spot_img
Home Blog Page 3503

ଆନ୍ଦୋଳନ ନାଁରେ ହୀନ ଉଦ୍ୟମ ; ପଦାରେ ପଡ଼ିଲା ଡ୍ରାଇଭର ସଂଘ ନେତାଙ୍କ କ୍ରାଇମ୍ ପ୍ଲାନ୍

ଚଣ୍ଡିଖୋଲ : ଭାଇରାଲ୍ ଅଡିଓ ଇଫେକ୍ଟ। ଚଣ୍ଡୀଖୋଲ ଛକରେ ହଜାର ହଜାର ଡ୍ରାଇଭର ଏକାଠି ହୋଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ୧୦ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ତଦାରଖ କରୁଛନ୍ତି ଯାଜପୁର ଏସପି ବିନୀତ ଅଗ୍ରଓ୍ବାଲ।

ସୋସିଆଲ୍ ମିଡିଆରେ ଚଣ୍ଡୀଖୋଲର ଡ୍ରାଇଭର ସଂଘ ନେତା ପ୍ରମୋଦ କୁମାରଙ୍କ ଅଡିଓ ଭାଇରାଲ୍ ହୋଇଛି। ଏଥିରେ ଠେଙ୍ଗା ଧରି ଆନ୍ଦୋଳନରେ ସାମିଲ ହେବାକୁ ସେ ଡାକରା ଦେଉଛନ୍ତି। ମରିବା ନହେଲେ ମାରିବା, ଦଙ୍ଗା ସୃଷ୍ଟି କରିବା। ଏଭଳି କହି ଅପରାଧ ଭିଆଇବାକୁ ଉସୁକାଉଛନ୍ତି ଡ୍ରାଇଭର ମହାସଂଘର ନେତା। ଏହାପରେ ଆଜି ଏତେ ସଂଖ୍ୟାରେ ଡ୍ରାଇଭର ଏକାଠି ହେବା ଚିନ୍ତା ବଢାଇଛି।

ଗତକାଲି ଆଲୋଚନା ପରେ ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବି ପୂରଣ ପାଇଁ ୩ମାସ ସମୟ ଦେଇଛନ୍ତି। ଆଜି ଏନେଇ ବିଧାନସଭାରେ ବିବୃତ୍ତି ବି ରଖିଛନ୍ତି ପରିବହନ ମନ୍ତ୍ରୀ। ହେଲେ ଏସବୁ ପରେ ବି ଡ୍ରାଇଭର ସଂଘ ନେତାଙ୍କର ଇଏ କିଭଳି ମାନସିକତା? ଆନ୍ଦୋଳନ ଆଳରେ ଅରାଜକତା ପାଇଁ କାହିଁକି ମସୁଧା? ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଅଧିକାର ସମସ୍ତଙ୍କର ରହିଛି, ହେଲେ ବିକ୍ଷୋଭ ନାଁରେ ଦଙ୍ଗା ଭିଆଇବାକୁ କାହିଁକି ଉଦ୍ୟମ ହେଉଛି? ନିଜ ଦାବି ପୂରଣ ପାଇଁ ଅନ୍ୟ ସାଧାରଣ ଜନତାଙ୍କୁ ଆଘାତ ଦେବା କିମ୍ବା ଆଇନ ଶୃଙ୍ଖଳା ଭାଙ୍ଗିବା କେତେଦୂର ଯୁକ୍ତିଯୁକ୍ତ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଅଡିଓ ଆଇନ ଶୃଙ୍ଖଳା ପ୍ରତି ବଡ଼ ବିପଦ ସୃଷ୍ଟି କରିବନି ତ?

କାଲି ଛତ୍ରପୁରରେ ପୋଲିସ ଉପରକୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଡ୍ରାଇଭର ସଂଘ। ଏବେ ପୁଣି ଦଙ୍ଗା ସୃଷ୍ଟି କରିବାକୁ ପ୍ଲାନ୍। ଡ୍ରାଇଭର ସଂଘର ଏଭଳି ଦାଦାଗିରିକୁ ସବୁଠି ନିନ୍ଦା କରାଯାଉଛି ।

ରାଜ୍ୟରେ କେତେ ଲୋକ ପାଇଛନ୍ତି ପେନସନ୍, ଉତ୍ତର ଦେଲେ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ୪୮ ଲକ୍ଷ ୭୬ ହଜାର ୬୫୯ ଜଣ ହିତାଧିକାରୀ ମଧୁବାବୁ ପେନସନ ଓ ବାର୍ଦ୍ଧକ୍ୟ ପେନସନ ପାଉଛନ୍ତି । ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି । ସେହିପରି ୭ଟି ବର୍ଗରେ ପ୍ରଥମ ଭିନ୍ନକ୍ଷମ ଜନଗଣନା ହୋଇଥିଲା । ଏଥିରେ ୧୨ ଲକ୍ଷ ୪୪ ହଜାର ୪୦୨ ଜଣ ଚିହ୍ନଟ ହୋଇଥିଲେ ।

୨୦୧୬ରେ ଏହି ବର୍ଗ ସଂଖ୍ୟା ୭ରୁ ୨୧ କୁ ବୃଦ୍ଧି ହୋଇଥିଲା । ଏ ଯାଏ ୫ ଲକ୍ଷ ୮୫ ହଜାର ୮୭୯ ଭିନ୍ନକ୍ଷମଙ୍କୁ ଭୀମ ଭୋଇ ସାମର୍ଥ୍ୟ ଶିବିରରେ UDID କାର୍ଡ ଦିଆଯାଇଛି । ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତର ରଖିଛନ୍ତି । ଗତ ମାର୍ଚ୍ଚ ୧୪ ସୁଦ୍ଧା UDID ଜାତୀୟ ପୋର୍ଟାଲରେ ୧୨ ଲକ୍ଷ ୪୦୨ ଜଣ ପଞ୍ଜିକରଣ କରିଛନ୍ତି ।. ଏଥିରୁ ୫ଲକ୍ଷ ୮୫ହଜାର ୮୭୯ ଜଣଙ୍କୁ UDID କାର୍ଡ ମିଳିଛି । ଅନ୍ୟମାନେ ଖୁବ ଶୀଘ୍ର ପାଇବେ । ୪ ଲକ୍ଷରୁ ଅଧିକ ଭିନ୍ନକ୍ଷମ ପେନସନ ପାଉଛନ୍ତି. ଏହି ତଥ୍ୟ ୨୦୧୧ ଜନଗଣନା ଅନୁସାରେ ପ୍ରଦାନ କରାଯାଉଛ ।

ପୂର୍ବରୁ ମେଡିକାଲ ଆସସମେଣ୍ଟ ବୋର୍ଡ ଅଧୀନରେ ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ଦେବା ପାଇଁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜ ସ୍ୱୀକୃତି ପାଇଥିଲେ । ବର୍ତ୍ତମାନ ବାଲେଶ୍ୱର, ବଲାଙ୍ଗୀର, ବାରିପଦା, କୋରାପୁଟ ଓ ପୁରୀ ମେଡିକାଲ କଲେଜ ବି ଏଥିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ରାହୁଲଙ୍କୁ ଦିଲ୍ଲୀ ପୋଲିସର ନୋଟିସ; ଯୌନ ଶୋଷଣର ଶିକାର ମହିଳାଙ୍କ ତଥ୍ୟ ଦେବାକୁ ଉଲ୍ଲେଖ

ନୂଆଦିଲ୍ଲୀ : ରାହୁଲଙ୍କ ପ୍ରଶ୍ନରେ କେନ୍ଦ୍ର ସରକାର ଭୟଭୀତ । ଆଦାନୀ ସହ ବିଜେପି ସମ୍ପର୍କ ନେଇ ସରକାରଙ୍କୁ ରାହୁଲ ଘେରିଥିବା ବେଳେ ସରକାର ପୋଲିସ ପଛରେ ଲୁଚିବାକୁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ କହିଛି । ରାହୁଲଙ୍କୁ ଦିଲ୍ଲୀ ପୋଲିସର ସମନକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ ।

ଜାମ୍ମୁ-କାଶ୍ମୀରରେ ଭାରତ ଯୋଡ ଯାତ୍ରା ବେଳେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ । କାଶ୍ମୀରରେ ଏବେ ବି ମହିଳାମାନେ ନିର୍ଯାତିତ ଓ ସେମାନଙ୍କୁ ସୁରକ୍ଷା ଦରକାର ବୋଲି ରାହୁଲ କହିଥିଲେ । ସେହି ମହିଳାମାନଙ୍କ ପରିଚୟ ପୋଲିସକୁ ଦେବାକୁ ରାହୁଲଙ୍କୁ ନୋଟିସ କରିଛି ଦିଲ୍ଲୀ ପୋଲିସ । ପୋଲିସ ନୋଟିସର ଆଇନ ଅନୁଯାୟୀ ଉଚିତ ସମୟରେ ଜବାବ ଦିଆଯିବ ବୋଲି କଂଗ୍ରେସର ଅଫିସିଆଲ ଟୁଇଟର ପୋଷ୍ଟରେ ଉଲ୍ଲେଖ କରାଯାଇଛି ।

ଗଣତନ୍ତ୍ର, ମହିଳା ସଶକ୍ତିକରଣ, ଅଭିବ୍ୟକ୍ତିର ସ୍ବାଧୀନତା ଏବଂ ବିରୋଧୀଙ୍କ ଭୂମିକାକୁ ଦୁର୍ବଳ କରିବା ପାଇଁ ସରକାର ଡରର ଆଉ ଏକ ପ୍ରମାଣ ବୋଲି କଂଗ୍ରେସ କହିଛି । ଅନ୍ୟପଟେ ଭାରତର ଗଣତନ୍ତ୍ର ଏବେ ନଷ୍ଟ ହେବାକୁ ବସିଛି ବୋଲି ରାହୁଲ ଲଣ୍ଡନରେ ଦେଇଥିବା ବୟାନ ପାଇଁ ସଂସଦରେ କ୍ଷମା ମାଗିବା ଉଚିତ ବୋଲି ବିଜେପି କହିଛି । ଯାହାକୁ ନେଇ ବିଜେପିକୁ ଘେରିଛି କଂଗ୍ରେସ।

ମାଟି ଖୋଳୁ ଖୋଳୁ ବାହରୁଛି ସୁନା !

କୋଲକାତା : ମାଟି ଖୋଲିଲେ ବହାରୁଛି ସୁନା । ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ସ୍ଥିତ ବାସଲାଇ ନଦୀ ଘାଟ ନିକଟରେ ମାଟି ଖୋଳୁ ଖୋଳୁ ବାହାରୁଛି ସୁନା । ଯାହାକୁ ନେଇ ସ୍ଥାନୀୟ ଲୋକେ ଉତ୍ସାହିତ । ପିଲାଠୁ ବୟସ୍କ ସମସ୍ତେ ମାଟି ଖୋଳିବାରେ ବ୍ୟସ୍ତ ।

https://www.facebook.com/NandighoshaTV/videos/1854876721561732

ଏହି ପ୍ରଚାର ହେବା ପରେ ଗାଁର ଛୋଟ ପିଲାଠୁ ଆରମ୍ଭ କରି ମହିଳା ଓ ପୁରୁଷ ସଭିଏଁ ସୁନା ଖୋଜିବାରେ ଲାଗି ପଡିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛି ଦିନ ତଳେ ଗାଁର କିଛି ଲୋକଙ୍କୁ ବାସଲାଇ ନଦୀ ନିକଟରୁ ସୁନା ମିଳିଥିଲା । ଯାହା ପରେ ସୁନା ଲୋଭରେ ଆଖପାଖ ଗାଁର ଲୋକେ ଏଠାରେ ବହୁ ସଂଖ୍ୟାରେ ସୁନା ସନ୍ଧାନରେ ଲାଗିପଡିଛନ୍ତି  । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଏ ନେଇ ତଦନ୍ତ କରୁଛି ।

ବଢୁଛି କରୋନା ସଂକ୍ରମଣ, ୬ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ :  ଦେଶରେ ବଢୁଛି କରୋନା ସଂକ୍ରମଣ । ସତର୍କରହିବା ଲାଗି ୬ଟି ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଚିଠି । ୪ ମାସ ପରେ ୭୦୦ରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସତର୍କ ରହିବା ଲାଗି ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ତେଲଙ୍ଗାନା, କେରଳ ଓ କର୍ଣ୍ଣାଟକରେ କରୋନା ଗ୍ରାଫ ଉପରମୁହାଁ ହେଉଥିବାରୁ ଏଥିଲାଗି ସତର୍କତାସୂଚକ ପରାମର୍ଶ ଜାରି କରାଯାଇଛି । ଟେଷ୍ଟିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି । ଭାଇରସର ପ୍ରକୃତ ସ୍ଥିତି କଣ, ସତର୍କତାମୂଳକ ପଦକ୍ଷେପ ନେଇ କଣ ରହିଛି ପ୍ରସ୍ତୁତି ଆଦି ସମ୍ପର୍କରେ ପରାମର୍ଶ ଦେଇଛନ୍ତି ସରକାର ।

ରାଜ୍ୟରେ ସ୍ବାଭାବିକ ହେଲା ବସ୍ ଚଳାଚଳ

ଭୁବନେଶ୍ବର : ରାଜ୍ୟରେ ସ୍ବାଭାବିକ ହେଲା ବସ୍ ଚଳାଚଳ । ସୁରକ୍ଷା ଦାବିରେ ଦିଆଯାଇଥିବା ବସ ଧର୍ମଘଟ ନିଷ୍ପତ୍ତି ହୋଇଛି ପ୍ରତ୍ୟାହାର । ରାଜ୍ୟରେ ଆଜିଠାରୁ ଘରୋଇ ବସ ଚଳାଚଳ ସ୍ୱାଭାବିକ ହେଲା ବୋଲି କହିଛନ୍ତି ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ । ସେ କହିଛନ୍ତି ବର୍ତ୍ତମାନ ରାଜ୍ୟର ଅଧିକାଶ ରୁଟକୁ ବସ ଚଳାଚଳ ଆରମ୍ଭ ହୋଇଛି । ଡ୍ରାଇଭରଙ୍କ ବିରୋଧ ଯୋଗୁ ବସ ଚଳାଚଳରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସମ୍ପାଦକ ।

ହାଇଦ୍ରାବାଦର ସ୍ବପ୍ନାଲୋକ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ, ୬ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ : ହାଇଦ୍ରାବାଦର ଏକ ବହୁତଳ କମର୍ସିଆଲ କମ୍ପ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଶ୍ବାସରୁଦ୍ଧ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତକାଲି ରାତିରେ ସ୍ବପ୍ନାଲୋକ କମ୍ପ୍ଲେକ୍ସର ପଞ୍ଚମ ମହଲାରେ ସର୍ଟ ସର୍କିଟ କାରଣରୁ ନିଆ ଲାଗିଥିଲା ।

ନିଆଁ ଲାଗିବା ପରେ ପଞ୍ଚମ ମହଲାରେ ୧୩ ଜଣ ବ୍ୟକ୍ତି ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୬ ଜଣ ପ୍ରାଣ ହରାଇଥିଲେ ବୋଲି କହିଛନ୍ତି ନର୍ଥ ଜୋନ ଡିସିପି ଚନ୍ଦନା ଦୀପ୍ତି । ଘଟଣାସ୍ଥଳରେ ଡିଆରଏଫ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ

ନୂଆଦିଲ୍ଲୀ : ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ । ୩ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ । ଓ୍ବାଙ୍ଖଡେରେ ଦିନ ସାଢେ ଗୋଟାଏରେ ମ୍ୟାଚ୍ ଖେଳାଯିବ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ନେତୃତ୍ବ ନେବେ ହାର୍ଦ୍ଦିକ ପାଣ୍ଡ୍ୟା ।

ଅଷ୍ଟ୍ରେଲିଆ ବିରୋଧରେ ଟେଷ୍ଟ ସିରିଜ ଜିତି ଭାରତର ମନୋବଳ ଦୃଢ ରହିଛି । ଖେଳାଳିମାନେ ମଧ୍ୟ ଫର୍ମରେ ରହିଛନ୍ତି । ପ୍ରଥମ ମ୍ୟାଚକୁ ଜିତି ସିରିଜରେ ଆଗଆ ରହିବାକୁ ଉଦ୍ୟମ କରିବ ଭାରତ । ସେପଟେ ଟେଷ୍ଟ ସିରିଜ ହାରି ବ୍ୟାକଫୁଟରେ ରହିଛି ଭ୍ରମଣକାରୀ ଦଳ । ଭାରତକୁ ତାର ଘରୋଇ ମାଟିରେ ଜବାବ ଦେବାକୁ ରଣନୀତି କରିଛି ଟିମ୍ କଙ୍ଗାରୁ ।

ଆଜି ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର : ଆଜି ପଡ଼ିବ ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ । ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା । ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡା,ମାଲକାନଗିରି, କନ୍ଧମାଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝରକୁ ସତର୍କତା ଜାରି ହୋଇଛି । ବାକି ୨୦ ଜିଲ୍ଲାରେ ବି ଘଡଘଡି ବିଜୁଳି ସହ ବର୍ଷାର ପ୍ରଭାବ ରହିବ ।

ସେହିପରି ଆସନ୍ତାକାଲି ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷା ସହିତ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ । କିଛି ସ୍ଥାନରେ କୁଆପଥର ବୃଷ୍ଟି ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର କହିଛି । ଝଡବର୍ଷା ଏବଂ ଘଡଘଡି ବିଜୁଳି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଯିବେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ

ନବରଙ୍ଗପୁର :  ଆଜିଠୁ ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ 5T ସଚିବ ଭି.କେ ପାଣ୍ଡିଆନ । ଜୟପୁର ଏୟାରପୋର୍ଟରେ ପହଞ୍ଚି ନବରଙ୍ଗପୁର ଯିବେ ଫାଇଭଟି ସଚିବ । ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ଓ ବିଭିନ୍ନ ସମ୍ପ୍ରଦାୟର ଦାବି ସମ୍ପର୍କରେ ଆଲୋଚନା କରିବେ ।

ଜିଲ୍ଲାର ବିକାଶ ଓ କ’ଣ ସବୁ ଅସୁବିଧା ରହିଛି ? କଣ କରାଗଲେ ଅଧିକରୁ ଅଧିକ ବିକାଶ ହୋଇପାରିବ ? ସେନେଇ ଆଲୋଚନା କରିବେ। ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିବେ ଫାଇଭ-ଟି ସଚିବ।

ଟିରଲି ଆମଗୁଡ଼ାଠାରେ ଅନ୍ମେସା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାତ୍ରୀ ଭୋଜନ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତକାଲି ବିଭିନ୍ନ ଦର୍ଶନୀୟ ସ୍ଥାନ ସହ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ ।