ଛାଡ଼ପତ୍ର ପରେ ଖୁସିରେ କଲେ ଫଟୋସୁଟ, ଭାଇରାଲ ହେଲା ଫଟୋ

1 min read

ନୂଆଦିଲ୍ଲୀ: ସମସ୍ତେ ପ୍ରି ଓ୍ବେଡିଂ ସୁଟ୍, ଭିଡିଓ ସୁଟ୍ ଏବଂ ମାଟରନିଟି ଫଟୋ ସୁଟ୍ କରିଥାନ୍ତି । କିନ୍ତୁ ଆପଣ କାହାକୁ ଛାଡ଼ପତ୍ର ଫଟୋସୁଟ୍ କରିଥିବା ଦେଖିଛନ୍ତି କି? ଏବେ ଜଣେ ମହିଳା ଏବେ ଡାଇଭୋର୍ସ ଫଟୋସୁଟ କରି ଚର୍ଚ୍ଚାକୁ ଆସିଛନ୍ତି ।

ଛାଡ଼ପତ୍ର ପରେ ମିଳିଥିବା ଖୁସିକୁ ସେ ଏମିତି ଫଟୋ ସୁଟ କରି ମନାଇଛନ୍ତି । ଫଟୋରେ ଦେଖାଯାଉଛି ମହିଳାଜଣଙ୍କ ବହୁତ ଖୁସି ଅଛନ୍ତି । ରେଡ ଗାଉନରେ ସେ ସୁନ୍ଦର ବି ଲାଗୁଛନ୍ତି । ମହିଳାଙ୍କର ଡାଇଭୋର୍ସ ଫଟୋସୁଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ ମହିଳା ଜଣଙ୍କ ପୂର୍ବତନ ସ୍ବାମୀଙ୍କ ଫଟୋକୁ ଚିରୁ ଥିବାର ମଧ୍ୟ ଦେଖାଯାଉଛି । ଗୋଟିଏ ହାତରେ ମଦ ବୋତଲ ଧରି ଫଟୋ ସୁଟ କରିଥିବା ମଧ୍ୟ ଦେଖାଯାଇଛି ।

ଛାଡପତ୍ର ପରେ ସେ ଲେଖିଛନ୍ତି ମୋ ପାଖରେ ୯୯ଟି ଅସୁବିଧା ଅଛି କିନ୍ତୁ ସ୍ବାମୀ ନାହାନ୍ତି । କେବଳ ଏହି ମହିଳା ନୁହଁନ୍ତି ଆମେରିକାର ଜଣେ ମହିଳା ମଧ୍ୟ ଛାଡପତ୍ର ପରେ ଖୁସିରେ ଫଟୋସୁଟ କରିଥିଲେ । ମହିଳା ଜଣଙ୍କ ବାହାଘରରେ ପିନ୍ଧିଥିବା ପୋଷାକକୁ ଜଳାଇ ଦେଇଥିଲେ ।

ଏଠାରେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ, ଆଜି ଛାଡ଼ପତ୍ର ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଯଦି ପତି ପତ୍ନୀଙ୍କ ଭିତରେ ସମାଧାନର କୌଣସି ବିକଳ୍ପ ନଥିବ ତାହାଲେ ତତ୍କାଳ ଛାଡ଼ପତ୍ର ହୋଇପାରିବ । କୋର୍ଟ ସୋମବାର କହିଛନ୍ତି ଯେ ଯଦି ପତି-ପତ୍ନୀଙ୍କ ସମ୍ପର୍କ ଭାଙ୍ଗିଯାଇଛି ଏବଂ ସମାଧାନର କୌଣସି ବାଟ ନାହିଁ ତେବେ ସେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪୨ ଆଧାରରେ ବିନା ଫ୍ୟାମିଲି କୋର୍ଟ ପଠାଇ ଛାଡପତ୍ର ମଞ୍ଜୁର କରିପାରିବେ । ଏଥିନେଇ ନ୍ୟାୟିକ ପ୍ରକ୍ରିୟା ପାଇଁ ୬ ମାସ ପାଇଁ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନାହିଁ ।