ନୂଆଦିଲ୍ଲୀ: ପୋଲାଣ୍ଡରୁ ଗ୍ରୀସ ଯାଉଥିବା ରାୟନିୟରର ଏକ ବିମାନରେ ରବିବାର ବୋମା ଥିବା ସୂଚନା ମିଳିବା ପରେ ବିମାନର ଜରୁରୀ ଅବତରଣ କରାଯାଇଛି । ତେବେ ଏହି ବିମାନରେ ୧୯୦ରୁ ଅଧିକ ଯାତ୍ରୀ ଥିଲେ । ରାୟନିୟରର ଏହି ବିମାନ ଗ୍ରୀସ ଯାଉଥିଲା । ବୋମା ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଯାଇଥିଲା । ଯଥାଶୀଘ୍ର କ୍ରୁ ସଦସ୍ୟଙ୍କ ସହ ସମ୍ପର୍କ କରାଯାଇଥିଲା । ବିମାନର ସୁରକ୍ଷା ପାଇଁ ଗ୍ରୀକ ଯୁଦ୍ଧ ବିମାନକୁ ନିୟୋଜିତ କରାଯାଇଥିଲା । ବିମାନକୁ ଏଥେନ୍ସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା । ଏବେ ଏହାର ଯାଞ୍ଚ କରାଯାଉଛି ।
ଗଞ୍ଜାମ ଜିଲ୍ଲା ପିତାତଳି ଗାଁରେ ପଥର ସହ ବୋମାମାଡ଼
ଗଞ୍ଜାମ: ଅଶାନ୍ତ ଗଞ୍ଜାମ ଜିଲ୍ଲାର ପିତାତଳି ଗାଁ । ଗାଁରେ ପଥର ସହ ବୋମାମାଡ଼ । ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ସୂଚନା । ଆକ୍ରମଣରେ ଜଣେ ଗୁରୁତର ହୋଇଥିବାବେଳେ ୩ଜଣ ଆହତ ହୋଇଛି । କେ.ଲୋକନାଥଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚିକିଟି ଓ ପରେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଗୋଳନ୍ଥରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଏହି ବୋମାମାଡ଼ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଆସିକା ଥାନାକୁ ଦେଶର ଶ୍ରେଷ୍ଠ ଥାନା ପୁରସ୍କାର
ଭୁବନେଶ୍ୱର: ଦେଶରେ ଶ୍ରେଷ୍ଠ ଥାନାର ପୁରସ୍କାର ନେଇ ଫେରିଲା ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ । ନୂଆଦିଲ୍ଲୀରେ ସମ୍ମାନିତ ହେବା ପରେ ଓଡ଼ିଶା ଫେରିଛନ୍ତି ଆଇଆଇସି । ଲଗାତର ଦୁଇବର୍ଷ ଧରି ଦେଶରେ ଶ୍ରେଷ୍ଠ ବିବେଚିତ ହୋଇଛି ଓଡ଼ିଶାର ଥାନା । ୨୦୨୨ବର୍ଷ ପାଇଁ ଆସିକା ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ନୂଆଦିଲ୍ଲୀ ଜାତୀୟ କୃଷି ବୈଜ୍ଞାନିକ ଭବନରେ ଆୟୋଜିତ ପୋଲିସ DG ଓ IG ସମ୍ମିଳନୀରେ ସମ୍ମାନଜନକ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ । କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର.କେ ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ CID/CB ଅରୁଣ ବୋଥ୍ରା ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।
ବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ
ଭୁବନେଶ୍ବର: ରକ୍ତଦାନ ଜୀବନ ଦାନର ବାର୍ତ୍ତାକୁ ଆଧାର କରି ବିଜେଡି କାର୍ଯ୍ଯାଳୟରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅସିତ ରଞ୍ଜନ ଦାସଙ୍କ ନେତୃତ୍ବରେ ୫୦ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଛାତ୍ରଛାତ୍ରୀ, ସମାଜସେବୀ ଓ ରକ୍ତଦାତା ମାନେ ଏହି ରକ୍ତଦାନ ଶିବିରରେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ ।
ଅନୁଷ୍ଠିତ ଏହି ରକ୍ତଦାନ ଶିବିର ସକାଳ ୯ଟା ୩୦ରୁ ଆରମ୍ଭ ହୋଇଥିଲ । ସମ୍ମାନୀତ ଅତିଥି ଭାବେ ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରୟଣ ସାମନ୍ତ ରାୟ, ଭୁବନେଶ୍ବର ମେୟର ସୁଲଚନା ଦାସ ଯୋଗଦେଇ ରକ୍ତଦାତାଙ୍କ ଉତ୍ସାହ ବଢାଇଥିଲେ । ଏହି ମହତ କାର୍ଯ୍ଯକୁ ସଫଳ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ବେଚ୍ଛାସେବୀଙ୍କୁ ଅସିତ ରଞ୍ଜନ ଦାସ କୃତଜ୍ଞତା ଜଣାଇଛନ୍ତି ।
ଜଙ୍ଗଲରୁ ସୁଟକେଶ ଭିତରୁ ଅଜଣା ମୃତଦେହ ଜବତ ଘଟଣା, ମିଳିଲା ପରିଚୟ
ଖୋର୍ଦ୍ଧା: ଖୋର୍ଦ୍ଧା ନାଚୁଣୀ ଥାନା ହରିପୁର ନିକଟ ଜଙ୍ଗଲରୁ ସୁଟକେଶ ଭିତରୁ ମୃତଦେହ ଜବତ ଘଟଣା । ମଳିଲା ମୃତକଙ୍କ ପରିଚୟ । ମୃତକ ହେଲେ ରଣପୁର ଥାନା ବଳଭଦ୍ରପୁର ପଂଚାୟତ ଲାଖପଡାର ମନୋରଂଜନ ମହାପାତ୍ର । ପତ୍ନୀ ମୃତଦେହକୁ ଚିହ୍ନଟ କରିଛନ୍ତି । ମନୋରଂଜନ ଜଣେ ଟ୍ରକ୍ ଚାଳକ ହୋଇଥିବା ବେଳେ ଗାଁ ରାଜନୀତିରେ ସକ୍ରିୟ ହୋଇଥିବା ସୂଚନା ରହିଛି । ସୁଟ୍ କେଶ୍ ନିକଟରୁ ଗୋଟିଏ ବିଦେଶୀ ମଦ ବୋତଲ ସହ ପାଣି ପାଉଚ୍ ଓ କିଛି ଖାଦ୍ୟ ସାମଗ୍ରୀ ଜବତ ହୋଇଛି । ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

