ଝାରସୁଗୁଡ଼ା ଉପନିର୍ବାଚନରେ ଲକ୍ଷେ ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା ମଲ୍ଳିକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ଲକ୍ଷେ ଭୋଟ ବ୍ୟବଧାନରେ ଜିତିବ ବିଜେଡି । ଲୋକଙ୍କ ପାଇଁ କାମ କରିଛି ବିଜେଡି, ସେମାନଙ୍କ ସହ ରହିଛି । ପ୍ରମୁଖ ବିରୋଧୀ ୧୦ ବର୍ଷ ହେବ କେନ୍ଦ୍ରରେ ଶାସନ କରୁଛନ୍ତି । ସେମାନେ ଲୋକଙ୍କ ପାଇଁ କ’ଣ କରିଛନ୍ତି ବୋଲି ପଚାରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। କେନ୍ଦ୍ର ସରକାରଙ୍କ ପାଇଁ ବରିଷ୍ଠ ନାଗରିକ କାନ୍ଦୁଛନ୍ତି, ପେନସନ୍ ଠିକ୍ ଭାବେ ମିଳୁନି । ବ୍ୟାଙ୍କ ଯାଇ ଟିପ ଚିହ୍ନ ଦେଇ ହଇରାଣ ହେଉଥିବା ପ୍ରମିଳା କହିଛନ୍ତି ।

ସେପଟେ ବଡ଼ ବ୍ୟବଧାନରେ ବିଜେଡିକୁ ବିଜୟୀ କରିବାକୁ ମନସ୍ଥ କରି ସାରିଛନ୍ତି ଭୋଟର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ମୂଳକ କାର୍ଯ୍ୟକ୍ରମ ଦଳକୁ ଜିତାଇବ ବୋଲି ବିଜେଡି ବିଧାୟକ ଭୂପିନ୍ଦର ସିଂହ କହିଛନ୍ତି । ସ୍ୱର୍ଗତ ନବ ଦାସ ଝାରସୁଗୁଡ଼ା ପାଇଁ ବହୁତ କାମ କରିଥିଲେ । ଉପନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ୱିତୀୟ ସ୍ଥାନ ପାଇଁ ଲଢେଇ ହେବ ବୋଲି କହିଛନ୍ତି ଭୂପିନ୍ଦର ସିଂ ।