spot_img
Home Blog Page 3520

ଦେବଗଡ଼ ଜିଲ୍ଲାବାସୀଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ, ଜିଲ୍ଲାବାସୀଙ୍କ କଥା ମାନିଲେ ଟୋଲପ୍ଲାଜା କର୍ତ୍ତୁପକ୍ଷ

ଦେବଗଡ଼: ପୂରଣ ହେଲା ଦାବି, ବନ୍ଦ ହେଲା ଆନ୍ଦୋଳନ । ଦେବଗଡ଼ ଜିଲ୍ଲାବାସୀଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ । ବଡ଼କୁଦର ଟୋଲ ଗେଟରେ ଦେୟ ମୁକ୍ତ ଦାବିରେ ହୋଇଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ, ଏନଏଚଏଆଇ କର୍ମକର୍ତ୍ତା ଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ବନ୍ଦ କରାଯାଇଛି ଆନ୍ଦୋଳନ । ଯାନବାହାନର କାଗଜପତ୍ର କିମ୍ବା ଆଧାର କାର୍ଡ ଦେଖାଇ ଟୋଲ ଗେଟରେ ଦେଇ ଦେୟ ମୁକ୍ତ ଭାବେ ଯାଇପାରିବେ ଜିଲ୍ଲାବାସୀ ।

ଏହାସହ ଟୋଲ ଟ୍ୟାକ୍ସ ସଂଗ୍ରହ ନ କରିବାକୁ ଆନ୍ଦୋଳନକାରୀଙ୍କ ଦାବିକୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ମାନିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆନ୍ଦୋଳନର ନେତୃତ୍ୱ ନେଇଥିବା ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳ । ବାରକୋଟ ବ୍ଲକ ବଡ଼କୁଦର ଠାରେ ଟୋଲ ପ୍ଲାଜାରେ ଜିଲ୍ଲାର ଯାନବାହାନ ଗୁଡ଼ିକ ଉପରେ ଅତ୍ୟଧିକ ମୂଲ୍ୟର ଟୋଲ ଟ୍ୟାକ୍ସ ଆଦାୟ କରାଯାଉଥିଲା । ଟୋଲ ଟ୍ୟାକ୍ସ ସମସ୍ୟା ନେଇ କର୍ଣ୍ଣପାତ କରିନଥିଲେ ବିଜେପି ସାଂସଦ ଓ ବିଧାୟକ । ଯାହାକୁ ନେଇ ଟୋଲ ଗେଟ ନିକଟରେ ଗତକାଲିଠାରୁ ଜିଲ୍ଲା ବିଜେଡି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ କରିଥିଲା l

ଆଜି ଇମ୍ରାନଙ୍କ ମେଗା ସୋ’, ପିଟିଆଇ ରାଲି ପୂର୍ବରୁ ଲାହୋରରେ ୧୪୪ ଧାରା ଲାଗୁ

ଲାହୋର: ଆଜି ଲାହୋରରେ ଇମ୍ରାନ ଖାନଙ୍କ ଶକ୍ତି ପ୍ରଦର୍ଶନ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଲିଡର ଇମ୍ରାନ ଖାନ ନିର୍ବାଚନୀ ରାଲି ଘୋଷଣା କରିବା ପରେ ଲାହୋରରେ ୧୪୪ ଧାରା ଲାଗୁ କରାଯାଇଛି । ଜନସମାଗମ ଉପରେ ରୋକ ଲଗାଇଛନ୍ତି ପାକିସ୍ତାନର ପଞ୍ଜାବ ସରକାର । ଆଜି ଦିନ ୧୨ଟାରୁ ଇମ୍ରାନଙ୍କ ଅଧ୍ୟକ୍ଷତାରେ ଦଳର ରାଲି ଆରମ୍ଭ ହେବ । ରାଲି ପୂର୍ବରୁ ଲାହୋରରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ଗତକାଲି ଭିସିରେ ଇମ୍ରାନ ଘୋଷଣା କରିଥିଲେ । ଏହାପରେ ଶନିବାର ରାତିରୁ ଲାହୋରରେ ୧୪୪ ଧାରା ଲାଗୁ ପାଇଁ ଘୋଷଣା କରାଯାଇଛି ।

ଲାହୋରରେ ପାକିସ୍ତାନ ସୁପର ଲିଗ୍ ମ୍ୟାଚ୍ ହେବାକୁ ଥିବା ବେଳେ ୪୦ କିମିର ଲମ୍ବା ରାଲି ଓ ସାଇକେଲ ରେସ୍ ବି କରାଯିବ । ଯାହାଫଳରେ ଇମ୍ରାନଙ୍କ ଦଳକୁ ଜନସଭା ପାଇଁ ଅନୁମତି ନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଆମୀର ମୀର କହିଛନ୍ତି ।

ଢେଙ୍କାନାଳ ସଦର ରେଞ୍ଜ ଓସ୍ତପାଲ ଗାଁରେ ଦନ୍ତା ମୃତ, ଫୁଡ୍ ପଏଜନିଂରୁ ହାତୀର ଜୀବନ ଯାଇଥିବା ଅନୁମାନ

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଓସ୍ତପାଲ ଗାଁରେ ଦନ୍ତା ମୃତ । ଫୁଡ୍ ପଏଜନିଂରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତ ହାତୀର ବୟସ ୨୦ ବର୍ଷ ହେବ। ହାତୀଟି ଖାଦ୍ୟ ସନ୍ଧାନରେ ଜଙ୍ଗଲରୁ ଆସିଥିବା ବେଳେ ଗାଁମୁଣ୍ଡରେ ମୃତ୍ୟୁ ହୋଇଛି । ପରିବା ବିଲରେ ହାତୀର ମୃତ୍ୟୁ ହୋଇଥିବାରୁ ବିଷଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନବିଭାଗ । ହାତୀ ମୃତ୍ୟୁର ତଦନ୍ତ ପାଇଁ ଭୁବନେଶ୍ୱର ଓୟୁଏଟିରୁ ଏକ ସ୍ବତନ୍ତ୍ର ଟିମ୍ ଢେଙ୍କାନାଳ ଗସ୍ତ କରୁଥିବା ସୂଚନା ମିଳିଛି ।

କଟକ ନୂଆସାହିରେ ଅଗ୍ନିକାଣ୍ଡ, ୨ ମହଲା ବିଶିଷ୍ଟ ଘରେ ଲାଗିଛି ନିଆଁ

କଟକ: କଟକ ଯୋବ୍ରା ୪୧ ନମ୍ବର ୱାର୍ଡ ନୂଆସାହିରେ ଅଗ୍ନିକାଣ୍ଡ । ଦୁଇ ମହଲା ବିଶିଷ୍ଟ ଘରେ ଲାଗିଛି ନିଆଁ । ନିଆଁକୁ ଆୟତ୍ତ ପାଇଁ ଲାଗିଛନ୍ତି ଅଗ୍ନିଶମ ବାହିନୀ । ସ୍ବର୍ଗତ ଦିବାକର ମହାନ୍ତିଙ୍କ ଘରେ ଲାଗିଛି ନିଆଁ । ସଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଦୋଳ ବିମାନକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ୨ ମୃତ

କେନ୍ଦ୍ରାପଡ଼ା: ମେଳଣ ସାରି ବିମାନ ନେଇ ଫେରୁଥବା ବେଳେ ପଛରୁ ଧକ୍କା ଦେଲା ମାଛ ବୋଝେଇ ପିକଅପ ଭ୍ୟାନ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ କଟକ ମେଡିକାଲରେ ମୃତ୍ୟୁ ହୋଇଛି। ଆହତ ୨ ଜଣଙ୍କ ଚିକିତ୍ସା ଜାରି ରହିଛି । କେନ୍ଦ୍ରାପଡ଼ା ବାଲିଆ ମେଳଣରୁ ଫେରୁଥିବା ବେଳେ ଦୁହୁରିଆ ଛକରେ ଘଟିଛି ଦୁର୍ଘଟଣା। ମୃତକ ହେଉଛନ୍ତି ଦୁହୁରିୟା ବଡ଼ଗାଁର ସୋମନାଥ ଦାସ ଓ ଚୌଧୁରୀ ଦିବ୍ୟଜ୍ୟୋତି ଦାସ ।

ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନୀଳଗିରି: ନୀଳଗିରି ଥାନା ଅଞ୍ଚଳରେ କାମ ଦେବା ବାହାନାରେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଝାମ୍ପକୁ ଅଟକ ରଖିଛି ପୋଲିସ । ଅଭିଯୋଗ ଅନୁସାରେ ଖନ୍ତାପଡା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ କାମ ଦେବାକୁ କହି ଡାକିଥିଲା ଝାମ୍ପ । ସେଠାରେ ନିଶା ଦେଇ ଦୁଷ୍କର୍ମ କରିଥିଲା । ଏନେଇ ଘରେ ଜଣାଇବା ପରେ ସ୍ଥାନୀୟ ଲୋକ ଅଭିଯୁକ୍ତକୁ ମାଡ଼ ମାରିବା ସହ ପୋଲିସ ଜିମା ଦେଇଥିଲେ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ୯ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ କେ.କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତିରେ ମାମଲାରେ ଫସିଥିବା ତେଲେଙ୍ଗାନାର ବିଆରଏସ ନେତ୍ରୀ କେ.କବିତା ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ପ୍ରାୟ ୯ ଘଣ୍ଟାର ଜେରା ପରେ ସେ ଇଡି ଅଫିସରୁ ବାହାରିଛନ୍ତି । ଅନେକ ଗୁଡ଼ିଏ ପ୍ରଶ୍ନର କବିତା ଉତ୍ତର ଦେଇଥିବା ସ୍ପଷ୍ଟ ହୋଇଥିବା ଜଣାପଡ଼ିଛି । ଦରକାର ପଡ଼ିଲେ ପୁଣି ଥରେ ସମନ କରିପାରେ ଇଡି । କବିତାଙ୍କ ବିରୋଧରେ ଇଡି ୧୦ଟି ପ୍ରମାଣ ପାଇଥିବା ଜଣାପଡ଼ିଛି । କବିତାଙ୍କର ପାଖ ଲୋକ ଅରୁଣ ପିଲାଇ ଏହି ଦୁର୍ନୀତିରେ ସାମିଲ ଥିବା କଥା କୁହାଯାଉଛି ।

ବୁଚି ବାବୁ ନାମକ ବ୍ୟକ୍ତିଙ୍କ ସହ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଗିରଫ ହୋଇଥିବା ଆପ୍‌ ନେତା ମନୀଷ ସିସୋଦିଆ ଏବଂ କବିତାଙ୍କ ମଧ୍ୟରେ ରାଜନୈତିକ ସହଯୋଗ ଥିଲା । କେ. କବିତାଙ୍କ ପାଇଁ ଦିଲ୍ଲୀ ଅବକାରୀ ନୀତି ତାଙ୍କୁ ସୁହାଇବା ପରି କରାଯିବ ବୋଲି ଏମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବାର ପ୍ରମାଣ ଇଡିକୁ ମିଳିଛି । ଏଥିପାଇଁ ଆପକୁ ଫଣ୍ଡ ଦିଆଯିବ ବୋଲି ସହମତି ହୋଇଥିବା କଥା କୁହାଯାଇଛି ।

ଟାଙ୍ଗୀ ରେଞ୍ଜ ହାଟ ବରଡ଼ିରେ ମାତିଛି ପାଗଳ ମାଙ୍କଡ଼

ଟାଙ୍ଗୀ: ଟାଙ୍ଗୀ ରେଞ୍ଜ ହାଟ ବରଡ଼ିରେ ମାତିଛି ପାଗଳ ମାଙ୍କଡ଼ । ୪ ଦିନ ହେବ ମାଙ୍କଡ ଆକ୍ରମଣର ଶିକାର ହେଲେଣି ୬ରୁ ଅଧିକ ବ୍ୟକ୍ତି । ଦିନ ଦ୍ୱିପ୍ରହରେ ଘରୁ ବାହାରୁନାହାନ୍ତି ଗ୍ରାମବାସୀ । ଗତକାଲି ସଂଧ୍ୟ୍ୟାରେ ମାଙ୍କଡ଼ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଦୁଇ ଗୁରୁତର ହେଲେ ରଜନୀ ପରିଡ଼ା ଓ ଦିଗମ୍ବର ପରିଡ଼ା । ଗୁରୁତରଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଆହୁରି ବିଗିଡ଼ିବାରୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି । ସେପଟେ ପାଗଳ ମାଙ୍କଡ଼କୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ତାତି କମାଇଛି ପଶ୍ଚିମା ଝଡ଼, ରାଜ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି ତାପମାତ୍ରା

ଭୁବନେଶ୍ୱର: ତାତି କମାଇଛି ପଶ୍ଚିମା ଝଡ଼ । ରାଜ୍ୟରେ ସ୍ବାଭାବିକଠୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି ତାପମାତ୍ରା । ଆଜି ରାଜ୍ୟର ୮ ଜିଲ୍ଲାରେ ପଡ଼ିବ ପଶ୍ଚିମା ଝଡ଼ ପ୍ରଭାବ । ଏଥିପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର ଏବଂ କୋରାପୁଟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ଆସନ୍ତା ୧୫ ତାରିଖରୁ ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମାର୍ଚ୍ଚ ତୃତୀୟ ସପ୍ତାହରେ ପୁଣି ଉପରମୁହାଁ ହେବ ପାରଦ ।

ସମୃଦ୍ଧ ସୁନ୍ଦରଗଡ଼ ଗଠନ ପାଇଁ ଗ୍ରାଉଣ୍ଡରେ ଅନୁଧ୍ୟାନ, ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚାଲିଛି ବିକାଶର ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ସୁନ୍ଦରଗଡ଼ ଗସ୍ତର ଦ୍ଵିତୀୟ ଦିନରେ ଘୋଘରଠାରେ ଥିବା ଘୋଘରେଶ୍ଵର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପୂଜକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଗତକାଲି ଜିଲ୍ଲାର ୪ ବ୍ଲକ ସହିତ ମହାନଗର ନିଗମ କାର୍ଯ୍ୟାଳୟରେ ସମୀକ୍ଷା କରି ଲୋକଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ଲୋକଙ୍କ ସମସ୍ୟା ବୁଝିବା ସହ ଦେଉଛନ୍ତି ସମାଧାନ ପ୍ରତିଶ୍ରୁତି ।

ସେହିପରି ଗୁରୁଣ୍ଡିଆ, ବଣାଇ, କୋଇଡ଼ା, ବିରମିତ୍ରପୁର ବ୍ଲକରେ ସ୍ମାର୍ଟ ସ୍କୁଲକୁ ଯାଇ ପିଲାଙ୍କ ସହ ଆଲୋଚନା କରିଥିଲେ । ସୁବିଧା, ଅସୁବିଧା ସମ୍ପର୍କରେ ପଚାରି ଆବଶ୍ୟକତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଜୀବନର ଲକ୍ଷ୍ୟକୁ ଆପଣାଇ ଭବିଷ୍ୟତ ଗଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ 5T ସଚିବ । ପରେ ମିଶନ ଶକ୍ତି କାଫେରେ ଜଳଖିଆ କରି ମା’ଙ୍କ ମନୋବଳକୁ ବୃଦ୍ଧି କରିଥିଲେ । ଆହର କେନ୍ଦ୍ର, ବିଜୁ ସେତୁ, ଡାକ୍ତରଖାନା, ବସଷ୍ଟାଣ୍ଡ, ଇନଡୋର ଷ୍ଟାଡିୟମ ଆଦି ବିଭିନ୍ନ ସ୍ଥାନକୁ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ 5T ସଚିବ । ଆଜି ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ଉନ୍ନୟନ କାର୍ଯ୍ୟର ତଦାରଖ କରିବେ।