ଋତୁ ଅନୁସାରେ ରଙ୍ଗ ବଦଳାଉଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଶୁଣୁନାହାନ୍ତି ଲୋକଙ୍କ ସମସ୍ୟା

1 min read

ବଲାଙ୍ଗୀର: ଋତୁ ଅନୁସାରେ ରଙ୍ଗ ବଦଳାଉଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଶୁଣୁନାହାନ୍ତି ସମସ୍ୟା । ବୁଝୁନାହାନ୍ତି ବିଷୟବସ୍ତୁ । ଯେତେବେଳେ ଯାହା ମନକୁ ଆସିଲା ତାହା କହୁଛନ୍ତି ବିଧାୟକ । କେତେବେଳେ ଟିଟିଲାଗଡ଼ ତ କେତେବେଳେ କଣ୍ଟାବାଞ୍ଜିକୁ ଜିଲ୍ଳା ମାନ୍ୟତା ପାଇଁ ବିଧାନସଭାରେ ହଟ୍ଟଗୋଳ କରୁଛନ୍ତି । ଏହାରି ଭିତରେ ବିଧାୟକଙ୍କ ପୋଲ ଖୋଲିଛନ୍ତି ବିଜେଡି ନେତା ଅଜୟ ଦାସ । କଣ୍ଟାବାଞ୍ଜିବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଧାୟକ ହୋଇଥିବା ସନ୍ତୋଷଙ୍କ ପ୍ରକୃତ ଚେହେରା ଶସ୍ତା ରାଜନୀତି ବୋଲି କହିଛନ୍ତି ଅଜୟ । ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଅନୁଦାନ ପ୍ରଦାନ କରିଛନ୍ତି, ବିକାଶ ମଧ୍ଯ ହୋଇଛି । କିନ୍ତୁ ଲୋକଙ୍କୁ ଭୂୟାଁ ବୁଲାଇବାରେ ବ୍ୟସ୍ତ ବିଧାୟକ I ଆଗକୁ ବିଧାୟକଙ୍କ ଦୋମୁହାଁ ନୀତିକୁ କଣ୍ଟାବାଞ୍ଜିବାସୀ କଡ଼ା ଜବାବ ଦେବେ କହିଛନ୍ତି ଅଜୟ ।

ସେହିପରି ସନ୍ତୋଷଙ୍କ ଅତୀତର ସତ ସାମ୍ନାକୁ ଆଣିଛନ୍ତି ବିଜୁ ଜନତା ଦଳର ଯୁବ ନେତା ରାଜେନ୍ଦ୍ର ପ୍ରସାଦ ହୋତା । ସାଲୁଜା ଅତୀତରେ ଜଣେ କାଠ ମାଫିଆ ଓ ତାଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏବେ ବିଧାୟକ ହେବା ପରେ ତାଙ୍କ ସାନପୁଅ ବାପାଙ୍କ ଅପରାଧିକ ସାମ୍ରାଜ୍ୟ ସମ୍ଭାଳୁଥିବା କହିଛନ୍ତି ରାଜେନ୍ଦ୍ର । ଗତ କିଛିଦିନ ତଳେ ସାନପୁଅ ସେଜି ବନ୍ଧୁକ ଦେଖାଇ ସିନେମା ହଲର ମାଲିକ ଓ ଭାଇଙ୍କୁ ଭୟଭୀତ କରିବା ସହ ମାଡ଼ ମାରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ ସମସ୍ତେ ଜାଣିଛନ୍ତି । ନିଜର ଗୋଡ଼ ନସମ୍ଭାଳି ଗୋଦରି ତ ଗୋଡ଼କୁ ଅନାଭଳି ସରାକରଙ୍କୁ ଟାର୍ଗେଟ କରୁଛନ୍ତି ସନ୍ତୋଷ । ଔଷଧ ବିକଳରେ ବିଧାୟକ ତାଟିଆ କାମୁଡୁଛନ୍ତି ବୋଲି କହିଛନ୍ତି ରାଜେନ୍ଦ୍ର I

ଲୋକଙ୍କ ଦୁଃଖ କମ୍ ବରଂ ନିଜର ଖୁସି ଖୋଜନ୍ତି ବିଧାୟକ । ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ଜିଲ୍ଲାପାଳଙ୍କୁ ଖରାପ ବ୍ଯବହାର ଓ ସ୍ଥାନୀୟ ପ୍ରଶାସନକୁ ଚାପ ସୃଷ୍ଟି କରି ବେଆଇନ କାମ କରିବା ହେଉଛି ସନ୍ତୋଷଙ୍କ ଅସଲମୁଖା । ଆଗକୁ କଣ୍ଟାବାଞ୍ଜିବାସୀ ସନ୍ତୋଷଙ୍କୁ କଡ଼ା ଜବାବ ଦେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।