spot_img
Home Blog Page 3484

ବିଭୂତି ସଭାପତି, ରାମଚନ୍ଦ୍ର ଉପଦେଷ୍ଟା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ନୂତନ ସଭାପତି ଏବଂ ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବରିଷ୍ଠ ନେତା ବିଭୂତି ବଳବନ୍ତରାୟଙ୍କୁ ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ରାମଚନ୍ଦ୍ର ମହାପାତ୍ରଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି  । ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଦଳର ସାଧାରଣ ସଂପାଦକ ମାନସ ମଙ୍ଗରାଜ  ।

ସେହିପରି ୩୩ ଜଣଙ୍କୁ ସାଧରଣ ସଂପାଦକ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ୪୨ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି ଦଳର ସୁପ୍ରିମୋ  । ପୂର୍ବରୁ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ରହିଥିଲେ ବିଭୂତି  । ତେବେ ଦଳକୁ ତୃଣମୂଳ ସ୍ତରରେ ଏହି କମିଟି ପହଁଚାଇବ ବୋଲି ଆଶା ପ୍ରକାଶ କରିଛି ଦଳ  ।

 

ବାନ୍ଧବୀଙ୍କ ମୋବାଇଲରୁ ପ୍ରମାଣ ଖୋଜୁଛି ସାଇବର ଥାନା ପୋଲିସ

ଭୁବନେଶ୍ୱର: ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ଆଜେକ୍ସ ଓ ତାଙ୍କ ବାନ୍ଧବୀଙ୍କ ମୋବାଇଲରୁ ପ୍ରମାଣ ଖୋଜୁଛି ସାଇବର ଥାନା ପୋଲିସ । ଏଥିପାଇଁ ଖାରବେଳ ଥାନାରେ ଉଭୟଙ୍କ ମୋବାଇଲରୁ ଡିଜିଟାଲ ପ୍ରମାଣ ନେଉଛି । ଡିଜିଟାଲ ପ୍ରମାଣ ଖୋଜୁଛି ସାଇବର ଟିମ୍ । ଘଟଣା ସହ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି । ଖାରବେଳନଗର ଥାନା ପୋଲିସ ସବୁ ଆଙ୍ଗେଲରୁ ତଦନ୍ତ କରୁଥିବା ଡିସିପି କହିଛନ୍ତି । ଦୁଇଟି ଟିମ ତଦନ୍ତ କରୁଛନ୍ତି । ଗୋଟିଏ ଟିମ ଟେକ୍ନିକାଲ ପାର୍ଟ ତଦନ୍ତ କରୁଥିବା ବେଳେ ଅନ୍ୟ ଏକ ଟିମ୍ ପରିବାର ଲୋକ ଓ ବନ୍ଧୁ ବାନ୍ଧବମାନଙ୍କୁ ପଚରାଉଚରା କରୁଛି ।

ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ମାମଲାର ପର୍ଦାଫାସ ହେବ । ମୃତ୍ୟୁ ପୂର୍ବରୁ ପ୍ରେମିକାକୁ ଶେଷ ମେଲ୍ ଓ ଶେଷ କଲ୍ ସାମନାକୁ ଆସିଥିଲା । ଆତ୍ମହତ୍ୟା ପୂର୍ବରୁ ୯୭ସେକେଣ୍ଡ ଲାଗି ବାନ୍ଧବୀଙ୍କ ସହ କଥା ହୋଇଥିଲେ ଆଜେକ୍ସ । ଶନିବାର ସନ୍ଧ୍ୟାରେ କଣ କଥା ହୋଇଥିଲେ ସେ ନେଇ ତଦନ୍ତ କରୁଛି ଟିମ୍ । କାନ୍ଦି କାନ୍ଦି ବାନ୍ଧବୀଙ୍କଠାରୁ ବିଦାୟ ନେଇଥିଲେ ଆଜେକ୍ସ। ପ୍ରେମ ପାଇଁ ଜୀବନ ଦେଉଥିବା କହି ସୁଇସାଇଡ୍ କରିଥଲେ। ସେପଟେ ଦ୍ବିତୀୟ ବାନ୍ଧବୀଙ୍କ ପାଇଁ ଉଭୟଙ୍କ ସଂପର୍କ ଖରାପ ହୋଇଥିବା ପୋଲିସକୁ ବାନ୍ଧବୀ ଦେଇଥିବା ବୟାନକୁ ମିଛ ବୋଲି କହିଛନ୍ତି ପରିବାର ଲୋକ ।

ଶେଷ ଥର ପାଇଁ ବାନ୍ଧବୀ ଆଜେକ୍ସଙ୍କୁ ଭିଡିଓ କଲ୍‌ କରିଥିଲେ । ହେଲେ ଭିଡିଓ କଲ ଉଠାଇ ନଥିଲେ ଆଜେକ୍ସ । ଭିଡିଓ କଲ କରିବା ବେଳକୁ ଆଜେକ୍ସ ଆତ୍ମହତ୍ୟା କରିସାରିଥିବା ସନ୍ଦେହ କରୁଛି ପୋଲିସ । ଆଜି ଆଜେକ୍ସଙ୍କ ମୋବାଇଲ , ଲାପଟପ, ସୋସିଆଲ ମିଡିଆ ମେସେଜକୁ ସାଇବର ଟିମ୍‌ ତଦନ୍ତ କରିବ । ତଦନ୍ତ ଦିଗରୁ ଆଜେକ୍ସଙ୍କ କମ୍ପୁଟର ଓ ମେଲ ଆଇଡି ପାସୱାର୍ଡ ଚେଞ୍ଜ କରିଛି ପୋଲିସ ।

ସ୍ପେଶାଲ ସ୍କ୍ୱାଡ୍‌ ପଞ୍ଝାରେ ରାଜ୍ୟ ବାହାରର ଅପରାଧିକ ଗ୍ୟାଙ୍ଗ

ଭୁବନେଶ୍ୱର: ରାଜ୍ୟ ବାହାରେ ପ୍ଲାନ, ରାଜଧାନୀରେ ଅପରେସନ । ଭୁବନେଶ୍ୱରରେ ମାତିଛନ୍ତି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ। ଗତ 3 ମାସ ଧରି ଭୁବନେଶ୍ୱର ଅଞ୍ଚଳରେ ବୁଲି ବୁଲି କରୁଥିଲେ ଲୁଟ। ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ । ଗ୍ୟାଙ୍ଗର ସମସ୍ତ ସଦସ୍ୟ ରାଜ୍ୟ ବାହାରର । ଅଭିନବ ଢଙ୍ଗରେ କରୁଥିଲେ ଲୁଟ ।

ପ୍ରଥମେ ଘରକୁ ଘର ବୁଲି ରେକି କରିବେ, ତା ପରେ ମୁକ ବଧିର ସାର୍ଟିଫିକେଟ ନେଇ ସକାଳୁ ସକାଳୁ ଘର ଭିତରେ ପଶି ଚୋରି କରିବେ । ସକାଳୁ ଘରେ କେହି ନଥିବା ବେଳେ ଏମାନେ କରନ୍ତି ଟାର୍ଗେଟ୍ । ଯଦି କେହି ଦେଖୁଛନ୍ତି ମୁକ ବଧିର ସାର୍ଟିଫିକେଟ ଦେଖାଇ ଲୋକଙ୍କୁ ଭୂଆଁ ବୁଲାଇବାରେ ସକ୍ଷମ ହେଉଛନ୍ତି । କୌଣସି କେସ୍‌ ହିଷ୍ଟ୍ରି ନଥିବାରୁ ଏମାନଙ୍କୁ ଧରିବା କଷ୍ଟକର ହେଉଥିଲା ।

ଭୁବନେଶ୍ୱର ଓ କଟକରେ 12ଟି ସ୍ଥାନରେ ଏହି ଗ୍ୟାଙ୍ଗ ସକ୍ରୀୟ ରହି ଚୋରି କରୁଥିଲେ । 3 ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ବୟସ 35 ରୁ 50 ବର୍ଷ । ତାଙ୍କ ନିକଟରୁ 4ଟି ଲାପଟପ 7ଟି ମୋବାଇଲ ଫୋନ, ଚାର୍ଜର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଡିଭାଇସ ଜବତ ହୋଇଛି । ସକାଳୁ ଫୁଲ ତୋଳିବାକୁ ଯାଉଥିବା ଲୋକଙ୍କୁ ଏମାନେ କରନ୍ତି ଟାର୍ଗେଟ୍ ।

ଦୋଷୀ ସାବ୍ୟସ୍ତ ପରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ସୁରଟ: ମାନହାନି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ବେଲ । ଜାମିନ ପ୍ରଦାନ କରିଛନ୍ତି ସୁରଟ ଜିଲ୍ଲା କୋର୍ଟ। ମୋଦି ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ବୟାନ ମାମଲାରେ ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ମାମଲାରେ ରାହୁଲଙ୍କୁ ୨ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ । ସୁରଟ ଜିଲ୍ଲା କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି ରାହୁଲ । କୋର୍ଟଙ୍କ ଫଇସଲା ବିରୋଧରେ ଉପର କୋର୍ଟରେ ଅପିଲ ପାଇଁ ୩୦ଦିନ ସମୟ ଦିଆଯାଇଛି । ୨୦୧୯ରେ ମୋଦି ସାଙ୍ଗିଆକୁ ନେଇ ରାହୁଲ ବିବାଦୀୟ ବିବୃତ୍ତି ଦେଇଥିଲେ।

ରାହୁଲଙ୍କ ବୟାନକୁ ବିରୋଧରେ ବିଜେପି ନେତା ପୂର୍ଣ୍ଣେସ ମୋଦି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଇପିସି ଧାରା ୪୯୯ ଓ ୫୦୦ ଆଧାରରେ ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଜି ସୁରଟ କୋର୍ଟରେ ମାମଲାର ଶୁଣାଣି ଥିବା ବେଳେ ରାହୁଲ କୋର୍ଟରେ ଉପସ୍ଥିତ ରହିଥିଲେ । ରାହୁଲଙ୍କ ସହ ଗୁଜରାଟ କଂଗ୍ରେସର ବହୁ ବଡ଼ ନେତା ଉପସ୍ଥିତ ରହିଥିଲେ । କୋର୍ଟଙ୍କ ରାୟ ପରେ ମହାତ୍ମା ଗାନ୍ଧୀଙ୍କ ଏକ ବାଣୀକୁ ନିଜ ସୋସିଆଲ ମିଡିଆରେ ରାହୁଲ ପୋଷ୍ଟ କରିଛନ୍ତି।

ସତ୍ୟ ମୋର ଧର୍ମ । ଅହିଂସା ଏହାକୁ ପାଇବାର ରାସ୍ତା ବୋଲି ଟୁଇଟ କରିଛନ୍ତି ରାହୁଲ । ସେପଟେ କୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ରାହୁଲଙ୍କୁ ଚୁପ କରାଇବାକୁ ସରକାର କଳ, ବଳ କୌଶଳ ଲଗାଇ ଦେଇଛନ୍ତି । ମୋ ଭାଇ କେବେ ଡରିନାହାନ୍ତି, କି ଡରିବେ ନାହିଁ ବୋଲି ପ୍ରିୟଙ୍କା ଟୁଇଟ କରିଛନ୍ତି ।

ବିରୋଧୀ ଡ୍ରାମା କରୁଛନ୍ତି, ଆଲୋଚନାକୁ ଆସୁନାହାନ୍ତି

ଭୁବନେଶ୍ୱର: କଂଗ୍ରେସ ଓ ବିଜେପି ଓଡିଶାରେ ଭାଇ ଭାଇ ହୋଇ ମହାନଦୀ ପାଣି ଖାଇ ଗଲେ ବୋଲି ବିଧାୟକ ପ୍ରତାପ ଜେନା କହିଛନ୍ତି । ମହାନଦୀ ଆମ ଜୀବନ ଜୀବିକା । ଗତକାଲି ବିଜେଡ଼ି ମହାନଦୀ ସମସ୍ୟା କଥା ଗୃହରେ ଉଠାଇଥିଲା । ବାଚସ୍ପତି ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କୁ ବିବୃତ୍ତି ରଖିବା ପାଇଁ ରୁଲିଂ ଦେଇଛନ୍ତି । ଛତିଶଗଡ଼ର କଂଗ୍ରେସ ଏବଂ କେନ୍ଦ୍ରର ବିଜେପି ସରକାର ମହାନଦୀ ପାଇଁ ଓଡିଶାକୁ ଅଣଦେଖା କରିଛନ୍ତି ।

ବିରୋଧୀ ମାନେ ମୁଲତବୀ ପ୍ରସ୍ତାବ ଦେଲେ ଆଲୋଚନା ହୋଇପାରିବ । ବିଜେଡ଼ି ବି ଚାହୁଁଛି ମୁଲତବୀ ପ୍ରସ୍ତାବରେ ଆଲୋଚନା ହେଉ । ବିରୋଧୀ ଡ୍ରାମା କରୁଛନ୍ତି, ଆଲୋଚନାକୁ ଆସୁନାହାନ୍ତି । ଲୋକଙ୍କ ସମସ୍ୟା ପ୍ରଶ୍ନକାଳରେ ଆଲୋଚନା ହୋଇପାରୁନାହିଁ । ବିରୋଧୀ ମାନେ ନିଜ ମୁଖା ଲୁଚାଇବା ପାଇଁ ଏମିତି କରୁଛନ୍ତି । ବିଜେଡ଼ି ଚାହୁଁଛି ବିଧାନସଭା ଚାଲୁ ।

ମନମୋହନ ସାମଲ ରାଜ୍ୟ ବିଜେପି ମଙ୍ଗୁଆଳ

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ହେଲେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ  । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମନମୋହନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି  । ମନମହୋନ ସାମଲ ପୂର୍ବରୁ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବାବେଳେ ରାଜ୍ୟ ବିଜେପିର ସଭାପତି ମଧ୍ୟ ରହିଥିଲେ  । ନିକଟରେ ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ରାଷ୍ଟ୍ରୀୟ ସଭାପତି  । ଏବେ ସମୀରଙ୍କ ସ୍ଥାନରେ ମନମୋହନ ହେଲେ ରାଜ୍ୟ ବିଜେପି ମଙ୍ଗୁଆଳ  ।

 

ଦୋଷୀ ସାବ୍ୟସ୍ତ ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କୁ ଅଦାଲତି ଝଟକା  । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ।  ମାମଲା ସୁରଟ କୋର୍ଟରେ ଚାଲିଥିଲା ବେଳେ ଆଜିଥିଲା ଶୁଣାଣି  । ମାମଲାର ଶୁଣାଣି କରି ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁରଟ କୋର୍ଟ  ।  ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବିବୃତି ଦେଇଥିଲେ ରାହୁଲ  ।

ଯାହାକୁ ନେଇ ମାମଲା ପହଁଚିଥିଲା ଅଦାଲତରେ  ।  ୨୦୧୯ ନିର୍ବାଚନ ବେଳେ ଆପତ୍ତିଜନକ ବିବୃତ୍ତି ରଖିଥିଲେ ରାହୁଲ ଗାନ୍ଧୀ  । ସେପଟେ ଆଗକୁ ପୋଲିସ ରାହୁଲ ଗାନ୍ଧୀକୁ ଗିରଫ ମଧ୍ୟ କରିପାରେ  । ଆଇନଜୀବୀଙ୍କ କହିବା ମୁତାବକ ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୨ ବର୍ଷର ଜେଲ ଦଣ୍ଡ ରହିଥାଏ  । ତେଣୁ ଆଗକୁ ରାହୁଲ ଗାନ୍ଧୀ ଗିରଫ ହେଇଛନ୍ତି କି ନାହିଁ ତାହା ଦେଖିବାକୁ ବାକି  ।

ବିଧାନସଭା ଆରମ୍ଭରୁ ଗୃହରେ ହଙ୍ଗାମା, ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ହଙ୍ଗାମା । ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ । ଗୃହ ମଧ୍ୟ ଭାଗକୁ ଆସି ହଙ୍ଗାମା କଲେ ବିଜେପି ଓ କଂଗ୍ରେସ ସଦସ୍ୟ । ପ୍ରଶ୍ନକାଳ ବାତିଲ କରି ମହାନଦୀ ସମ୍ପର୍କରେ ଆଲୋଚନା ଦାବି କଲେ କଂଗ୍ରେସ ଓ ବିଜେପି । ବିରୋଧୀ ସଦସ୍ୟଙ୍କ ଏଭଳି ପ୍ରତିବାଦକୁ ବିରୋଧ କରିଥିଲା ବିଜେଡି । ବିଜେପି ଓ କଂଗ୍ରେସ ଭାଇ ଭାଇ ବୋଲି କହିଛି ବିଜେଡି । ଦୁଇ ଦଳ ମିଶି ଗୃହକୁ ଚଳାଇ ଦେଉନାହାନ୍ତି । ସେପଟେ ବାଚସ୍ପତି ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି ବି ନିଜ ଆସନକୁ ଯାଇନଥିଲେ । ଫଳରେ ଗୃହକୁ ମୁଲତବି କରିଥିଲେ ବାଚସ୍ପତି ।

୨୦୩୦ରେ 6G ସେବା, ଭିଜନ ଡକ୍ୟୁମେଣ୍ଟରେ ଉଲ୍ଲେଖ

ନନ୍ଦିଘୋଷ ବ୍ୟୁରୋ: ୨୦୩୦ ସୁଦ୍ଧା ଦେଶରେ ୬ଜି ସେବା  । ନିକଟରେ ୫ଜି ଟେଲିକମ୍ ସେବା ଆରମ୍ଭ ହୋଇଛି  । ଆଉ ୫ଜି ଲଞ୍ଚ ହେବାର ମାତ୍ର ଛଅ ମାସ ପରେ ଆଉ ଏକ ପିଢୀ ପାଇଁ କାମ ଆରମ୍ଭ ହୋଇଯାଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି ଭିଜନ ଡକ୍ୟୁମେଣ୍ଟ୍‌  । ଯେଉଁଥିରେ ଦେଶରେ ୨୦୩୦ ସୁଦ୍ଧା ୬ଜି ସେବା ଉପଲବ୍ଧ ହେବା ନେଇ ଉଲ୍ଲେଖ ରହିଛି । ଦେଶରେ ୬ଜି ପ୍ରଜୋକ୍ଟ ପାଇଁ ପାଣ୍ଠି, ଗବେଷଣା ଓ ପ୍ରଯୁକ୍ତି ମୂତୟନ ଲାଗି ଭାରତ ୬ଜି ପ୍ରକଳ୍ପ ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରକଳ୍ପର ଅଗ୍ରଗତି ଉପରେ ନଜର ରଖିବା ଲାଗି ସରକାର ଏକ ଶୀର୍ଷ ପରିଷଦ ଗଠନ କରିଛନ୍ତି  ।

ଦେଶକୁ ପ୍ରଯୁକ୍ତି ବିଦ୍ୟାରେ ଶସକ୍ତ କରିବା ଲକ୍ଷ୍ୟରେ ଜାରି ରହିଛି କାର୍ଯ୍ୟ  । ବିଶ୍ୱରେ ଭାରତକୁ ଅଗ୍ରଣୀ ଦେଶ ଭାବେ ଉଭା ହେବାକୁ ଭାରତ ଚାହୁଛି। ସେଥିପାଇଁ ଏହି ପ୍ରଯୁକ୍ତିରେ ଗବେ‌ଷଣାକୁ ବ୍ୟାପକ କରାଯାଇଛି। ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ୫ଜି ସେବା ଆରମ୍ଭ କରିବାର ଛଅ ମାସ ପରେ ଆମେ ୬ଜି କଥା କହୁଛୁ। ଏଥିରୁ ଭାରତର ବିଶ୍ବାସ ସ୍ତର କ’ଣ ତାହା ଜଣାପଡ଼ୁଛି। ୪ଜି ପୂର୍ବରୁ ଭାରତ ଟେଲିକମ୍ ପ୍ରଯୁକ୍ତିକୁ କେବଳ ବ୍ୟବହାର କରୁଥିଲା। ସେଗୁଡ଼ିକୁ ବାହାରୁ ମଗାଉଥିଲା। ଏବେ କିନ୍ତୁ ଟେଲିକମ୍ ପ୍ରଯୁକ୍ତିର ଏକ ବଡ଼ ରପ୍ତାନିକାରୀ ଭା‌ବେ ଭାରତ ଉଭା ହୋଇଛି । ୬ଜିକୁ ନେଇ ଭାରତ ପାଖରେ ୧୨୬ ପାଖାପାଖି ପେଟେଣ୍ଟ୍‌ ଥିବା କହିଛନ୍ତି ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିବା ଭିଜନ ଡକ୍ୟୁମେଣ୍ଟ୍‌ରେ ଉଲ୍ଲେଖ ରହିଛି ପ୍ରଯୁକ୍ତି ବିଦ୍ୟାର କାର୍ଯ୍ୟ ସମ୍ବନ୍ଧରେ  ।  ୬ଜି ଦେଶକୁ ସକ୍ଷମ ଶସକ୍ତ ଏବଂ ଟେକନିକରେ ବହୁତ ସହାୟକ ହେବ  । କହିବାକୁ ଗଲେ ୬ଜି ରିମୋଟ୍‌ରେ କାରଖାନା ଚଲାଇବା  । ସେଲ୍‌ଫ ଡ୍ରାଇଭିଂ କାର୍‌  ।  ସ୍ମାର୍ଟ ଓୟାରେବଲ୍‌ ଆଦିରେ ବ୍ୟବହାର କରିବାକୁ ଉଦ୍ୟମ କରାଯିବ। ଏମିତିକି ବିଶେଷ କରି ମେଡିକାଲ ସେକ୍ଟରରେ ବିଶେଷ ସହାୟକ ହେବ ୬ଜି ସେବା  । ଜଣେ ଜାକ୍ତର ଅନ୍ୟ ଦେଶରେ ରହି ମଧ୍ୟ ରୋବଟ ସାହାଯ୍ୟରେ ସଫଳ ଅସ୍ତ୍ରୋପ୍ରଚାର କରିପାରିବେ  । ଖୁବ ଶୀଘ୍ର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସକ୍ଷମ ହେବ  । ଅର୍ଥାତ ୬ଜି ସେବା ଗବେଷଣାରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ସେବା ପ୍ରଦାନକାରୀମାନଙ୍କୁ ସହାୟ ହେବ  ।

 

ବିମାନରେ ମଦ ପିଇ ତାମସା କଲେ, ଗିରଫ ହେଲେ

ମୁମ୍ବାଇ: ମଦ ପିଇ ବିମାନ ଭିତରେ ତାମସା କରି ଗିରଫ ହେଲେ ଦୁଇ ଯାତ୍ରୀ । ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନରେ ଦୁଇ ଜଣ ଯାତ୍ରୀ ମଦ ପାଇଲଟଙ୍କ ସମେତ ଅନ୍ୟ ଯାତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ପାଇଲଟ ତାଙ୍କୁ ମଦ ପିଇବାକୁ ମନା କରିବାକୁ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ପରେ ମୁମ୍ବାଇରେ ବିମାନ ଅବତରଣ କରିବା ପରେ ପୋଲିସ ଦୁଇ ଯାତ୍ରୀଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ କୋର୍ଟରୁ ଜାମିନ ମଧ୍ୟ ମିଳିଛି ।