spot_img
Home Blog Page 3393

ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ପୂରା ପରିବାର, ମୁଣ୍ଡ ଉପରେ ୪ ଝିଅଙ୍କ ବୋଝ

ବଲାଙ୍ଗିର: ୮ ମାସ ତଳେ ବେଶ ହସଖୁସିରେ ଚଳୁଥିଲା ପରିବାର । ହେଲେ ବିଧିର ବିଧାନ ଥିଲା ଅଲଗା । ସ୍ବାମୀର ମୃତ୍ୟୁ ପରେ ଏବେ ମୁଣ୍ଡ ଉପରେ ୪ ଝିଅଙ୍କ ବୋଝ । ପରିବାର ପ୍ରତିପୋଷଣ କରିବାକୁ ପୁଷ୍ପାଞ୍ଜଳି କରୁଛନ୍ତି ଅହରହ ଉଦ୍ୟମ । ଘରର ମୁରୁବି ଚାଲିଯିବା ପରେ ଏବେ ୪ ଛୁଆଙ୍କ ମୁହଁରେ ଆହାର ଦେବାକୁ ପାଖରେ ଟଙ୍କାଟିଏ ନାହିଁ । ଦୈନିକ ମଜୁରି ଲାଗିଲେ ପରିବାର ଚଳିବ । ଏଭଳି ସ୍ଥିତିରେ କେମିତି ପିଲାମାନେ ପାଠ ପଢ଼ିବେ ତାଙ୍କୁ ନେଇ ଚିନ୍ତାରେ ପୁଷ୍ପାଞ୍ଜଳି ।

ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ପୂରା ପରିବାର । ହସଖୁସି ଜୀବନ ଭିତରେ ଘୋଟିଆସିଛି କଳାଦବାଲ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବାହାବଲ ଗାଁର ପୁଷ୍ପାଞ୍ଜଳି ବାଗ । ୪ ଝିଅଙ୍କ ସହ ସୁରୁଖୁରୁରେ ଦିନ ବିତୁଥିଲା । ହେଲେ ଗତ କିଛି ମାସ ତଳେ ହଠାତ ପ୍ରାଣ ହରାଇଥିଲେ ନରହରି । ସେବେଠୁ ବଦଳିଛି ପୁଷ୍ପାଞ୍ଜଳିଙ୍କ ଭାଗ୍ୟ । ଘରର ମୁରୁବି ଚାଲିଯିବା ପରେ ଏବେ ୪ ଛୁଆଙ୍କ ମୁହଁରେ ଆହାର ଦେବାକୁ ପାଖରେ ଟଙ୍କାଟିଏ ନାହିଁ । ଦୈନିକ ମଜୁରି ଲାଗିଲେ ପରିବାର ଚଳିବ । ଏଭଳି ସ୍ଥିତିରେ କେମିତି ପିଲାମାନେ ପାଠ ପଢ଼ିବେ ତାଙ୍କୁ ନେଇ ଚିନ୍ତାରେ ପୁଷ୍ପାଞ୍ଜଳି ।

୫ଜଣଙ୍କୁ ୨୫ କେଜି ଚାଉଳ ମିଳୁଥିବା ବେଳେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ କୌଣସି ସହାୟତା ପାଇପାରିନାହାଁନ୍ତି ପୁଷ୍ପାଞ୍ଜଳି । ପଞ୍ଚାୟତର କୌଣସି ଅସ୍ଥାୟୀ କାମରେ ନିଯୁକ୍ତି କିମ୍ବା ବିଧବା ଭତ୍ତା କରିବାକୁ ପ୍ରଶାସନ ପାଖରେ ଦ୍ବାରସ୍ଥ ହୋଇଥିଲେ ବି ମିଳିନି କୌଣସି ସୁଫଳ । ୪ ଝିଅଙ୍କ ପାଠପଢା ସୁବିଧା ସାଙ୍ଗକୁ ରେଡକ୍ରସ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ସେପେଟେ ବଙ୍ଗୋମୁଣ୍ଡା ବିଡିଓ କହିଛନ୍ତି ଖୁବଶୀଘ୍ର ତାଙ୍କୁ ବିଧବା ଭତ୍ତା ପ୍ରଦାନ କରାଯିବ । ଏଥିସହ ପରିବାରକୁ ଭେଟି ଝିଅଙ୍କୁ ବାହାରେ ପଢାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଡିଓ ।

 

TPCODLରେ ଚାକିରି କରାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: TPCODLରେ ଚାକିରି କରାଇବା ନାଁ ରେ ଲକ୍ଷାଧିକ ଠକେଇ । ଅଭିଯୁକ୍ତ ଚନ୍ଦ୍ରଶେଖର ପ୍ରଧାନକୁ ଗିରଫ କଲା ସହିଦନଗର ଥାନା ପୋଲିସ । TPCODL ପକ୍ଷରୁ ଚନ୍ଦ୍ରଶେଖରଙ୍କ ନାଁରେ ଅଭିଯୋଗ ହୋଇଥିଲା । ଘଟଣଶର ତଦନ୍ତ କରି ଆଜି ଚନ୍ଦ୍ରଶେଖରଙ୍କୁ ଗିରଫ କରିଛି ପୋଲିସ ।ସଂସ୍ଥାର ଲେଟରପ୍ୟାଡ଼ , ଷ୍ଟାମ୍ପ ଓ ଅନ୍ୟ କାଗଜପତ୍ର ନକଲ କରି ଠକେଇ କରିଥିଲା ଚନ୍ଦ୍ରଶେଖର । ଏହି ସବୁ ମାଧ୍ୟରେ ୮ ଜଣଙ୍କୁ ଚାକିରି ଦେବାକୁ କହି ଠକିଥିଲା ଅଭିଯୁକ୍ତ ଚନ୍ଦ୍ରଶେଖର ।

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ, ଗୃହମନ୍ତ୍ରଣାଳୟ ଜାରି କରିବ ଏସଓପି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ମାଫିଆ ଡନ୍ ଅତିକ୍ ଅହମଦ ଏବଂ ତାର ଭାଇ ଅସରଫର ହତ୍ୟା ଘଟଣା ପରେ ଗୃହମନ୍ତ୍ରଣାଳାୟ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଗୃହ ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜର ଅର୍ଥାତ ଏସଓପି ପ୍ରସ୍ତୁତ କରିବା ନେଇ ନିଷ୍ପତ୍ତି ନେଇଛି । ପ୍ରକାଶଥାଉକି, ଅତିକ ଏବଂ ଅସରଫର ହତ୍ୟା କରିଥିବା ଆକ୍ରମଣକାରୀ ସାମ୍ବାଦିକ ବେଶ ଧରି ମିଡିଆକର୍ମୀଙ୍କ ମଧ୍ୟରେ ପ୍ରବେଶ କରିଥିଲେ ଏବଂ ସୁଯୋଗ ଦେଖି ଘଟଣାକୁ ରୂପ ଦେଇଥିଲେ ।

ଏସଓପି ଆଧାରରେ ମିଡିଆ କଭରେଜ ସମୟରେ ସାମ୍ବାଦିକଙ୍କୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦିଆଯିବ ଏବଂ କିଛି ସରୁକ୍ଷାର ଏପରି ମାପଦଣ୍ଡ ହେବ, ଯାହାକୁ ସେମାନଙ୍କୁ ପାଳନ କରିବାକୁ ହେବ । ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ପାଇଁ ହେବ ।

ସୂଚନା ମୁତାବକ ଗୃହ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏସଓପି ପ୍ରସ୍ତୁତ କରିବ । ପ୍ରୟାଗରାଜରେ ସାମ୍ବାଦିକ ବେଶରେ ଆସି ତିନି ଆକ୍ରମଣକାରୀ ଅତିକ ଏବଂ ତାର ବାଇ ଅସରଫକୁ ହତ୍ୟା କରିବା ପରେ ଏହି ପଦକ୍ଷେପ ଉଠାଯାଉଛି । ଅତିକ ଏବଂ ଅସରଫକୁ ଶନିବାର ରାତିରେ ସେ ସମୟରେ ହତ୍ୟା କରାଯାଇଥିଲା ଯେବେ ସେମାନେ ଗଣମାଧ୍ୟମକୁ ବୟାନ ଦେଉଥିଲେ । ଅତିକ ଏବଂ ଭାଇ ଅସରଫର ହତ୍ୟା ପରେ ସାରା ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି । ଏଥିସହିତ ପୋଲିସ ଏବଂ ପ୍ରଶାସନ ହାଇଆଲର୍ଟରେ ରହିଛନ୍ତି ।

ସ୍ତ୍ରୀ ଓ ସହଯୋଗୀଙ୍କ ସହ ମିଶି ମାଆକୁ ପିଟିପିଟି ହତ୍ୟା କଲା ସୈତାନ ପୁଅ

କନ୍ଧମାଳ: ମାଆକୁ ମାରିଦେଲା ସୈତାନ ପୁଅ । ସ୍ତ୍ରୀ ଓ ୩ ସହଯୋଗୀଙ୍କ ସହ ମିଶି ବିଚ୍ ରାସ୍ତାରେ ମାଆକୁ ପିଟିପିଟି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପାଙ୍ଗାଲିର କାଜୁରୀପାଙ୍ଗାରେ ଏହି ଅଭାବନୀୟ ଘଟଣା ଘଟିଛି । ଦାରିଙ୍ଗବାଡ଼ି ଥାନାରେ ମାମଲା ରୁଜୁ ପରେ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ସୂଚନା ଅନୁସାରେ, ପୁଅ ସୁନାମ ପରିଛା ଓ ବୋହୂ ଲିନାଙ୍କ ଯାଆଁଳା ଝିଅ ଜନ୍ମ ହେବାରୁ ଗୋଟିଏ ଝିଅକୁ ବାପା ଲକପାତି ଓ ମାଆ ପୁଷ୍ପାଞ୍ଜଳିଙ୍କ ପାଖରେ ଛାଡ଼ି ଗୋଟିଏ ଝିଅକୁ ନିଜେ ରଖିଥିଲେ ।

ହେଲେ ହଠାତ୍ ମାଆଠାରୁ ଝିଅକୁ ଆଣିବା ଉଦ୍ୟମ ବେଳେ ଝିଅ ଜେଜେମା ପୁଷ୍ପାଞ୍ଜଳିଙ୍କୁ ଛାଡ଼ି ଯିବାରୁ ରାଜି ହୋଇନଥିଲା । ଜେଜେମାଆ ପୁଷ୍ପାଞ୍ଜଳି ମଧ୍ୟ ବିରୋଧ କରିଥିଲେ । ଝିଅକୁ ପିଟିବା ସହ ମାଆ ପୁଷ୍ପାଞ୍ଜଳିଙ୍କୁ ପୁଅ, ବୋହୂ ଓ ୩ ସହଯୋଗୀ ଘରୁ ଘୋଷାଡ଼ି ଆଣି ଦାଣ୍ଡରେ ପ୍ରବଳ ପିଟିଥିଲେ । ପ୍ରବଳ ମାଡ଼ରେ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହୋଇଛି । ହତ୍ୟାକାରୀ ପୁଅ ସୁନାମ, ବୋହୂ ଲିନା, ଅନିଲ ମନ୍ତ୍ରୀ , ଚନ୍ଦ୍ରମା ମନ୍ତ୍ରୀ ଓ ରନି ମନ୍ତ୍ରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ମନଗଢ଼ା କାହାଣୀ କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛି ବିଜେପି: ଇପସିତା ସାହୁ

 ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ବିଜେପିକୁ ଚାର୍ଗେଟ କଲେ ବିଜେଡି ମୁଖପାତ୍ର ଇପସିତା ସାହୁ । କହିଲେ ମନଗଢ଼ା କାହାଣୀ କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛି ବିଜେପି ।  ଓଡ଼ିଶା ବାସୀଙ୍କ ବିକାଶ ବିରୋଧରେ ଷଡ଼ଯନ୍ତ୍ର କରିଥିଲା ବିଜେପି । ପୂର୍ବରୁ ୧୫ ଲକ୍ଷ ଘର ଆବଶ୍ୟକ ଥିଲା । ହେଲେ ବିଜେପି ନେତାମାନେ ଚାପ ପକାଇ ଘର ବନ୍ଦ କରିଦେଇଥିଲେ । ଦୀର୍ଘଦିନ ହେବ ଓଡ଼ିଶାବାସୀଙ୍କୁ ଘର ମିଳିନଥିଲା । ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ଏବଂ ଚାପ ବଳରେ ମାତ୍ର ୮ ଲକ୍ଷ ଘର ମିଳିଥିଲା । ବର୍ତ୍ତମାନ ଓଡ଼ିଶାବାସୀଙ୍କ ପ୍ରଶ୍ନ ବାକି ୭ ଲକ୍ଷ ଲୋକଙ୍କୁ କେବେ ଘର ମିଳିବ ।

ପୃଥ୍ୱୀରାଜ ହରିଚନ୍ଦନ ପ୍ରେସବାର୍ତ୍ତା କରିବା ପୂର୍ବରୁ ତାଙ୍କ ସାଂସଦମାନଙ୍କ ଜରିଆରେ ଓଡ଼ିଶାବାସୀଙ୍କୁ କ୍ଷମାମାଗିବାର ଥିଲା । ବିଜେପି ନେତାମାନେ ମିଥ୍ୟା ଓ କପଳକଳ୍ପିତ ବୟାନବାଜୀ କରରୁଛନ୍ତି । ପୃଥ୍ୱୀରାଜ ହରିଚନ୍ଦନ ପ୍ରେସବାର୍ତ୍ତା ମାଧ୍ୟମରେ ମନଗଢ଼ା କାହାଣୀ ଓ ଭିତ୍ତୀହିନ ବୟାନବାଜୀ କରିଛନ୍ତି । ବିଜେପିର ଓଡ଼ିଶା ବିରୋଧୀ ମନୋଭାବ ସ୍ପଷ୍ଟ । ଓଡ଼ିଶା ବିରୋଧରେ ବିଜେପି ଷଡ଼ଯନ୍ତ୍ର କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ବିଜେପି ସାଂସଦମାନେ ଓଡିଶା ବିରୋଧୀ ଭୂମିକା ନେଲେ ।

ଓଡିଶାବାସୀଙ୍କୁ ମିଳିଲାନି ପ୍ରଧାନମନ୍ତ୍ରୀ ଆବାସ । ବିଜେଡି ସାଂସଦଙ୍କ ଚାପ ଯୋଗୁ ମିଳିଲା ୮ ଲକ୍ଷ ଘର । ୧୫ ଲକ୍ଷ ଘରରୁ ଅବଶିଷ୍ଟ ପରିବାର କ’ଣ କରିବେ । ମିଥ୍ୟା, ଭିତ୍ତିହୀନ, କପୋଳକଳ୍ପିତ ଅଭିଯୋଗ କରୁଛନ୍ତି । ବିଜେପି ନେତାମାନେ ଓଡିଶାବାସୀ ବିରୋଧରେ କରୁଛନ୍ତି ଷଡ଼ଯନ୍ତ୍ର । ୩୦ଟି ଜିଲ୍ଲା ପରିଷଦରେ ବିଜେପି ଏଥିଲାଗି ହାରିଲା । ସାଢ଼େ ଚାରିକୋଟି ଲୋକ ଜାଣିଛନ୍ତି ବିଜେପି ଓଡ଼ିଶା ବିରୋଧୀ । ରାଜ୍ୟବାସୀ ବିଜେପିକୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଇପସିତା ସାହୁ ।

ବିଜେବି କଲେଜର ଇଣ୍ଟିଗ୍ରେଟେଡ MBA ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସୂଚନା । ବିଜେବି କଲେଜରେ ଇଣ୍ଟିଗ୍ରେଟେଡ MBA ପଢ଼ୁଥିବା ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଆହତ ହୋଇଥିବା ଛାତ୍ର ହେଉଛନ୍ତି ଶାଶ୍ୱତ ପଣ୍ଡା । ଏହି ଘଟଣା ବଡ଼ଗଡ଼ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଓ ଆଉ ଜଣେ ଅଣଛାତ୍ର ରହିଥିବା ସୂଚନା ମିଳିଛି ।

ସୁଦାନରେ ଆର୍ମି ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ତୀବ୍ର ସଂଘର୍ଷ, ଜଣେ ଭାରତୀୟଙ୍କ ସମେତ ୫୬ ମୃତ

ନୂଆଦିଲ୍ଲୀ: ଅଶାନ୍ତ ସୁଦାନ । ଆର୍ମି ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ସଂଘର୍ଷ ତୀବ୍ର ଆକାର ଧାରଣ କରିଛି । ହିଂସାରେ ୫୬ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଡାଲ ଗ୍ରୁପ କମ୍ପାନୀରେ କାର୍ଯ୍ୟରତ ଆଲବର୍ଟ ଅଗଷ୍ଟାଇନ । ଖାର୍ଟୁମରେ ସବୁଠାରୁ ତୀବ୍ର ଆକାର ଧାରଣ କରିଛି ହିଂସା । ସୁଦାନରୁ ସାଉଦି ଆରବ ଅଭିମୁଖେ ଯିବା ଲାଗି ଉଡାଣ ଆରମ୍ଭ କରିଥିବା ଏୟାରବସ୍ ଏ୩୩୦ ଉପରେ ବି ହୋଇଛି ଆକ୍ରମଣ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛନ୍ତି ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର । ସେପଟେ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ସୁଦାନ ଅଭିମୁଖୀ ବିମାନଗୁଡିକୁ ଫେରାଇ ନିଆଯାଇଛି ।

ବିଶ୍ବର ସବୁଠାରୁ ଦରିଦ୍ର ରାଷ୍ଟ୍ର ଭାବେ ପରିଗଣିତ ସୁଡାନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଷ୍ଟ୍ରପତି ଭବନ ଓ ଖାର୍ଟୁମ ବିମାନ ବନ୍ଦରକୁ ଅର୍ଦ୍ଧସାମରିକ ବାହିନୀ ନିଜ କବଜାକୁ ନେଇଥିବା ସୂଚନା ମିଳିଛି । ରେଗୁଲାର ଆର୍ମିରେ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ ବା ଆରଏସଏଫକୁ ସାମିଲ କରିବା ପ୍ରସଙ୍ଗକୁ ନେଇ ସାମରିକ ନେତା ଆବଦେଲ ଫତାହ ଅଲ-ବୁହାନ ଓ ଅର୍ଦ୍ଧସାମରିକ ବାହିନୀ ନେତା ଜେନେରାଲ ମହମ୍ମଦ ହାମଦାନ ଡାଗଲୋଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ମହମ୍ମଦ ହାମଦାନ କହିଛନ୍ତି- ସମସ୍ତ ଆର୍ମି ବେସକୁ ଅଧିକୃତ କରିବା ଯାଏ ସଂଗ୍ରାମ ଜାରି ରହିବ । ସେପଟେ ସାମରିକ ନେତା ଆବଦେଲ ଫତାହ କହିଛନ୍ତି- ଅର୍ଦ୍ଧସାମରିକ ବାହିନୀକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ନ କରିବା ଯାଏ କୌଣସି କଥାବାର୍ତ୍ତା କରାଯିବ ନାହିଁ । ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଆମେରିକା, ବ୍ରିଟେନ, ଇୟୁ, ଚୀନ ଓ ଋଷ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ରାଜଧାନୀରେ ବଡ଼ ଧରଣର ଲୁଟ୍, ଗ୍ରୀଲ୍ ତାଡ଼ି ଲୁଟି ନେଲେ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରେ ବଡ଼ ଧରଣର ଲୁଟ୍‌ । ଏକ ଘଣ୍ଟାର ଅପରେସନରେ ଲୁଟିନେଲେ ୩ ଲକ୍ଷ ଟଙ୍କା । ଗଜପତିନଗରରେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ଅଫିସରେ କଳାକନା ବୁଲାଇଲେ ୪ ଦୃର୍ବୁତ୍ତ । ଗ୍ରିଲ୍ ତାଡି ଲୁଟି ନେଲେ ୩ ଲକ୍ଷ ଟଙ୍କା, ଗୋଲଡ ଓ ସିଲଭର କଏନ । ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ୪ ଜଣ ଲୁଟେରା ବିଳମ୍ବିତ ରାତିରେ ଆସିଥିଲେ । ଦୁଇଜଣ ବାହାରେ ଥିବା ବେଳେ ଦୁଇଜଣ ଭିତରକୁ ପଶିଥିଲେ । ଚୋରି ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ଓ ଫରେନସିକ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛି ।

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ପୋଲିସର ଫ୍ଲାଗମାର୍ଚ୍ଚ

ଝାରସୁଗୁଡ଼ା: ପାଖଉଛି ଝାରସୁଗୁଡ଼ା ଉପନିର୍ବାଚନ । ନିର୍ବାଚନ ତାରିଖ ପାଖେଇବା ସହ ଝାରସୁଗୁଡ଼ାରେ ବଢ଼ୁଛି ରାଜନୈତିକ ଉଷ୍ମତା । ନିର୍ବାଚନକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଟାଉନ ଥାନା ଓ ସଦର ଥାନା ଅଞ୍ଚଳରେ ପୋଲିସର ଫ୍ଲାଗ ମାର୍ଚ୍ଚ କରାଯାଇଛି। ଝାରସୁଗୁଡ଼ାରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରଖିବା ପାଇଁ ଓ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଯେମିତି ସୃଷ୍ଟି ନହୁଏ ତାକୁ ନେଇ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଏହି ଫ୍ଲାଗ ମାର୍ଚ୍ଚରେ ଝାରସୁଗୁଡ଼ା ଏସପି  ସ୍ମିଥ୍ ପରମାର, SDPO ନିର୍ମଳ ମହାପାତ୍ର, ଟାଉନ ଥାନା ଅଧିକାରୀ ରଞ୍ଜନ ବିଶ୍ବାଳ ଓ ସଦର ଥାନା ଅଧିକାରୀଙ୍କ ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆସନ୍ତାକାଲିଠାରୁ ପୁଣି ସକାଳୁଆ ସ୍କୁଲ, ସାଢ଼େ ୬ରୁ ୧୧ ପର୍ଯ୍ୟନ୍ତ ଚାଲିବ କ୍ଲାସ୍

ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁଣି ସକାଳୁଆ ସ୍କୁଲ। ଏଥର ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୭ଟାରୁ ସାଢ଼େ ୧୧ ବଦଳରେ ସାଢ଼େ ୬ରୁ ୧୧ଟା ଯାଏଁ କ୍ଲାସ ଚାଲିବ। ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖି ଜିଲ୍ଲାପାଳମାନେ ଚାହିଁଲେ କ୍ଲାସ୍ ଟାଇମିଂରେ ପରିବର୍ତ୍ତନ କରିପାରିବେ। ଗତକାଲି ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । କାଲିଠୁ ରାଜ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ । ସ୍କୁଲରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିଲା ।