ହୁଗୁଳି ନଦୀ ତଳେ ଚାଲିଲା ଦେଶର ପ୍ରଥମ ମେଟ୍ରୋ

କୋଲକାତା: ପ୍ରଥମ ଥର ପାଣି ତଳେ ଯାତ୍ରା କରି ରେକର୍ଡ କଲା କୋଲକତା ମେଟ୍ରୋ ଟ୍ରେନ  । ଏସପ୍ଲାନେଡ ଠୁ ହାୱଡା ମଇଦାନ ଷ୍ଟେସନ ପର୍ଯ୍ୟନ୍ତ ଏହାର ଟ୍ରାଏଲ ଆରମ୍ଭ ହୋଇଛି  । ପାଣି ତଳେ ରେକ୍‌ ନମ୍ବର ଏମ ଆର ୬୧୨ର ପରୀକ୍ଷାମୂଳକ ସେବା ଆରମ୍ଭ କରାଯାଇଛି  । ପ୍ରଥମ ପର୍ଯ୍ୟାୟରେ ଦୁଇଟି ମେଟ୍ରୋକୁ ପରୀକ୍ଷାମୂଳକ ବ୍ୟବହାର କରାଯାଇଛି  । ଏଥିରେ ମେଟ୍ରୋର ବରିଷ୍ଠ ଅଧିକାରୀ ମାନେ ଯାତ୍ରା କରିଛନ୍ତି  । ପ୍ରଥମେ ସାତ ମାସ ପର୍ଯ୍ୟନ୍ତ ଏସପ୍ଲାନେଡରୁ ହାୱଡା ମଇଦାନ ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବେ ଏହି ଅଣ୍ଡରଗ୍ରାଉଣ୍ଡ ସେବା ଆରମ୍ଭ କରାଯିବ  ।

ବହୁ ଘାତ ପ୍ରତିଘାତ ପରେ ହୁଗୁଳି ନଦୀକୁ ଚିରି ମେଟ୍ରୋ ସେବା ଆରମ୍ଭ ହେବାକୁ ଯାଉଛି  । ଏହା ରାଜ୍ୟ ପରିବହନ କ୍ଷେତ୍ରରେ ଏକ ମାଇଲଷ୍ଟୋନ ଭାବେ ଉଭା ହେବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି  । ପଶ୍ଚିମବଙ୍ଗ ବାସୀଙ୍କ ପାଇଁ ଭାରତୀୟ ରେଳର ଏହା ନୂଆବର୍ଷ ଉପହାର ହେବାକୁ ଯାଉଥିବା ଅଧିକାରୀ କହିଛନ୍ତି  ।

ପରୀକ୍ଷଣ ସଫଳ ହେଲେ ଖିୁବଶୀଘ୍ର ପାଣିତଳେ ବ୍ୟବସାୟିକ ସେବା ଆରମ୍ଭ ହେବ  । ପ୍ରତିଦିନ ୪.୮ କିଲୋମିଟର ଚାଲିବ ଏହି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ  । ମାତ୍ର ୪୫ ସେକେଣ୍ଡରେ ହୁଗୁଳି ନଦୀ ଭିତରେ ୫୨୦ ମିଟର ରାସ୍ତା ଅତିକ୍ରମ କରିବ ମେଟ୍ରୋ  । ନଦୀ ଶଯ୍ୟାରୁ ୩୨ ମିଟର ତଳେ ଏହି ଟନେଲ ନିର୍ମାଣ କରାଯାଇଛି  । ଏଭଳି ହେଲେ ହାୱଡା ଦେଶର ଗଭୀରତମ ମେଟ୍ରୋ ଷ୍ଟେସନ ପାଲଟିବ  ।  .