ଓଲିଉଡରେ ପୁଣି କାଷ୍ଟିଂ କାଉଚ ଅଭିଯୋଗ, ରାତି ବିତେଇବାକୁ କହିଥିଲେ ନିର୍ଦ୍ଦେଶକ

ଭୁବନେଶ୍ବର: ପୁଣି ଓଲିଉଡରୁ ଆସିଲା କାଷ୍ଟିଂ କାଉଚ୍ ଅଭିଯୋଗ । ରାଜଧାନୀ ଭୁବନେଶ୍ବରର ଜଣେ ଅଭିନେତ୍ରୀ ନିର୍ଦ୍ଦେଶକ ନାଁରେ ଏପରି ଅଭିଯୋଗ ଆଣିଛନ୍ତି । ଫିଲ୍ମରେ ସୁଯୋଗ ଦେବାକୁ କହି ନିର୍ଦ୍ଦେଶକ ଜଣଙ୍କ କମ୍ପ୍ରମାଇଜ କରିବାକୁ କହିଲେ । ଅଭିନେତ୍ରୀଙ୍କୁ ରାତି ବିତାଇବାକୁ ବାଧ୍ୟ କରିଥିବା ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ଅଭିନେତ୍ରୀ ଜଣଙ୍କ କହିଛନ୍ତି ଯେ, ୩ ବର୍ଷ ତଳେ ଗୋଟେ ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କ ନିକଟକୁ ଅଡିସନ ପାଇଁ ଯାଇଥିଲି । ଅଡିସନରେ ମୁଁ ସିଲେକ୍ସନ ହୋଇଛି ଏବଂ ସ୍କ୍ରିପ୍ଟ ପ୍ରାକ୍ଟିସ କରିବାକୁ କହିଥିଲେ ।

ଏହା ପରେ ସେ କମ୍ପ୍ରମାଇଜ କରିବାକୁ କହିଥିଲେ । ଗୋଟିଏ ରାତି ମୋ ସହ ରହିବାକୁ ପଡ଼ିବ । ଏହା ପରେ ଯାଇ ଆପଣଙ୍କୁ ପ୍ରୋଜେକ୍ଟ ମିଳିବ । ସେତେବେଳେ ମୁଁ ତାଙ୍କ ଅଫରକୁ ମନା କରିଦେଇଥିଲି । ଗତ କିଛି ଦିନ ତଳେ ଫେସବୁକରେ ଫଲୋ କରିବା ଭିତରେ ତାଙ୍କ ସହ କଥା ହୋଇଥିଲି । ଏହି କଥାବାର୍ତ୍ତା ବେଳେ ସହ ବହୁତ ଖରାପ ଭାଷାରେ ମୋ ସହ କଥାହେଲେ । ୩ ବର୍ଷ ତଳୁ ମୁଁ କମ୍ପ୍ରମାଇଜ ପାଇଁ ମନା କରିଥିବାରୁ ଏବେ ସର୍ ମୋତେ ଏପରି ଅଶ୍ଳୀଳ ଭାଷାରେ ଗାଳିଦେଲେ ।