spot_img
Home Blog Page 3533

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ ଉଦ୍ଦେଶ୍ୟରେ ଶିଖରଚଣ୍ଡୀ ମନ୍ଦିରରେ ଦୀପଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ ଉଦ୍ଦେଶ୍ୟରେ ଦୀପଦାନ । ଭୁବନେଶ୍ବର ପଟିଆ ନିକଟ ଶିଖରଚଣ୍ଡୀ ମନ୍ଦିରରେ ଦୀପ ଦାନ କଲେ ଶତାଧିକ ଲୋକ । ଗତକାଲି ଶିଖରଚଣ୍ଡୀ ମନ୍ଦିରର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ବିକାଶ ମୂଳକ ପ୍ରକଳ୍ପରେ ଖର୍ଚ୍ଚ ହେବ ୨୫କୋଟି ଟଙ୍କା । ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଲୋକ । ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ ।

୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ। ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ ଯୋଜନାକୁ ପରିବେଶ ଉପଯୋଗୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବା ସହିତ ଆଗକୁ ମଧ୍ୟ ଏହି ଅଞ୍ଚଳର ପରିଚାଳନା ଦାୟିତ୍ବ ଗ୍ରହଣ କରିବ । ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି।

ଜୋନ୍‌-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ। ଜୋନ୍‌-୨ରେ ଭିୟୁ ପଏଣ୍ଟ ଓ ଟ୍ରେକିଂ ରୁଟ ରହିବ । ଜୋନ-୩ ଓ ୪ ରେ ମନୋରଞ୍ଜନ ମୂଳକ କାର୍ଯ୍ୟ ପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ। ଶିଖରଚଣ୍ଡୀ ମନ୍ଦିରର ଉନ୍ନୟନ ସ୍ଥାନୀୟ ଜନତାଙ୍କର ବହୁ ଦିନର ଆଶା ଥିଲା।

ନିଜର ଏଭଳି ୫ଟି ଭୁଲରୁ ସ୍ମାର୍ଟ ଫୋନକୁ କିଭଳି ରକ୍ଷା କରିବେ ଜାଣି ରଖନ୍ତୁ

ନିଜ ସ୍ମାର୍ଟ ଫୋନକୁ ଚାର୍ଜ କରିବା ସମ୍‌ୟରେ କିଛି କଥା ଧ୍ୟାନ ରଖିବେ ନଚେତ , ଏଭଳି ଭୁଲ ପାଇଁ ଆପଣଙ୍କର ସ୍ମାର୍ଟ ଫୋନଟିର ବ୍ୟାଟେରୀଟି ଖୁବ ଶୀଘ୍ର ଖରାପ ହୋଇଯିବାର ସମ୍ଭାବନା ରହିଛି । ବ୍ୟାଟେରୀ ଲାଇଫ ଖରାପ ହେବା ସହ ତାହା ଫୁଲି ମଧ୍ୟ ଯାଏ, ଫଳରେ ତାହା ଖୁବ ଶୀଘ୍ର ହୋଇଯିବ । ଆହୁରି ପୁଣି ବ୍ୟାଟେରୀଟି ଭୟଙ୍କର ଭାବେ ବିସ୍ଫୋରଣ ହୁଏ । ଅନେକ ସମୟରେ ଏଭଳି ଘଟଣା ଆମ ନଜରରେ ଆସିଥାଏ ।
ଆଜିର ସମୟରେ ସ୍ମାର୍ଟଫୋନ ସମସ୍ତଙ୍କ ପାଖରେ ରହିଛି । କହିବା ଯଦି ବିନା ସ୍ମାର୍ଟଫୋନରେ ଆଜି କୌଣସି ବି କାମ ସମ୍ଭବ ହୋଇପାରିବ ନାହିଁ । ତେବେ ଆମେ ମାନେ ସମସ୍ତେ ପ୍ରତ୍ୟେକ ଦିନ ସ୍ମାର୍ଟ ଫୋନକୁ ବ୍ୟବହାର କରିବା ସହିତ ତାକୁ ଚାର୍ଜ ମଧ୍ୟ କରିଥାଉ । ସ୍ମାର୍ଟ ଫୋନକୁ ଚାର୍ଜ କରିବା ଯେତିକି ଆବଶ୍ୟକ ତା ସହିତ ଫୋନ ଚାର୍ଜିଂର ନିୟମ ମଧ୍ୟ ଜାଣିବା ସେତିକି ଜରୁରୀ ଥାଏ ।
ହୁଏତ ଆମେମାନେ ନିଜ ବ୍ୟସ୍ତବହୁଳ ଜୀବନ ଭିତରେ ଏକଥାକୁ ସେତେଟା ଗୁରୁତ୍ୱ ଦେଇନଥାଉ । କିନ୍ତୁ ଜାଣି ରଖନ୍ତୁ ଆପଣମାନେ ବି ନିଜର ସ୍ମାର୍ଟ ଫୋନଟିକୁ ଚାର୍ଜ କରୁଥିବା ସମୟରେ ୫ଟି ଭୁଲ କରୁଥାଇ ପାରନ୍ତି, ତେବେ ଚାର୍ଜ କରୁଥିବା ସମୟରେ ଆପଣମାନେ ଏଭଳି କିଛି କଥା ନିଶ୍ଚୟ ଧ୍ୟାନରେ ରଖିବେ । ଯାହା ଦ୍ୱାରା ଆପଣଙ୍କ ଫୋନର ବ୍ୟାଟେରୀ ଅଧିକ ଲମ୍ବା ଚାଲିବ ।

: ପ୍ରଥମରେ ଆମେ କହି ରଖୁଛୁ ବ୍ୟାଟେରୀ ଚାର୍ଜିଂ ପାଇଁ ଫୋନରେ ଆସୁଥିବା ଆଲର୍ଟକୁ ଅପେକ୍ଷା କରୁନ୍ତୁ ନାହିଁ । ଏଠାରେ ଅନେକ ୟୁଜର୍ସ ଫୋନରେ ବ୍ୟାଟେରୀ ଲୋ ଆଲର୍ଟ ଆସିବା ପରେ ହିଁ ଚାର୍ଜିଂରେ ବସାଇ ଥାଆନ୍ତି । ଏଠାରେ ଫୋନର ଏନର୍ଜି ସରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ।
: ଦି୍ୱତୀୟରେ ଧ୍ୟାନ ରଖିବେ, ଫୋନକୁ ସଦାବେଳେ କମ୍ପାନୀର ଅଫିସିଆଲ ଚାର୍ଜରରେ ହିଁ ଚାର୍ଜ କରିବେ । ଏହା ଛଡା ଅରିଜିନାଲ ଚାର୍ଜରକୁ ଛାଡି ଦେଲେ ଆପଣମାନେ କଂପିଟିୱଲ ଚାର୍ଜରରେ ଚାର୍ଜ କରିପାରିବେ । କିନ୍ତୁ ଧ୍ୟାନ ରଖିିବେ ଅଧିକ ସମୟ ପର୍ଯ୍ୟନ୍ତ ତାହା କରିବା ମଧ୍ୟ ଫୋନ ବ୍ୟାଟେରୀ ପାଇଁ ସୁରକ୍ଷିତ ନୁହେଁ ।
: ମନେ ରଖନ୍ତୁ ଫୋନଟି ସଂପୂର୍ଣ୍ଣ ଚାର୍ଜ ହୋଇ ସାରିବା ପରେ ତୁରନ୍ତ ଚାର୍ଜରକୁ ସକେଟରୁ ହଟାଇ ଦେବେ । କାହିଁକି ନା ଚାର୍ଜ ଫୁଲ୍ ହେବା ପରେ ଏବେ କିଛି ନୂଆ ସ୍ମାର୍ଟ ଫୋନ ରେ କିଛି ଅସୁବିଧା ଦେଖାଯାଏ ,ଚାର୍ଜ ହେବା ବନ୍ଦ ହୋଇ୍‌ଯାଏ । ଏଠାରେ ଚାର୍ଜର କିନ୍ତୁ କାମ କରେ ।
: ଏହା ଛଡା ଫୋନ ଚାର୍ଜିଂ ସମୟରେ ଫୋନର ବ୍ୟବହାର କରନ୍ତୁ ନାହିଁ । ଯାହା ଦ୍ୱାରା ,ଫୋନର ବ୍ୟାଟେରୀ ଚାର୍ଜ ହେବାରେ ଅଧିକ ସମୟ ଲାଗେ ଫଳରେ ଫୋନର ସିଷ୍ଟମରେ ପ୍ରଭାବ ପକାଏ ।
: ଆହୁରି ପୁଣି ନିଜ ଫୋନକୁ ସବୁଠାରୁ ଗରମ ସ୍ଥାନରେ ଚାର୍ଜ କରନ୍ତୁ ନାହିଁ । ଅଧିକ ତାପମାତ୍ରା ,ଫୋନର ବ୍ୟାଟେରୀ ଉପରେ ପ୍ରଭାବ ପକାଇଥାଏ । ଯାହା ଦ୍ୱାରା କି ବ୍ୟାଟେରୀର କାପାସିଟି ମଧ୍ୟ କମିଯାଏ ।

ନୟାଗଡ଼ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼:  ନୟାଗଡ଼ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ । ବିଜେଡିକୁ ୨୫ବର୍ଷ ପୁର୍ତ୍ତି ଅବସରରେ ଆୟୋଜିତ ହୋଇଛି ବିଶାଳ ମହିଳା ସମାବେଶ । ଏଥିରେ ଜିଲ୍ଲାର ୧୫ହଜାରରୁ ଅଧିକ ମହିଳା ଯୋଗଦେଇଥିଲେ । ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲା ବିଜେଡି ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା ଯୋଗଦେଇ ସେବା ସମର୍ପିତ ହେବାକୁ ବିଜେଡି ନେତା ଓ କର୍ମୀଙ୍କୁ ସଂକଳ୍ପ କରାଇଥିଲେ ।

କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସମେତ ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲାପରିଷଦ ସଦସ୍ୟ ଯୋଗଦେଇଥିଲେ । ଆଗାମୀ ଦିନରେ ଦଳକୁ ଆହୁରି ମଜଭୁତ କରିବାକୁ ସମସ୍ତେ ଶପଥ ନେଇଛନ୍ତି ।  ପୁରୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ପରେ ଜିଲ୍ଲା ୱାରି ଚାଲିଛି ବିଜେଡିର ପ୍ରତିଷ୍ଠା ଉତ୍ସବ ପାଳନ ।

ଟ୍ରେନରେ ନିଜ ପ୍ରିୟ କୁକୁରକୁ ସାଥୀରେ ନେଇ ପାରିବେ, ରେଳବାଇ ତିଆରି କରୁଛି ପେଟ୍ ଫ୍ରେଣ୍ଡଲି କୋଚ୍

ଯାତ୍ରା ସମୟରେ ଅଧିକାଂଶ ବ୍ୟକ୍ତି ନିଜ ସାଥିରେ ପୋଷା ପଶୁଙ୍କୁ ନେଇ ଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସବୁବେଳେ ଏହା ସମ୍ଭବ ହୋଇ ପାରିନଥାଏ । କାରଣ ପୋଷା କୁକୁରଙ୍କୁ ନେଇ କେବଳ ଫୁଲ୍ ଫାଷ୍ଟକ୍ଲାସ୍ ଏସିରେ ହିଁ ଯାତ୍ରା କରିବାର ଅନୁମତି ରହିଛି । ତାହା ପୁଣି ଯଦି ପୁରା କମ୍ପାର୍ଟମେଣ୍ଟକୁ ଯଦି ଜଣେ ବୁକ୍ କରିଥାନ୍ତି ତେବେ ସେଥିରେ ପୋଷା କୁକୁର ମଧ୍ୟ ଯାତ୍ରା କରି ପାରିବ । ବର୍ତ୍ତମାନ ଏସି ଟୁ-ଟାୟାର,ଏସି –ଥ୍ରି ଟାୟାରରେ ପୋଷା ଜନ୍ତୁଙ୍କ ସହିତ ଯାତ୍ରା ପାଇଁ ଅନୁମତି ନାହିଁ । ପୋଷା ଜନ୍ତୁଙ୍କ ସହିତ ଯାତ୍ରା କରିବାକୁ ହେଲେ ପୁରା ଫୁଲ୍ ଏସି ଫାଷ୍ଟକ୍ଲାସ ଦୁଇ କିମ୍ବା ୪ ବର୍ଥକୁ ରିଜର୍ଭ କରିବାକୁ ପଡିଥାଏ । ଏହା ସହିତ ନିୟମ ଅନୁସାରେ ଜଣେ ଆଗୁଆ ମଧ୍ୟ ସିଟ୍ ରିଜର୍ଭ କରି ପାରିବେ ନାହିଁ । ଯାତ୍ରାର ଏକ ଘଣ୍ଟା ପୂର୍ବରୁ ତାଙ୍କୁ ଟିକେଟ୍ କାଉଣ୍ଟରରେ ପଶୁଙ୍କ ପାଇଁ ସ୍ଥାନ ରିଜର୍ଭ କରିବାକୁ ପଡିଥାଏ । ଯାହାକି ବ୍ୟୟ ସାପେକ୍ଷ ହେବ ସହିତ ଅସୁବିଧାଜନକ ହୋଇଥାଏ ।
ତେବେ ଉତ୍ତର-ପୂର୍ବ ରେଳବାଇ ଏଭଳି ଯାତ୍ରୀଙ୍କ ପାଇଁ ଏକ ଖୁସୀ ଖବର ଆଣିଛନ୍ତି । ଉତ୍ତର-ପୂର୍ବ ରେଳବାଇ ପୋଷା କୁକୁରଙ୍କ ପାଇଁ ତା’ର ପାୱାରେ କ୍ୟାରେଜ ମଡେଲରେ ପରିବର୍ତ୍ତନ କରିବ । ନୂଆ କ୍ୟାରେଜରେ କୁକୁରଙ୍କ ପାଇଁ ପିଞ୍ଜରା ରହିବ । ଯେଉଁଥିରେ ଯାତ୍ରୀ ତାଙ୍କ ପୋଷା କୁକୁରଙ୍କୁ ଛାଡିବେ । ଏହି କୁକୁରଙ୍କ ଯତ୍ନ ଟ୍ରେନରେ ଥିବା ଗାର୍ଡ୍ ନେବେ । ତେବେ ଯାତ୍ରୀଙ୍କୁ କୁକୁରଙ୍କ ଖାଦ୍ୟ ଦେବାକୁ ପଡିବ । ଉତ୍ତର-ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପଂକଜ କୁମାର ସିଂ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ।

ହ୍ୱାଟ୍ସଆପ ଗ୍ରୁପରୁ ତଡା ଖାଇ ରାଗରେ ଆଡମିନଙ୍କ ଜିଭ କାଟି ଦେଲେ

ମହାରାଷ୍ଟ୍ର: ହ୍ୱାଟସଆପ୍ ବର୍ତ୍ତମାନ ସମୟରେ ଯୋଗାଯୋଗର ଏକ ବଡ଼ ମାଧ୍ୟମ ପାଲଟି ଯାଇଛି । ହ୍ୱାଟସଆପରେ ସକ୍ରିୟ ଥିବା ପ୍ରାୟ ସମସ୍ତେ କୌଣସି ନା କୌଣସି ଗ୍ରୁପରେ ସକ୍ରୀୟ ଥିବେ । ତେଣିକି ତା’ ଫ୍ୟାମିଲି ଗ୍ରୁପ୍ ହେଉ କି ଅଫିସ ଗ୍ରୁପ କିମ୍ବା କମ୍ୟୁନିଟି ଗ୍ରୁପ । ହ୍ୱାଟସଆପ୍ ଗ୍ରୁପଗୁଡିକରେ ଫେକ୍ ମେସେଜ୍ ସେୟାର ବାବଦରେ ଅନେକ କଥା ଶୁଣିଥିବେ । ଯାହାକୁ ରୋକିବା ପାଇଁ ହ୍ୱାଟସଆପ୍ ଅତୀତରେ କିଛି ପଦକ୍ଷେପ ନେଇଛି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଯେ,କୌଣସି ଗ୍ରୁପର କାହାକୁ ହଟାଇବା କାରଣରୁ ଆଡମିନଙ୍କୁ ଜୀଭ ହରାଇବାକୁ ପଡିଛି ? ନିହାତି ଶୁଣିନଥିବେ ।

ହ୍ୱାଟ୍ସଆପ ଗ୍ରୁପରୁ ଜଣେ ସଦସ୍ୟଙ୍କୁ କୌଣସି କାରଣ ବଶତଃ ଗ୍ରୁପର ଆଡମିନ ବାହାର କରି ଦେଇଥିଲେ ।  ଯାହା ଗ୍ରୁପ ଆଡମିନଙ୍କୁ ମହଙ୍ଗା ପଡିଗଲା । ଗ୍ରୁପରୁ ତଡ଼ା ଖାଇଥିବା  ବ୍ୟକ୍ତି ଜଣଙ୍କ ରାଗରେ ଆଡମିନଙ୍କ ଜିଭ କାଟି ଦେଇଛନ୍ତି ।  ଖାଲି ଏତିକି  ନୁହେଁ ଆଡମିନ ପୁଣି ନିର୍ଧୁମ ଛେଚା ମଧ୍ୟ ଖାଇଛନ୍ତି ।

ମହାରାଷ୍ଟ୍ରର ପୁଣେ ସହରରେ ଚକିତ କଲା ଭଳି ଏହି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ ମହାରାଷ୍ଟ୍ରର ପୁଣେ ସହରର ଫୁରସୁଙ୍ଗି ଅଂଚଳରେ ଗତ ଡିସେମ୍ବର ୨୮ ତାରିଖ ଦିନ ଏଭଳି ଘଟଣା ଘଟିଯାଇଛି । ପୀଡିତଙ୍କ ପତ୍ନୀ ଏନେଇ ହଦାପସାର ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି । ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।

ଏଠାରେ ପୂରା ଘଟଣା ହେଉଛି ଏମିତି ।   ଅଭିଯୋଗକାରିଣୀଙ୍କ ସ୍ୱାମୀ ଏକ ହ୍ୱାଟ୍ସଆପ ଗ୍ରୁପ ଖୋଲିଥିଲେ । ଯାହାର ନାଁ ରଖିଥିଲେ,ଓମ୍ ହ୍ୱାଇଟ୍ସ ଅପରେସନ । ସେହି ହ୍ବାଟ୍ସଆପ୍ ଗ୍ରୁପରୁ  ଅଭିଯୁକ୍ତଙ୍କ ମଧ୍ୟରୁ ଆଡମିନ ଭାବେ ସେ ଜଣଙ୍କୁ ଆଉଟ କରିଥିଲେ । ଗ୍ରୁପର ତଡା ଖାଇଥିବା ବ୍ୟକ୍ତି ଏହାକୁ ନେଇ ତାଙ୍କ ଉପରେ ରାଗ ରଖିଥିଲେ ।ତାଙ୍କୁ କାହିଁକି ଗ୍ରୁପରୁ ବାହାର କରାଗଲା ବୋଲି ସେ ଆଡମିନଙ୍କୁ ପ୍ରଶ୍ନ କରିଥିଲା । ମାତ୍ର ଆଡମିନ ଏହାର ଉତ୍ତର ରଖିନଥିଲେ । ପରେ କିଛି ଯୁବକଙ୍କୁ ସାଥିରେ ଧରି ଅଭିଯୁକ୍ତ ତାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ସେ  ଆଡମିନଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ଜୀଭ କାଟି ଦେଇଥିବା ପୀଡିତଙ୍କ ପତ୍ନୀ କହିଛନ୍ତି ।  ଗୁତୁତର ଅବସ୍ଥାରେ ଆଡମିନଙ୍କୁ ହ୍ସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ପୀଡିତଙ୍କ ଧର୍ମପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ମାନଙ୍କ ଧରିବା ପାଇଁ ସମସ୍ତ ପ୍ରୟାସ ଚଳାଇଛି ।

ଅନଲାଇନରେ ଲିକ ହେଲା ବିବାଦୀୟ ଫିଲ୍ମ ‘ପଠାନ’ର ଟ୍ରେଲର,ଭିଡିଓ ହେଲା ଭାଇରାଲ

ମୁମ୍ବାଇ : ବାଦ ବିବାଦ ଘେରରେ ରହିଥିବା ବଲିଉଡର ବାଦଶାହ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଅପ କମିଙ୍ଗ ଫିଲ୍ମ ‘ପଠାନ’ର ଟାଇଟଲ ବଦଳିବା ନେଇ  ଚର୍ଚ୍ଚା ଚାଲିଥିବା ବେଳେ  ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମର ଟ୍ରେଲର ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବାକୁ ଥିବାବେଳେ  ଅନଲାଇନରେ ଫିଲ୍ମର ଟ୍ରେଲର ଲିକ ହୋଇଛି । ରିଲିଜ ହେବା ପୂର୍ବରୁ ହିଁ ପଠାନ ଚଳଚିତ୍ର ଖୁବ ଜୋରସୋରରେ ଚର୍ଚ୍ଚା ସାଉଁଟି ସାରିଲାଣି । ଦର୍ଶକ ଖୁବ ଉତ୍ସାହର ସହ ବାଦଶାହଙ୍କ ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି । ଏହାର ଏକ ମୁଖ୍ୟ କାରଣ ହେଉଛି କିଙ୍ଗ ଖାନ ଦୀର୍ଘ ଚାରିବର୍ଷ ପରେ ବଡ ପରଦାକୁ କମବ୍ୟାକ କରୁଛନ୍ତି ।

ଫିଲ୍ମ ‘ପଠାନର ରିଲିଜ ହୋଇଥିବା ବେସରମ ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି କଷ୍ଟ୍ୟୁମକୁ ଦେଖି ଉତ୍ୟକ୍ତ ହୋଇପଡିଥିଲେ ହିନ୍ଦୁବାଦୀ । ଦୀପିକା ଗୀତରେ ଗେରୁଆ ବିକିନି ପିନ୍ଧି ନାଚିବା ହିନ୍ଦୁଧର୍ମ ପ୍ରତି ଅପମାନ ବୋଲି ଅଭିଯୋଗ ଆଣି ହଙ୍ଗାମା କରିଛନ୍ତି ବିରୋଧୀ । ଏସବୁ ବିବାଦ ଭିତରେ ଫିଲ୍ମର ରିଲିଜ ସ୍ଥଗିତ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି । ଜାନୁଆରୀ ୨୫ରେ କିଙ୍ଗ ଖାନଙ୍କର ଏହି ବିବାଦୀୟ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏମିତିରେ ୟଶରାଜ ବ୍ୟାନରରେ ନିର୍ମିତ ପଠାନ ଫିଲ୍ମର ବର୍ତ୍ତମାନ ୨ଟି ଗୀତ ରିଲିଜ ହୋଇସାରିଛି । କିନ୍ତୁ ବର୍ତ୍ତମାନ ଯାଏଁ ଫିଲ୍ମର ଟ୍ରେଲର ରିଲିଜ ହୋଇନାହିଁ । କିନ୍ତୁ ଟ୍ରେଲର ରିଲିଜ ପୂର୍ବରୁ ହିଁ ବୁଧବାର ଏହା ଅନଲାଇନରେ ଲିକ ହୋଇସାରିଥିବା ଦାବି କରାଯାଉଛି । ପଠାନର ଟ୍ରେଲର ଲିକ ହେବା ଖବର ପୁଣି ଥରେ ଚଳଚିତ୍ରକୁ ଚର୍ଚ୍ଚାକୁ ଟାଣି ଆଣିଛି । ତେବେ କହି ରଖୁଛୁ, ସୋସିଆଲ ମିଡିଆ ସାଇଟ ଟ୍ୱିଟରରେ ଗୋଟିଏ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ‘ପଠାନ’ର ଟ୍ରେଲର ଥିବା ନେଇ ଦାବି କରାଯାଉଛି । ଉକ୍ତ ଭିଡିଓରେ ଶାହରୁଖ ଖାନ ଏକ ସିନରେ ଲଢୁଥିବା ନଜର ଆସିଛନ୍ତି ।ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓର କ୍ୟାପସନରେ ‘ପଠାନର ଟ୍ରେଲର ଲିକ ‘ବୋଲି ସ୍ପଷ୍ଟ ଲେଖାହୋଇଛି । ଶାହରୁଖଙ୍କର ଜବରଦସ୍ତ ଆକ୍ସନ ମୁଭ୍ସ ସେହି ଭିଡିଓରେ ରହିଛି । ଶାହରୁଖଙ୍କ ଜନ୍ମଦିନରେ ‘ପଠାନ’ ର ଟିଜର ରିଲିଜ ସରିଥିଲା ।

 

ଫିଲ୍ମ ନିର୍ମାତାଙ୍କ ତରଫରୁ ଫିଲ୍ମର ଟ୍ରେଲର ରିଲିଜ ସଂପର୍କରେ କୌଣସି ଅପଡେଟ ମିଳିନି । ଏଠାରେ ମିଡିଆ ରିପୋର୍ଟ ଅନୁଯାୟୀ ‘ପଠାନ’ର ଟ୍ରେଲର ଏହି ସପ୍ତାହ କିମ୍ବା ଆଗାମୀ ସପ୍ତାହ ଶେଷ ସୁଦ୍ଧା ରିଲିଜ କରାଯାଇପାରେ । ଏହା ଛଡା ଜାନୁଆରୀ ୨୫ରେ ଫିଲ୍ମ ରିଲିଜ ହେଉଛି । ତେବେ ଏଠାରେ ଦେଖିବାକୁ ବାକି ରହିଲା ଫିଲ୍ମରେ ହିନ୍ଦୁ ସଂଗଠନ ବିରୋଧ କରିଥିବା ସିନ ସବୁ ଫିଲ୍ମରେ ଏଡିଟିଂ ହୋଇଛି ନା ନାହିଁ । ତାହା କେବଳ ପଠାନ ଫିଲ୍ମ ରିଲିଜରେ ପରେ ଜଣାପଡିବ ।

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଛାତ୍ରଙ୍କୁ ମାଡ଼ ଅଭିଯୋଗ

ଭୁବନେଶ୍ବର: ବିଜେବି କଲେଜରେ ଘଟିଛି ତୁମୁଳକାଣ୍ଡ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଛାତ୍ରଙ୍କୁ ମାଡ଼ ଅଭିଯୋଗ । ମାଡ଼ ମାରି ଲହୁଲୁହାଣ କଲେ ଦ୍ବିତୀୟ ବର୍ଷର ଛାତ୍ର । ଆକ୍ରମଣରେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ର ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ମାଡମରା ବେଳର ଭିଡିଓ ଭାଇରାଲ ହେଉଥିବାବେଳେ ବଡଗଡ଼ ଥାନାରେ ଆହତ ଛାତ୍ରଙ୍କ ପରିବାର ଲୋକ  ।

ଏଭଳି ଘଟଣାକୁ ନେଇ ଭୁବନେଶ୍ୱରରେ ଚର୍ଚ୍ଚା ଜୋର ଧରିଛି  । ପାଠ ପଢିବା ସମୟରେ ଛାତ୍ରମାନେ ଏଭଳି କାରନାମା ଘଟାଉଛନ୍ତି । ଶିକ୍ଷା ଗ୍ରହଣ କରିବା ସମୟରେ ପ୍ରେମ ବ୍ୟାପାରରେ ପଡିବା ସହ କଲେଜରେ ଦାଦାଗିରି ଘଟାଉଛନ୍ତି  । ଛୋଟ ଛୋଟ ପିଲା ଆଇନକୁ ହାତକୁ ନେବା ଭଳି ଦୁଃସାହାସ ଘଟାଉଛନ୍ତି  । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।

ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ଜଣ

ସୁନ୍ଦରଗଡ଼: ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ 3ଜଣ  । ସୁନ୍ଦରଗଡ଼ ଜିଲ୍ଲା କନାକୁଣ୍ଡା ଇବ୍‌ ନଦୀରେ ଘଟିଛି ଏହି ଅଘଟଣ  । ମିଳିଥିବା ସୂଚନା ମୁତାବକ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ମଧ୍ୟ 2 ଜଣ ନିଖୋଜ ରହିଛନ୍ତି  ।  ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ନିଖୋଜ ଦୁଇଜଣ ଝାରସୁଗୁଡ଼ା ଅଞ୍ଚଳର ବୋଲି ସୂଚନା ରହିଛି  ।

 

ରାଉରକେଲା ଉଡାଇବ ବିକାଶର ଧ୍ୱଜା, ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ଅନ୍ତର୍ଜାତୀୟ ସ୍ତରର ସର୍ବ ବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥି ସହିତ ସୁନ୍ଦରଗଡ଼ରେ ନିର୍ମିତ ହୋଇଥିବା ମେଡିକାଲ କଲେଜର ମଧ୍ୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ହକି ବିଶ୍ୱକପ ପୂର୍ବରୁ  ରାଉରକେଲା ସହରରେ ମୋ ବସ ସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ସୂଚନା ମୁତାବକ ଦିନ ୧୨ଟା ୧୫ରେ ରାଉରକେଲାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନବନ୍ଦରରୁ ସିଧା ହକି ଷ୍ଟାଡିୟମ ଯିବେ ମୁଖ୍ୟମନ୍ତ୍ରୀ । ଷ୍ଟାଡିୟମରେ ରହୁଥିବା ଖେଳାଳିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ଅପରାହ୍ନ ୪ ଟାରେ ଡିଏଭି ପୋଖରୀ ନିକଟରେ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ୧୧ ଶହ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ସେହିପରି ଅପରାହ୍ନ ୪ ଟା ୨୫ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ ୧୫ ମିନିଟ ରହିବେ। ଉଦଘାଟନ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ଖେଳାଳୀ, ବରିଷ୍ଠ ଖେଳାଳି ଉପସ୍ଥିତ ରହିବେ। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜା କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣା ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିଛନ୍ତି ।

ନୂଆବର୍ଷରେ ୧୦୦ ବର୍ଷ ପୂରୁଣା କମ୍ପାନୀ କିଣିଲା ରିଲାଏନ୍ସ

ମୁମ୍ବାଇ: ଭାରତର ଧନୀ ବ୍ୟକ୍ତି କହିଲେ ମୁକେଶ ଅମ୍ବାନୀଙ୍କ ନାଁ ମନେପଡିଥାଏ । ମୁକେଶ ଅମ୍ବାନୀ ଧନୀ ବ୍ୟକ୍ତି ହେବା ସହ କ୍ରମାଗତ ଭାବରେ ତାଙ୍କ ବ୍ୟବସାୟକୁ ବିସ୍ତାର କରିଥାନ୍ତି । ୨୦୨୨ମସିହାରେ ମୁକେଶ ଅମ୍ବାନୀ ଅନେକ ଡିଲ୍ କରିଥିଲେ ଫାଇନାଲ  । ସେହି ମସିହାରେ ତାଙ୍କ ବ୍ୟବସାୟ କାରାବାର ସଫଳ ହୋଇଥିଲା । ୨୦୨୩ ନୂଆବର୍ଷର ଆରମ୍ଭରୁ ତାଙ୍କୁ ଆଉ ଏକ ସଫଳତା ମିଳିଛି । ସେ ଏକ ବଡ କମ୍ପାନୀକୁ କିଣିବାରେ ସଫଳ ହୋଇଛନ୍ତି । ମଙ୍ଗଳବାର  ରିଲାଏନ୍ସ ଗ୍ରୁପ ରିଟେଲ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଗୁଜୁରାଟର ୧୦୦ ବର୍ଷ ପୂରୁଣା ବେବରେଜେ କମ୍ପାନୀ ସୋସିୟୋ ବେବରେଜ କମ୍ପାନୀର  ୫୦ ପ୍ରତିଶତ ଅଂଶୀଦାର ହୋଇଛି  ।

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ସନ ଲିମିଟେଡ୍(RCPL) ଗୁଜୁରାଟର କାର୍ବୋନେଟେଡ୍ ସଫ୍ଟ ଡ୍ରିଙ୍କ୍ସ(CSD) ଏବଂ ଜୁସ୍ ପ୍ରସ୍ତୁତ କରୁଥିବା କମ୍ପାନୀ ସୋସିୟୋହଜୁରୀ ବେୱରେଜଜ ପ୍ରାଇଭେଟ୍ ଲିମିଟେଡ (SHBPL) ର ୫୦ ପ୍ରତିଶତ ଭାଗ କିଣିବାକୁ ଯାଉଛନ୍ତି । ନୂଆବର୍ଷ ଆରମ୍ଭରୁ କମ୍ପାନୀ ପାଇଁ ଏହା ଏକ ବଡ ଡିଲ୍ ।

ମଙ୍ଗଳବାର ଦିନ ରିଲାଏନ୍ସ ରିଟେଲ୍ ପକ୍ଷରୁ ଜାରୀ ହୋଇଥିବା ସୂଚନା ଅନୁଯାୟୀ, RCPLକୁ ତାର ବେବରେଜେର ଲୋକପ୍ରିୟତାକୁ ବଢାଇବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ହାତକୁ ନେବ । ଏଥି ସହିତ ଲୋକଙ୍କ ପାଖରେ କମ୍ପାନୀର ପ୍ରଡକ୍ଟ ଆଦରଣୀୟ ହେବା ପାଇଁ ପ୍ରୟାସ କରାଯିବ। କମ୍ପାନୀର ୫୦ ପ୍ରତିଶତ ଅଂଶ ରିଲାନ୍ସ ନିଜ ନାଁକୁ କରିବା ସହ ୧୦୦ ବର୍ଷ ପୂରୁଣା ବେବରେଜେସ ନିର୍ମାତା ତାଙ୍କର ଅବଶିଷ୍ଟ ଅଂଶକୁ ନିଜ ଅଧିନରେ ରଖିବେ।