ବିରୋଧୀଙ୍କୁ ଏକାଠି କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ, ୨୪ ପାଇଁ ଚାଲିଛି ମେଳି

ନୂଆଦିଲ୍ଲୀ: ୨୪ ପୂର୍ବରୁ ଦିଲ୍ଲୀରେ ବିରୋଧୀଙ୍କ ମେଳି । ରାଜଧାନୀରେ ବିଜେପି ବିରୋଧରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିରୋଧୀ ଦଳଙ୍କୁ ଏକାଠି କରି ମହାମେଣ୍ଟ ଗଠନ ପାଇଁ ରଣନୀତି ଚଳାଇଛନ୍ତି ନୀତିଶ। ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ବୈଠକ ପରେ ଆଜି ଲେଫ୍ଟ ପାର୍ଟି ସହ ମିଟିଂ କରିବେ ନୀତୀଶ କୁମାର ।

ସିପିଆଇ ନେତା ଡି ରାଜା, ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ନୀତୀଶଙ୍କ ବାସଭବନରେ ବୈଠକ ବସିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଧର୍ମନିରପେକ୍ଷ ପାର୍ଟି ଗୁଡ଼ିକ ଏକାଠି ହୋଇ ବିଜେପି ବିରୋଧରେ ଲଢ଼େଇ କରିବା ସହ ଦେଶର ଗଣତନ୍ତ୍ରକୁ ରକ୍ଷା କରିବାକୁ ଆହ୍ବାନ ଦେଇଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ।