ତ୍ରିପୁରା ବିଧାନସଭାରେ ଅଭାବନୀୟ ଘଟଣା, ଗୃହକାର୍ଯ୍ୟ ଚାଲିଥିବା ବେଳେ ପର୍ଣ୍ଣ ଦେଖିଲେ ବରିଷ୍ଠ ବିଜେପି ବିଧାୟକ

ଅଗରତାଲା: ବିଧାନସଭା ଚାଲିଛି । ସେପଟେ ଚାଲିଛି ପର୍ଣ୍ଣ ଓ୍ବାଚିଂ । ଘଟଣା ଘଟିଛି ତ୍ରିପୁରା ବିଧାନସଭା ଗୃହ ଭିତରେ । ଗୁରୁତ୍ବପୂର୍ଣ୍ଣ ବିଧାନସଭା ଅଧିବେଶନ ଚାଲିଥିବାବେଳେ ବାଗବାସା ବିଧାନସଭା ଆସନର ବିଜେପି ବିଧାୟକ ଯାଦବ ଲାଲ ନାଥ ନିଜ ମୋବାଇଲରେ ପର୍ଣ୍ଣ ଦେଖୁଥିବା ଭିଡିଓ ପଦାକୁ ଆସିଛି । ଜଣେ ବୟସ୍କ ବିଜେପି ବିଧାୟକଙ୍କ ଏହି କାରନାମା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

ଗତ ୨୦୧୨ରେ କର୍ଣ୍ଣାଟକ ବିଜେପି ସରକାର ଅମଳରେ ମଧ୍ୟ ଦୁଇ ଜଣ ମନ୍ତ୍ରୀ ବିଧାନସଭା ଚାଲିଥିବାବେଳେ ପର୍ଣ୍ଣ ଦେଖୁଥିବା ନେଇ ଅଭିଯୋଗ ହୋଇଥିଲା । ସେହି ଦୁଇ ଜଣ ମନ୍ତ୍ରୀ ଥିଲେ ସମବାୟ ମନ୍ତ୍ରୀ ଲକ୍ଷ୍ମଣ ସାବାଦି ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସି.ସି. ପାଟିଲ ।