spot_img
Home Blog Page 3502

ନବରଙ୍ଗପୁରରେ ବିକାଶର ଅନୁଧ୍ୟାନ କରିବେ ଭି.କେ ପାଣ୍ଡିଆନ

ନବରଙ୍ଗପୁର: ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ଜୟପୁର ଏୟାରଷ୍ଟ୍ରିପରେ ପହଞ୍ଚିଛନ୍ତି ୫T ସଚିବ । ଜୟପୁରରୁ ନବରଙ୍ଗପୁର ଯିବେ ଭି.କେ ପାଣ୍ଡିଆନ । ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ଓ ବିଭିନ୍ନ ସମ୍ପ୍ରଦାୟର ଦାବି ସମ୍ପର୍କରେ ଆଲୋଚନା କରିବେ । ଜିଲ୍ଲାର ବିକାଶ ଓ ସମସ୍ୟା ସମ୍ପର୍କରେ କରିବେ ଆଲୋଚନା ? କଣ କରାଗଲେ ଜିଲ୍ଲାରେ ଅଧିକରୁ ଅଧିକ ବିକାଶ ହୋଇପାରିବ ? ସେନେଇ ବୈଠକ କରିବେ ।

ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିବେ 5T ସଚିବ । ଟିରଲି ଆମଗୁଡ଼ାଠାରେ ଅନ୍ମେସା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାତ୍ରୀ ଭୋଜନ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତକାଲି ବିଭିନ୍ନ ଦର୍ଶନୀୟ ସ୍ଥାନ ସହ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିବେ ଭି.କେ ପାଣ୍ଡିଆନ  ।

ଅପିଲ୍ କଲେ ମୁଖ୍ୟ ଶାସନ ସଚିବ, ଆନ୍ଦୋଳନ ବନ୍ଦ କଲେ ଡ୍ରାଇଭର

ଭୁବନେଶ୍ୱର: ଡ୍ରାଇଭର ମହାସଙ୍ଘର ଆନ୍ଦୋଳନକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅପିଲ । ଅପିଲ ପରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ  ।  ଆନ୍ଦୋଳନ ଯୋଗୁ ରାଜ୍ୟବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି । ତାହା ସତ୍ତ୍ବେ ସେମାନେ ଆନ୍ଦୋଳନକୁ ଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି- ସମସ୍ୟାର ସମାଧାନ ଲାଗି ଡ୍ରାଇଭର ମହାସଙ୍ଘ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି । ଗତକାଲି ମଧ୍ୟ ଏନେଇ ସକରାତ୍ମକ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପଦେଶ କ୍ରମେ ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି ।

ଏନେଇ ଡ୍ରାଇଭର ମହାସଙ୍ଘର ଆବାହକଙ୍କୁ ଲିଖିତ ଆକାରରେ ଦିଆଯାଇଛି । ଆନ୍ଦୋଳନରୁ ଓହରିବା ଲାଗି ମଧ୍ୟ ଆନ୍ଦୋଳନକାରୀ ପ୍ରତିଶ୍ରୁତି ଦେଇଥିଲେ । ପିଲାଙ୍କ ମାଟ୍ରିକ ପରୀକ୍ଷା ବେଳେ ଏହି ଆନ୍ଦୋଳନ ହୋଇଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଲାଗି ସେମାନେ ପ୍ରତିଶ୍ରୁତି ଦେଇଥିଲେ ବି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିଲା । ଏହାସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ବାଧାପ୍ରାପ୍ତ ହୋଇଛି । ଦେଶର ମାତ୍ର ୩ଟି ରାଜ୍ୟର ସରକାର ଡ୍ରାଇଭରମାନଙ୍କ କିଛି ଦାବି ପୂରଣ କରିଛନ୍ତି । ତାହାକୁ ଅନୁଧ୍ୟାନ କରି ୩ମାସ ମଧ୍ୟରେ ସମାଧାନ ଲାଗି ଚେଷ୍ଟା କରାଯିବ । ଏହାସତ୍ତ୍ବେ ସେମାନେ ଆନ୍ଦୋଳନକୁ ଗଲେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଧର୍ମଘଟ ନାଁରେ ଆଇନକୁ ହାତକୁ ନେବା ଅଗ୍ରହଣୀୟ । ଧନସମ୍ପତ୍ତି ନଷ୍ଟ କରିବା, କାହାରିକୁ ଆଘାତ କରିବା ଆଦୌ ଗ୍ରହଣୀୟ ନୁହେଁ । ଆନ୍ଦୋଳନରେ ବି ଅଣଡ୍ରାଇଭର ସାମିଲ ହୋଇଥିବା ସୂଚନା ମିଳୁଛି । ସେହିପରି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି- ଡ୍ରାଇଭରଙ୍କ ଆନ୍ଦୋଳନର କୌଣସି ଯଥାର୍ଥ ନାହିଁ । ଶାନ୍ତ ରହିବା ଲାଗି ପ୍ରତିଶ୍ରୁତି ଦେଲେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଭର ପ୍ରତିଶ୍ରୁତି ପରେ ବି ସେମାନଙ୍କ ଆନ୍ଦୋଳନ ବେଆଇନ । କେତେକ ସ୍ଥାନରେ ପୋଲିସକୁ ବି ଆକ୍ରମଣ କରିଥିଲେ । ଆନ୍ଦୋଳନ ନାଁରେ ଅସାମାଜିକ ବ୍ୟକ୍ତି ସାମିଲ ହେଉଥିବାରୁ ଆଇନ ଅନୁଯାୟୀ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ ବୋଲି କହିଛନ୍ତି ପୋଲିସ ଡିଜି ।

ଆନ୍ଦୋଳନ ପ୍ରତ୍ୟାହୃତ କଲେ ଡ୍ରାଇଭର ମହାସଂଘ

ଭୁବନେଶ୍ୱର: ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ । ଆନ୍ଦୋଳନ ପ୍ରତ୍ୟାହୃତ କଲା ଡ୍ରାଇଭର ମହାସଂଘ । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ଡ୍ରାଇଭର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ହକ୍ ଓ ସମ୍ମାନ ପାଇଁ ଡ୍ରାଇଭର ସଂଘ କରିଥିବା ଆନ୍ଦୋଳନ ସଫଳ ହୋଇଛି । ଜନସାଧାରଣ ମଧ୍ୟ ଆମକୁ ସମର୍ଥକ କରିଛନ୍ତି । ଆମ ପାଇଁ ଲୋକମାନେ ମଧ୍ୟ ବହୁତ ହଇରାଣ ହୋଇଛନ୍ତି । ଆସନ୍ତା ତିନି ମାସରେ ଦାବି ପୂରଣ ହେବ ବୋଲି ଗତକାଲି ସରକାରଙ୍କ ପକ୍ଷରୁ ସିଏସ ଚିଠି ଲେଖିଥିଲେ ।

ତିନି ମାସ ସମୟ ଅଧିକ ବୋଲି ଭାବି ପୁଣି ଆନ୍ଦୋଳନ କରିଥିଲୁ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ପରିବା ଦର ବଢ଼ିଥିବା ବେଳେ ପେଟ୍ରୋଲର ଅଭାବ ଦେଖାଦେଇଛି ।ମାତ୍ର ଆଜି ଗଣମାଧ୍ୟମରେ ପୁଣି ମୁଖ୍ୟ ଶାସନ ସଚିବ ନିବେଦନ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ନିଷ୍ପତ୍ତି ନେଇଛୁ । ଆଗାମୀ ତିନି ମାସରେ ଦାବି ପୂରଣ ହେବ ବୋଲି ଆଶା ରହିଛି ବୋଲି ମେଣ୍ଡୁଲି କହିଛନ୍ତି । ସରକାରଙ୍କ ଅନୁରୋଧକ୍ରମେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ସବୁ ଡ୍ରାଇଭର ଭାଇଙ୍କୁ ଅନୁରୋଧ ସମସ୍ତେ କର୍ମକ୍ଷେତ୍ରକୁ ଫେରନ୍ତୁ ।

ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଙ୍ଘ ଆନ୍ଦୋଳନରେ ବସିଥିଲା  । ଆନ୍ଦୋଳନ ଯୋଗୁ ରାଜ୍ୟବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି । ତାହା ସତ୍ତ୍ବେ ସେମାନେ ଆନ୍ଦୋଳନକୁ ଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି- ସମସ୍ୟାର ସମାଧାନ ଲାଗି ଡ୍ରାଇଭର ମହାସଙ୍ଘ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି । ଗତକାଲି ମଧ୍ୟ ଏନେଇ ସକରାତ୍ମକ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପଦେଶ କ୍ରମେ ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି ।

ବିଶ୍ୱର ୫୦ ପ୍ରାକୃତିକ ସ୍ଥାନ ତାଲିକାରେ ମୟୁରଭଞ୍ଜ, ଟାଇମ୍ ମାଗାଜିନରେ ଓଡିଶାର କାହାଣୀ

ନନ୍ଦିଘୋଷ ବ୍ୟୁରୋ: ଟାଇମ୍ସ ମାଗାଜିନରେ ବିଶ୍ୱ ପଢିବ ଓଡ଼ିଶାର ଗାରିମା  । ପାଠକ ଦେଖିବେ ମୟୁରଭଞ୍ଜର ପ୍ରାକୃତିକ ଶୋଭା  । ବିଶ୍ୱର ୫୦ଟି ସର୍ବଶ୍ରେଷ୍ଠ ପ୍ରାକୃତିକ ସ୍ଥାନ ତାଲିକାରେ ସାମିଲ ରହିଛି ମୟୁରଭଞ୍ଜ  । ଟାଇମ୍ସ ମାଗାଜିନ ପକ୍ଷରୁ ଏହି ସବୁ ସ୍ଥାନ ଗୁଡିକ ଉପରେ ଅନୁସନ୍ଧାନ କରାଯିବ  । କାରଣ ବିଶ୍ୱର ୫୦ଟି ଅସଧାରଣ ଗନ୍ତବ୍ୟସ୍ଥଳକୁ ନେଇ ପ୍ରସ୍ତୁତ ହେଉଛି ମାଗାଜିନ  । ମୟୁରଭଞ୍ଜ ବ୍ୟତୀତ ଲଦାଖ ଭାରତର ଦିତ୍ୱୀୟ ଅସାଧାରଣ ଗନ୍ତବ୍ୟସ୍ଥଳ ତାଲିକାରେ ରହିଛି  ।

ମୟୁରଭଞ୍ଜ ଓଡ଼ିଶା ପାଇଁ ପ୍ରକୃତିର ଅପୂର୍ବ ଦାନ  । ଶିମିଳିପାଳ ଜାତୀୟ ଉଦ୍ୟାନ ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥିତ  । ଯାହା ଜାତୀୟ ଉଦ୍ୟାନ ଭାବେ ପରିଚିତ  । ଯେଉଁଠିକୁ ଦେଶ ବାହାରୁ ଧାଇଁ ଆସନ୍ତି ପର୍ଯ୍ୟଟକ  । ପୃଥିବୀର ଏକମାତ୍ର ସ୍ଥାନ, ଯେଉଁଠି କଳା ବାଘର ବିଚରଣକୁ ଦେଖିବାର ସୁଯୋଗ ମିଳିଥାଏ  । ଏଠାରେ ମହାବଳ ବାଘ, ହରିଣ ଓ ହାତୀଙ୍କ ବ୍ୟତୀତ ବିଭିନ୍ନ ଦେଶୀ ଜୀବଜନ୍ତୁ ବାସ କରନ୍ତି । ଅଭୟାରଣ୍ୟର ଆୟତନ ୮୪୫.୭୦ ବର୍ଗ କିଲୋମିଟର । ଏହା ମଧ୍ୟରେ ଜୋରନ୍ଦା ଓ ବରେହିପାଣିସ ଜଳପ୍ରପାତ ରହିଛି । ଶିମିଳିପାଳରେ ୯୯ଟି ମହାବଳ ବାଘ , ୪୩୨ଟି ବଣୁଆ ହାତୀ  ଅଛନ୍ତି । ଏହାଛଡା ଶିମିଳିପାଳରେ ଗୟଳ, ଚଉଶିଙ୍ଗା, ହରିଣ ମଧ୍ୟ ରହିଛନ୍ତି  ।

ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ । ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ । ଏହି ପର୍ବତମାଳାର ସଂକୀର୍ଣ୍ଣ ଉପତ୍ୟକା ମଧ୍ୟ ଦେଇ ବୁଢ଼ାବଳଙ୍ଗ, ଗଙ୍ଗାହାର, ସୋନ, ଦେଓ, ସଞ୍ଜ, ଖଇରୀ ଓ ହଣ୍ଡନ ଇତ୍ୟାତି ନଦୀ ପ୍ରବାହିତ । ଏହିଠାରେ ରାସ୍ନାଜାତୀୟ ପ୍ରଭାବର ଉଦ୍ଭିଦର ପ୍ରଭାବ ଅଧିକ ।  ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ଼ ମଧ୍ୟରୁ କେବଳ ଶିମିଳିପାଳରେ ୯୮ପ୍ରକାର ମିଳିଥାଏ । ଏହି ଜାଗାରେ ଦୁଇଟି ସ୍ୱତନ୍ତ୍ର ଧରଣର ଅର୍କିଡ଼ ମିଳିଥାଏ ଯାହା ପୃଥିବୀର ଅନ୍ୟକୌଣସିଠାରେ ମିଳେ ନାହିଁ, ଯଥା: ଏରିଆ ମେଘାସିନମ ଓ ବୁଲବୋ ଫାଇଲମ ପାଣିଗ୍ରାହୀନମ । ସେହିପରେ ଗୁଡ଼ୟେରା ଥାଇଲାଣ୍ଡ ପ୍ରଜାତି ଭାରତ ମଧ୍ୟରେ କେବଳ ଶିମିଳିପାଳରେ ମିଳିଥାଏ ।

ଶିମିଳିପାଳ ଅଭୟାରଣ୍ୟରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ (୪୬ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୬୨ ପ୍ରକାର ପକ୍ଷୀ, ୨୯ ପ୍ରକାର ସରୀସୃପ ଓ ୧୨ ପ୍ରକାର ଉଭୟଚର) ଦେଖାଯାନ୍ତି । ଏଠାରେ ଥିବ ଜୀବମାନଙ୍କ ମଧ୍ୟରେ ବାଘ, କଲରାପତ୍ରିଆ ବାଘ, ଜଙ୍ଗଲ ବିରାଡ଼ି, ବଳିଆ କୁକୁର ଓ ଗଧିଆ ଇତ୍ୟାଦି ମାଂସାଶୀ ଜୀବ ହାତୀ, ଗୟଳ, ସମ୍ବର, କୁଟୁରା, ହରିଣ, ଗୁରାଣ୍ଡି ଇତ୍ୟାଦି ତୃଣଭୋଜୀ ଜୀବ ଓ ବାରହା, ବଜ୍ରକାପ୍ତା, ଝିଙ୍କ, କଇଁଛ, ଅଜଗର ଏବଂ ମଗର ଜାତୀୟ କୁମ୍ଭୀର ରହିଛନ୍ତି । ଶିମିଳିପାଳକୁ ୨୭ ମଇ ୨୦୦୯ରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି ।

ଟାଇମ୍ସ ପକ୍ଷରୁ ହେଉଥିବା ରିସର୍ଚ୍ଚରେ ଶିମିଳିପାଳର ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ବ୍ୟତୀତ ସଫାରୀ ଗାଇଡ ଏବଂ ସାଇକେଲ ଯାତ୍ରା ଉପରେ ମଧ୍ୟ ଅନୁସନ୍ଧାନ କରାଯିବ ବୋଲି ସୂଚନା ଦେଇଛି ଟାଇମ୍ସ  । ମୟୁରଭଞ୍ଜର କଳା- ସାହିତ୍ୟ-ଐତିହ୍ୟ କିର୍ତ୍ତୀରାଜିକୁ ମଧ୍ୟ ତନ୍ନ ତନ୍ନ କରି ସନ୍ଧାନ କରାଯାଇ ମାଜାଗିନରେ ସ୍ଥାନିତ କରାଯିବ  । ମୟୁରଭଞ୍ଜର ଲୋକ ନୃତ୍ୟ-ଲୋକ ଗୀତ, ସଭ୍ୟତା, ସଂସ୍କୃତି ଆଦିକୁ ଗବେଷକ ମାନେ ତର୍ଜମା କରିବେ  ।  ଏହି ପତ୍ରିକାରେ ରାଜଧାନୀ ଭୁବନେଶ୍ୱର ବ୍ୟତୀତ ଓଡିଶାର ଅନେକ ସ୍ଥାନକୁ ସ୍ଥାନିତ କରାଯିବ  । ମାଗାଜିନରେ ବିଶ୍ୱବାସୀ ପଢିବେ ଓଡିଶାର ଐତିହ୍ୟ, ସଂସ୍କୃତି  ।     2023 ବିଶ୍ୱର ସର୍ବଶ୍ରେଷ୍ଠ ସ୍ଥାନଗୁଡିକର ତାଲିକାରେ ଫ୍ଲୋରିଡା, ୱାଶିଂଟନ୍, ଡି.ସି., ବାର୍ସିଲୋନା, କାଇଟୋ, ଜେରୁଜେଲମ୍ ଭଳି ବିଶ୍ୱର ସର୍ବୋତ୍ତମ ସ୍ଥାନ ରହିଛି   ।

 

ବ୍ଲଡପ୍ରେସର କଣ୍ଟ୍ରୋଲ୍ କରିବ ଏହିସବୁ ଖାଦ୍ୟ

ନନ୍ଦିଘୋଷ ବ୍ୟୁରୋ: ହାଇ ବ୍ଲଡ୍ ପ୍ରେସର । ଯାହାକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ । ସେ ପୁରୁଷ ହୁଅନ୍ତୁ କି ମହିଳା ଅଜିକାଲି ପ୍ରାୟ ସମସ୍ତେ ବ୍ଲଡ୍ ପ୍ରେସରରେ ଆକ୍ରାନ୍ତ । କମ୍ ବୟସ୍କଙ୍କଠାରେ ବି ଉଚ୍ଚ ରକ୍ତଚାପ ଥିବା ନଜିର ରହିଛି । ସମୟ ସହ ବଢୁଥିବା ବ୍ଲଡପ୍ରେସର ଶରୀରରେ ଅନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ରକ୍ତ ନଳୀରେ ଛୋଟ ଛୋଟ ବବଲ୍ସ ସୃଷ୍ଟି ହୋଇଥାଏ । ବ୍ଲଡପ୍ରେସର ବଢିଲେ ହୃତପିଣ୍ଡର ଆକାର ବଢିଯାଏ । ଯେଉଁଥିପାଇଁ ହାର୍ଟ ଫେଲର ଆଶଙ୍କା ବୃଦ୍ଧି ପାଇଥାଏ । ଏହାବ୍ୟତୀତ ମଧୁମେହ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଆସନ୍ତୁ ଜାଣିବା କେଉଁସବୁ ଖାଦ୍ୟ ବ୍ଲଡପ୍ରେସର ନିୟନ୍ତ୍ରଣରେ ସହାୟକ ହୋଇଥାଏ ।

ପାଳଙ୍ଗ- ପାଳଙ୍ଗ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ଏଥିରେ ପୋଟାସିୟମର ଏକ ଭଲ ଉତ୍ସ ରହିଥାଏ, ଯାହା ଶରୀର ପାଇଁ ଲାଭଦାୟକ କାରଣ ପୋଟାସିୟମ କାରଣରୁ ରକ୍ତ ସଞ୍ଚାଳନ ସଠିକ୍ ଭାବରେ କରାଯାଇଥାଏ, ଯାହା ହୃଦୟକୁ ଚାପ ଦେଇ ନଥାଏ। ଯଦି ଆପଣଙ୍କର ରକ୍ତଚାପ ସମସ୍ୟା ଅଛି ତେବେ ପାଳଙ୍ଗ ଜୁସ ଆପଣଙ୍କ ପାଇଁ ଲାଭଦାୟକ ହେବ।

ବିଟରୁଟ୍ ଜୁସ- ବିଟରୁଟ୍ ଅତ୍ୟନ୍ତ ସୁସ୍ଥ, ଯେଉଁଥିରେ ସୋଡିୟମ୍, ପୋଟାସିୟମ୍, ଫସଫରସ୍ ଇତ୍ୟାଦି ପ୍ରଚୁର ପୁଷ୍ଟିକର ଉପାଦାନ ଅଛି, ଯାହା ଆମ ଶରୀର ପାଇ ଲାଭଦାୟକ। ଏହି କ୍ଷେତ୍ରରେ ଏହା ବହୁତ ଲାଭଦାୟକ।

 ରସୁଣ- ରସୁଣରେ ଆଣ୍ଟି ଅକ୍ସିଡାଣ୍ଟ ଅଧିକ ମାତ୍ରାରେ ରହିଛି । ଏମିତିକି ଏହାକୁ ଏହା ମେଡିକାଲ ପ୍ରୋପର୍ଟି ଭାବେ ଡାକ୍ତରମୀନେ ମାନିଥାଆନ୍ତି । ଏଥିରେ ଥିବା ଔଷଧୀୟ ଗୁଣ ଅନେକ ରୋଗରୁ ମୁକ୍ତି ଦେଇଥାଏ।ଏହାକୁ ଖାଇବାଦ୍ୱାରା ଉଚ୍ଚ ରକ୍ତ ଚାପ କଣ୍ଟ୍ରୋଲ୍‌ ହୋଇଥାଏ ।

କିୱି- ବ୍ଲଡ ପ୍ରେସର ସମସ୍ୟାକୁ ନେଇ ଚିନ୍ତାରେ ଥିଲେ, ଏଥିପାଇଁ କିୱି ଜୁସ୍ ସେବନ କରିବା ବହୁତ୍ ଲାଭଦାୟକ । ଏଥିରେ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଭରପୁର ମାତ୍ରାରେ ମିଳିଥାଏ । ଏହା ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସହାଯ୍ୟ କରେ

ଡାର୍କ ଚକୋଲେଟ୍- ଡାର୍କ ଚକୋଲେଟ୍ ଉଭୟ ହାଇ ଓ ଲୋ ବ୍ଲଡ ପ୍ରେସର ଲୋକଙ୍କ ପାଇଁ ଉପଯୋଗୀ । ଏଥିରେ ଫ୍ଲାଭାନୋଲ୍ ନାମକ ରସାୟନିକ ପଦାର୍ଥ ରହିଥାଏ । ଯାହା ଶରୀରର ଓଜନ ଓ ଚର୍ବି ସ୍ତରକୁ ପରିବର୍ତ୍ତନ କରିବା ସହ ବ୍ଲଡ ପ୍ରେସର ସ୍ତରକୁ କଣ୍ଟ୍ରୋଲରେ ରଖିଥାଏ ।

‘ବନାନା ବୟ’ ଉପରେ ବନିବ ଫିଲ୍ମ, ଯିଏକି ଦେଶ ପାଇଁ ନାସାକୁ କହିଥିଲେ ନା

ଭାଗଲପୁର: ବନାନା ବୟ ଭାବେ ଖୁବ୍ ଲୋକପ୍ରିୟ ଯୁବ ବୈଜ୍ଞାନିକ ଗୋପାଳ ଜି। ମାତ୍ର ୧୩ ବର୍ଷ ବୟସରେ କଦଳୀ ଗଛରୁ ବିଦ୍ୟୁତ ଉତ୍ପାଦନ କରି ସାରା ଦେଶକୁ ଚମକାଇ ଦେଇଥିଲେ । ଆଉ ଏବେ କଦଳୀ ଗଛରୁ ପ୍ଲେଟ୍ ଥାଳି ତିଆରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିସହିତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ମଧ୍ୟ କାମ କରୁଛନ୍ତି । ଗୋପାଳ ଏବେ ଏବୋନ ପେଫକୋ ନାମକ କମ୍ପାନୀରେ ସାଇଣ୍ଟିଷ୍ଟ ଭାବେ କାମ କରୁଛନ୍ତି । ସେ ଏପର୍ଯ୍ୟନ୍ତ ଅନେକ ଆବିଷ୍କାର କରିସାରିଛନ୍ତି । ଏମିତିକି ତାଙ୍କ କାମକୁ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରପ ମଧ୍ୟ ପ୍ରଶଂସା କରିଥିଲେ ।

ତାଙ୍କ ଆବିଷ୍କାର କେବଳ ଦେଶକୁ ଚମକାଇ ନଥିଲା, ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କାମକୁ ପ୍ରଶଂସା କରିଥିଲେ । ଯାହାପରେ ତାଙ୍କୁ ୨୦୧୭ ମସିହାରେ ଅହମ୍ମଦାବାଦ ସ୍ଥିତ ଇନୋଭେଟିବ ଫାଉଣ୍ଡେସନକୁ ପଠାଯାଇଥିଲା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଗୋପାଳଙ୍କୁ ୪୦ ଯୁବ ଆଇକନ୍ ଲିଷ୍ଟରେ ସାମିଲ କରାଯାଇଥିଲା।

ଗୋପାଳଙ୍କ ଭିତରେ ଦେଶ ପାଇଁ କିଛି କରିବାର ଯୋଶ ଭରିରହିଛି । ଖାସ୍ ସେଥିପାଇଁ ନାସାର ଅଫରକୁ ସେ ମନା କରିଦେଇଥିଲେ । ଯେଉଁ ନାସା ଅଧିନରେ କାମ କରିବା ସବୁ ବୈଜ୍ଞାନିକଙ୍କ ସ୍ୱପ୍ନ ହୋଇଥାଏ।

ତେବେ ଗୋପାଳଙ୍କ ଏହି ରାସ୍ତା ଜମାବି ସହଜ ନଥିଲା । ପିତା ପେଶାରେ କୃଷକ ଥିବା ବେଳେ ଖପର ଘରେ ପୂରା ପରିବାର ରହୁଥିଲେ । ପିଲାଦିନରୁ କିଛି କରିବା ପାଇଁ ସେ ସ୍ୱପ୍ନ ଦେଖିଥିଲେ, ଯେଉଁଥିପାଇଁ ତାଙ୍କ ଉପରେ ବାୟୋପିକ ତିଆରି ହେବ । ବଲିଉଡ ଫିଲ୍ମର ନାଁ ରହିଛି ବନାନା ବୟ । ବଲିଉଡରେ ଆପଣ ଅନେକ ବାୟୋପିକ୍ ଫିଲ୍ମ ଦେଖିଥିବେ କିନ୍ତୁ ଏହି ଫିଲ୍ମ ଟିକେ ନିଆରା ହେବ ବୋଲି ଚର୍ଚ୍ଚା ହେଉଛି ।

ଗୋପାଳଙ୍କ ସଫଳତାରେ ଖୁବ୍ ଖୁସି ପ୍ରକାଶ କରିଛନ୍ତି ତାଙ୍କ ପରିବାର। ଗୋପାଳଙ୍କ ପରିବାର ଭାଗଲପୁର ନବଗଚ୍ଛିଆର ବାସିନ୍ଦା ।

 

ହକି ଇଣ୍ଡିଆର ବାର୍ଷିକ ପୁରସ୍କାର : ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ସମାଇଲଷ୍ଟୋନ ଆଓ୍ବାର୍ଡ

ନୂଆଦିଲ୍ଲୀ : କ୍ରୀଡ଼ାବିତ ଅମିତ୍ ରୋହିଦାସ, ଓ ବୀରେନ୍ଦ୍ର ଲାକ୍ରାଙ୍କୁ ମିଳୁଛି ମାଇଲଷ୍ଟୋନ ଆଓ୍ବାର୍ଡ । ନୂଆଦିଲ୍ଲୀ ଅଶୋକା ହୋଟେଲରେ ହକି ଇଣ୍ଡିଆର ବାର୍ଷିକ ପୁରସ୍କାର- ୨୦୨୨ ପ୍ରଦାନ କରାଯାଇଛି ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କିଙ୍କ ଅଭିଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ସେପଟେ ହକି ବିଶ୍ଵକପକୁ ସଫଳତାର ସହ ଆୟୋଜନ କରିଥିବାରୁ ଓଡ଼ିଶାକୁ ହକି ଇଣ୍ଡିଆ ତରଫରୁ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆୱାର୍ଡ଼ ଗ୍ରହଣ କରିଥିଲେ ନୂଆଦିଲ୍ଲୀ ଆବାସିକ କମିଶନର ଏସ୍ ରବିକାନ୍ତ ।

ବିଜେପିକୁ କଡ଼ା ଜବାବ ଦେଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ବର : ଅବସରପ୍ରାପ୍ତ ଅଫିସରଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗ। ବିରୋଧୀ ଦଳ ନେତାଙ୍କୁ ବିଜେଡିର କଡ଼ା ଜବାବ। କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ମଧ୍ୟ ଅନେକ ଅବସରପ୍ରାପ୍ତ ଅଧିକାରୀ କାମ କରୁଛନ୍ତି । ସେମାନେ ଭଲ କାମ କରିଥିଲେ ବୋଲି ଅବସର ପରେ ପୁନଃ ନିଯୁକ୍ତି ଦିଆଯାଉଛି । ବିଜେପି ଉତ୍ତର ପ୍ରଦେଶ ଓ ଅନ୍ୟ ବିଜେପି ଶାସିତ ରାଜ୍ୟକୁ ଦେଖୁ । ଏମିତି ରାମ୍ପୁଡ଼ି କାମୁଡି ହେଲେ ବିଜେପି କେବେ ବି ଓଡ଼ିଶାରେ କ୍ଷମତାକୁ ଆସିପାରିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।

ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ବିରୋଧୀ ଦଳ ନେତାଙ୍କ ଅଭ୍ୟାସରେ ପରିଣତ ହୋଇଛି । ଏପରି କରି ସେ ନିଜକୁ ହାସ୍ୟାସ୍ପଦ କରୁଛନ୍ତି । ନିଜ ଦଳକୁ ଲଜ୍ଜିତ କରୁଛନ୍ତି। ମାନସିକ ସନ୍ତୁଳନ ହରାଇବା ଭଳି ଲାଗୁଛି । ଦକ୍ଷ ଅଫିସରଙ୍କୁ ପୁନଃ ନିଯୁକ୍ତି ଦେବାରେ କୌଣସି ସାମ୍ବିଧାନିକ ଅସୁବିଧା ନାହିଁ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।

ପିଏମଓର ବରିଷ୍ଠ ଅଫିସର ପରିଚୟ ଦେଇ ଫାଇଦା ଉଠାଇଲା ମହାଠକ

ଶ୍ରୀନଗର : ଠକର ଭିଆଇପି ସଉକ । ଜେଡ୍ ପ୍ଲସ ସୁରକ୍ଷା ସାଙ୍ଗକୁ ଶ୍ରୀନଗରରେ ଫାଇଭ ଷ୍ଟାର ହୋଟେଲରେ ରହିଲା କନମ୍ୟାନ୍ । ପିଏମଓର ବରିଷ୍ଠ ଅଫିସର କହି କାଶ୍ମୀରରେ ସେନା ଅଧିକାରୀଙ୍କ ସହ ହାଇଲେବଲ ମିଟିଂ । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗୁଜରାଟର ମହାଠକ କିରଣ ଭାଇ ପଟେଲ ।

ଗତ ଫେବୃଆରୀ ସେ ଶ୍ରୀନଗର ଗସ୍ତରେ ଯାଇଥିବା ବେଳେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଫିସର ଭାବେ ପରିଚୟ ଦେଇଥିଲେ । ଗସ୍ତ ବେଳେ ସେ ସେନାର ଅଧିକାରୀଙ୍କ ସହ ଏକାଧିକ ବୈଠକ ମଧ୍ୟ କରିଥିଲେ । ପିଏମଓରୁ ବରିଷ୍ଠ ଅଧିକାରୀ ଆସିଥିବାରୁ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ସହ ପାଞ୍ଚ ତାରକା ହୋଟେଲରେ ରହିବା ବ୍ୟବସ୍ଥା ଓ ବୁଲେଟ ପ୍ରୁଫ ସ୍କର୍ପିଓ ମଧ୍ୟ ଯୋଗାଇ ଦିଆଯାଇଥିଲା ।

ପିଏମଓର ଅଡିସନାଲ ଡାଇରେକ୍ଟର ପରିଚୟ ଦେଉଥିବା ଗୁଜରାଟର ଏହି ଠକକୁ ଗତ ୧୦ଦିନ ତଳେ ଶ୍ରୀନଗରରୁ ଗିରଫ କରାଯାଇଛି । ଗିରଫଦାରୀ ପରେ ପୁରା ଘଟଣା ସାମ୍ନାକୁ ଆସିଛି । ଫେବୃଆରୀ ଗସ୍ତ ବେଳେ ପୋଲିସ ସୁରକ୍ଷାରେ ସେ ବିଭିନ୍ନ ସ୍ଥାନକୁ ଯାଇଥିବା ବେଳେ ପାରାମିଲିଟାରୀ ଗାର୍ଡଙ୍କ ସହ ବୁଲୁଥିବାର ମଧ୍ୟ ଭିଡିଓ ରହିଛି । ଶ୍ରୀନଗରର କ୍ଲକ ଟାଓ୍ବର ଆଗରେ ଫଟୋ ମଧ୍ୟ ଉଠାଇଥିଲା ଠକ କିରଣ ଭାଇ ପଟେଲ । ପୋଲିସ ଅଧିକାରୀଙ୍କ ବିରୋଧରେ ଠକ ସମ୍ପର୍କରେ ଜାଣି ନପାରିବା ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ୟୁକ୍ରେନକୁ ଯୁଦ୍ଧ ସହାୟତା ଦେଲା ପୋଲାଣ୍ଡ; ଋଷ ବିରୋଧରେ ଲଢ଼େଇ ମିଗ୍ -୨୯ ବିମାନ

କିଭ୍ : ଋଷ ବିରୋଧରେ ଲଢ଼ିବ ଋଷରେ ନିର୍ମିତ ଯୁଦ୍ଧ ବିମାନ । ଋଷ-ୟୁକ୍ରେନ ଯୁଦ୍ଧରେ ଋଷ ବିରୋଧରେ ଆକାଶରେ ଲଢ଼େଇ କରିବ ମିଗ୍ -୨୯ ବିମାନ । ୟୁକ୍ରେନକୁ ଯୁଦ୍ଧ ସହାୟତାର ହାତ ବଢ଼ାଇଛି ପୋଲାଣ୍ଡ । ପୋଲାଣ୍ଡ ୟୁକ୍ରେନକୁ ମିଗ-୨୯ ଯୁଦ୍ଧ ବିମାନ ଯୋଗାଇବ ବୋଲି ଘୋଷଣା କରିଛି ।

ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା କହିଛନ୍ତି ଆଗାମୀ କିଛି ଦିନ ମଧ୍ୟରେ ସୋଭିଏତ ଋଷ ଦ୍ୱାରା ନିର୍ମିତ ମିଗ୍ -୨୯ ଯୁଦ୍ଧ ବିମାନକୁ ୟୁକ୍ରେନକୁ ଦିଆଯିବ । ବଡ଼କଥା ଯେ, ଏହି ମିଗ୍ -୨୯ ଯୁଦ୍ଧ ବିମାନ ୧୯୭୦ ଦଶକରେ ସୋଭିଏତ୍ ୟୁନିଅନରେ ତିଆରି ହୋଇଥିଲା ଏବଂ ବର୍ତ୍ତମାନ ଏହା ଋଷ ବିରୁଦ୍ଧରେ ଲଢ଼ିବ । ପୋଲାଣ୍ଡ ୟୁକ୍ରେନକୁ ୧୧ରୁ ୧୯ଟି ମିଗ-୨୯ ଯୁଦ୍ଧ ବିମାନ ଦେଇପାରେ ବୋଲି ଡୁଡା କହିଛନ୍ତି ।

ୟୁକ୍ରେନକୁ ମିଗ ଯୁଦ୍ଧବିମାନ ଯୋଗାଇବା ପାଇଁ ଅନ୍ୟ କେତେକ ଦେଶ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପୋଲାଣ୍ଡ ସରକାରଙ୍କ ମୁଖପାତ୍ର ପିଓତ୍ର ମ୍ୟୁଲର କହିଛନ୍ତି । ତେବେ ପୋଲାଣ୍ଡ ବ୍ୟତୀତ ଅନ୍ୟ କେଉଁ କେଉଁ ଦେଶ ଯୁଦ୍ଧ ବିମାନ ଯୋଗାଇବେ ତାହା ଜଣାପଡିନାହିଁ । ପୋଲାଣ୍ଡ ପୂର୍ବରୁ ୟୁକ୍ରେନକୁ ଜର୍ମାନ ନିର୍ମିତ ଲେପର୍ଡ-୨ ଟ୍ୟାଙ୍କ ମଧ୍ୟ ଯୋଗାଇଥିଲା ।