ସାମ୍ନାକୁ ଆସିଲା ଅତିକର ପୁଅ ଅସଦର ମାର୍କସିଟ୍, କେଉଁଥିରେ ରଖିଛି କେତେ ମାର୍କ ଜାଣନ୍ତୁ…

ପ୍ରୟାଗରାଜ: ସାମ୍ନାକୁ ଆସିଲା ମାଫିଆ ଡନ୍ ଅତିକ ଅହମ୍ମଦର ପୁଅ ଅସଦ ଅହମ୍ମଦର ସ୍କୁଲ ମାର୍କସିଟ । ସ୍କୁଲ ପରୀକ୍ଷାରେ କେଉଁଥିରେ କେତେ ମାର୍କ ରଖିଥିଲା ଅସଦ ସବୁ ଏବେ ସାମ୍ନାକୁ ଆସିଛି ।

ଆପଣ ଅସଦର ମାର୍କକୁ ଦେଖିଲେ ଜାଣିପାରିବେ ଯେ, ଡନର ପୁଅ ସତରେ ଡନ୍ ଭଳି ହିଁ ଥିଲା । ଅତିକ ପାଖରେ ଖୁବ୍ ପଇସା ଥିଲା । ସେ ଚାହିଁଥିଲେ ପୁଅକୁ ପଢ଼ାଇ ପାରିଥାନ୍ତା କିନ୍ତୁ ସେ ଏପରି ନ କରି ପୁଅକୁ ନିଜ ଭଳି ହିଁ କରିଥିଲା । ଅତିକ ଅହମ୍ମଦ ଏବଂ ସାହିସ୍ଥା ପରବୀନର ୫ ଜଣ ପୁଅ ପ୍ରୟାଗରାଜର ସବୁଠୁ ଭଲ ସ୍କୁଲ ଏବଂ କଲେଜରେ ପଢ଼ୁଥିଲେ । ଅସଦକୁ ଏନକାଉଣ୍ଟର ପରେ ପୋଲିସ ପୂରା ପରିବାରର ସବୁ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲା । ଏହାରି ଭିତରେ ଅସଦର ମାଟ୍ରିକ୍ ସାର୍ଟିଫିକେଟ ପୋଲିସ୍ ହାତରେ ଲାଗିଥିଲା ।

ଅସଦର ମାର୍କସିଟ ଦେଖିଲେ ଏପରି ଲାଗୁଛି ଯେ, ତାକୁ ପାଠ ପ୍ରତି ବିଲକୁଲ ରୁଚି ନଥିଲା । ଦଶମ ଶ୍ରେଣୀରେ ସେ ମୋଟ ୭ଶହରୁ ୧୭୫ ମାର୍କ ଆଣିଥିଲା । ସେ ସବୁ ବିଷୟରେ ଫେଲ ଥିଲା । ଇଂରାଜୀରେ ସେ ୨୮ ମାର୍କ । ହିନ୍ଦୀରେ ୨୧.୫, ଗଣିତରେ ୧୯ ମାର୍କ ଆଣିଥିଲା ।

ସେ କେବେ ବି ଠିକ୍ ସମୟରେ ସ୍କୁଲ ଆସୁ ନଥିଲା । ତାକୁ ସମୟାନୁବର୍ତ୍ତିତାରେ ଡି ଗ୍ରେଡ ମିଳିଛି । ସଫା ପୋଷାକ ପିନ୍ଧିବାରେ ବି ଗ୍ରେଡ ମିଳିଛି ।

ସୂଚନା ଅନୁସାରେ ସେ କଲେଜରେ ଶିକ୍ଷକଙ୍କ ସହ ମାଡ଼ପିଟ ବି କରିଛି । ଏ ନେଇ ଭୟରେ କେହି ପୋଲିସରେ ରିପୋର୍ଟ କରିନାହାନ୍ତି । ଏଥିରୁ ଜଣାପଡ଼ୁଛି ପୁଅ ସ୍କୁଲ କଲେଜ ବେଳୁ ବାପା ଚାଲୁଥିବା ବାଟରେ ପାଦ ଦେଇସାରିଥିଲା ।