ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି, ମୋତେ ମାନସିକ ଭାବେ ସପୋର୍ଟ ଦେଇଥିଲେ ରାହୁଲ ଗାନ୍ଧୀ: ଦିବ୍ୟା ସ୍ପନ୍ଦନା

ବେଙ୍ଗାଲୁରୁ: ଆତ୍ମହତ୍ୟା କରିବାକୁ ଚାହୁଁଥିଲି, ମାନସିକ ଭାବେ ସପୋର୍ଟ ଦେଇଥିଲେ ରାହୁଲ ଗାନ୍ଧୀ । କର୍ଣ୍ଣାଟକରେ ଏକ ଟକ୍ ସୋ ଭାଗ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏଭଳି କହିଛନ୍ତି କନ୍ନଡ ଅଭିନେତ୍ରୀ ଦିବ୍ୟା ସ୍ପନ୍ଦନା । ସାଂସଦ ଥିବା ବେଳେ ସ୍ପନ୍ଦନାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ଏବଂ ନିର୍ବାଚନ ହାରିଯିବା ପରେ ମନରେ ଅନେକ ଦୁଶ୍ଚିନ୍ତା ରହିଥିଲା । ଗୋଟିଏ ସମୟରେ ଆତ୍ମହତ୍ୟା କରିବାକୁ ସ୍ଥିର କରିନେଇଥିଲି । ବାପାଙ୍କ ପରେ ମାଆ ମୋର ସବୁଠୁ ବଡ଼ ସପୋର୍ଟର ଥିବା ବେଳେ ସେ ସମୟରେ ରାହୁଲ ଗାନ୍ଧୀ ମାନସିକ ଭାବେ ସପୋର୍ଟ କରିଥିଲେ ବୋଲି କହିଛନ୍ତି ସ୍ବପ୍ନା ।

୨୦୧୨ରେ ଦିବ୍ୟା ସ୍ପନ୍ଦନା କଂଗ୍ରେସରେ ସାମିଲ ହୋଇଥିଲେ । ୨୦୧୩ରେ ମାଣ୍ଡ୍ୟାରୁ ଉପନିର୍ବାଚନ ଲଢ଼ି ଜିତିଥିଲେ । କର୍ଣ୍ଣାଟକରେ କଂଗ୍ରେସର ସୋସିଆଲ ମିଡିଆ ହେଡ୍ ଭାବେ କାର୍ଯ୍ୟ କରିଥିଲେ ସ୍ପନ୍ଦନା । ଏବେ ପୁଣି ସେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ହୋଇଛନ୍ତି ।