ମ୍ୟାକଡୋନାଲ୍ଡସ ବନ୍ଦ କରିବ ଅଫିସ, କର୍ମଚାରୀଙ୍କୁ କରିବ ଛଟେଇ

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ବିଶ୍ବର ବଡ଼ ଫାଷ୍ଟଫୁଡ କମ୍ପାନୀ ମ୍ୟାକଡୋନାଲ୍ଡସ । ଏବେ ବିଶ୍ବର ବଡ଼ ବଡ଼ କମ୍ପାନୀ ଯେପରିକି ଗୁଗୁଲ, ମାଇକ୍ରୋସଫ୍ଟ, ଆମାଜନ, ଟ୍ବିଟର ଇତ୍ୟାଦି କର୍ମଚାରୀଙ୍କୁ ଛଟେଇ କରୁଥିବାରୁ ଏହି ଲାଇନରେ ଯୋଡ଼ି ହୋଇଛି ମ୍ୟାକଡୋନାଲ୍ଡସ ।

ମ୍ୟାକଡୋନାଲ୍ଡସ ଚଳିତ ସପ୍ତାହରେ ଆମେରିକାରେ ଥିବା ସବୁ ଅସ୍ଥାୟୀ ଅଫିସକୁ ବନ୍ଦ କରିବାକୁ ଯାଉଛି । କେବଳ ଏତିକି ନୁହେଁ କର୍ମଚାରୀଙ୍କୁ ବି ଛଟେଇ କରିବାକୁ ଯାଉଛି । ଗତ ସପ୍ତାହରେ କମ୍ପାନୀ ତା’ର କର୍ପୋରେଟ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ମେଲ୍ ଯାଇଥିଲା । ସେମାନେ ସୋମବାରରୁ ବୁଧବାର ଯାଏ ଘରେ ରହି କାମ କରିବାକୁ କୁହାଯାଇଛି ।

ତେବେ କମ୍ପାନୀ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ କେତେଜଣ କର୍ମଚାରୀଙ୍କୁ ବିଦା କରାଯିବ ସେ ନେଇ କିଛି କୁହାଯାଇନି । ଗତ ଜାନୁଆରୀରେ କମ୍ପାନୀ କର୍ପୋରେଟ କର୍ମଚାରୀଙ୍କ ସ୍ତରକୁ ନେଇ ସମୀକ୍ଷା କରିବ ବୋଲି କହିଥିଲା । ଏହା ପରେ ବିଜନେସରେ କିଛି ଅପଡେଟ କରାଯିବ । ତେଣୁ ଏ ନେଇ ବୁଧବାର ସୁଦ୍ଧା ସବୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି ।