ଅତିକର ପୁଅ ଅସଦର ଏନକାଉଣ୍ଟର, ଉମେଶ ପାଲ ହତ୍ୟାକାଣ୍ଡର ଥିଲେ ୱାଣ୍ଟେଡ

ଲକ୍ଷ୍ନୌ: ଉମେଶ ପାଲ ହତ୍ୟାକାଣ୍ଡରେ ୟୁପି ପୋଲିସକୁ ବଡ ସଫଳତା  । ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ପୁଅ ଅସଦର ଏନକାଉଣ୍ଟର  । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅସଦକୁ ଏନକାଉଣ୍ଟର କରିଛି ୟୁପି ପୋଲିସ  । ଏହା ସହ ମଦମ୍ମଦ ଗୁଲାମର ବି ହୋଇଛି ଏନକାଉଣ୍ଟର  । ଝାନ୍ସୀରେ ଆଜି ସକାଳୁ ୟୁପି ଏସଟିଏଫ ଦୁହିଁଙ୍କୁ ଏନକାଉଣ୍ଟର କରିଛି  । ଡେପୁଟି ଏସପି ନଭେନ୍ଦୁ ଓ ଡେପୁଟି ଏସପି ବିମଲଙ୍କ ତତ୍ତ୍ବାବଧାନରେ ଅପରେସନ କରିଥିଲା ୟୁପି ପୋଲିସ  । ଦୁହିଁଙ୍କ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଘୋଷଣା କରାଯାଇଥିଲା  ।

ଏନକାଉଣ୍ଟର ପରେ ପୋଲିସ ସେମାନଙ୍କ ଠାରୁ ହତିଆର ଜବତ କରିଛି  ।  ଗୋଟିଏ ପଟେ ଉମେଶ ପାଲ ହତ୍ୟାକାଣ୍ଡରେ ଅତିଫ ଅହମ୍ମଦ ଓ ଅସରଫକୁ ଆଜି କୋର୍ଟରେ ହାଜର କରାଯାଇଛି  । ଅନ୍ୟପଟେ ପୁଅ ଓ ତା ସହଯୋଗୀକୁ ଏନକାଉଣ୍ଟର କରାଯାଇଛି  । ଦିନ ଦ୍ବିପ୍ରହରରେ ଉମେଶ ପାଲଙ୍କୁ ହତ୍ୟା କରିଥିବା ମହମ୍ମଦ ଗୁଲାମଙ୍କୁ ବି ଆଜାଦ୍‌ କରିଛି ୟୁପି ପୋଲିସ  ।

ଗତ ଫେବୃଆରୀ ୨୪ରେ ପ୍ରୟାଗରାଜରେ ରାଜୁପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ପାଲ୍‌ଙ୍କୁ ବିଚ୍‌ ବଜାରରେ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରାଯାଇଥିଲା  । ଉମେଶ ପାଲ ସମେତ ତାଙ୍କର ଦୁଇ ସରକାରୀ ଅଙ୍ଗରକ୍ଷୀ ବି ପ୍ରାଣ ହରାଇଥିଲେ  ।