ଦୋଷୀ ସାବ୍ୟସ୍ତ ପରେ ବିଏସପି ସାଂସଦ ଅଫଜଲ ଅନସାରୀଙ୍କ ସଦସ୍ୟ ପଦ ରଦ୍ଦ

1 min read

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି ସାଂସଦ ଅଫଜଲ ଅନସାରୀଙ୍କ ସଦସ୍ୟ ପଦ ରଦ୍ଦ । ଏକ ହତ୍ୟା ଓ ଅପହରଣ ମାମଲାରେ ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଅଫଜଲ ଅନସାରୀ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ସଦସ୍ୟ ପଦ ରଦ୍ଦ ହୋଇଛି । ଏକ ଏମପି-ଏମଏଲଏ କୋର୍ଟ ସାଂସଦ ଅଫଜଲ ଅନସାରୀଙ୍କୁ ୪ ବର୍ଷ କାରାବାସ ଶୁଣାଇଥିଲେ । ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ଏବଂ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟା କିଡନାପ ପରେ ମୁଖତାର ଅନସାରୀ ଓ ଭାଇ ଅଫଜଲ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ ଲାଗିଥିଲା । ପୂର୍ବରୁ ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାରଙ୍କୁ ଗାଜିପୁର ଏମପି/ଏମଏଲଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । କୋର୍ଟ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ବସାଇଥିଲେ । ୨୦୦୫ରେ ଗାଜିପୁରରେ କ୍ରିଷ୍ଣାନନ୍ଦଙ୍କୁ ମୁଖତାର ଓ ଆଫଜଲ ହତ୍ୟା କରିବା ନେଇ ଅଭିଯୋଗ ହୋଇଥିଲା ।