ଶ୍ରୀମନ୍ଦିର ସଂସ୍କାର ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ, ରତ୍ନଭଣ୍ଡାର ନେଇ କୌଣସି ନିର୍ଦ୍ଦେଶ ଦେବାକୁ ମନାକଲେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଶେଷ । ୫ ବର୍ଷ ମଧ୍ୟରେ ୨୬ଟି ଶୁଣାଣି ପରେ ମାମଲାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ବିଚାରକୁ ନେବା ପରେ ମୃଣାଳିନୀ ପାଢ଼ୀଙ୍କ ଦ୍ଵାରା ଦାଖଲ ହୋଇଥିବା ମୂଳ ପିଟିସନକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ।

ଲୋକଙ୍କ ଭାବନା ସହ ରତ୍ନଭଣ୍ଡାର ଜଡ଼ିତ ଥିବାରୁ ଏ ସମ୍ପର୍କରେ କୌଣସି ନିର୍ଦ୍ଦେଶ ଦେବେନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । କାହାର କିଛି ଆପତ୍ତି ଅଭିଯୋଗ ଥିଲେ, ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ଏମ୍. ଆର ଶାହା ଏବଂ ଜଷ୍ଟିସ ସି.ଟି ରବି କୁମାରଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା ।