spot_img
Home Blog Page 3501

5T ସଚିବଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତର ଦ୍ବିତୀୟ ଦିନ, ଉନ୍ନୟନମୂଳକ କାମର କରିବେ ଅନୁଧ୍ୟାନ

ନବରଙ୍ଗପୁର: ନବରଙ୍ଗପୁର ବିକାଶରେ ଯୋଡ଼ି ହେଉଛି ନୂଆ ଅଧ୍ୟାୟ । ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ । ନବରଙ୍ଗପୁର ଗସ୍ତର ଦ୍ବିତୀୟ ଦିନରେ ବି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ । ମାଣ୍ଡାଡୋଙ୍ଗରୀ ମନ୍ଦିର ପରିଦର୍ଶନ ପରେ ଜଟାବାଲରେ ସ୍କୁଲ ପରିଦର୍ଶନ କରିବେ ପାଣ୍ଡିଆନ୍‌ । ପରେ ପୋଡାଗଡା, ବିଦ୍ରି, ଉମରକୋଟ, ଜାମରୁଣ୍ଡା ପରିଦର୍ଶନରେ ଯିବେ 5T ସଚିବ । ଗତକାଲି ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ, ବିଭିନ୍ନ ସମ୍ପ୍ରଦାୟ ଏବଂ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାର ବିକାଶରେ କ’ଣ ସବୁ ଅସୁବିଧା ରହିଛି ? କ’ଣ କରାଗଲେ ଅଧିକରୁ ଅଧିକ ବିକାଶ ହୋଇପାରିବ ? ସେନେଇ ଆଲୋଚନା କରିଥିଲେ ।

ଏହାପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିଥିଲେ 5T ସଚିବ । ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଥିଲେ 5T ସଚିବ । ମନ୍ଦିରର ଉନ୍ନତି ନେଇ ପୂଜକ ଓ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି । କାଳିକୃଷ୍ଣ ମନ୍ଦିର କମିଟି ମଧ୍ୟ 5T ସଚିବଙ୍କୁ ଭେଟି ମନ୍ଦିରର ଉନ୍ନତୀ ପାଇଁ ଅନୁରୋଧ କରିଛନ୍ତି । ପରେ ନବରଙ୍ଗପୁରର ଅନ୍ବେଷା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ସହ ରାତ୍ରୀ ଭୋଜନ କରିଛନ୍ତି 5T ସଚିବ । ଭବିଷ୍ୟତରେ କ’ଣ ହେବାକୁ ଲକ୍ଷ ରହିଛି ବୋଲି 5T ସଚିବ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଛନ୍ତି । ସେମାନଙ୍କର କ’ଣ ସବୁ ଆବଶ୍ୟତା ରହିଛି ସେ ଉପରେ ଗୁରୁତ୍ବ ଦେଇଛନ୍ତି । ବିଶେଷ କରି ପିଲାଙ୍କ ଷ୍ଟଡିରୁମ୍, ଖେଳ ସାମଗ୍ରୀ, ଟିଉସନ୍ ଟିଚର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ  ।

ଗୋଟିଏ ସପ୍ତାହରେ ୩ଟି ବିଶ୍ୱସ୍ତରୀୟ ରେକର୍ଡ ରଚିଲା ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଚଳିତ ସପ୍ତାହରେ ଓଡ଼ିଶା 3ଟି ବିଶ୍ବସ୍ତରୀୟ କୀର୍ତ୍ତିମାନ ସ୍ଥାପନ କରିଛି । ଓଡ଼ିଶାର ବାପି ହାଁସଦା ୧୮ ବର୍ଷରୁ କମ୍ ୪ଶହ ହର୍ଡଲସରେ ସବୁଠାରୁ କମ ସମୟରେ ଅନ୍ତର୍ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସେହିଭଳି ଟାଇମ ମାଗାଜିନରେ ମୟୂରଭଞ୍ଜ ପୃଥିବୀର ୫୦ଟି ଶ୍ରେଷ୍ଠ ସ୍ଥାନ ତାଲିକାରେ ସ୍ଥାନିତ ହୋଇଛି । ସେହଭଳି ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ ବିଶ୍ବର ସର୍ବାଧିକ ଦର୍ଶକ ବସିବା କ୍ଷମତା ସମ୍ପନ୍ନ ହକି ଷ୍ଟାଡିୟମ ଭାବେ ଗିନିଜ ରେକର୍ଡ୍ସରେ ସ୍ଥାନ ପାଇଛି ।

ଏନେଇ ନିଜ ସୋସିଆଲ ମିଡିଆ ସାଇଡରେ ପୋଷ୍ଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ । କଳିଙ୍ଗ ଷ୍ଟାଡିୟମରେ ବାପି ହାଁସଦା କଠିନ ପରିଶ୍ରମ ଓ ଅଭ୍ୟାସ ତାଙ୍କୁ ଆଜି ସଫଳତାର ସିଢି ଚଢାଇଛି । ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ସେହିଭଳି ସାରା ବିଶ୍ବରେ ମୟୂରଭଞ୍ଜର ଶିମିଳପାଳ ଅଭୟାରଣ ଏକ ମାତ୍ର ଅଞ୍ଚଳ ଯେଉଁଠି ଆଜି ବି ଅଛନ୍ତି କଳା ବାଘ । ପ୍ରତିବର୍ଷ ନଭେମ୍ବର ମାସରେ ଶିମିଳିପାଳ ଖୋଲୁଥିବା ବେଳେ ହଜାର ହଜାର ସଂଖ୍ୟା ପର୍ଯ୍ୟଟକଙ୍କ ଭିଡ ଜମେ ।

ଶିମିଳିପାଳରେ ପ୍ରାକୃତିକ ପରିବେଶ ଓ ସୌନ୍ଦର୍ଯ୍ୟ ଲୋକଙ୍କୁ ବିମୋହିତ କରେ । ମୟୁରଭଞ୍ଜର କଳା ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ ସବୁକ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ରହିଛି । ଅନ୍ୟପଟେ ୬୦ ହଜାର ସ୍କୋୟାର ମିଟର ପରିଧି ମଧ୍ୟରେ ନିର୍ମିତ ହୋଇଛି ସର୍ବବୃହତ୍ତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ । ମାତ୍ର ୧୫ମାସରେ ନିର୍ମିତ ହୋଇଛି ଏହି ସର୍ବବୃହତ ହକି ଷ୍ଟାଡିୟମ । ଏଥିରେ ୨୦ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି । ଷ୍ଟାଡିୟମରେ ଏକାଧିକ ଜିମ୍, ହାଇଡ୍ରୋଥେରାପି ପୁଲ୍ ଓ ଅତ୍ୟାଧୁନିକ ତାଲିମ କେନ୍ଦ୍ର ରହିଛି । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ଏହା ଗିନିଜ ବୁକ ରେକର୍ଡରେ ସ୍ଥାନ ପାଇଛି ।

ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କଲେ, ଗ୍ରାଉଣ୍ଡରେ ବିକାଶର ତଦାରଖ କଲେ

ନବରଙ୍ଗପୁର: ବିକାଶରେ ଯୋଡିହେଉଛି ନୂଆ ଅଧ୍ୟାୟ । ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ । ଦୁଇଦିନିଆ ନବରଙ୍ଗପୁର ଗସ୍ତର ପ୍ରଥମ ଦିନରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ , ବିଭିନ୍ନ ସମ୍ପ୍ରଦାୟ ଏବଂ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାର ବିକାଶରେ କ’ଣ ସବୁ ଅସୁବିଧା ରହିଛି ? କଣ କରାଗଲେ ଅଧିକରୁ ଅଧିକ ବିକାଶ ହୋଇପାରିବ ? ସେନେଇ ଆଲୋଚନା କରିଛନ୍ତି ।

ଏଥିରେ ଜିଲ୍ଲାର ବହୁ ସାମାଜିକ ସଙ୍ଗଠନ ନିଜ ସମସ୍ୟା ଜଣାଇବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସର୍କିଟ ହାଉସରେ ଗ୍ରିଭାନ୍ସ ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିଛନ୍ତି ୫-ଟି ସଚିବ । ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି ଫାଇଭ-ଟି ସଚିବ । ପରେ ମନ୍ଦିରର ଉନ୍ନତି ନେଇ ପୂଜକ ଓ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି । କାଳିକୃଷ୍ଣ ମନ୍ଦିର କମିଟି ମଧ୍ୟ 5T ସଚିବଙ୍କୁ ଭେଟି ମନ୍ଦିରର ଉନ୍ନତୀ ପାଇଁ ଅନୁରୋଧ କରିଛନ୍ତି । ପରେ ନବରଙ୍ଗପୁରର ଅନ୍ବେଷା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ସହ ରାତ୍ରୀ ଭୋଜନ କରିଛନ୍ତି 5T ସଚିବ ।

ଭବିଷ୍ୟତରେ କ’ଣ ହେବାକୁ ଲକ୍ଷ ରହିଛି ବୋଲି 5ଟି ସଚିବ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଛନ୍ତି । ସେମାନଙ୍କ କଣ ସବୁ ଆବଶ୍ୟତା ରହିଛି ସେ ଉପରେ ଗୁରୁତ୍ବ ଦେଇଛନ୍ତି । ବିଶେଷ କରି ପିଲାଙ୍କ ଷ୍ଟଡିରୁମ୍, ଖେଳ ସାମଗ୍ରୀ, ଟିଉସନ୍ ଟିଚର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପାଇଭ-ଟି ସଚିବ । ଆସନ୍ତକାଲି ବିଭିନ୍ନ ଦର୍ଶନୀୟ ସ୍ଥାନ ସହ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ ।

୫ଦିନ ବଢ଼ିଲା ମନିଷ ସିସୋଦିଆଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଆହୁରି ୫ଦିନ ବଢ଼ିଲା ମନିଷ ସିସୋଦିଆଙ୍କ ରିମାଣ୍ଡ ଅବଧି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଅବକାରୀ ନୀତିକୁ ନେଇ ଗିରଫ ସିସୋଦିଆଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଥିବା ବେଳେ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ସିସୋଦିଆଙ୍କୁ ଆଉ ୭ଦିନ ରିମାଣ୍ଡରେ ନେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ଆବେଦନ କରିଥିଲା ।

ମାତ୍ର କୋର୍ଟ ଆଉ ୫ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ସିସୋଦିଆଙ୍କୁ ପୁଣି ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିବା ବେଳେ ପ୍ରତିପକ୍ଷ ଓକିଲ ଏହାକୁ ବିରୋଧ କରିଥିଲେ । ୭ଦିନ ରିମାଣ୍ଡର ଇଡି ମାତ୍ର ୧୨ରୁ ୧୩ ଘଣ୍ଟା ଜେରା କରିଛି । କୋର୍ଟରେ ଇଡି ଯାହା ତଥ୍ୟ ରଖିଛି ପୂର୍ବରୁ ସିବିଆଇ ମଧ୍ୟ ସମାନ ତଥ୍ୟ ରଖିସାରିଛି ବୋଲି ସିସୋଦିଆଙ୍କ ଓକିଲ କହିଥିଲେ । ସେପଟେ ଦିଲ୍ଲୀ ସରକାରକୁ ବଦନାମ କରିବାକୁ ଜାଣିଶୁଣି ସିସୋଦିଆଙ୍କ ରିମାଣ୍ଡ ବଢ଼ାଯାଉଛି ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ।

ୱାଙ୍ଖଡ଼େ ଷ୍ଟାଡିୟମରେ ଭାରତର ଦମଦାର ବିଜୟ

ମୁମ୍ବାଇ:  ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଭାରତର ଦମଦାର ବିଜୟ । ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ଭାରତ । ତେବେ ଭ୍ରମଣକାରୀ ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୮୮ ରନରେ ଅଲଆଉଟ ହୋଇଥିଲା । ମିଚେଲ ମାର୍ଶ ସର୍ବାଧିକ ୮୧ ରନ କରିଥିଲେ ।

ଭାରତ ପକ୍ଷରୁ ମହମ୍ମଦ ସାମି ଓ ସିରାଜ୍ ୩ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ୧୮୯ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ମଧ୍ୟ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ମାନ କରିଥିଲା । ଦଳୀୟ ସ୍କୋର ୩୯ ଥିବାବେଳେ ୪ ଟି ଓ୍ବିକେଟ ହରାଇଥିଲା ଦଳ । ତେବେ କେ.ଏଲ୍ ରାହୁଲଙ୍କ ଅପରାଜିତ ୭୫ ରନ୍ ଓ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୪୫ ରନ ବଳରେ ଭାରତ ୫ ଓ୍ବିକେଟ ହରାଇ ମ୍ୟାଚ ହାତେଇ ନେଇଛି । ପୂର୍ବରୁ ଟେଷ୍ଟ ସିରିଜ୍ ହାତେଇ ସାରିଛି ଭାରତ ।

ଆଧାର ଉପଭୋକ୍ତାଙ୍କ ପାଇଁ ବଡ଼ ଅଫର, ମାଗଣାରେ କରିପାରିବେ ଅପଡେଟ୍

ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଆଧାର ଉପଭୋକ୍ତାଙ୍କ ପାଇଁ ବଡ଼ ଅଫର  । ଏବେ ମାଗଣାରେ କରିପାରିବେ ଆଧାର ଅପଡେଟ  । UIDAI ଦେଇଛି ଏହି ବଡ଼ ସୂଚନା  । ଯଦି ଆଧାରରେ କୌଣସି ସମସ୍ୟାକୁ ନେଇ ଅପଡେଟ କରିବାକୁ ଚାହୁଁଛନ୍ତି, ତେବେ ମାଗଣାରେ କରିପାରିବେ ଅପଡେଟ  । UIDAI ଆଧାର ଅପଡେଟ ପାଇଁ ନେଉଥିବା ଟଙ୍କାକୁ ଏବେ ମୁକ୍ତ କରିଦେଇଛି  । ହଁ ଏହା ପୁଣି ସବୁ କ୍ଷେତ୍ରରେ ନୁହେଁ  ।

କେବଳ ଯଦି ଆପଣ ଅନଲାଇନ ଜରିଆରେ ଆଧାରରେ କିଛି ପରିବର୍ତ୍ତନ ଜକରିବାକୁ ଚାହୁଁଛନ୍ତି  । ତେବେ ମୁକ୍ତ ଅର୍ଥରେ କରିପାରିବେ ବା ଏହି ଅଫରରେ ଲାଭ ଉଠାଇପାରିବେ  । କିନ୍ତୁ ଯଦି ଅଫଲାଇନ୍ କରିବାକୁ ଚାହୁଁଛନ୍ତି  । ତେବେ ଦେବାକୁ ପଡିବ ଅର୍ଥ  । ଅର୍ଥାତ ଅଫ-ଲାଇନ ଯୋଗେଁ ଆଧାରରେ ପରିବର୍ତ୍ତନ କରିବାକୁ ହେଲେ ଆପଣଙ୍କୁ ଦେବାକୁ ପଡିବ ୫୦ ଟଙ୍କା  ।

UIDAI  ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଅଫର କେବଳ ତିନି ମାସ ପାଇଁ କାର୍ଯ୍ୟକାରୀ କରାଯିବ  । ଆଧାର ହୋଲଡର୍ସ   ୧୫ ମାର୍ଚ୍ଚରୁ ୧୪ ଜୁନ ଭିତରେ ଯଦି ଆଧାର ସମ୍ବନ୍ଧୀୟ କୌଣସି ଅପଡେଟ କରିବାକୁ ଯାଉଛନ୍ତି  । ତେବେ ମାଗଣାରେ କରି ପାରିବେ  । ଗୁରୁତ୍ୱପୂର୍ଣ୍ଣ  ଖବର ହେଉଛି, ଆଧାର କାର୍ଡ- ପାନ କାର୍ଡ ଲିଙ୍କର ଅନ୍ତିମ ତାରିଖ ମାର୍ଚ୍ଚ ୩୧ ରହିଛି  । ଯାହାକୁ ନେଇ ଲଗାତାର UIDAI ପକ୍ଷରୁ ଉପଭୋକ୍ତାଙ୍କୁ ପ୍ରୋତ୍ସାହିତ କରାଯାଉଛି  । ୧୦ ବର୍ଷରୁ ଅଧିକ ସମୟ ଧରି ରହିଥିବା ଆଧାର ଧାରକ ଯଦି ନୂଆ ନିୟମ ଅନୁଯାୟୀ ଆଧାର ଅପଡେଟ କରିନିଅନ୍ତି  । ତେବେ ସେମାନେ ଅନେକ ଯୋଜାନର ଲାଭ ଉଠାଇ ପାରିବେ  ।

କ୍ରାଇମବ୍ରାଞ୍ଚ EOW ହାତରେ ପୁଣି ଜଣେ ବଡ଼ ଠକ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ EOW ହାତରେ ପୁଣି ଜଣେ ବଡ଼ ଠକ । ବିହାର କେଶଦେଓରା ଗ୍ରାମରୁ ଅମିତ ସିଂହଙ୍କୁ ଗିରଫ କରିଛି EOW । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାମରେ ଓ୍ବେବ୍ସସାଇଟ୍ ଖୋଲି ୧୭ ରାଜ୍ୟର ପାଖାପାଖି ୩୫ ଲକ୍ଷ ପିଲାଙ୍କୁ ଠକିବାରେ ସଫଳ ହୋଇଥିଲା ଅମିତ୍ । ଫେକ୍ ଓ୍ବେବ୍‌ସାଇଟ କରି ଚାକିରି ଦେବାକୁ କହି ଲଗାଉଥିଲା ଚୂନ ।

ଦିଲ୍ଲୀ, ମୁମ୍ବାଇ, ଡେରାଡୁନରେ ଅମିତର ଥିଲା ମୁଖ୍ୟ ଅଫିସ । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାରେ ବ୍ୟବହାର ସମସ୍ତ ଓ୍ବେବସାଇଟକୁ ପରିଚାଳନା କରୁଥିଲା ଅମିତ । ଇଓଡବଲୁ ଅମିତ ବିରୁଦ୍ଧରେ ୪୨୦, ୪୬୭, ୪୬୮, ୪୭୧, ୧୨୦ ବି ଓ ଆଇଟି ଆକ୍ଟ ୬୬ ବି ଦଫାରେ କୋର୍ଟ ଚାଲାଣ କରାଯାଇଛି । ଅମିତ ଜଣେ ଆଇଟି ପ୍ରଫେସନାଲ ବୋଲି ଇଓଡବ୍ଲୁ ଯାଣିବାକୁ ପାଇଛି ।

ନବରଙ୍ଗପୁରରେ ବିକାଶର ଅନୁଧ୍ୟାନ କରିବେ ଭି.କେ ପାଣ୍ଡିଆନ

ନବରଙ୍ଗପୁର: ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ଜୟପୁର ଏୟାରଷ୍ଟ୍ରିପରେ ପହଞ୍ଚିଛନ୍ତି ୫T ସଚିବ । ଜୟପୁରରୁ ନବରଙ୍ଗପୁର ଯିବେ ଭି.କେ ପାଣ୍ଡିଆନ । ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ଓ ବିଭିନ୍ନ ସମ୍ପ୍ରଦାୟର ଦାବି ସମ୍ପର୍କରେ ଆଲୋଚନା କରିବେ । ଜିଲ୍ଲାର ବିକାଶ ଓ ସମସ୍ୟା ସମ୍ପର୍କରେ କରିବେ ଆଲୋଚନା ? କଣ କରାଗଲେ ଜିଲ୍ଲାରେ ଅଧିକରୁ ଅଧିକ ବିକାଶ ହୋଇପାରିବ ? ସେନେଇ ବୈଠକ କରିବେ ।

ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିବେ 5T ସଚିବ । ଟିରଲି ଆମଗୁଡ଼ାଠାରେ ଅନ୍ମେସା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାତ୍ରୀ ଭୋଜନ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତକାଲି ବିଭିନ୍ନ ଦର୍ଶନୀୟ ସ୍ଥାନ ସହ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିବେ ଭି.କେ ପାଣ୍ଡିଆନ  ।

ଅପିଲ୍ କଲେ ମୁଖ୍ୟ ଶାସନ ସଚିବ, ଆନ୍ଦୋଳନ ବନ୍ଦ କଲେ ଡ୍ରାଇଭର

ଭୁବନେଶ୍ୱର: ଡ୍ରାଇଭର ମହାସଙ୍ଘର ଆନ୍ଦୋଳନକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅପିଲ । ଅପିଲ ପରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ  ।  ଆନ୍ଦୋଳନ ଯୋଗୁ ରାଜ୍ୟବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି । ତାହା ସତ୍ତ୍ବେ ସେମାନେ ଆନ୍ଦୋଳନକୁ ଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି- ସମସ୍ୟାର ସମାଧାନ ଲାଗି ଡ୍ରାଇଭର ମହାସଙ୍ଘ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି । ଗତକାଲି ମଧ୍ୟ ଏନେଇ ସକରାତ୍ମକ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପଦେଶ କ୍ରମେ ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି ।

ଏନେଇ ଡ୍ରାଇଭର ମହାସଙ୍ଘର ଆବାହକଙ୍କୁ ଲିଖିତ ଆକାରରେ ଦିଆଯାଇଛି । ଆନ୍ଦୋଳନରୁ ଓହରିବା ଲାଗି ମଧ୍ୟ ଆନ୍ଦୋଳନକାରୀ ପ୍ରତିଶ୍ରୁତି ଦେଇଥିଲେ । ପିଲାଙ୍କ ମାଟ୍ରିକ ପରୀକ୍ଷା ବେଳେ ଏହି ଆନ୍ଦୋଳନ ହୋଇଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଲାଗି ସେମାନେ ପ୍ରତିଶ୍ରୁତି ଦେଇଥିଲେ ବି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିଲା । ଏହାସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ବାଧାପ୍ରାପ୍ତ ହୋଇଛି । ଦେଶର ମାତ୍ର ୩ଟି ରାଜ୍ୟର ସରକାର ଡ୍ରାଇଭରମାନଙ୍କ କିଛି ଦାବି ପୂରଣ କରିଛନ୍ତି । ତାହାକୁ ଅନୁଧ୍ୟାନ କରି ୩ମାସ ମଧ୍ୟରେ ସମାଧାନ ଲାଗି ଚେଷ୍ଟା କରାଯିବ । ଏହାସତ୍ତ୍ବେ ସେମାନେ ଆନ୍ଦୋଳନକୁ ଗଲେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଧର୍ମଘଟ ନାଁରେ ଆଇନକୁ ହାତକୁ ନେବା ଅଗ୍ରହଣୀୟ । ଧନସମ୍ପତ୍ତି ନଷ୍ଟ କରିବା, କାହାରିକୁ ଆଘାତ କରିବା ଆଦୌ ଗ୍ରହଣୀୟ ନୁହେଁ । ଆନ୍ଦୋଳନରେ ବି ଅଣଡ୍ରାଇଭର ସାମିଲ ହୋଇଥିବା ସୂଚନା ମିଳୁଛି । ସେହିପରି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି- ଡ୍ରାଇଭରଙ୍କ ଆନ୍ଦୋଳନର କୌଣସି ଯଥାର୍ଥ ନାହିଁ । ଶାନ୍ତ ରହିବା ଲାଗି ପ୍ରତିଶ୍ରୁତି ଦେଲେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଭର ପ୍ରତିଶ୍ରୁତି ପରେ ବି ସେମାନଙ୍କ ଆନ୍ଦୋଳନ ବେଆଇନ । କେତେକ ସ୍ଥାନରେ ପୋଲିସକୁ ବି ଆକ୍ରମଣ କରିଥିଲେ । ଆନ୍ଦୋଳନ ନାଁରେ ଅସାମାଜିକ ବ୍ୟକ୍ତି ସାମିଲ ହେଉଥିବାରୁ ଆଇନ ଅନୁଯାୟୀ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ ବୋଲି କହିଛନ୍ତି ପୋଲିସ ଡିଜି ।

ଆନ୍ଦୋଳନ ପ୍ରତ୍ୟାହୃତ କଲେ ଡ୍ରାଇଭର ମହାସଂଘ

ଭୁବନେଶ୍ୱର: ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ । ଆନ୍ଦୋଳନ ପ୍ରତ୍ୟାହୃତ କଲା ଡ୍ରାଇଭର ମହାସଂଘ । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ଡ୍ରାଇଭର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ହକ୍ ଓ ସମ୍ମାନ ପାଇଁ ଡ୍ରାଇଭର ସଂଘ କରିଥିବା ଆନ୍ଦୋଳନ ସଫଳ ହୋଇଛି । ଜନସାଧାରଣ ମଧ୍ୟ ଆମକୁ ସମର୍ଥକ କରିଛନ୍ତି । ଆମ ପାଇଁ ଲୋକମାନେ ମଧ୍ୟ ବହୁତ ହଇରାଣ ହୋଇଛନ୍ତି । ଆସନ୍ତା ତିନି ମାସରେ ଦାବି ପୂରଣ ହେବ ବୋଲି ଗତକାଲି ସରକାରଙ୍କ ପକ୍ଷରୁ ସିଏସ ଚିଠି ଲେଖିଥିଲେ ।

ତିନି ମାସ ସମୟ ଅଧିକ ବୋଲି ଭାବି ପୁଣି ଆନ୍ଦୋଳନ କରିଥିଲୁ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ପରିବା ଦର ବଢ଼ିଥିବା ବେଳେ ପେଟ୍ରୋଲର ଅଭାବ ଦେଖାଦେଇଛି ।ମାତ୍ର ଆଜି ଗଣମାଧ୍ୟମରେ ପୁଣି ମୁଖ୍ୟ ଶାସନ ସଚିବ ନିବେଦନ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ନିଷ୍ପତ୍ତି ନେଇଛୁ । ଆଗାମୀ ତିନି ମାସରେ ଦାବି ପୂରଣ ହେବ ବୋଲି ଆଶା ରହିଛି ବୋଲି ମେଣ୍ଡୁଲି କହିଛନ୍ତି । ସରକାରଙ୍କ ଅନୁରୋଧକ୍ରମେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ସବୁ ଡ୍ରାଇଭର ଭାଇଙ୍କୁ ଅନୁରୋଧ ସମସ୍ତେ କର୍ମକ୍ଷେତ୍ରକୁ ଫେରନ୍ତୁ ।

ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଙ୍ଘ ଆନ୍ଦୋଳନରେ ବସିଥିଲା  । ଆନ୍ଦୋଳନ ଯୋଗୁ ରାଜ୍ୟବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି । ତାହା ସତ୍ତ୍ବେ ସେମାନେ ଆନ୍ଦୋଳନକୁ ଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି- ସମସ୍ୟାର ସମାଧାନ ଲାଗି ଡ୍ରାଇଭର ମହାସଙ୍ଘ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି । ଗତକାଲି ମଧ୍ୟ ଏନେଇ ସକରାତ୍ମକ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପଦେଶ କ୍ରମେ ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି ।