ଦିଲ୍ଲୀ ମଦ ନୀତି ମାମଲା; ଜେରା ପାଇଁ ଇଡି ଅଫିସରେ ହାଜର ହେଲେ ବିଆରଏସ୍ ନେତ୍ରୀ କେ. କବିତା

1 min read

ନୂଆଦିଲ୍ଲୀ: ଦିଲ୍ଲୀ ଇଡି ଅଫିସରେ ବିଆରଏସ୍ ନେତ୍ରୀ କେ. କବିତା । ଦିଲ୍ଲୀ ମଦ ନୀତି ମାମଲାରେ କବିତା ହାଜର ହୋଇଛନ୍ତି । ମଦ ନୀତି ମାମଲାରେ ଟଙ୍କା ନେଣଦେଣକୁ ନେଇ କବିତାଙ୍କ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ କବିତାଙ୍କୁ ୯ଘଣ୍ଟା ଜେରା କରାଯାଇଥିବା ବେଳେ ଦ୍ବିତୀୟ ଥର ସମନରେ ସେ ହାଜର ହୋଇ ନଥିଲେ । ଇଡିର ଅଭିଯୋଗ ଅନୁସାରେ ଦିଲ୍ଲୀ ମଦ ନୀତି ମାମଲାରେ ସାଉଥ ଲବି କାମ କରିଥିଲା ଏବଂ ଏଥିରେ କବିତାଙ୍କ ସମ୍ପୃକ୍ତି ଥିଲା ।

ସିବିଆଇ, ଇଡି FIRରେ କବିତାଙ୍କ ନାଁ ନଥିବା ବେଳେ ରାଜନୈତିକ ଶତ୍ରୁତା ଯୋଗୁ କବିତାଙ୍କୁ ହଇରାଣ କରାଯାଉଛି । କେନ୍ଦ୍ରରେ ବିଜେପି ସରକାର ଆସିବା ପରଠାରୁ କେନ୍ଦ୍ରୀୟ ଏଜେନ୍ସି ର ଦୂରୁପଯୋଗ କରାଯାଇ ବିରୋଧୀ ନେତାଙ୍କୁ ଟାର୍ଗେଟ କରାଯାଉଛି ବୋଲି କବିତାଙ୍କ ସମର୍ଥକ ନାରା ଦେଇଛନ୍ତି । ବିଜେପି ହଟାଓ ଦେଶ ବଞ୍ଚାଅ ନାରା ଦେଇଛି ବିଆରଏସ୍ ।