ଏଆଇ ରିସର୍ଚ୍ଚ ବନ୍ଦ କରିବାକୁ ଦାବି କଲେ ଏଲନ ମସ୍କ ଓ ଆପଲ ସହ ପ୍ରତିଷ୍ଠାତା

1 min read

ନୂଆଦିଲ୍ଲୀ: ଆସିବ କି ଆର୍ଟିଫିସିଆଲ ଇଣ୍ଟେଲିଜେନସର ଯୁଗ ? ସାରା ବିଶ୍ବରେ ବର୍ତ୍ତମାନ ଏହାର ଉନ୍ନତିକରଣ ଚାଲିଥିବାବେଳେ ଭବିଷ୍ୟତରେ ଏହାର ବ୍ୟବହାରକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ଯଦି ବାସ୍ତବରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ କାର୍ଯ୍ୟକାରୀ ହୁଏ ତେବେ ୩୦୦ ନିୟୁତ ଚାକିରି ବିପନ୍ନ ହେବା ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲଡମ୍ୟାନ ସାକ୍ସ ପକ୍ଷରୁ କୁହାଯାଇଛି- ଆର୍ଟିଫିସିଆଲ ଇଣ୍ଟେଲିଜେନସ ଯୋଗୁ ନିଯୁକ୍ତି ବୃଦ୍ଧି ପାଇବ ଓ ପ୍ରଡକ୍ଟିଭିଟି ବଢିବ ।

ଆର୍ଟିଫିସିଆଲ ଇଣ୍ଟେଲିଜେନସ ମାନବ ଜାତି ଲାଗି ବିପଦ ସୃଷ୍ଟି କରିବ ବୋଲି କେତେକ ମହଲ ଆଶଙ୍କା ବ୍ୟକ୍ତ କରିଛନ୍ତି । ତୁରନ୍ତ ଏହାକୁ ବନ୍ଦ କରିବା ଲାଗି ଦାବି କରାଯାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ରମଶଃ ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସେମାନେ ଏକ ଖୋଲା ପତ୍ରରେ ଦର୍ଶାଇଛନ୍ତି । ଏହି ଧରଣର ପ୍ରଶିକ୍ଷଣ ଅତି କମରେ ୬ ମାସ ବନ୍ଦ କରିବା ଲାଗି ଦାବି କରିଛନ୍ତି ଟୁଇଟର ମୁଖ୍ୟ ଏଲନ ମସ୍କ ଓ ଆପଲ୍ ସହପ୍ରତିଷ୍ଠାତା ଷ୍ଟିଭ ଓ୍ବଜନାକଙ୍କ ସମେତ ବହୁ ବ୍ୟକ୍ତି । ଡିପ ମାଇଣ୍ଡର କେତେକ ଗବେଷକ ମଧ୍ୟ ସମାନ ସ୍ବର ଉତ୍ତୋଳନ କରିଛନ୍ତି । ଚାଟଜିପିଟି ଅନ୍ତର୍ଗତ ଓପନଅଲ ନାମକ ଏକ କମ୍ପାନି ଏକ ସ୍ବଦେଶୀ କାରିଗରh ବାହାର କରିଛି ଯାହାକି ବିଭିନ୍ନ ଇମେଜରେ ଥିବା ବସ୍ତୁ ସମ୍ପର୍କିତ ପ୍ରଶ୍ନ ଦେବାରେ ସକ୍ଷମ ହେଉଛି ।