କୁନୋରୁ ଚିତା ଫେରାର୍, ଗାଁରେ ଗାଈ ମାରି ଖାଇଲା ଚିତା

ଭୋପାଲ: ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରୁ ଚିତା ଫେରାର ହୋଇଯାଇଛି । କୁନୋ ପାର୍କଠାରୁ ୨୦ କିମି ଦୂର ଗାଁରେ ତାକୁ ଠାବ କରାଯାଇଛି । ଗାଁ ଲୋକ ଚିତାକୁ ଦେଖି ଆତଙ୍କିତ ହୋଇଯାଇଛନ୍ତି । କେବଳ ଏତିକି ନୁହେଁ ଚିତା ଗାଁର ଏକ ଗାଈକୁ ବି ଶିକାର କରିଛି ।

ଚିତା ଦେହରେ ଲାଗିଥିବା ରେଡିଓ କଲାରରୁ ଚିତାର ଉପସ୍ଥିତି ଜଣାପଡ଼ିବା ପରେ ଜଙ୍ଗଲ ବିଭାଗ ଗାଁରେ ପହଞ୍ଚିଛି । ଏକ ଟିମ୍ ଗଠନ କରାଯାଇ ଚିତାକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ଏହି ଟିମରେ ୫୦ରୁ ଅଧିକ ଅଧିକାରୀ, ଡାକ୍ତର ଏବଂ ବିଶେଷଜ୍ଞ ଅଛନ୍ତି ।

ଏହି ଖବର ଗାଁରେ ପହଞ୍ଚିବା ପରେ ଲୋକ ଲାଠି ନେଇ ଚିତାକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ଘଉଡାଇବାର ଏକ ଭିଡିଓ ବି ସାମ୍ନାକୁ ଆସିଛି । ଯେଉଁଥିରେ ଲୋକେ ଗୋ… ଗୋ… ବୋଲି କହୁଛନ୍ତି ।

ଚିତାକୁ ବେହୋସ କରାଯାଇ ପାର୍କକୁ ଅଣାଯିବାକୁ ବ୍ୟବସ୍ଥା କରାଯାଉଛି । ମାଂସରେ ନିଶା ଔଷଧ ପକାଇ ବିଭିନ୍ନ ଯାଗାରେ ମାଂସ ଗୁଡ଼ିକ ପକାଯାଉଛି । ଯଦି ଚିତା ମାଂସ ନ ଖାଏ ତାହାଲେ ତାକୁ ଟ୍ରାଙ୍କୁଲାଇଜ କରାଯାଇ ପାର୍କକୁ ଅଣାଯିବ ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଦୀର୍ଘ ୭୦ ବର୍ଷ ହେବ ଆମ ଦେଶରେ ଚିତା ବଂଶ ଲୋପ ପାଇ ଯାଇଥିବାରୁ ଚିତା ପ୍ରୋଜେକ୍ଟ ଜରିଆରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ୫ଟି ମାଈ ଏବଂ ୩ଟି ଅଣ୍ଡିରା ଥିଲେ । ଗତ କିଛି ଦିନ ପୂର୍ବରୁ ଏକ ଚିତା ୪ ଛୁଆ ଜନ୍ମ ଦେଇଥିଲା ।