spot_img
Home Blog Page 3413

ରାଜଧାନୀରେ ଧୁମଧାମରେ ପାଳିତ ହେଲା ଛେନାପୋଡ଼ ଦିବସ

ଭୁବନେଶ୍ୱର: ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ ମିଳିତ ଆନୁକୁଲ୍ୟରେ ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ଏ ଉତ୍ସବର ଉଦ୍ଦେଶ୍ୟ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍ ସିଂ ଓ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତି ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ଲେଖକ ତଥା ବିକାଶ ମଞ୍ଚର ଆବାହାତ ଶୁଭ୍ରାଂଶୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଏକ ଶ୍ରୁତିମଧୁର ’ଛେନାପୋଡ଼ ସଙ୍ଗୀତ’ର ଶ୍ରୋତାର୍ପଣ କରାଯାଇଛି । ଏହି ଗୀତକୁ ଶୁଭ୍ରାଂଶୁ ପଣ୍ଡା ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର । ଗୀତରେ ଛେନାପୋଡ଼ର ମହିମାମଣ୍ଡନ ସାଙ୍ଗକୁ ନୟାଗଡ଼ ଜିଲ୍ଲାର ଐତିହ୍ୟ, ପରମ୍ପରା, ସଂସ୍କୃତି, ପର୍ବପର୍ବାଣି ଓ ମହାପୁରୁଷମାନଙ୍କ ବାବଦରେ ବର୍ଣ୍ଣନା ରହିଛି । ଉତ୍ସବରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ବିଶିଷ୍ଟ ଛେନାପୋଡ଼ ବ୍ୟବସାୟୀ କାର୍ତ୍ତିକେଶ୍ୱର ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି ସଭାରେ ନୟାଗଡ଼ରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସିଥିବା ଛେନାପୋଡ଼, ମୁଗପୋଡ଼, ମୁଗମଣ୍ଡା ଓ ମୁଗ ପକୁଡ଼ି ଆଦି ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା । ଏସବୁ ପାଟି ସୁଆଦିଆ ଖାଦ୍ୟର ଆନନ୍ଦ ନେବା ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ଭିଡ଼ ଦେଖିବାକୁ ମିଳିଥିଲା । ଉତ୍ସବ ଶେଷରେ ପାଲା, ଦାସକାଠିଆ, ବାଘ ନାଚ, ଠକରା, ଖଞ୍ଜଣି, ପାରମ୍ପାରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯାଇଥିଲା ।

ଗୋମୂତ୍ର ପାନ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ, ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଗୋମୂତ୍ର ସିଧା ପାନ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆ ଥିବାରୁ ଏହାକୁ ସିଧା ପାନ କଲେ ବ୍ୟକ୍ତି ଅସୁସ୍ଥ ହୋଇପଡିବେ। ବରେଲିରେ ଥିବା ଆଇସିଏଆର-ଭାରତୀୟ ପ୍ରାଣୀ ଗବେଷଣା ଇନଷ୍ଟିଚ୍ୟୁଟ ଅନେକ ଗବେଷଣା ପରେ ଏହି ତଥ୍ୟ ପ୍ରକାଶ କରିଛି।

ଗବେଷଣାରୁ ଜଣାପଡିଛି, ଗାଈ, ବଳଦ, ଷଣ୍ଢ ଏବଂ ମଇଁଷି ମୂତ୍ରରେ ସର୍ବନିମ୍ନ ୧୪ଟି କ୍ଷତିକାରକ ଜୀବାଣୁ ଥାନ୍ତି। ଯାହା ସିଧା ମଣିଷର ପାକସ୍ଥଳୀକୁ ଗଲେ ସଂକ୍ରମଣ କରେ  । ତେଣୁ ସିଧାସଳଖ ଗୋମୂତ୍ର ପାନ କରିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ସଂସ୍ଥା କହିଛି। ମଇଁଷିର ମୂତ୍ର ସର୍ବାଧିକ କ୍ଷତିକାରକ ବୋଲି ଜଣାପଡିଛି।

ଗାଈ, ମଇଁଷି ଏବଂ ମଣିଷଙ୍କର ୭୩ଟି ନମୁନାକୁ ନେଇ ପରୀକ୍ଷା କରାଯାଇଥିଲା। ଏଥିରେ ମଇଁଷିର ମୂତ୍ରରୁ ସର୍ବାଧିକ ହାନିକାରକ ବ୍ୟାକ୍ଟେରିଆ ଥିବା ଦେଖିବାକୁ ମିଳିଥିଲା। ତେଣୁ ଗୋମୂତ୍ରକୁ ଔଷଧୀୟ ଭାବେ ପାନ କରିବାକୁ କୌଣସି ପରିସ୍ଥିତିରେ ପରାମର୍ଶ ଦେବାକୁ ସଂସ୍ଥା ମନା କରିଛି। ତେବେ ମୂତ୍ରର ପ୍ରକ୍ରିୟାକରଣ ପରେ ଏହାକୁ ପାନ କରିହେବ। କାରଣ ଏହା ଶରୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କର୍କଟ ଓ କୌଭିଡ ବିରୋଧରେ ଲଢିଥାଏ। ଏବେ ହୋଇଥିବା ଗବେଷଣାରେ ପ୍ରକ୍ରିୟାକରଣ ମୂତ୍ରକୁ ନମୁନା ଭାବେ ନିଆଯାଇନଥିଲା ବୋଲି କହିଛନ୍ତି ଆଇଭିଆରର ଜଣେ ପୂର୍ବତନ ନିର୍ଦ୍ଦେଶକ।

ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା, ସାରାଦେଶରେ ୯୬ ପ୍ରତିଶତ ବର୍ଷା ନେଇ IMDର ଆକଳନ

ନୂଆଦିଲ୍ଲୀ: ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା । ପ୍ରେସମିଟ୍ କରି ଏହି ଆଶ୍ବସ୍ତିକର ଖବର ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଚଳିତ ବର୍ଷ ସାରାଦେଶରେ ୯୬ ପ୍ରତିଶତ ବର୍ଷା ନେଇ ଆକଳନ କରାଯାଇଛି । ତେବେ ଉପଦ୍ବୀପ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିବ । ଏବେ ଲାନିନୋ ବର୍ଷ ଶେଷ ହେବା ପରେ ଏବେ ନ୍ୟୁଟ୍ରାଲ କଣ୍ଡିସନ ଚାଲିଛି ।

ମୌସୁମୀର ଦ୍ବିତୀୟାର୍ଦ୍ଧରେ ଏଲନିନୋ ପ୍ରଭାବ ରହିବ । ବର୍ଷାର ପରିମାଣ ପ୍ରଭାବିତ ହେବ ବୋଲି କହିଛନ୍ତି ଆଇଏମଡି ଡିଜି । ୯୬ରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ବାଭାବିକ ବର୍ଷା ବୋଲି କୁହାଯାଏ । ଏଥର ମଧ୍ୟ ପ୍ଲସ ମାଇନସ ୫ ପ୍ରତିଶତ ରହିବ । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପାଇଁ ପଜିଟିଭ କଣ୍ଡିସନ ରହିଛି ବୋଲି କହିଛନ୍ତି ଆଇଏମଡି ଡିଜି ।

କରୋନା ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର: କରୋନା ଟିକା ପାଇଁ କେନ୍ଦ୍ରକୁ ଚିଠି । ଏନେଇ ଚିଠି ଲେଖିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟର ଅନେକ ଜିଲ୍ଲାକୁ ସଂକ୍ରମଣ ବ୍ୟାପିଥିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅନ୍ୟପଟେ ଗତକାଲିଠୁ ସାରା ଦେଶରେ ଚାଲିଛି ଦୁଇ ଦିନିଆ ମକଡ୍ରିଲ୍ । ସଂକ୍ରମଣ ରୋକିବା ଲାଗି ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ୍, ମେଡିକାଲ ଷ୍ଟାଫ, ମେଡିସିନ ପ୍ରସ୍ତୁତ ରହିଛି କି ନାହିଁ ତାହାର ଯାଞ୍ଚ କରାଯାଇଛି । ଓଡ଼ିଶାରେ ବି କରାଯାଉଛି ମକଡ୍ରିଲ । ସମ୍ଭାବ୍ୟ ଲହରର ମୁକାବିଲା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ରେଷ୍ଟୋ ବାରରେ ଚାଲିଥିଲା ରାମାୟଣ ଭିଡ଼ିଓ, ୨ ଗିରଫ

ନୂଆଦିଲ୍ଲୀ: ରେଷ୍ଟୋ ବାରରେ ଜମିଥିଲା ରଙ୍ଗାରଙ୍ଗ ମାହୋଲ। ଖାଲି ଏତିକି ନୁହେଁ ବାର୍ ଭିତରେ ଚାଲିଥିଲା ଲୋକପ୍ରିୟ ଟିଭି ସିରିୟଲ୍ ରାମାୟଣର ଡବ୍ ଭିଡିଓ। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ  ଦୁଇ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହା ନୋଏଡାରେ ଅବସ୍ଥିତ ଲର୍ଡ ଅଫ୍ ଦି ଡ୍ରିଙ୍କ୍ସ ରେଷ୍ଟୋ- ବାର୍‌ ବୋଲି ଜଣାଯାଇଛି।

ଏହି ଭିଡିଓ ଭାଇରାଲ ହେବା ପରେ ଏହାଦ୍ୱାରା ଭାରତୀୟ ସଂସ୍କୃତିକୁ ଅପମାନିତ କରାଯାଉଥିବା ଅଭିଯୋଗ ହୋଇଛି। ଯାହାପରେ ପୋଲିସ ରେଷ୍ଟୁରାଣ୍ଟର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି। ସିରିଏଲର ଡବ ଭିଡିଓର ଏକ କ୍ଲିପରେ ପ୍ରଭୁ ରାମ ଏବଂ ରାବଣ ଚରିତ୍ର ଦେଖିବାକୁ ମିଳୁଥିବା ବେଳେ ବ୍ୟାକଡ୍ରପରେ ମଡର୍ଣ୍ଣ ମ୍ୟୁଜିକ ବାଜୁଥିଲା । ଏହି ଭିଡିଓ ଭାଇରାଲ ହେବା ପରେ କିଛି ଯୁବକ ଉକ୍ତ ବାର୍‌କୁ ଯାଇ ଭଙ୍ଗାରୁଜା କରିଥିବା ଜଣାଯାଇଛି।

https://twitter.com/DrAnuraagYadav/status/1645383895016415233?s=20

ଏହି ଘଟଣାରେ ବାର୍‌ ମାଲିକ ମନକ ଅଗ୍ରୱାଲ୍ ଏବଂ ମ୍ୟାନେଜର ଅଭିଷେକ ସୋନିଙ୍କୁ ଗିରଫ କରାଯାଇଥିବା ବେଳେ ଗୀତ ବଜାଉଥିବା ଡିଜେ ଅପରେଟର ଚେନ୍ନାଇରେ ଥିବା ନେଇ ଅତିରିକ୍ତ ଡେପୁଟି କମିଶନର (ନୋଏଡା) ଶକ୍ତି ଅବସ୍ତି ସୂଚନା ଦେଇଛନ୍ତି । ଏହି ମାମଲା ଭାରତୀୟ ପିଙ୍ଗଳ କୋଡର ଧାରା ୧୫୩ ଏ ଓ ୨୯୫ ଅଧିନରେ ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ।

 

ଆକାଶରୁ ଅଗ୍ନି ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ବରରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର:  ଆକାଶରୁ ଅଗ୍ନି ବର୍ଷା । ତତଲା ତାଓ୍ବାରେ ସିଝୁଛି ରାଜଧାନୀ । ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ଅନ୍ୟସ୍ଥାନରେ ବି ଅସହ୍ୟ ତାତି ଅନୁଭୂତ ହେଉଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଶୁଷ୍କ ବାୟୁ ସ୍ଥିତି ସଙ୍ଗୀନ କରିଛି । ଏପ୍ରିଲ ୧୪ରୁ ୨୦ ତାରିଖ ଯାଏ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପ୍ରିଲ ୧୫ ତାରିଖରୁ ମେ ଶେଷ ପର୍ଯ୍ୟନ୍ତ ତାପମାତ୍ରା ଅହେତୁକ ବୃଦ୍ଧି ହେବ ହେବ। ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି ।

ଆସନ୍ତା ୭ ଦିନ ଯାଏ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ଏବଂ କିଛି ଜିଲ୍ଲାକୁ ରେଡ୍ ମାର୍କ ଜାରି କରିଛି ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ରେଡ୍ ମାର୍କ ଜାରି କରାଯାଇଛି । ଭୁବନେଶ୍ବର ସମେତ ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ଚାନ୍ଦବାଲି, ହୀରାକୁଦ, ବାଲେଶ୍ବର, କେନ୍ଦୁଝର ଭଳି ସହରରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଛି । ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୩୮  ଡିଗ୍ରୀ , ଝାରସୁଗୁଡ଼ାରେ ୩୭.୬ ଡିଗ୍ରୀ, ଚାନ୍ଦବାଲିରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବାଲେଶ୍ୱରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୬.୨ ଡିଗ୍ରୀ, କେନ୍ଦୁଝରରେ ୩୫.୪ ଡିଗ୍ରୀ, ଗୋପାଳପୁରରେ ୩୪ ଡିଗ୍ରୀ, ପୁରୀରେ ୩୩.୮ ଡିଗ୍ରୀ ଓ ପାରାଦୀପର ତାପମାତ୍ରା ୩୨.୮ ଡିଗ୍ରୀ ରହିଛି ।

 

କେନ୍ଦ୍ରାପଡ଼ାରେ ହେବ ଦେଶର ସର୍ବବୃହତ ଷ୍ଟିଲ୍‌ ପ୍ଲାଣ୍ଟ: ପ୍ରତାପ ଦେବ

ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ବିଜନେସ୍‌ ମିଟକୁ ବଡ଼ ସଫଳତା ମିଳିଛି । କେନ୍ଦ୍ରାପଡ଼ାରେ ହେବ ଦେଶର ସର୍ବବୃହତ ଷ୍ଟିଲ୍‌ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ଓ ଟିମ୍, ନିପ୍ପନ ଷ୍ଟିଲ୍‌ ବୁଲି ଦେଖିଛନ୍ତି  l ୯ ଦିନ ଗସ୍ତର ସଫଳ ହୋଇଛି  l ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡରେ ଶିଳ୍ପାୟନ ଆଗକୁ ଯିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ଜାପାନ ଓଡ଼ିଶାର ବିଜିନେସ୍‌ ପାର୍ଟନର୍ ଥିବା ବେଳେ ମେଟାଲ ଶିଳ୍ପକୁ ଗୁରୁତ୍ବ ଦିଆଯାଇଛି ।

ଓଡ଼ିଶାରେ ୩୦ ନିୟୁତ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ହେବ l ସେମାନେ ପାୱାର ପ୍ଲାଣ୍ଟ ପାଇଁ ଗ୍ରୀନ ଆମୋନିଆ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି l ଜାପାନ ଓଡ଼ିଶାରେ ଜାହାଜ ପରିଚାଳନା ହବ୍‌ କରିବାକୁ ଆଗ୍ରହ ପ୍ରକାଶ କରିଛି । ଖୁବଶୀଘ୍ର ଜାପାନ ପ୍ରତିନିଧି ଦଳ ଓଡ଼ିଶା ଆସି କ୍ଷେତ୍ର ପରିଦର୍ଶନ କରିବେ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

 

ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି, କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ସମନ୍ବୟ ବୈଠକ

ପୁରୀ: ପାଖେଇ ଆସିଲାଣି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଜୁନ୍ ୨୦ ତାରିଖରେ ରଥର ଚଢ଼ି ମାଉସୀ ଘରକୁ ଯିବେ କାଳିଆ ସାଆନ୍ତ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ସାରିବାକୁ ଆଜି ବସିବ ପ୍ରଥମ ରଥ ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧକ୍ଷତାରେ ପୌରସଦନରେ ଏହି ବୈଠକ ଅନୁଷ୍ଠିତ ହେବ ।

ବିଗତ ବର୍ଷର ତ୍ରୁଟି ବିଚ୍ୟୁତିର କିଭଳି ପୁନରାବୃତ୍ତି ନହେବ ସେନେଇ ଗୁରୁତ୍ବ ଦିଆଯିବ । ମୁଖ୍ୟତଃ ସମସ୍ତ ବିଭାଗରେ ସମନ୍ବୟ, ପ୍ରଚଣ୍ଡ ରୌଦ୍ରତାପକୁ ନଜରରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ନିରବଛିନ୍ନ ବିଦ୍ୟୁତ ବ୍ୟବସ୍ଥା କରାଯିବ । ସେହିପରି ନାଳ ସଫେଇ, ରାସ୍ତାଘାଟ ମରାମତି, ଅସୁରକ୍ଷିତ କୋଠା ଚିହ୍ନଟ, ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା ।

କରୋନା ସଂକ୍ରମଣ ବଢିଲେ କେମିତି ହେବ ମୁକାବିଲା, ଚାଲିଛି ମକଡ୍ରିଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢିଲେ କେମିତି ହେବ ମୁକାବିଲା । କେତେ ପ୍ରସ୍ତୁତ ଅଛି ଭିତ୍ତିଭୂମି । ଗତକାଲିଠୁ ସାରା ଦେଶରେ ଚାଲିଛି ଦୁଇଦିନିଆ ମକଡ୍ରିଲ୍  । ସଂକ୍ରମଣ ରୋକିବା ଲାଗି ହେଉଛି ବ୍ଲୁପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ, ମେଡିକାଲ ଷ୍ଟାଫ, ମେଡିସିନ ଆଦି ପ୍ରସ୍ତୁତ ରହିଛି କି ନାହିଁ ତାହାର କରାଯାଇଛି ଯାଞ୍ଚ।

ଓଡିଶାରେ ବି କରାଯାଉଛି ମକଡ୍ରିଲ। ସମ୍ଭାବ୍ୟ ଲହରର ମୁକାବିଲା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି। ଅଧିକାଂଶ ସଂକ୍ରମିତ ହୋମ ଆଇସୋଲେସନରେ ରହିଛନ୍ତି। ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

କଟକ ଏସସିବି ମେଡିକାଲ କଲେଜରେ ଖୋଲାଯାଇଛି ସ୍ବତନ୍ତ୍ର ଓ୍ବାର୍ଡ। ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଛି କୋଭିଡ ହସ୍ପିଟାଲ । ୨୦ଟି ବେଡ ଓ ୨ଟି ଆଇସିୟୁ ରଖାଯାଇଛି ପ୍ରସ୍ତୁତ । ଭିଡିଆରଏଲ ସଂଖ୍ୟା ଦେଢ଼ ହଜାରକୁ ବୃଦ୍ଧି କରାଯାଇଛି । ପର୍ଯ୍ୟାପ୍ତ ମେଡିସିନ ବି ମହଜୁଦ ରଖାଯାଇଛି  ।

ପୁରୁଣା ଭୁବନେଶ୍ୱରରେ ଖେଳିଲା ଆତଙ୍କ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ବରରେ ଖେଳିଲା ଆତଙ୍କ । କପିଳେଶ୍ବର ଅଞ୍ଚଳରେ ବୁଲିଲା ଖଣ୍ଡା । ସରୋଜ ତ୍ରିପାଠୀ ନାମକ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ସରୋଜଙ୍କ ଘର କପିଳେଶ୍ୱର ଭିମକୁଣ୍ଡ ମନ୍ଦିର ନିକଟରେ । ଆଜି ସକାଳ ସାଢ଼େ ୭ଟାରେ ସର୍ବ ସମ୍ମୁଖରେ ଘଟିଛି ଏଭଳି ଘଟଣା । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସରୋଜ । ପୂର୍ବ ଶତ୍ରୁତାରୁ ସରୋଜଙ୍କୁ ଖଣ୍ଡାରେ ହଣାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।