ପୁରୀ: ସରପଞ୍ଚଙ୍କ ମୁଣ୍ଡ ଉପରେ ଚଢ଼ିଗଲା ହାଇଓ୍ବା । ଘଟଣାସ୍ଥଳରେ ମହିଳା ସରପଞ୍ଚଙ୍କ ମୃତ୍ୟୁ । ଆଜି ଅପରାହ୍ନରେ ନିମାପଡା ବଳଙ୍ଗା ରାସ୍ତା ଡେଲ୍ଟା ଛକ ନିକଟରେ ଘଟିଛି ଦୁର୍ଘଟଣା । ଏକ ହାଇଓ୍ବା ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟଛି । ମୃତକ ହେଲେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଦୀପା ବେହେରା । ଭାଇ ଓ ଅନ୍ୟଜଣେ ସମ୍ପର୍କୀୟ ନିମାପଡାକୁ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଆସି ବୁଲେଟରେ ଘରକୁ ଫେରୁଥିବା ବେଳେ ଡେଲଟା ଛକ ନିକଟରେ ହାଇଓ୍ବାଟି ପଛରୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ହାଇଓ୍ବାର ଚକ ଚଢିଯାଇଥିଲା । ତେବେ ତାଙ୍କ ଭାଇ ଓ ସମ୍ପର୍କୀୟ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘଟଣାସ୍ଥଳରୁ ହାଇଓ୍ବା ଡ୍ରାଇଭର ଫେରାର ଥିବାବେଳେ ନିମାପଡ଼ା ପୋଲିସ ହାଇଓ୍ବାକୁ ଜବତ କରି ତଦନ୍ତ ଚଳାଇଛି ।
ଓଡ଼ିଆ ପୁଅ ସିଦ୍ଧାର୍ଥ LICର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ନୂଆ ଦାୟିତ୍ୱ । LICର ଅନ୍ତରୀଣ ଅଧ୍ୟକ୍ଷ ଭାବେ ସିଦ୍ଧାର୍ଥଙ୍କୁ ମିଳିଲା ନିଯୁକ୍ତି । ପୁଣି ଜଣେ ଓଡ଼ିଆଙ୍କୁ କେନ୍ଦ୍ର ସରକାର LICର ଅନ୍ତରୀଣ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି l ସେ କଟକର ଅଧିବାସୀ ଅଟନ୍ତି l ରେଭେନ୍ସା କଲେଜର ପୂର୍ବତ୍ତନ ସାଧାରଣ ସମ୍ପାଦକ ଓ ବାଣୀବିହାରରୁ ରାଜନୀତି ବିଜ୍ଞାନରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ l ବର୍ତ୍ତମାନ ସେ LICର ଏମଡି ଭାବେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଅଧ୍ୟକ୍ଷ ଏମଆର୍ କୁମାରଙ୍କୁ ମିଳିଲାନି ପୁନଃନିଯୁକ୍ତି ।
ଆସନ୍ତା ସପ୍ତାହରେ ତାତିରୁ ମିଳିବ ଆଶ୍ବସ୍ତି; ଆସୁଛି ଆଉ ଏକ ପଶ୍ଚିମା ଝଡ଼
ଭୁବନେଶ୍ୱର: ଆସନ୍ତା ସପ୍ତାହରେ ତାତିରୁ ମିଳିବ ଆଶ୍ବସ୍ତି । ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ରାଜ୍ୟରେ 15ରୁ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି । ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କାଲି ଘଡଘଡି ବିଜୁଳି ସହ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନୂଆପଡା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।
ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ କମିଛି ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ମାର୍ଚ୍ଚ ତୃତୀୟ ସପ୍ତାହରେ ପୁଣି ଉପରମୁହାଁ ହେବ ପାରଦ । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିପଡାରେ ସର୍ବାଧିକ ୨୭.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଆଜି କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ବାଲେଶ୍ବର ଜିଲ୍ଲାର ଘଡ଼ଘଡି ସହିତ ବର୍ଷା ସମ୍ଭାବନା ରହିଛି । ତେବେ ପୁରୀ, ଗଞ୍ଜାମ, କୋରାପୁଟ ଓ ଦେବଗଡ଼ ଜିଲ୍ଲାର ଅଳ୍ପ କେତେକ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

