ମାସକୁ ୯ଦିନ ଉଡ଼ିବ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ବିମାନ

ଭୁବନେଶ୍ବର: ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ଉଡିବ ବିମାନ। ଏପ୍ରିଲ ମାସର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କଲେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ । ସପ୍ତାହକୁ ୨ଦିନ ମାସକୁ  ୯ଦିନ ଉଡ଼ିବ ଫ୍ଲାଇଟ୍ । ମାସର ପ୍ରତି ବୁଧବାର ଓ ରବିବାର ଉଡ଼ିବ ବିମାନ ।

ଗତକାଲି ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ବିମାନବନ୍ଦରକୁ ଉଡିଛି ବିମାନ । ସେହିପରି ଆସନ୍ତା ୫ ତାରିଖ, ୯ତାରିଖ, ୧୨ ତାରିଖ ୧୬, ୧୯, ୨୩, ୨୬ ଓ ୩୦ ତାରିଖରେ ଉଡ଼ିବ ଏହି ନନ୍ ସିଡ୍ୟୁଲ୍ଡ ଫ୍ଲାଇଟ୍ । ଭୁବନେଶ୍ବରରୁ ବାହାରିଲେ ରଙ୍ଗେଲୁଣ୍ଡାରେ ପହଞ୍ଚିବାକୁ ଏକ ଘଣ୍ଟା ସମୟ ଲାଗୁଛି । ସେଠାରେ ୨୦ ମିନିଟ୍ ରହଣି ପରେ ସେଠାରୁ ଫ୍ଲାଇଟ୍ ଭୁବନେଶ୍ବର ଅଭିମୁଖେ ଟେକଅଫ୍ କରିବ । ଗତମାସ ୫ ତାରିଖ ବିଜୁ ଜୟନ୍ତୀ ଅବସରରେ  ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।