ଅପରାଧ ମୁକ୍ତ ହେବ କଟକ ସହରର ବସ୍ତି, କଟକରେ ଆରମ୍ଭ ହେଲା ବସ୍ତିକୁ ଚାଲ ଅଭିଯାନ

କଟକ: ଅପରାଧ ମୁକ୍ତ ହେବ କଟକ ସହରର ବସ୍ତି । ଭୁବନେଶ୍ବର ପରେ କଟକରେ ଆରମ୍ଭ ହେଲା ବସ୍ତିକୁ ଚାଲ ଅଭିଯାନ। ନୂଆପଡ଼ା ବାଲିସାହି ବସ୍ତିରେ ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର, ଡିସିପିଙ୍କ ସମେତ ସବୁ ଜୋନର ଏସିପି ଓ ସବୁ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ବସ୍ତିବାସିନ୍ଦାଙ୍କ ଦ୍ବାରା ପରିବେଷିତ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ବସ୍ତିର ଦୃଷ୍ଟିହୀନ ଯୁବତୀ ଆଶା ବାହାଦୁର ଗୁରୁଙ୍ଗ। ତେବେ ତାଙ୍କ ଗୀତର ଯାଦୁରେ ସମସ୍ତେ ମତୁଆଲା ହୋଇଥିଲେ । ନାଚ ଗୀତରେ ପ୍ରାୟ ଚାରି ଘଣ୍ଟା ବସ୍ତିରେ କାଟିଥିଲେ ପୋଲିସ ଅଧିକାରୀ । ବାଲିସାହି ବସ୍ତିର ପ୍ରାୟ ଦୁଇ ଶହ ଜଣଙ୍କୁ ପୋଲିସ ମିତ୍ର ଭାବେ ଦାୟିତ୍ବ ଦିଆଯାଇଛି । ସେମାନେ ପୋଲିସ ସହ ମିଶି ବସ୍ତି ପାଇଁ କାମ କରିବେ।