ଚୀନର ବିରୋଧ ସତ୍ତ୍ବେ ଆମେରିକା ଗସ୍ତରେ ତାଇଓ୍ୱାନ ରାଷ୍ଟ୍ରପତି

1 min read

ନ୍ୟୁୟର୍କ: ଆମେରିକା ଗସ୍ତରେ ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ-ଓ୍ବେନ । ଚୀନର ବିରୋଧ ସତ୍ତ୍ବେ ନ୍ୟୁୟର୍କ ଗସ୍ତ କରିଛନ୍ତି ସାଇ । କେନ୍ଦ୍ରୀୟ ଆମେରିକା ଗସ୍ତ ଅବସରରେ ନ୍ୟୁୟର୍କ ଯାଇଛନ୍ତି ରାଷ୍ଟ୍ରପତି । ସେଠାରେ ଆମେରିକା ବାଚସ୍ପତି କେଭିନ ମାକାର୍ଥିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତ କାର୍ଯ୍ୟକ୍ରମକୁ ଚୀନ୍ ତୀବ୍ର ବିରୋଧ କରିଥିବାବେଳେ ଏହି କାର୍ଯ୍ୟକ୍ରମ ଆଗକୁ ତୀବ୍ର ସଙ୍କଟର କାରଣ ହେବ ବୋଲି କହିଛି ଚୀନ୍ ।

ସେପଟେ ଆମେରିକା ପକ୍ଷରୁ କୁହାଯାଇଛି- ସାଇଙ୍କ ଆମେରିକା ଗସ୍ତ ନେଇ ବେଜିଂ ଉତକ୍ଷିପ୍ତ ହେବାର କାରଣ ନାହିଁ । ୧୯୯୪ ପରଠାରୁ ବର୍ତ୍ତମାନ ଯାଏ ଆମେରିକାକୁ ୨୯ ଥର ଗସ୍ତ କରିସାରିଲେଣି ବିଭିନ୍ନ ତାଇଓ୍ବାନ ରାଷ୍ଟ୍ରପତି । ନିଜର କେନ୍ଦ୍ରୀୟ ଆମେରିକା ଗସ୍ତ କାଳରେ ସାଇ ଇଙ୍ଗ-ଓ୍ୱେନ ଗୁଏଟମାଲା ଓ ବେଲିଜ ଗସ୍ତ କରିବେ ।

ସେପଟେ ଚୀନର ଜଣେ ମୁଖପାତ୍ର ସୁ ଜୁଏୟାନ କହିଛନ୍ତି-ସାଇଙ୍କ ଆମେରିକା ଗସ୍ତ ଯୋଗୁ ଉଭୟ ଚୀନ ଓ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହେବ । ତାଇଓ୍ବାନ ପ୍ରସଙ୍ଗରେ ଆମେରିକା ନିଆଁ ସହ ନଖେଳୁ ବୋଲି ସେ କହିଛନ୍ତି । ଏହି ଗସ୍ତକୁ ନେଇ ମଧ୍ୟ ଉତକ୍ଷିପ୍ତ ହୋଇଛି ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ତାଇଓ୍ବାନ ବ୍ୟାପାର କାର୍ଯ୍ୟାଳୟ । ଆସନ୍ତା ଏପ୍ରିଲ ୭ ତାରିଖ ଯାଏ ରହିଛି ସାଇଙ୍କ ଗସ୍ତ କାର୍ଯ୍ୟକ୍ରମ । ତାଇଓ୍ବାନର ୩ ଲକ୍ଷ ସୈନ୍ୟ ରହିଥିବାବେଳେ ଖୁବ୍ କମ୍ ରାଷ୍ଟ୍ର ଏହାକୁ ସ୍ବୀକୃତି ଦେଇଛନ୍ତି ।