆ ହେଲିପ୍ୟାଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସାଢ଼େ ୧୧ ଟାରେ ସଭାସ୍ଥଳରେ ପହଞ୍ଚି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି । କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍; ଶ୍ରୀଲଙ୍କାକୁ ୨୨୯ର ବିଶାଳ ଲକ୍ଷ୍ୟ ଦେଲା ଭାରତ

ରାଜକୋଟ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଛି । ସିରିଜ୍ ଜିତିବା ପାଇଁ ଚାଲିଛି ଲଢେଇ । ପୂର୍ବରୁ ଉଭୟ ୧-୧ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଅଛି । ଆଜି ଯିଏ ଜିତିବ ସେ ସିରିଜ ବିଜୀୟ ହେବ । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୨୮ ରନ୍ କରିଛି । ଶ୍ରୀଲଙ୍କା ଆଗରେ ଭାରତ ୨୨୯ ରନର ଲକ୍ଷ୍ୟ ରଖିଛି । ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୧୧୨ ରନ୍ କରିଛନ୍ତି ।

ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଭଲ ଆରମ୍ଭ କରିଥିଲା । ଇଶାନ କିଶନ ପ୍ରଥମ ଓଭରରେ ପାଭେଲିଅନ୍ ଫେରିଯାଇଥିଲେ । ଏହାପରେ ରାହୁଲ ଦ୍ରୁତତାର ସହ ୩୫ ରନ୍ କରି ଆଉଟ୍ ହୋଇଯାଇଥିଲେ । ପାୱାରପ୍ଲେ ରେ ଭାରତ ଦୁଇ ୱିକେଟ୍ ହରାଇ ୫୩ ରନ୍ ସଂଗ୍ରହ କରିନେଇଥିଲା । ଏହାପରେ ଶୁଭମନ ଗିଲ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ତୃତୀୟ ୱିକେଟ ପାଇଁ ଉଭୟ ୫୩ ବଲରେ ୧୧ ରନ୍ ସଂଗ୍ରହ କରିଥିଲେ ।

ଗିଲ୍ ୪୬ ରନ୍ କରି ଆଉଟ୍ ହୋଇଯାଇଥିଲେ । ହାର୍ଦ୍ଦିକ ଏବଂ ଦୀପକ ୪-୪ ରନ୍ କରି ଆଉଟ୍ ହୋଇଯାଇଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଦମଦାର ଶତକ ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୨୮ ରନ୍ ସଂଗ୍ରହ କରିଥିଲା । ଅକ୍ଷର ପଟେଲ ୯ ଟି ବଲରେ ୨୧ ରନ୍ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶଙ୍କା ୨ ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ରଜିଥା, କରୁଣାରତ୍ନେ ଓ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ଭାରତୀୟ ସିନିୟର କ୍ରିକେଟ ଟିମର ଚୟନକର୍ତ୍ତା ହେଲେ ସଲିଲ ଅଙ୍କୋଲା

ନୂଆଦିଲ୍ଲୀ:  ମହାରାଷ୍ଟ୍ରର ବୋଲର ଯିଏ ନିଜର ଡେବ୍ୟୁ ମ୍ୟାଚ୍ ହ୍ୟାଟ୍ରିକରୁ ଆରମ୍ଭ କରିଥିଲେ ଏବଂ ଏକ ବର୍ଷ ମଧ୍ୟରେ ଖେଳରେ ଚମତ୍କାର ପ୍ରଦର୍ଶନ କରି ଟିମ ଇଣ୍ଡିରେ ନିଜର ସ୍ଥାନ ପକ୍କା କରିଥିଲେ । ଏହି ଖେଳାଳିଙ୍କ ନାମ ହେଉଛି ସଲିଲ ଅଙ୍କୋଲା । ତାଙ୍କର ଜୀବନ ବହୁ ସଂର୍ଘଷପୂର୍ଣ୍ଣ ରହିଥିଲା । ସୂଚନା ମୁତାବକ, ୧୯୯୦ ମସିହାରେ ଅନିଲ କୁମ୍ୱଲ, ଜୱାଗଲ ଶ୍ରୀନାଥ, ଅଜିତ ଅଗର ଏବଂ ସଚିନ୍ ତେନ୍ଦୁଲକରଙ୍କ ଭଳି ଖେଳାଳି ମଧ୍ୟ ଡେବ୍ୟୁ କରିଥାନ୍ତି । ଏହି ସମସ୍ତ ନାମ ଗୁଡିକ ଭାରତୀୟ କ୍ରିକେଟ ଦଳରେ ନିଜର ନାମ ଅର୍ଜନ କରିଥିବା ବେଳେ ଅଙ୍କୋଲାଙ୍କ ଭଳି ଖେଳାଳିଙ୍କ ନାମ କୁଆଡେ ହଜି ଯାଇଛି ।

ବର୍ତ୍ତମାନ ସଲିଲ ଅଙ୍କୋଲା ଭାରତୀୟ ସିନିୟର କ୍ରିକେଟ ଟିମର ଚୟନକର୍ତ୍ତା ହୋଇଛନ୍ତି । ବିସିସିଆଇର ପକ୍ଷରୁ ଏହି ଚୟନ କମିଟି ଘୋଷଣା ହୋଇଛି । ଏଥିରେ ଅଙ୍କୋଲାଙ୍କୁ ପଶ୍ଚିମ ଜୋନ ପକ୍ଷରୁ ନିଶ୍ଚିତ କରାଯାଇଛି। ଏହାପୂର୍ବରୁ ସେ ମୁମ୍ବାଇ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ମଧ୍ୟ ରହିସାରିଛନ୍ତି । ସେ ୨୮ ବର୍ଷ ବୟସରେ କ୍ରିକେଟରୁ  ସନ୍ୟାସ ନେଇଥିଲେ ।

ସଚିନଙ୍କ ସହ ତାଙ୍କ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିବା ଅଙ୍କୋଲା ଟିମ୍ ଇଣ୍ଡିଆ ପାଇଁ କେବଳ ଗୋଟିଏ ଥର ଟେଷ୍ଟ ଏବଂ ୨୦ ୱାନଡେ ମ୍ୟାଚ ଖେଳିଥିଲେ । ଏହା ପରେ ତାଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା ।  ପରେ ସେ ଧିରେ ଧିରେ କ୍ରିକେଟ ଦୁନିଆରୁ କୁଆଡେ ହଜିଯାଇଥିଲେ । ତେବେ କ୍ରିକେଟ ବ୍ୟତୀତ ଅଙ୍କୋଲା ଟିଭି ସିରିଏଲ ଏବଂ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ୨୫ରୁ ଅଧିକ ଟିଭି ସିରିଏଲରେ କାମ କରିଛନ୍ତି । ଯେଉଁଥିରେ ସିଆଇଡି, ସାବଧାନ ଇଣ୍ଡିଆ, କୋରା କାଗଜ ଏବଂ ସଞ୍ଜୟ ଦତ୍ତଙ୍କ ସହିତ କୃରୁକ୍ଷେତ୍ର ଫିଲ୍ମରେ ମଧ୍ୟ କାମ କରିଥିଲେ । ଅଙ୍କାଲା ଏକ ସମ୍ୱାଦିକ ସମ୍ମିଳନୀରେ କହିଥିଲେ ଯେ, ଯେତେବେଳେ ତାଙ୍କୁ ଟିମ ଇଣ୍ଡିଆରୁ ବାହାର କରାଯାଇଥିଲା ସେତେବେଳେ ସେ ନିଜ ଭାଗ୍ୟକୁ ଦୋଷ ଦେଉଥିଲେ । ଏହି ସମୟ ମଧ୍ୟରେ ତାଙ୍କୁ କିଛି ଫିଲ୍ମ ଏବଂ ଟିଭି ସିରିଏଲରୁ ଅଫର ମିଳିଥିଲା । ତାଙ୍କର ଶାରୀରିକ ଏବଂ ସୁନ୍ଦର ଚେହାର ଯୋଗୁଁ ତାଙ୍କୁ ଅଫର ମିଳିଥିବା କଥା ଅଙ୍କୋଲା କହିଥିଲେ ।

 

ସୁଟିଂ ବେଳେ ଆହତ ହେଲେ ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ,ଅପରେସନ୍ ପରେ ସୁସ୍ଥ

ନୂଆଦିଲ୍ଲୀ: ବଲିଉଡ ପାଇଁ ଅାସିଲା ଏକ ଦୁଃଖଦ ଖବର। ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀ ହସ୍ପିଟାଲରେ ଭର୍ତ୍ତି ହେଲେ। ଷ୍ଟଣ୍ଟ ଦୁନିଅାର ବାଦଶାହ କହିଲେ ସମସ୍ତଙ୍କ ମୁହଁରେ ଗୋଟିଏ ହିଁ ନାଁ ଅାସେ। ସେ ହେଉଛନ୍ତି ରୋହିତ ଶେଟ୍ଟୀ। ଫିଲ୍ମ ଶୁଟିଂ ସମୟରେ ତାଙ୍କୁ ଗଭୀର ଅାଘାତ ଲାଗିଥିବା ଜଣାପଡିଛି। ଏହା ପରେ ରୋହିତଙ୍କୁ ସଙ୍ଗେ ସଙ୍ଗେ ହାଇଦ୍ରାବାଦସ୍ଥିତ କାମିନେନୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।


ରୋହିତ ଏଠାରେ ନିଜର ‘ଇଣ୍ଡିଆନ ପୋଲିସ ଫୋର୍ସ ନାମକ ଏକ ୱେବ ସିରିଜର ସୁଟିଂ କରୁଥିଲେ। ସେଠାରେ ସେ ଏକ କାର ଷ୍ଟଣ୍ଟ ସିନ କରୁଥିବା ବେଳେ ତାଙ୍କ ହାତରେ ଅାଘାତ ଲାଗିଥିବା ଜଣା ପଡିଛି। ସୂଚନା ଅନୁସାରେ ରୋହିତ ବର୍ତ୍ତମାନ ନିଜର ୱେବ ସିରିଜ ଇଣ୍ଡିଆନ ପୋଲିସ ଫୋର୍ସର ଶୁଟିଂରେ ବ୍ୟସ୍ତ ରହିଛନ୍ତି।

ଏମିତିରେ ସେ ଅାହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହାଇଦ୍ରାବାଦସ୍ଥିତ କାମିନେନୀ ହସ୍ପିଟାଲରେ ରୋହିତଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମାଇନର ସଜର୍ରୀ କରାଯାଇଛି। ବର୍ତ୍ତମାନ ରୋହିତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା କୁହାଯାଉଥିବାବେଳେ। ଖୁବ ଶୀଘ୍ର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିପାରେ।

ରୋହିତଙ୍କ ନିଦ୍ଦେର୍ଶିତ ଏହି ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସରେ ବଲିଉଡର ନାମୀଦାମୀ ଷ୍ଟାର ସିଦ୍ଧାର୍ଥ ମଲହୋତ୍ରା, ବିବେକ ଓବରାୟ ଏବଂ ଶିଳ୍ପା ଶେଠୀଙ୍କୁ କାଷ୍ଟ କରାଯାଇଛି।

ଏମିତିରେ ବର୍ତ୍ତମାନ ରୋହିତଙ୍କ ପାଇଁ ତାଙ୍କ ଫ୍ୟାନ୍ସମାନେ ଅାସୁ ଅାରୋଗ୍ୟ କାମନା କରିଛନ୍ତି।

ଉଦଯାପନ ହେଲା ମା’ ଫୁଲବତୀ କ୍ଲବର ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ମା’ ଫୁଲବତୀ ଆଦିବାସୀ କ୍ଲବର ୨୮ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ମା’ ଫୁଲବତୀ କ୍ଲବର ପ୍ରଶାନ୍ତ ନାୟକ, ଆରତୀ ମାଝୀ, ରେଫରୀ ସୁଶାନ୍ତ ମିଶ୍ର, ଲାଇନମ୍ୟାନ ଆନନ୍ଦ ନାୟକ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଅନ୍ଧାରୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣଲତା ବଳିଆରସିଂ ଏବଂ ସମିତି ସଭ୍ୟା ଜୋସ୍ନା ଦେହୁରୀ ଉଦଘାଟନ କରିଥିଲେ ।

ଗୋ ଫାର୍ଷ୍ଟ ବିମାନରେ ମହିଳା କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର, ଦୁଇ ବିଦେଶୀ ନାଗରିକ ଅଟକ

ପାନାଜୀ: ଏୟାର ଇଣ୍ଡିଆର ଫ୍ଲାଇଟରେ ବୟସ୍କ ମହିଳାଙ୍କ ଉପରେ ପରିସ୍ରା କରାଯିବା ମାମଲା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ଏପରି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଗୋ ଫାର୍ଷ୍ଟ ଏୟାରଲାଇନର ବିମାନରେ ମହିଳା କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କରିଛନ୍ତି ଯାତ୍ରୀ । ଅଭିଯୁକ୍ତମାନେ ହେଲେ ବିଦେଶୀ ନାଗରିକ । ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି ଏବଂ ଉଭୟଙ୍କୁ ଗୋଆ ବିମାନବନ୍ଦରରେ ସୁରକ୍ଷାକର୍ମୀମାନେ ହେପାଜତକୁ ନେଇଛନ୍ତି ।

ଘଟଣାର ଅଭିଯୋଗ ଡିଜିସିଏକୁ ମଧ୍ୟ କରାଯାଇଛି । ଘଟଣାଟି ଗତ ୬ ଜାନୁଆରୀରେ ଘଟିଥିଲା । ଗୋଆ-ମୁମ୍ବାଇ ବିମାନରେ ଘଟଣାଟି ଘଟିଥିଲା । ଅଭିଯୋଗ ହୋଇଛି ଯେ ଗୋଆରୁ ମୁମ୍ବାଇ ଯାଉଥିବା ବିମାନରେ ଯାତ୍ରା କରୁଥିବା ଦୁଇ ବିଦେଶୀ ନାଗରିକ ବିମାନର ମହିଳା କ୍ରୁ ମେମ୍ବରଙ୍କୁ ଖରାପ ବ୍ୟବହାର କରିଥିଲେ । ଏହାପରେ ଉଭୟଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଗୋ ଫାର୍ଷ୍ଟ ଏୟାରଲାଇନ୍ ମଧ୍ୟ ଘଟଣାର ପୃଷ୍ଟି କରିଛି ।

ମିଡିଆ ରିପୋର୍ଟ ଅନୁସାରେ ଉଭୟ ଅଭିଯୁକ୍ତ ଋଷିଆ ନାଗରିକ ଅଟନ୍ତି । ରିପୋର୍ଟ ଅନୁସାରେ, ଯେତବେଳେ ମହିଳା କ୍ରୁ ମେମ୍ବର ଯାତ୍ରୀଙ୍କୁ ସେଫ୍ଟି ସମ୍ପର୍କରେ କହୁଥିଲେ ସେହି ସମୟରେ ବିଦେଶୀ ଯାତ୍ରୀ କ୍ରୁ ମେମ୍ବରଙ୍କୁ ଖରାପ ବ୍ୟବହାର କରିଥିଲେ ଏବଂ ଖରାପ ଭାଷାରେ ଗାଳି କରିଥିଲେ । ଏହାପରେ ବିମାନରେ ଯାତ୍ରା କରୁଥିବା ଅନ୍ୟ ଜଣେ ଯାତ୍ରୀ ଏହା ଉପରେ ଆପତ୍ତି ପ୍ରକାଶ କରିଥିଲେ ଏବଂ ଦୁଇ ଅଭିଯୁକ୍ତଙ୍କୁ ବିମାନରୁ ଓହ୍ଲାଇ ଦେବାକୁ ଦାବି କରିଥିଲେ ।

ଅନ୍ୟ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇ ଅଭିଯୁକ୍ତଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଅନ୍ୟପକ୍ଷରେ ଏୟାର ଇଣ୍ଡିଆର ବିମାନରେ ବୟସ୍କ ମହିଳାଙ୍କ ଉପରେ ପରିଶ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଅଭିଯୁକ୍ତ ଶଙ୍କରଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି ।

ଭାରତ-ଶ୍ରୀଲଙ୍କା ଅନ୍ତିମ ଟି-୨୦; ମ୍ୟାଚ୍ ସହ ସିରିଜ୍ ଜିତିବାକୁ ଉଭୟ ଟିମର ଲକ୍ଷ୍ୟ

ରାଜକୋଟ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।  ଆଉ କିଛି ସମୟ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ରାଜକୋଟରେ ଖେଳାଯିବ । ସିରିଜ୍ ଜିତିବା ପାଇଁ ହେବ ମହାଲଢ଼େଇ । ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୧ରେ ବରାବର ଅଛନ୍ତି ଉଭୟ ଦଳ । ଏହି ମ୍ୟାଚ୍ ଯିଏ ଯିତିବ ସେ ହେବ ସିରିଜ୍ ବିଜୟୀ ହେବ ।

ତେଣୁ ଉଭୟ ଦଳ ସିରିଜ୍ ଜିତିବା ପାଇଁ ଏହି ମ୍ୟାଚ୍ ଜିତିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରିବେ । ଗତ ମ୍ୟାଚର ତ୍ରୁଟିକୁ ସୁଧାରି ମ୍ୟାଚ ଜିତିବାକୁ ଉଦ୍ୟମ କରିବ ହାର୍ଦ୍ଦିକ ବାହିନୀ । ସେପଟେ ଗତ ମ୍ୟାଚରେ ବିଜୟ ଲାଭ କରି ଭ୍ରମଣକାରୀ ଦଳର ମନୋବଳ ଦୃଢ ରହିଛି । ଆଜି ମ୍ୟାଚ ଜିତି ଘରୋଇ ମାଟିରେ ଭାରତକୁ ଚେକ୍ ଦେବାକୁ ଉଦ୍ୟମ ରଣନୀତି କରିଛି ସିଂହଳୀ ଦଳ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୨ ରନରେ ବିଜୟୀ ହୋଇଥିଲା ।

ସେହିପରି ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ଭାରତକୁ ୧୬ ରନରେ ପରାଜିତ କରିଥିଲା । ଆଜିର ଏହି ନିର୍ଣ୍ଣାୟକ ମ୍ୟାଚ୍ ଜିତିବା ପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ପ୍ରାୟସ କରିବେ । ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଗତ ମ୍ୟାଚରେ ଯେଉଁ ସ୍କ୍ୱାଡ ଥିଲା ତାହା ଆଜି ବଳବତ୍ତର ରହିବ । ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳରେ ଭାନୁକା ରାଜପକ୍ଷଙ୍କ ସ୍ଥାନରେ ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କୁ ସ୍ଥାନ ମିଳିଛି ।

ଶ୍ରୀଲଙ୍କା ଦଳ: ପଥୁମ ନିଶାଙ୍କ, କୁସଲ ମେଣ୍ଡିସ (ୱିକେଟକିପର), ଧନଞ୍ଜୟ ଡି ସିଲଭା, ଚରିଥ ଅସାଲଙ୍କା, ଅଭିଷ୍କା ଫର୍ଣ୍ଣାଣ୍ଡୋ, ଦାସୁନ ଶନକା (ଅଧିନାୟକ),  ୱାନିନ୍ଦୁ ହସରଙ୍ଗା, ଚମିକା କରୁନାରତ୍ନେ, ମହୀଶ ଥିକଶନା, କସୁନ ରଜିଥା, ଦିଲଶାନ ମଦୁଶଙ୍କା ।

ଭାରତୀୟ ଦଳ: ଇଶାନ କିଷନ (ୱିକେଟ କିପର), ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଶିଭମ ମାଭି, ଉମରାନ ମଲିକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ ।

ମାତ୍ର ୬୧ ଟଙ୍କା ରିଚାର୍ଜରେ ମିଳିବ ଜିଓ ୫ଜି ଇଣ୍ଟରନେଟ ସୁବିଧା

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଦେଶରେ ୫ ଜି ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଛି। ଜିଓ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ଏକ ଖୁସି କବର ଆଣିଛି। ଜିଓ ୫ଜିର ନୂଆ ରିଚାର୍ଜ ପ୍ଲାନ ଘୋଷଣା । ଏଣିକି ମାତ୍ର ୬୧ ଟଙ୍କା ରିଚାର୍ଜରେ ବ୍ୟବହାରକାରୀମାନେ ୫ ଜି ଇଣ୍ଟରନେଟ୍ ସେବାର ଲାଭ ଉଠାଇପାରିବେ । କମ୍ପାନୀ ଏହି ପ୍ଲାନ ସେହି ବ୍ୟବହାରୀଙ୍କ ପାଇଁ ଘୋଷଣା କରିଛି ଯେଉଁମାନେ ୫ଜିକୁ ଅପଗ୍ରେଡ କରିବାକୁ ଚାହୁଁଛନ୍ତି ।

ସୂଚନା ମୁତାବକ, ଭାରତୀୟ ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ଜିଓ ପୂର୍ବ ବର୍ଷ ଦେଶରେ କିଛି ପ୍ରମୁଖ ସହରରେ ୫ଜି ନେଟୱାର୍କର ଶୁଭାରମ୍ଭ କରିଥିଲେ । ଏହାପରେ ଏହି ୨ଟି ଟେଲିକମ୍ କମ୍ପାନୀ ଲଗାତାର ଭାବରେ ଦେଶରେ ୫ ଜି ନେଟୱାର୍କର ବିସ୍ତାର କରୁଛନ୍ତି । ରିଲାଏନ୍ସ ଜିଓ ୫ ଜି ନେଟୱାର୍କ ଷ୍ଟାଣ୍ଡ-ଏଲୋନ ଟେକ୍ନୋଲୋଜି ଉପରେ ଆଧାରିତ ଥିବାବେଳେ ଭାରତୀ ଏୟାରଟେଲ ତାର ୪ଜି ନେଟୱାର୍କ ଭିତ୍ତିଭୂମିର ସାହାର୍ଯ୍ୟ ନେଇ ୫ ଜିର ବିସ୍ତାର କରୁଛି ।

୪ ଜି ତୁଳାନାରେ ୫ ଜିର ଇଣ୍ଟରନେଟ୍ ସ୍ପିଡ ୩୦ ରୁ ୪୦ ଗୁଣା ଅଧିକ ଥିବା ବେଳେ ଉନ୍ନତମାନର କଲିଂ ସୁବିଧା ମିଳିବ ବୋଲି ଟେଲିକମ କମ୍ପାନୀ ପକ୍ଷରୁ ଦାବି ହୋଇଛି। ରିଲାଏନ୍ସ ଜିଓର ଅଧିକାଂଶ ପ୍ଲାନ୍ ୫ଜି ବିଶିଷ୍ଟ ହୋଇଥାଏ । କିନ୍ତୁ ଯେଉଁ ପ୍ଲାନ୍ ୫ ଜିକୁ ସପୋର୍ଟ୍ କରନ୍ତି ନାହିଁ ସେଥିପାଇଁ କମ୍ପାନୀ ୬୧ ଟଙ୍କାର ପ୍ଲାନ୍ ଆଣିଛି । ରିଲାଏନ୍ସ ଏପର୍ଯ୍ୟନ୍ତ ୫ ଜି ପାଇଁ ଅଲଗା କୌଣସି ପ୍ଲାନ୍ ଲଂଚ୍ କରିନାହିଁ । କିନ୍ତୁ କମ୍ପାନୀ କିଛି ରିଚାର୍ଜ୍ ପ୍ଲାନରେ ୟୁଜର୍ସଙ୍କୁ ୫ ଜି ସୁବିଧା ଦେଉଛି । ଅର୍ଥାତ୍ ଏହି ସବୁ ପ୍ଲାନରେ ଆପଣଙ୍କୁ ୫ ଜି ଇଣ୍ଟରନେଟର ଲାଭ ମିଳିବ

ରିଲାଏନ୍ସ ଜିଓର ୬୧ଟଙ୍କା ରିଚାର୍ଜ ପ୍ଲାନରେ ୬ ଜିବିର ଡାଟା ଉପଲବ୍ଧ ରହିବ । ଏହା ଏକ ଡାଟା ଭାଉଚର ପ୍ଲାନ ଅଟେ । ଏହି ଡାଟା ଭାଉଚରର କୌଣସି ବୈଧତା ନଥିବା ବେଳେ ଏହି ଭାଉଚରର ଲାଭ ଆପଣମାନେ ୧୧୯, ୧୪୯, ୧୭୯, ୧୯୯ ଏବଂ ୨୦୯ ଟଙ୍କା ପ୍ଲାନରେ ପାଇପାରିବେ ।

 

ବିମାନରେ ହୃଦରୋଗୀଙ୍କ ଜୀବନ ବଞ୍ଚାଇଲେ ଜଣେ ଭାରତୀୟ ବଂଶୋଭବ ବ୍ରିଟିଶ ଡାକ୍ତର

ଲଣ୍ଡନ: ବିମାନରେ ୫ ଘଂଟାର ସଂଘର୍ଷ ପରେ ଡାକ୍ତର ବଂଚାଇଲେ ରୋଗୀଙ୍କ ଜୀବନ। ଜଣେ ଭାରତୀୟ ବଂଶୋଭବ ବ୍ରିଟିଶ ଡାକ୍ତର ବିମାନରେ ନିଜ ସହ ଯାତ୍ରୀଙ୍କ ଜୀବନ ରକ୍ଷା କରିଲେ। ପୂରା ଘଟଣା ହେଉଛି ଏମିତି, ଲଣ୍ଡନରୁ ବେଙ୍ଗାଲୁରୁ ଯାଉଥିବା ଏକ ବିମାନରେ ହଠାତ ଜଣେ ଯାତ୍ରୀଙ୍କର ହୃଦଘାତ ହୋଇଥିଲା।  ଅାଉ ତାପରେ ବିମାନର ସମସ୍ତ ଯାତ୍ରୀ ଲାଗି ପଡିଥଲେ ତାଙ୍କ ଜୀବନ ରକ୍ଷା କରିବାରେ। ସୌଭାଗ୍ୟ ବଶତଃ ସେହି ବିମାନରେ ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଯାତ୍ରା କରୁଥିଲେ। ସେ ଦେବଦୂତ ଭଳି ସାମ୍ନାକୁ ଅାସିଥିଲେ। ସୂଚନା ଅନୁସାରେ ବିମାନ ଉଡାଣରେ ବିଳମ୍ବ ହେବାରୁ ଉକ୍ତ ଯାତ୍ରୀଙ୍କୁ ଲଗାତାର ଦୁଇଥର ହୃଦଘାତ ହୋଇଥିଲା। ଏଭଳିସ୍ଥଳେ ତାଙ୍କୁ ନିଶ୍ବାସ ନେବାରେ ମଧ୍ୟ ଖୁବ କଷ୍ଟ ହେଉଥିଲା।

ଲଣ୍ଡନର ବର୍ମିହାମର କ୍ବିନ୍ସ ଏଲିଜାବେଥ ହସ୍ପିଟାଲରେ କାମ କରୁଥିବା ଡାକ୍ତର ବିଶ୍ୱରାଜ ବେମାଲା ଉକ୍ତ ବିମାନରେ ଯାତ୍ରା କରୁଥିଲେ । ସେ ବିମାନର କ୍ରିୟୁ ମେମ୍ବରଙ୍କ ସହାୟତାରେ ରୋଗୀଙ୍କ ଜୀବନ ବଂଚାଇଥିଲେ । ପ୍ରଥମ ହୃଦଘାତ ପରେ ରୋଗୀଙ୍କୁ ସୁସ୍ଥ କରିବାକୁ ଡାକ୍ତରଙ୍କୁ ଏକ ଘଣ୍ଟା ସମୟ ଲାଗିଥିଲା । ଏହାର କିଛି ସମୟ ପରେ ତାଙ୍କୁ ଦ୍ୱିତୀୟଥର ପାଇଁ ହୃଦଘାତ ହୋଇଥିଲା । ଦ୍ୱିତୀୟ ହୃଦଘାତ ପରେ ଡାକ୍ତର ବେମାଲାଙ୍କୁ ପୁଣି ୪ ଘଣ୍ଟା ଧରି ଯାତ୍ରୀଙ୍କ ଚିକିତ୍ସା କରିବାକୁ ପଡିଥିଲା । ଗତବର୍ଷ ନଭେମ୍ବର ମାସରେ ଏହି ଘଟଣା ଘଟିଥିବା ଜଣା ପଡି଼ଛି ।

ଡାକ୍ତର ଜଣଙ୍କ ନିଜର ଅନୁଭୂତିକୁ ବଖାଣିବା ସହିତ ସମସ୍ତ ଘଟଣା ବାବଦରେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଅତି ସାଂଘାତିକ ହୋଇପଡିଥିଲା। ଏପରିକି ହୃତଘାତ ଦ୍ବାରା ତାଙ୍କର ନାଡି ବି ଚାଲୁ ନଥିଲା।